Hockey World Cup 2023: କାହିଁକି ସବୁ ଟୁର୍ଣ୍ଣାମେଣ୍ଟ ହୁଏ ଓଡ଼ିଶାରେ, ହକି ଇଣ୍ଡିଆ ସଭାପତି କହିଲେ କାରଣ...
Advertisement
Article Detail0/zeeodisha/odisha1536884

Hockey World Cup 2023: କାହିଁକି ସବୁ ଟୁର୍ଣ୍ଣାମେଣ୍ଟ ହୁଏ ଓଡ଼ିଶାରେ, ହକି ଇଣ୍ଡିଆ ସଭାପତି କହିଲେ କାରଣ...

Hockey World Cup News: ଏହାଦ୍ୱାରା ମ୍ୟାଚ୍ ସମୟରେ ବା ଟୁର୍ଣ୍ଣାମେଣ୍ଟ ମଧ୍ୟରେ ଯଦି କୌଣସି ଖେଳାଳିଙ୍କୁ ଆଘାତ ଲାଗେ ତେବେ ତାଙ୍କ ଟ୍ରିଟମେଣ୍ଟ ଭଲଭାବେ କରାଯାଇପାରିବ। ଏହାସହ ସ୍ଥାନୀୟ ସରକାର ନିଜେ ହକିକୁ ପ୍ରମୋଟ କରୁଛନ୍ତି। ତେବେ ଏନେଇ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ନିଜର ମନ୍ତବ୍ୟ ରଖିଛନ୍ତି। 

Hockey World Cup 2023: କାହିଁକି ସବୁ ଟୁର୍ଣ୍ଣାମେଣ୍ଟ ହୁଏ ଓଡ଼ିଶାରେ, ହକି ଇଣ୍ଡିଆ ସଭାପତି କହିଲେ କାରଣ...

Hockey World Cup 2023: ଓଡ଼ିଶାକୁ ନେଇ ଏବେ ସାରା ଦୁନିଆରେ ଚର୍ଚ୍ଚା । ହକି ହବ୍ ନାଁରେ ଓଡ଼ିଶାର ନାଁକୁ ନେଇ ଚାରିଆଡ଼େ ଚର୍ଚ୍ଚା । ଏବେ ଭୁବନେଶ୍ୱର ଓ ରାଉରକେଲାରେ ୧୫ ତମ ସଂସ୍କରଣ ୱାର୍ଲଡ କପ୍ କରାଯାଉଛି। ୨୦୧୮ ରେ ୧୪ ତମ ୱାର୍ଲଡକପ୍ ଭୁବନେଶ୍ୱରରେ ହିଁ ହୋଇଥିଲା । ଏହାପୂର୍ବରୁ ଚାମ୍ପିଅନସ ଲିଗ୍ , ୱାର୍ଲଡ ଲିଗ୍, ଅଲିମ୍ପିକ କ୍ୱାଲିଫାଏର, ପ୍ରୋ ଲିଗ୍ ପରି ଟୁର୍ଣ୍ଣାମେଣ୍ଟ ପରି ଟୁର୍ଣ୍ଣାମେଣ୍ଟ ଓଡ଼ିଶାରେ ଆୟୋଜିତ ହେଉଛି । ତେବେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, ଅନ୍ତଃରାଷ୍ଟ୍ରିୟ ହକି ସଂଘ ପାଖାପାଖି ବଡ଼ ଇଣ୍ଟର ନ୍ୟାସନାଲ ଗେମ୍ ଓଡ଼ିଶାରେ ହିଁ କାହିଁକି ହେଉଛି। ତେବେ ଏନେଇ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ନିଜର ମନ୍ତବ୍ୟ ରଖିଛନ୍ତି। 

