IND vs ZIM: ସ୍ଥିର ହୋଇସାରିଛି ଜିମ୍ବାୱେ ବିପକ୍ଷରେ ଭାରତର ଚୂଡ଼ାନ୍ତ ଏକାଦଶ, ରୋହିତ ଏହି ଫ୍ଲପ୍ ଖେଳାଳିଙ୍କୁ ଟିମରୁ କରିବେ ବାହାର!
Advertisement
trendingNow11425683

IND vs ZIM: ସ୍ଥିର ହୋଇସାରିଛି ଜିମ୍ବାୱେ ବିପକ୍ଷରେ ଭାରତର ଚୂଡ଼ାନ୍ତ ଏକାଦଶ, ରୋହିତ ଏହି ଫ୍ଲପ୍ ଖେଳାଳିଙ୍କୁ ଟିମରୁ କରିବେ ବାହାର!

IND vs ZIM: ଭାରତ ଓ ଜିମ୍ବାୱେ ମଧ୍ୟରେ ମ୍ୟାଚ ନଭେମ୍ବର ୬ରେ ଖେଳାଯିବ । ଭାରତୀୟ ଦଳ ପାଇଁ ଏହି ମ୍ୟାଚ୍ ଜିତିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ମ୍ୟାଚ୍ ଜିତିବା ସହ ଦଳର ସେମିଫାଇନାଲ ଟିକେଟ ପକ୍କା ହୋଇଯିବ । ଏଥିପାଇଁ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା କୌଣସି କମି ରଖିବାକୁ ଚାହୁଁନାହାଁନ୍ତି । 

IND vs ZIM: ସ୍ଥିର ହୋଇସାରିଛି ଜିମ୍ବାୱେ ବିପକ୍ଷରେ ଭାରତର ଚୂଡ଼ାନ୍ତ ଏକାଦଶ, ରୋହିତ ଏହି ଫ୍ଲପ୍ ଖେଳାଳିଙ୍କୁ ଟିମରୁ କରିବେ ବାହାର!

India vs Zimbabwe Playing 11 T20 World Cup 2022: ଚଳିତ ଟି-20 ବିଶ୍ୱକପ ୨୦୨୨ରେ ଭାରତ ପ୍ରଦର୍ଶନ ଅତ୍ୟନ୍ତ ଭଲ ରହିଛି । ଏହି ଟୁର୍ଣ୍ଣାମେଣ୍ଟର ସୁପର-12 ରାଉଣ୍ଡର ୪ଟି ମ୍ୟାଚରୁ ଦଳ ୩ଟି ଜିତିଛି । ବର୍ତ୍ତମାନ ଟିମ୍ ଇଣ୍ଡିଆ ଜିମ୍ୱାୱେ ବିପକ୍ଷ ମ୍ୟାଚରେ ବିଜୟ ହାସଲ କରି ସେମିଫାଇନାଲ ପାଇଁ ନିଜ ଟିକେଟକୁ ପକ୍କା କରିବାକୁ ଚାହିଁବ । ଭାରତ ଓ ଜିମ୍ବାୱେ ମଧ୍ୟରେ ମ୍ୟାଚ ନଭେମ୍ବର ୬ରେ ଖେଳାଯିବ । ଭାରତୀୟ ଦଳ ପାଇଁ ଏହି ମ୍ୟାଚ୍ ଜିତିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ମ୍ୟାଚ୍ ଜିତିବା ସହ ଦଳର ସେମିଫାଇନାଲ ଟିକେଟ ପକ୍କା ହୋଇଯିବ । ଏଥିପାଇଁ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା କୌଣସି କମି ରଖିବାକୁ ଚାହୁଁନାହାଁନ୍ତି । ଜିମ୍ବାୱେ ବିପକ୍ଷରେ ପ୍ଲେଇଙ୍ଗ୍ ଇଲେଭେନର ରୋହିତ ଶର୍ମା ବଡ଼ ପରିବର୍ତ୍ତନ କରିପାରନ୍ତି । ଆସନ୍ତୁ ଜାଣିବା ଜିମ୍ବାୱେ ବିପକ୍ଷରେ ଟିମ୍ ଇଣ୍ଡିଆର ସମ୍ଭାବିତ ଏକାଦଶ କିପରି ହୋଇପାରେ...

