ICC ODI Rankings: ଦିନିକିଆ ର଼୍ୟାଙ୍କିଙ୍ଗରେ ଆରମ୍ଭ ହେଲା ଶୁବମନ ଗିଲଙ୍କ ରାଜୁତି! ପଛରେ ପଡ଼ିଲେ ବିରାଟ କୋହଲି
Advertisement

ICC ODI Rankings: ଦିନିକିଆ ର଼୍ୟାଙ୍କିଙ୍ଗରେ ଆରମ୍ଭ ହେଲା ଶୁବମନ ଗିଲଙ୍କ ରାଜୁତି! ପଛରେ ପଡ଼ିଲେ ବିରାଟ କୋହଲି

Shubman Gill Rankings: ଆଇସିସିର ODI ର଼୍ୟାଙ୍କିଙ୍ଗରେ ଶୁବମନ ଗିଲ ଏକ ଲମ୍ବା ଲମ୍ଫ ମାରିଛନ୍ତି । ସେ ବର୍ତ୍ତମାନ ବିରାଟ କୋହଲିଙ୍କଠାରୁ ବହୁତ ଆଗରେ ଅଛନ୍ତି । ଜାଣନ୍ତୁ ବିସ୍ତୃତ ଭାବରେ...।

 

ସାଙ୍କେତିକ ଫଟୋ (ସୌ: ସୋସିଆଲ ମିଡିଆ)

Shubman Gill ICC ODI Rankings: ଭାରତୀୟ କ୍ରିକେଟ୍ ଦଳର ଓପନର୍ ଶୁବମନ ଗିଲ (Shubman Gill) ଅନେକ ମ୍ୟାଚରେ ଚତ୍ମକାର ପ୍ରଦର୍ଶନ କରିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ODI ସିରିଜର ତୃତୀୟ ମ୍ୟାଚରେ ସେ ୮୫ ରନର ଚମତ୍କାର ଇନିଂସ ଖେଳିଥିଲେ । ଏହା ପରେ ଟି-୨୦ ସିରିଜର ଚତୁର୍ଥ ମ୍ୟାଚରେ ୭୭ ରନ୍ ସ୍କୋର କରିଥିଲେ । ଏଥିପାଇଁ ODI ର଼୍ୟାଙ୍କିଙ୍ଗରେ ଗିଲଙ୍କୁ ବଡ଼ ଲାଭ ମିଳିଛି  । ସର୍ବଶେଷ ଆଇସିସି ODI ର଼୍ୟାଙ୍କିଙ୍ଗରେ (Latest ICC ODI Rankings) ସେ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି । ଏବେ ଗିଲି ଓ ବିରାଟ କୋହଲିଙ୍କ (Virat Kohli) ମଧ୍ୟରେ ଚାରୋଟି ସ୍ଥାନର ବ୍ୟବଧାନ ଅଛି । କୋହଲି ର଼୍ୟାଙ୍କିଙ୍ଗରେ ୯ ନମ୍ବରରେ ଅଛନ୍ତି ।

ବ୍ୟାଟ୍ସମ୍ୟାନଙ୍କ ପାଇଁ ଆଇସିସି ଜାରି କରିଥିବା ODI ର଼୍ୟାଙ୍କିଙ୍ଗରେ କେବଳ ଶୁବମନ ଓ କୋହଲି ଶ୍ରେଷ୍ଠ ୧୦ରେ ଅଛନ୍ତି । ରୋହିତ ଶର୍ମା ଶ୍ରେଷ୍ଠ ୧୦ରୁ ବାଦ ପଡ଼ିଛନ୍ତି । ଶୁବମନଙ୍କ ୭୪୩ ପଏଣ୍ଟ ରହିଛି । ODI ରେ ପାକିସ୍ତାନର ବାବର ଆଜମ ଶୀର୍ଷରେ ଅଛନ୍ତି । ବାବରଙ୍କର ୮୮୦ ପଏଣ୍ଟ ଅଛି । ଦକ୍ଷିଣ ଆଫ୍ରିକାର ରସି ଭାନ୍ ଡେର୍ ଡୁସେନ୍ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଇମାମ-ଉଲ-ହକ ତୃତୀୟ ସ୍ଥାନରେ ଅଛନ୍ତି । ପାକିସ୍ତାନର ଇମାମ ୭୫୨ ପଏଣ୍ଟ ପାଇଛନ୍ତି । ଆୟର୍ଲାଣ୍ଡର ହ୍ୟାରି ଟେକ୍ଟର ୬ ନମ୍ବରରେ ଅଛି । ତାଙ୍କର ୭୨୬ ପଏଣ୍ଟ ଅଛି ।

