T20 World Cup 2022: ଆଇସିସି ନେଲା ବଡ଼ ପଦକ୍ଷେପ, ସେମିଫାଇନାଲ-ଫାଇନାଲ ପାଇଁ ବଦଳାଇଲା ନିୟମ
Advertisement

T20 World Cup 2022: ଆଇସିସି ନେଲା ବଡ଼ ପଦକ୍ଷେପ, ସେମିଫାଇନାଲ-ଫାଇନାଲ ପାଇଁ ବଦଳାଇଲା ନିୟମ

ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ପାଇଁ ନିୟମରେ ଏକ ବଡ଼ ପରିବର୍ତ୍ତନ କରିଛି । ବର୍ତ୍ତମାନ ସେମିଫାଇନାଲ ଓ ଫାଇନାଲ୍ ମ୍ୟାଚ୍ ସମୟରେ ବର୍ଷା କିମ୍ବା ଅନ୍ୟ କୌଣସି କାରଣରୁ ମ୍ୟାଚରେ ବାଧା ଉତ୍ପନ୍ନ ହୁଏ, ତେବେ  ଡକ୍ୱର୍ଥ-ଲୁଇସ୍ ନିୟମ (Duckworth-Lewis Rule) ଦ

T20 World Cup 2022: ଆଇସିସି ନେଲା ବଡ଼ ପଦକ୍ଷେପ, ସେମିଫାଇନାଲ-ଫାଇନାଲ ପାଇଁ ବଦଳାଇଲା ନିୟମ

ICC Rules For T20 World Cup 2022: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ପାଇଁ ନିୟମରେ ଏକ ବଡ଼ ପରିବର୍ତ୍ତନ କରିଛି । ବର୍ତ୍ତମାନ ସେମିଫାଇନାଲ ଓ ଫାଇନାଲ୍ ମ୍ୟାଚ୍ ସମୟରେ ବର୍ଷା କିମ୍ବା ଅନ୍ୟ କୌଣସି କାରଣରୁ ମ୍ୟାଚରେ ବାଧା ଉତ୍ପନ୍ନ ହୁଏ, ତେବେ  ଡକ୍ୱର୍ଥ-ଲୁଇସ୍ ନିୟମ (Duckworth-Lewis Rule) ଦ୍ୱାରା ମ୍ୟାଚର ନିଷ୍ପତ୍ତି ସେହି ସମୟରେ କରାଯିବ, ଯେତେବେଳେ ଉଭୟ ଦଳ ୧୦-୧୦ ଓଭର ଖେଳି ସାରିଥିବେ । ଏଠାରେ କହି ରଖୁଛୁ ଯେ, ଟି-20 ଅନ୍ତର୍ଜାତୀୟ ମ୍ୟାଚରେ ବର୍ଷା ଯୋଗୁଁ ବାଧା ଉତ୍ପନ୍ନ ହେଲେ ସର୍ବନିମ୍ନ ୫-୫ ଓଭର ଖେଳ ହେବା ପରେ ହିଁ ଡକୱର୍ଥ-ଲୁଇସ୍ ନିୟମ ଆଧାରରେ ନିଷ୍ପତ୍ତି ନିଆଯାଇଥାଏ । ଚଳିତ ଥର ଟି-20 ବିଶ୍ୱକପରେ ସେମିଫାଇନାଲ ଓ ଫାଇନାଲ ମ୍ୟାଚ ପାଇଁ ରିଜର୍ଭ ଦିନ ମଧ୍ୟ ରଖାଯାଇଛି । 

ଚଳିତ ଟି-20 ବିଶ୍ୱକପ ୨୦୨୨ରେ ଯଦି ବର୍ଷା ଯୋଗୁଁ ସେମିଫାଇନାଲ କିମ୍ବା ଫାଇନାଲରେ ନିର୍ଦ୍ଧାରିତ ତାରିଖରେ ଦୁଇ ଦଳ ମଧ୍ୟରେ ସର୍ବନିମ୍ନ ୧୦-୧୦ ଓଭର ଖେଳ ନ ହୁଏ, ତେବେ ରିଜର୍ଭ ଦିନ ବ୍ୟବହାର କରାଯିବ । ଏଥିସହ ସେମିଫାଇନାଲ ମ୍ୟାଚରେ ଯଦି ବର୍ଷା ଯୋଗୁଁ ରିଜର୍ଭ ଦିନରେ ମଧ୍ୟ ରେଜଲ୍ଟ ନ ଆସେ, ତେବେ ଗ୍ରୁପ୍ ପର୍ଯ୍ୟାୟ ଶୀର୍ଷରେ ଥିବା ଦଳ ଫାଇନାଲରେ ପ୍ରବେଶ କରିବ । ସେହିପରି ଯଦି ଫାଇନାଲ୍ ମ୍ୟାଚ୍ ଧୋଇଯାଏ ତେବେ ଉଭୟ ଦଳ ମିଳିତ ବିଜେତା ଘୋଷିତ ହେବେ ।