ଟିମ୍ ଇଣ୍ଡିଆ ତରଫରୁ କେଏଲ୍ ରାହୁଲ ବାଂଲାଦେଶ ବିପକ୍ଷରେ ଏକ ଦମଦାର୍ ଇନିଂସ ଖେଳିଥିଲେ । ଏଭଳି ପରିସ୍ଥିତିରେ ରୋହିତ ଶର୍ମାଙ୍କ ସହ କେଏଲ ରାହୁଲଙ୍କ ଓପେନିଂ କରିବା ଏକ ପ୍ରକାରର ନିଶ୍ଚିତ ବୋଲି ମନେ କରାଯାଉଛି । ଯେତେବେଳେ ଏହି ଉଭୟ ଖେଳାଳି ସେମାନଙ୍କ ଫର୍ମରେ ଥାଆନ୍ତି, ସେମାନେ ଯେକୌଣସି ବୋଲିଂ ଆଟାକକୁ ସାମ୍ନା କରି ରନର ବର୍ଷା କରିପାରନ୍ତି । ଗତ ଏକ ଦଶନ୍ଧି ଧରି ବିରାଟ କୋହଲି ଭାରତୀୟ ଦଳ ପାଇଁ ତିନି ନମ୍ବରରେ ସବୁଠାରୁ ବିଶ୍ୱସ୍ତ ବ୍ୟାଟ୍ସମ୍ୟାନ୍ ରହିଆସିଛନ୍ତି । ସେ ନିଜେ ଭାରତୀୟ ଦଳ ପାଇଁ ଅନେକ ମ୍ୟାଚ୍ ଜିତିଛନ୍ତି । ସେ ଟି-20 କ୍ରିକେଟରେ ସର୍ବାଧିକ ରନ୍ ସ୍କୋର ମଧ୍ୟ କରିଛନ୍ତି । ତାଙ୍କ ପାଖରେ ଏପରି କଳା ଅଛି ଯେ ସେ ଯେକୌଣସି ପିଚରେ ରନ୍ ସ୍କୋର କରିପାରନ୍ତି ।

ଅନ୍ୟପକ୍ଷେ ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କୁ ଚତୁର୍ଥ ନମ୍ବରରେ ଖେଳୁଥିବାର ଦେଖିବାକୁ ମିଳିପାରେ । ତାଙ୍କୁ ଭାରତର ଏବି ଡି ଭିଲିୟର୍ସ କୁହାଯାଏ । ସେ ମୈଦାନର ଯେକୌଣସି କୋଣରେ ଷ୍ଟ୍ରୋକ୍ ଲଗାଇପାରନ୍ତି । ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଶ୍ଚିତ ଭାବରେ ପଞ୍ଚମ ସ୍ଥାନରେ ସୁଯୋଗ ପାଇବେ । ସେ ବ୍ୟାଟିଂ ସହ ବଲରୁ ମଧ୍ୟ ଧମାଲ କରିବାରେ ଜଣେ ଦମଦାର୍ ଖେଳାଳି । ଏହା ସହ ହାର୍ଦ୍ଦିକ ପାଣ୍ଡ୍ୟା ଦଳ ପାଇଁ କଠିନ ପରିସ୍ଥିତିରେ ୱିକେଟ୍ ବାହାର କରନ୍ତି ।

ସେହିପରି ଦୀନେଶ କାର୍ତ୍ତିକ ୱିକେଟ୍ କିପରର ଦାୟିତ୍ୱ ତୁଲାଉଥିବାର ନଜରକୁ ଆସିପାରନ୍ତି । ଜସପ୍ରୀତ ବୁମ୍ରାଙ୍କ ଅନୁପସ୍ଥିତିରେ ଭୁବନେଶ୍ୱର କୁମାର ଭାରତୀୟ ଦ୍ରୁତ ବୋଲିଂ ଆକ୍ରମଣର ନେତୃତ୍ୱ ନେଇ ଚମତ୍କାର ପ୍ରଦର୍ଶନ କରିଛନ୍ତି । ତାଙ୍କୁ ଅର୍ଶଦୀପ ସିଂ ଓ ମହମ୍ମଦ ଶାମିଙ୍କ ଭଲ ସାଥ୍ ମିଳୁଛି । ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ଅର୍ଶଦୀପ ସିଂ ଟ୍ରମ୍ପ କାର୍ଡ ବୋଲି ପ୍ରମାଣିତ ହୋଇସାରିଛନ୍ତି । ଅଲରାଉଣ୍ଡର ଅକ୍ଷର ପଟେଲ ଆଉ ଏକ ସୁଯୋଗ ପାଇପାରନ୍ତି । ରବିଚନ୍ଦ୍ରନ୍ ଅଶ୍ୱିନ୍ ଟି-20 ବିଶ୍ୱକପ୍ ୨୦୨୨ରେ ତାଙ୍କ ନାମ ଅନୁଯାୟୀ ପ୍ରଦର୍ଶନ କରିବାରେ ସଫଳ ହୋଇପାରି ନାହାଁନ୍ତି । ବିପକ୍ଷ ବ୍ୟାଟ୍ସମ୍ୟାନମାନେ ତାଙ୍କ ବିପକ୍ଷରେ ବହୁତ ସ୍କୋର କରିଛନ୍ତି । ସେ ଟିମ୍ ଇଣ୍ଡିଆ ପାଇଁ ସବୁଠୁ ବଡ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି। ଏଭଳି ପରିସ୍ଥିତିରେ ରୋହିତ ଶର୍ମା ତାଙ୍କ ସ୍ଥାନରେ ୟୁଜବେନ୍ଦ୍ର ଚହଲଙ୍କୁ ସୁଯୋଗ ଦେଇପାରନ୍ତି । ଚହଲ ଆଇପିଏଲ ୨୦୨୨ରେ ସର୍ବାଧିକ ୨୭ ୱିକେଟ୍ ନେଇଥିଲେ ।