ଜାଣିରଖନ୍ତୁ ହକିର ବହୁ ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟ ସାଧାରଣତଃ ଗୋଟିଏ  ସହରରେ ହିଁ ଆୟୋଜିତ ହୋଇଥାଏ। ଚଳିତ ଥର ୱାର୍ଲଡ କପ୍ ମୁକାବିଲା ଓଡ଼ିଶାର ଦୁଇଟି ସହରରେ ହେଉଛି। ମାତ୍ର  FIH ର  ଉଦ୍ୟମ ସବୁବେଳେ ଏହା ଥାଏ କି ହକି ମ୍ୟାଚ୍ ସର୍ବଦା ଗୋଟିଏ ସହରରେ କରାଯାଉ। କାରଣ ଏହାଦ୍ୱାରା ଖେଳାଳିଙ୍କ ଯାତାୟତକୁ ନେଇ ହେଉଥିବା ଖର୍ଚ୍ଚ ବଞ୍ଚିଯାଇଥାଏ। ଅଲଗା ଅଲଗା ସହରରେ ଦ୍ୱାରା ଲଜିଷ୍ଟିକ୍ ସମସ୍ୟା ଆସିଥାଏ। ଯେବେ ଟୁର୍ଣ୍ଣାମେଣ୍ଟ ଗୋଟିଏ ସହରରେ ହୋଇଥାଏ ତେବେ ଏହା ଜରୁରୀ ଯେ, ସେଠାରେ ବହୁତ ଖେଳାଳିଙ୍କ ସହ ତାଙ୍କ ସହ ଥିବା ଷ୍ଟାଫ୍ ମାନଙ୍କ ରହଣୀ ଖାଦ୍ୟପେୟର ମଧ୍ୟ ବ୍ୟବସ୍ଥା କରାଯାଇଥାଏ। ତାସହ ଏକଥା ମଧ୍ୟ ନଜରରେ ରଖାଯାଇଥାଏ ଯେ, ଯେଉଁ ସହରରେ ଖେଳର ଆୟୋଜନ ହୋଇଛି ସେଠାକାର ଲୋକମାନେ ଖେଳ ପ୍ରତି ମନୋଭାବ ରଖୁଛନ୍ତି ନା ନାହିଁ। ଯାହା ଫଳରେ ସେମାନେ ଷ୍ଟାଡିୟମ ଯାଇ ମ୍ୟାଚ୍ ଦେଖିପାରିବେ। 

ସେମିତି ଦେଖିବାକୁ ଗଲେ ଭୁବନେଶ୍ୱର ସହର (Bhubaneswar City)  FIH ର ଏହି ସବୁ ଦରକାରକୁ ପୁରା କରିପାରୁଛି। ଏଠାରେ ଖେଳାଳି ମାନେ ରହିବା ପାଇଁ ଅନେକ ବଡ଼ ବଡ଼ ହୋଟେଲ ଓ ହଷ୍ଟେଲ ରହିଛି। ସ୍ଥାନୀୟ ଲୋକମାନେ ଖେଳ ପ୍ରତି ଆକୃଷ୍ଟ ହୁଅନ୍ତି। ସହରରେ ବଡ଼ ବଡ଼ ହସ୍ପିଟାଲ ମଧ୍ୟ ରହିଛି। ଏହାଦ୍ୱାରା ମ୍ୟାଚ୍ ସମୟରେ ବା ଟୁର୍ଣ୍ଣାମେଣ୍ଟ ମଧ୍ୟରେ ଯଦି କୌଣସି ଖେଳାଳିଙ୍କୁ ଆଘାତ ଲାଗେ ତେବେ ତାଙ୍କ ଟ୍ରିଟମେଣ୍ଟ ଭଲଭାବେ କରାଯାଇପାରିବ। ଏହାସହ ସ୍ଥାନୀୟ ସରକାର ନିଜେ ହକିକୁ ପ୍ରମୋଟ କରୁଛନ୍ତି। ଏହା ଭାରତୀୟଟିମର ସ୍ପନସର ହୋଇଥିଲେ ବି ଏହା ୨୦୧୮ ରେ ମଧ୍ୟ ୱାର୍ଲଡକପ୍ ରେ ସ୍ପନସର କରିଥିଲା। ଏଠାରେ ଥିବା କଳିଙ୍ଗ ଷ୍ଟାଡିୟମ ବିଶ୍ୱର ସବୁଠାରୁ ହକି ଫାସିଲିଟିଜ୍ ମଧ୍ୟରୁ ଏକ ଅନ୍ୟତମ ଷ୍ଟାଡିୟମ।