ଏଠାରେ ଜଣାଇ ରଖୁଛୁ ଯେ, ୨୦୦୨ ଚାମ୍ପିଅନ୍ସ ଟ୍ରଫିରେ ଭାରତ ଓ ଶ୍ରୀଲଙ୍କା ମିଳିତ ବିଜେତା ହୋଇଥିଲେ । ଟି-20 ବିଶ୍ୱକପ ୨୦୨୨ର ପ୍ରଥମ ସେମିଫାଇନାଲ ମ୍ୟାଚ ନଭେମ୍ବର ୯ରେ ସିଡନୀରେ ଖେଳାଯିବ । ଏଥି ସହିତ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ନଭେମ୍ବର ୧୦ରେ ଆଡିଲେଡ୍ ଓଭାଲରେ ଅନୁଷ୍ଠିତ ହେବ । ସେହିପରି ଫାଇନାଲ ମ୍ୟାଚ୍ ନଭେମ୍ବର ୧୩ରେ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳା ଯିବ ।

ବର୍ତ୍ତମାନର ଟି-20 ବିଶ୍ୱକପରେ ବର୍ଷା ଯୋଗୁଁ ମ୍ୟାଚ୍ ଧୋଇଯିବାରୁ ଦଳର ସମୀକରଣକୁ ବିଗାଡ଼ି ଦେଇଛି । ଏପର୍ଯ୍ୟନ୍ତ ମୋଟ ୪ଟି ମ୍ୟାଚ୍ ଧୋଇ ହୋଇଯାଇଛି । ସେଗୁଡ଼ିକ ହେଲା ଅକ୍ଟୋବର ୨୮ରେ ଆୟରଲ୍ୟାଣ୍ଡ-ଆଫଗାନିସ୍ତାନ ମ୍ୟାଚ୍ ଓ ଅଷ୍ଟ୍ରେଲିଆ-ଇଂଲଣ୍ଡ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ କରିବାକୁ ପଡିଥିଲା । ଏହାପୂର୍ବରୁ ବର୍ଷା ଯୋଗୁଁ ଦକ୍ଷିଣ ଆଫ୍ରିକା-ଜିମ୍ବାୱେ ଓ ନ୍ୟୁଜିଲ୍ୟାଣ୍ଡ-ଆଫଗାନିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ମଧ୍ୟ ବାତିଲ କରିବାକୁ ପଡ଼ିଥିଲା । କେବଳ ଏତିକି ନୁହେଁ, ଡକ୍ୱର୍ଥ-ଲୁଇସ୍ ନିୟମ ଅନ୍ତର୍ଗତ ଏକ ମ୍ୟାଚରେ ଆୟର୍ଲାଣ୍ଡ ଇଂଲଣ୍ଡକୁ ପରାସ୍ତ କରିଥିଲା । ଯଦି ବର୍ଷା ସେହି ମ୍ୟାଚକୁ ବାଧା ଉତ୍ପନ୍ନ କରିନଥାନ୍ତା, ତେବେ ଇଂଲଣ୍ଡ ଏହି ମ୍ୟାଚ ଜିତି ପରିଥାନ୍ତା ।

ଅଧିକ ପଢ଼ନ୍ତୁ:-ଯଦି ଆପଣଙ୍କ ପାଖରେ ଅଛି ଏହି ଖାସ୍ ନମ୍ବରର ନୋଟ୍ ତ ମିଳିବ ୩ ଲକ୍ଷ ଟଙ୍କା; ଜାଣନ୍ତୁ କେମିତି...

ଅଧିକ ପଢ଼ନ୍ତୁ:-ସ୍ଥିର ହୋଇସାରିଛି ଜିମ୍ବାୱେ ବିପକ୍ଷରେ ଭାରତର ଚୂଡ଼ାନ୍ତ ଏକାଦଶ, ରୋହିତ ଏହି ଫ୍ଲପ୍ ଖେଳାଳିଙ୍କୁ ଟିମରୁ କରିବେ ବାହାର!

ଅଧିକ ପଢ଼ନ୍ତୁ-୨୪ ଘଣ୍ଟା ପର୍ଯ୍ୟନ୍ତ ଜଣେ ଦିବ୍ୟାଙ୍ଗ ଝିଅର ଅନ୍ତିମ ସଂସ୍କାର କରିପାରିଲେନି ଅସହାୟ ମା', କାରଣ ଜାଣିଲେ ହେବେ ଚକିତ

 

ସୂଚନାଯୋଗ୍ୟ, ସୁପର-12ରେ ପ୍ରତ୍ୟେକ ଦଳ ଜିତିବା ପରେ ୨ ପଏଣ୍ଟ ପାଇଥିବାବେଳେ ହାରିଥିବା ଦଳ ଶୂନ ପଏଣ୍ଟ ପାଇଥାନ୍ତି । ଯଦି ମ୍ୟାଚ୍ ଟାଇ କିମ୍ବା ବାତିଲ ହୁଏ, ତେବେ ଦଳ ମଧ୍ୟରେ ୧-୧ ପଏଣ୍ଟ ଭାଗ ହେବ । ଏପରି ଜିମ୍ବାୱେ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହୋଇଥିବା ମ୍ୟାଚରେ ଦେଖାଯାଇଛି । ଯଦି ଗ୍ରୁପ୍‌ରେ ଦୁଇଟି ଦଳର ପଏଣ୍ଟ ସମାନ, ତେବେ ଟୁର୍ଣ୍ଣାମେଣ୍ଟରେ ସେମାନେ କେତେ ମ୍ୟାଚ୍ ଜିତିଛନ୍ତି, ସେମାନଙ୍କର ନେଟ୍ ରନ୍ ରେଟ୍ କେତେ ରହିଛି, ତାହା ଆଧାରରେ ସେମିଫାଇନାଲର ସ୍ଥାନ ପାଇଁ ନିଷ୍ପତ୍ତି ନିଆଯିବ ।