ଅଧିକ ପଢ଼ନ୍ତୁ-୨୪ ଘଣ୍ଟା ପର୍ଯ୍ୟନ୍ତ ଜଣେ ଦିବ୍ୟାଙ୍ଗ ଝିଅର ଅନ୍ତିମ ସଂସ୍କାର କରିପାରିଲେନି ଅସହାୟ ମା', କାରଣ ଜାଣିଲେ ହେବେ ଚକିତ\

ଅଧିକ ପଢ଼ନ୍ତୁ:-ଆଜି ସୂର୍ଯ୍ୟଙ୍କ ପରି ଚମକିବ ଏସବୁ ରାଶିର ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର

ଜିମ୍ୱାୱେ ବିପକ୍ଷରେ ଏପରି କିଛି ରହିପାରେ ଭାରତୀୟ ସମ୍ଭାବ୍ୟ ଏକାଦଶ-ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ, ମହମ୍ମଦ ଶାମି

ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆ ଟି-20 ବିଶ୍ୱକପ ୨୦୨୨ରେ ପ୍ରଥମ ମ୍ୟାଚ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରରେ ଖେଳି ସାରିଛନ୍ତି ଓ ଏହି ମ୍ୟାଚରେ ବିଜୟ ହାସଲ କରିଥିଲେ । ସେହିପରି ଅକ୍ଟୋବର ୨୭ରେ ଦ୍ୱିତୀୟ ମ୍ୟାଚ୍ ନେଦରଲ୍ୟାଣ୍ଡ ସହ ଖେଳିଥିଲା । ଏହି ମ୍ୟାଚରେ ବି ଟିମ୍ ଇଣ୍ଡିଆ ଜିତିଛି । ଅକ୍ଟୋବର ୩୦ରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ମ୍ୟାଚ୍ ଖେଳିଛି ଓ ଏହି ମ୍ୟାଚରେ ପରାଜିତ ହୋଇଛି । ଭାରତୀୟ ଦଳ ନଭେମ୍ବର ୨ ବାଂଲାଦେଶ ବିପକ୍ଷରେ ୫ ରନରେ ବିଜୟ ହାସଲ କରିଛି । ବର୍ତ୍ତମାନ ଟିମ୍ ଇଣ୍ଡିଆ ପରବର୍ତ୍ତୀ ମ୍ୟାଚ୍ ଆଜି ଅର୍ଥାତ ନଭେମ୍ବର ୬ରେ ଜିମ୍ୱାୱେ ସହିତ ରହିଛି ।

ଏଠାରେ କହି ରଖୁଛୁ ଯେ, ଟି-20 ବିଶ୍ୱକପ 2022 ପାଇଁ ଭାରତୀୟ ଦଳରେ ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ (ୱିକେଟ କିପର), ଦୀନେଶ କାର୍ତ୍ତିକ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ୟ ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ, ମହମ୍ମଦ ଶାମି ସାମିଲ ଅଛନ୍ତି । ସେପଟେ ଷ୍ଟାଣ୍ଡବାଇ ଖେଳାଳିଙ୍କ ମଧ୍ୟରେ ଶାର୍ଦ୍ଦୁଲ ଠାକୁର, ଶ୍ରେୟସ୍ ଆୟର, ରବି ବିଷ୍ଣୋଇ, ମହମ୍ମଦ ସିରାଜ ଅଛନ୍ତି ।

Trending news