ଯଦି ଆମେ ODI ରେ ବୋଲରଙ୍କ ର଼୍ୟାଙ୍କିଙ୍ଗ ବିଷୟରେ ଆଲୋଚନା କରିବା, ମହମ୍ମଦ ସିରାଜ ଓ କୁଲଦୀପ ଯାଦବ ଶ୍ରେଷ୍ଠ ୧୦ରେ ସାମିଲ ଅଛନ୍ତି । ସିରାଜ ୫ ନମ୍ବରରେ ଅଛନ୍ତି । ନୂତନ ର଼୍ୟାଙ୍କିଙ୍ଗରେ ସେ ଏକ ସ୍ଥାନ ହରାଇଛନ୍ତି । ସିରାଜଙ୍କର ୬୭୦ ପଏଣ୍ଟ ରହିଛି । କୁଲଦୀପ ୧୦ ନମ୍ବରରେ ଅଛନ୍ତି । ତାଙ୍କର ୬୨୨ ପଏଣ୍ଟ ଅଛି । ଜୋସ୍ ହାଜଲେଉଡ୍ ଶୀର୍ଷରେ ଅଛନ୍ତି । ତାଙ୍କର ୭୦୫ ପଏଣ୍ଟ ଅଛି । ମିଚେଲ ଷ୍ଟାର୍କ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ତାଙ୍କର ୬୮୬ ପଏଣ୍ଟ ଅଛି । ଆଫଗାନିସ୍ତାନର ମୁଜିବ ଉର ରେହମାନ ତୃତୀୟ ସ୍ଥାନରେ ଅଛନ୍ତି ।

କହିରଖୁଛୁ ଯେ ନୂତନ ଦିନିକିଆ ର଼୍ୟାଙ୍କିଙ୍ଗରେ ଭାରତୀୟ ଦଳ ତୃତୀୟ ସ୍ଥାନରେ ରହିଛି । ଭାରତ ପାଖରେ ୧୧୩ ରେଟିଂ ପାଇଛି । ପାକିସ୍ତାନ ଦ୍ୱିତୀୟ ସ୍ଥାନରେ ରହିଛି । ପାକିସ୍ତାନ ୧୧୬ ରେଟିଂ ପାଇଛି । ୧୧୮ ରେଟିଂ ସହିତ ଅଷ୍ଟ୍ରେଲିଆ ଶୀର୍ଷରେ ଅଛି । ଟି-୨୦ ରେ ଟିମ୍ ଇଣ୍ଡିଆ ଶୀର୍ଷରେ ରହିଛି । ଏହାର ୨୬୪ ରେଟିଂ ଅଛି । ଏଥିରେ ଇଂଲଣ୍ଡ ଦୁଇ ନମ୍ବରରେ ଓ ନ୍ୟୁଜିଲ୍ୟାଣ୍ଡ ତୃତୀୟ ସ୍ଥାନରେ ରହିଛି ।

ଏହା ବି ପଢ଼ନ୍ତୁ: IND vs IRE 3rd T20: ଟିମ୍ ଇଣ୍ଡିଆ ୩ଟି ପରିବର୍ତ୍ତନ ସହ ଖେଳିବ ତୃତୀୟ ଟି-୨୦, ଏହି ୨୯ ବର୍ଷୀୟ ଖେଳାଳିଙ୍କ ଡେବ୍ୟୁ ହେବା ନିଶ୍ଚିତ!

ଏହା ବି ପଢ଼ନ୍ତୁ: Tilak Varma Viral Video: ଏସିଆ କପ୍ ଦଳରେ ସ୍ଥାନ ପାଇବା ପରେ ଭାବପ୍ରବଣ ହେଲେ ତିଲକ ଭର୍ମା, ରୋହିତ ଶର୍ମାଙ୍କୁ ନେଇ ଦେଲେ ବଡ଼ ବୟାନ