କଳିଙ୍ଗ ଷ୍ଟାଡିୟମର ଖାସ୍ କଥା
ଭୁବନେଶ୍ୱରର ଛାତି ଉପରେ ଛିଡ଼ା ହୋଇଛି ଏହି ମଲ୍ଟି ପର୍ପସ କଳିଙ୍ଗ ଷ୍ଟାଡିୟମ (Multi Purpose Kalinga Stadium) । କଳିଙ୍ଗ ଷ୍ଟାଡିୟମ ୨୦୧୦ ରେ ତିଆରି ହୋଇଥିଲା । ହକି ବାଦ୍ ଏଠାରେ ଆଥେଲେଟିକ୍ସ ଟେକ୍, ଫୁଟବଲ୍ ଅରିନା, ଟେନିସ କୋର୍ଟ, ବାସ୍କେଟ ବଲ୍ କୋର୍ଟ, ଟେବଲ-ଟେନିସ୍, ସ୍ୱିମିଂ ସହ ରଗବୀ ଫିଲ୍ଡ ବି ରହିଛି। ବିଶେଷଜ୍ଞ ମାନେ ଏକଥା ଦାବି ମଧ୍ୟ କରିଛନ୍ତି ଯେ, ଭବିଷ୍ୟରେ କେବେ ବି ଭାରତରେ ଅଲମ୍ପିକ ଗେମ ଆୟୋଜିତ ହୁଏ ତ ତାହା ଭୁବନେଶ୍ୱରରେ ଆୟୋଜିତ ହେବ।

ଏବେ ରାଜ୍ୟରେ ଆଉ ଏକ ସାନଦାର ଷ୍ଟାଡିୟମ ପ୍ରସ୍ତୁତ
ଏଥର ବିଶ୍ୱକପ୍ ମ୍ୟାଚ୍ ଭୁବନେଶ୍ୱର(Kalinga Stadium)  ସହିତ ଓଡ଼ିଶାର ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡିୟମରେ (Rourkela Stadium) ଅନୁଷ୍ଠିତ ହୋଇଛି। ଭବିଷ୍ୟତରେ, କିଛି ଟୁର୍ଣ୍ଣାମେଣ୍ଟ ହେବ ଯେଉଁଥିରେ ରାଉରକେଲାରେ ସମସ୍ତ ମ୍ୟାଚ୍ ଖେଳାଯିବ ।୪୬ ଏକରରୁ ଅଧିକ ବ୍ୟାପି ଏହି ଷ୍ଟାଡିୟମରେ ପ୍ରାୟ ୨୦ ହଜାର ଦର୍ଶକ ବସି ମ୍ୟାଚ ଦେଖିବାର ସୁବିଧା ପାଇପାରିବେ। ଏଠାରେ ଥିବା ଏକ ଏୟାରପୋର୍ଟ ମଧ୍ୟ ଷ୍ଟାଡିୟମ କ୍ୟାମ୍ପସ ସହ ଜଡ଼ିତ ରହିଛି । ଯାହାଫଳରେ ଖେଳାଳି ମାନେ ଏୟାରପୋର୍ଟରୁ ସିଧାସଳଖ ଷ୍ଟାଡିୟମରେ ବିନା ଟ୍ରାଫିକରେ ପହଞ୍ଚିପାରିବେ। ଏହି ଷ୍ଟାଡିୟମରେ ଏକ ସୁଇମିଂ ପୁଲ୍, ଆଧୁନିକ ମେସିନ୍ ସହିତ ସଜ୍ଜିତ ଏକ ଜିମ୍ ଏବଂ ଖେଳାଳିମାନଙ୍କ ପାଇଁ ହଷ୍ଟେଲ ଅଛି । ପଞ୍ଚ ତାରକା ହୋଟେଲ ସହିତ, ଦଳର ଅଭ୍ୟାସ ପାଇଁ ୫ଟି ଫିଲ୍ଡ ରହିଛି।

୨୦୧୪ରେ ପ୍ରଥମ ଥର ପାଇଁ ଭୁବନେଶ୍ୱର ଷ୍ଟାଡିୟମରେ FIH ଚାମ୍ପିଅନ୍ସ ଟ୍ରଫି ଅନୁଷ୍ଠିତ ହୋଇଥିଲା । ସେବେଠାରୁ ଏଠାରେ ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ ଭାରତରେ ଅନ୍ତର୍ଜାତୀୟ ହକି ଟୁର୍ଣ୍ଣାମେଣ୍ଟ ଦିଲ୍ଲୀରେ ଅନୁଷ୍ଠିତ ହେଉଥିଲା କିନ୍ତୁ ଥରେ ଭୁବନେଶ୍ୱରର ସ୍ୱାଦ ଚାଖିବା ପରେ FIH ଦୁନିଆର ଅନ୍ୟ କୌଣସି ସହରକୁ ଯିବାକୁ ଇଚ୍ଛା ପ୍ରକାଶ କରୁନାହିଁ। 

