Team India: ହାର୍ଦ୍ଦିକ ପାଣ୍ଡ୍ୟା ପାଲଟିଲେ ଏହି ଖେଳାଳିଙ୍କ ବର୍ବାଦ ହେଉଥିବା କ୍ୟାରିୟରର କାରଣ! ବନ୍ଦ ହୋଇଗଲା ଟିମ୍ ଇଣ୍ଡିଆର ରାସ୍ତା
Advertisement

Team India: ହାର୍ଦ୍ଦିକ ପାଣ୍ଡ୍ୟା ପାଲଟିଲେ ଏହି ଖେଳାଳିଙ୍କ ବର୍ବାଦ ହେଉଥିବା କ୍ୟାରିୟରର କାରଣ! ବନ୍ଦ ହୋଇଗଲା ଟିମ୍ ଇଣ୍ଡିଆର ରାସ୍ତା

Team India: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-20 ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଦଳର କମାଣ ସମ୍ଭାଳିବେ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଏଭଳି ଖେଳାଳିଙ୍କୁ ସୁଯୋଗ ମିଳି ନାହିଁ, ଯାହାଙ୍କୁ ତାଙ୍କ ଫେରିବା ପରେ ହିଁ ଦଳରୁ ବାହାର କରାଯାଇଥିଲା । 

Team India: ହାର୍ଦ୍ଦିକ ପାଣ୍ଡ୍ୟା ପାଲଟିଲେ ଏହି ଖେଳାଳିଙ୍କ ବର୍ବାଦ ହେଉଥିବା କ୍ୟାରିୟରର କାରଣ! ବନ୍ଦ ହୋଇଗଲା ଟିମ୍ ଇଣ୍ଡିଆର ରାସ୍ତା

Team India: ଆଇସିସି ଟି-20 ବିଶ୍ୱକପ୍ ୨୦୨୨ (ICC T20 World Cup 2022) ପରେ ବର୍ତ୍ତମାନ ଟିମ୍ ଇଣ୍ଡିଆ (Team India) ନ୍ୟୁଜିଲ୍ୟାଣ୍ଡ ଗସ୍ତ  (India Tour Of New Zealand) ରେ ଯାଇଛି । ଏଠାରେ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଏକ ଦିବସୀୟ (ODI) ଓ T20 ସିରିଜ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଏହି ଗସ୍ତ ପାଇଁ ଭାରତୀୟ ଦଳ (Indian Team) ର ଅନେକ ଖେଳାଳି ନ୍ୟୁଜିଲ୍ୟାଣ୍ଡରେ ପହଞ୍ଚିଛନ୍ତି । ଟିମ୍ ଇଣ୍ଡିଆର ଦମଦାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଟି-20 ଦଳର କମାଣ ସମ୍ଭାଳିବେ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଏଭଳି ଖେଳାଳିଙ୍କୁ ସୁଯୋଗ ମିଳି ନାହିଁ, ଯାହାଙ୍କୁ ତାଙ୍କ ଫେରିବା ପରେ ହିଁ ଦଳରୁ ବାହାର କରାଯାଇଥିଲା । ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଯୁବ ଅଲରାଉଣ୍ଡର ଭେଙ୍କଟେଶ ଆୟର (Venkatesh Iyer) ଙ୍କୁ ଦଳରେ ସାମିଲ କରାଯାଇ ନାହିଁ । 

ଭେଙ୍କଟେଶ ଆୟର୍ ଆଇପିଏଲ୍ ୨୦୨୨ (IPL 2022) ପରଠାରୁ ଟିମ୍ ଇଣ୍ଡିଆ (Team India) ପାଇଁ ଗୋଟିଏ ବି ମ୍ୟାଚ୍ ଖେଳି ନାହାଁନ୍ତି । ଭେଙ୍କଟେଶ ଆୟର (Venkatesh Iyer) ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଙ୍କ ଭଳି ବିସ୍ଫୋରକ ବ୍ୟାଟିଂ ପାଇଁ ମଧ୍ୟ ଜଣାଶୁଣା । କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦମଦାର ପ୍ରଦର୍ଶନ ଯୋଗୁଁ ଭେଙ୍କଟେଶ ଆୟର୍ ଭାରତୀୟ ଦଳରେ ସୁଯୋଗ ପାଉ ନାହାଁନ୍ତି । ଟି-20 ବିଶ୍ୱକପ ୨୦୨୧ (T20 World Cup 2021) ପରଠାରୁ ଆହତ ହେତୁ ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍ ଇଣ୍ଡିଆରୁ ବାହାର ଚାଲୁଥିଲେ । ଦୀର୍ଘ ଦିନ ଧରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଦଳରେ ଭେଙ୍କଟେଶ ଆୟର୍ ଟିମ୍ ଇଣ୍ଡିଆର ପ୍ରଥମ ପସନ୍ଦ ଥିଲେ । 