ଦେଶରେ ଏକମାତ୍ର AstroTurf ଓଡ଼ିଶାରେ ଅଛି
ଓଡ଼ିଶାର ନବୀନ ପଟ୍ଟନାୟକ କେବଳ ଯେ, ଟୁର୍ଣ୍ଣାମେଣ୍ଟ ଉପରେ ଧ୍ୟାନ ଦେଉଛନ୍ତି ତାହା ନୁହେଁ। ଗ୍ରାସରୁଟରୁ ଆରମ୍ଭ କରି ଖେଳାଳିଙ୍କ ପ୍ରତିଟି କଥା ବୁଝୁଛନ୍ତି ଏହି ସରକାର । ଯାହା ଦେଶର କୌଣସି ଅନ୍ୟ ରାଜ୍ୟରେ ହୁଏ ନାହିଁ।  ହକି ଇଣ୍ଡିଆର (Hockey India) ଆକଳନ ଅନୁସାରେ  ୯୫ ଟି AstroTurf ରହିଛି। ଏଥିରେ ୩୫ ଟି ଓଡ଼ିଶାରେ ରହିଛି । ୧୫ ଟି ଆଷ୍ଟ୍ରୋ ଟର୍ଫ କେବଳ ସୁନ୍ଦରଗଡ଼ରେ ରହିଛି। ଏଠାରେ ୬ଟି  AstroTurf ଆହୁରି ତିଆରି ଚାଲିଛି। ଜିଲ୍ଲାର ୧୭ ଟି ବ୍ଲକରେ ଫୁଲ ଓ ମିନି ସାଇଜ୍ ର AstroTurf  ତିଆରି ଚାଲିଛି। ଏହା ଏଥିପାଇଁ କରାଯାଉଛି କାରଣ ଭବିଷ୍ୟତରେ ଆଗକୁ ଯେମିତି ଯୁବ ଖେଳାଳି ମାନଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ନପଡ଼େ। 

ଖେଳରୁ ଓଡ଼ିଶା ପରି ସପୋର୍ଟ କେହି ଦେବେନି
ହକି ଇଣ୍ଡିଆ ଅଧ୍ୟକ୍ଷ ତଥା ପୂର୍ବ ଅଲମ୍ପିଆନ ଦିଲ୍ଲୀପ ତିର୍କୀ କହିଛନ୍ତି ଯେ, ଓଡ଼ିଶା ସରକାର (Odisha Government)  ହକି ଇଣ୍ଡିଆର ଚିଫ୍ ସ୍ପନସର ଅଟନ୍ତି। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ହକି କୁ କେବଳ ଖେଳ ନୁହେ ଏହାକୁ ଏକ ମିଶନ ବୋଲି ସେ ଭାବିଛନ୍ତି। ରାଜ୍ୟ ସାରା ଛୋଟ ବଡ ଟୁର୍ଣ୍ଣାମେଣ୍ଟ ପାଇଁ ଟ୍ୟାଲେଣ୍ଟ ଖୋଜିଥାନ୍ତି ରାଜ୍ୟ ସରକାର। ପରେ ପାନପୋଶ ହକି ଅକାଦେମୀରେ ସେହି ଖେଳାଳିଙ୍କୁ ଟ୍ରେନିଂ ଦିଆଯାଏ। ନ୍ୟାସନାଲ ଓ ଇଣ୍ଟରନ୍ୟାସନାଲ କ୍ଷେତ୍ରରେ ଓଡ଼ିଶାରେ ଖେଳାଳିଙ୍କୁ ସରକାରୀ ଚାକିରି ମଧ୍ୟ ମିଳିଥାଏ। ଯାହାଫଳରେ ଏଥିରୁ ସ୍ପଷ୍ଟ ଯେ କେବଳ ଓଡ଼ିଶା ସରକାର ଖେଳକୁ ଅଧିକ ସପୋର୍ଟ ଦେଇଛନ୍ତି ଓ ଆଗକୁ ମଧ୍ୟ ଦେବେ।