ଭେଙ୍କଟେଶ ଆୟର୍ ରୋହିତ ଶର୍ମା (Rohit Sharma) ଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ପାଇଁ ଡେବ୍ୟୁ କରିଥିଲେ । କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଦଳରେ ଆସିବା ପର ଠାରୁ ଭେଙ୍କଟେଶ ଆୟରଙ୍କୁ ଗୋଟିଏ ବି ମ୍ୟାଚ୍ ଖେଳିବାର ସୁଯୋଗ ମିଳି ନାହିଁ । ଭେଙ୍କଟେଶ ଆୟର୍ (Venkatesh Iyer) ଭାରତୀୟ ଦଳ ପାଇଁ ୯ଟି ଟି-20 ମ୍ୟାଚ ଖେଳିଛନ୍ତି । ସେ ୧୩୩ ରନ୍ ସ୍କୋର କରିବା ସହ ୫ ୱିକେଟ୍ ନେଇଛନ୍ତି । ଏଥିସହ ସେ ଟିମ୍ ଇଣ୍ଡିଆ ପାଇଁ ୨ଟି ଏକ ଦିବସୀୟ ମ୍ୟାଚ୍ ଖେଳିଛନ୍ତି । ଆଇପିଏଲ୍ ୨୦୨୨ ପରେ ଦକ୍ଷିଣ ଆଫ୍ରିକା ସିରିଜ୍ ଓ ଆୟରଲ୍ୟାଣ୍ଡ ସିରିଜ୍ ପାଇଁ ଭେଙ୍କଟେଶ ଆୟର୍ ଟିମ୍ ଇଣ୍ଡିଆର ଦଳରେ ସାମିଲ ହୋଇଥିଲେ । କିନ୍ତୁ ତାଙ୍କୁ ଥରେ ବି ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇ ଥିଲା ।

ଅଧିକ ପଢ଼ନ୍ତୁ:-ଆପଣଙ୍କ ID ରେ କେତେଟା SIM ରହିଛି ଆକ୍ଟିଭ? ଏହି ୱେବସାଇଟରେ କରନ୍ତୁ ଚେକ୍

ଅଧିକ ପଢ଼ନ୍ତୁ:-ପୁଣି ଆରମ୍ଭ ହେଲା ଟ୍ୱିଟର ୱାର୍; ଶାମିଙ୍କୁ ଜବାବ ଦେଲେ ଶୋଏବ ଅଖତର, ଜାଣନ୍ତୁ କ'ଣ କହିଲେ..

ଅଧିକ ପଢ଼ନ୍ତୁ:-LPG ଗ୍ୟାସ ମୂଲ୍ୟକୁ ନେଇ ଏହି ନିଷ୍ପତ୍ତି ନେଲେ ସରକାର, ପ୍ରଭାବିତ ହେବେ କୋଟି କୋଟି ଗ୍ରାହକ

ସୂଚନାଯୋଗ୍ୟ, ଭାରତୀୟ ଦଳ ଟି-20 ବିଶ୍ୱକପ ୨୦୨୨ ପରେ ନ୍ୟୁଜିଲ୍ୟାଣ୍ଡ ଓ ବାଂଲାଦେଶ ଗସ୍ତ କରିବ । ଏଥିପାଇଁ ବିସିସିଆଇ ୪ଟି ଅଲଗା ଅଲଗା ଦଳ ଘୋଷଣା କରିଛି । ନଭେମ୍ବର ୧୮ରୁ ୩୦ ପର୍ଯ୍ୟନ୍ତ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତିନୋଟି ଟି-20 ଓ ତିନୋଟି ଏକ ଦିବସୀୟ ମ୍ୟାଚ୍ ଖେଳିବ । ଏହା ପରେ ଡିସେମ୍ବର ୪ରୁ ୨୬ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ବାଂଲାଦେଶରେ ତିନୋଟି ଏକ ଦିବସୀୟ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ ।