IND vs NZ: ସଞ୍ଜୁ ସାମସନ୍ ଓ ଉମ୍ରାନ ମଲିକଙ୍କୁ କାହିଁକି ମିଳିଲା ନାହିଁ ସୁଯୋଗ, କାରଣ କହିଲେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା
Advertisement

IND vs NZ: ସଞ୍ଜୁ ସାମସନ୍ ଓ ଉମ୍ରାନ ମଲିକଙ୍କୁ କାହିଁକି ମିଳିଲା ନାହିଁ ସୁଯୋଗ, କାରଣ କହିଲେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା

IND vs NZ 3rd T20I: ମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଭାରତ ବର୍ଷା ପ୍ରଭାବିତ ଟି-20 ସିରିଜକୁ ୧-୦ରେ ଜିତି ନେଇଛି । ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜ ଖେଳିଛି । ଏହି ସିରିଜର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା । 

IND vs NZ: ସଞ୍ଜୁ ସାମସନ୍ ଓ ଉମ୍ରାନ ମଲିକଙ୍କୁ କାହିଁକି ମିଳିଲା ନାହିଁ ସୁଯୋଗ, କାରଣ କହିଲେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା

India vs New Zealand 3rd T20I: ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ନିଶ୍ଚିତ ଯେ ଯଦି ତାଙ୍କୁ ଛୋଟ ଫର୍ମାଟର ଅଧିନାୟକତ୍ୱ ହସ୍ତାନ୍ତର କରାଯାଏ, ତେବେ ସମସ୍ତ ଖେଳାଳିଙ୍କୁ ସାଙ୍ଗରେ ନେବା ପାଇଁ ତାଙ୍କ ପାଖରେ ଦକ୍ଷତା ଅଛି । ଟିମ୍ ଇଣ୍ଡିଆ (Team India) ର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଭାରତ ବର୍ଷା ପ୍ରଭାବିତ ଟି-20 ସିରିଜ ( India vs New Zealand T20 Series) କୁ ୧-୦ରେ ଜିତି ନେଇଛି । ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜ ଖେଳିଛି । ଏହି ସିରିଜର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା । ଦ୍ୱିତୀୟ ମ୍ୟାଚରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୬୫ ରନରେ ପରାସ୍ତ କରିଥିଲା । ଏହି ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ ଟାଇ ହୋଇଛି ।

 ଏଠାରେ କହି ରଖୁଛୁ ଯେ, ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଙ୍କୁ ରୋହିତ ଶର୍ମା (Rohit Sharma) ଙ୍କ ସ୍ଥାନରେ ଛୋଟ ଫର୍ମାଟର ଅଧିନାୟକତ୍ୱ ସମ୍ଭାଳିବାର ପ୍ରବଳ ଦାବିଦାର ଭାବେ ଦେଖାଯାଉଛି । ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି ଯେ, ଯଦି ଭବିଷ୍ୟତରେ ସେ ଅଧିନାୟକ ହୁଅନ୍ତି, ତେବେ ସେ ନିଜ ଶୈଳୀ ନିଜ ଦଳର ନେତୃତ୍ୱ କରିବେ । ତାଙ୍କ ଦଳ ସେହିପରି କ୍ରିକେଟ୍ ଖେଳିବେ ଯେଉଁ ପ୍ରକାରରେ ସେ ଶ୍ରେଷ୍ଠ ମନେ କରନ୍ତି । ଅଧିନାୟକ ଭାବରେ ଟି-20 ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏହା ହେଉଛି ଦ୍ୱିତୀୟ ବିଜୟ । ଏହାପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଙ୍କ ନେତୃତ୍ୱରେ ଚଳିତ ବର୍ଷ ଜୁନ ମାସରେ ଭାରତ ଆୟର୍ଲାଣ୍ଡକୁ ପରାସ୍ତ କରିଥିଲା । ସୁନୀଲ ଗାଭାସ୍କର ଓ ରବି ଶାସ୍ତ୍ରୀଙ୍କ ପରି ପୂର୍ବତନ କ୍ରିକେଟରମାନେ ତାଙ୍କୁ ଭବିଷ୍ୟତର ଅଧିନାୟକ ଭାବରେ ଦେଖୁଛନ୍ତି ।

ନାପିଆରରେ ବର୍ଷା ପ୍ରଭାବିତ ତୃତୀୟ ମ୍ୟାଚ୍ ଟାଇ ହେବା ପରେ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଏହି ପ୍ରସଙ୍ଗରେ କହିଛନ୍ତି ଯେ, "ଯଦି ଲୋକମାନେ କୁହନ୍ତି ତ ଆପଣଙ୍କୁ ଭଲ ଲାଗିବ କିନ୍ତୁ ଏହା ଘୋଷଣା ନହେବା ପର୍ଯ୍ୟନ୍ତ ଆପଣ କିଛି କହିପାରିବେ ନାହିଁ । ସତ କହିବାକୁ ଗଲେ ମୁଁ ଜିନିଷଗୁଡ଼ିକୁ ସରଳ କରି ରଖେ । ମୁଁ ଗୋଟିଏ ମ୍ୟାଚରେ ଅଧିନାୟକତ୍ୱ କରୁ କିମ୍ବା ସିରିଜରେ, ମୁଁ ମୋ ନିଜ ଶୈଳୀ ଦଳକୁ ଆଗେଇ ନେବି । ଯେତେବେଳେ ବି ମୋତେ ସୁଯୋଗ ଦିଆଯାଇଛି, ମୁଁ ସେହିପରି କ୍ରିକେଟ୍ ଖେଳିଛି, ଯେମିତି ମୁଁ ଜାଣିଛି ।"

ଏହା ବି ପଢ଼ନ୍ତୁ:-ଭାରତ-ନ୍ୟୁଜିଲ୍ୟାଣ୍ଡ ଟି-20 ମ୍ୟାଚ୍ ଟାଇ ହେବାକୁ ନେଇ ଦ୍ୱନ୍ଦ୍ୱ, ଜାଣନ୍ତୁ କାହିଁକି ହେଲାନି ସୁପରଓଭର?

ଏହା ବି ପଢ଼ନ୍ତୁ:-ସୂର୍ଯ୍ୟାସ୍ତ ପରେ ଭୁଲରେ ବି କରନ୍ତୁନି ଏସବୁ କାମ, ନଚେତ୍ ଜୀବନରେ ଭୋଗିବାକୁ ପଡ଼ିବ ଅନେକ ସମସ୍ୟା!

ଏହା ବି ପଢ଼ନ୍ତୁ:-ଧୋନିଙ୍କକୁ ନେଇ କୋହଲି କଲେ ହୃଦୟକୁ ସ୍ପର୍ଶ କରିବା ଭଳି ପୋଷ୍ଟ, ଜାଣନ୍ତୁ କ'ଣ କହିଲେ

 

ସେପଟେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ (Sanju Samson) ଓ ଦ୍ରୁତ ବୋଲର ଉମ୍ରାନ ମଲିକ (Umran Malik) ଙ୍କୁ ସିରିଜରେ ସୁଯୋଗ ମିଳି ନଥିଲା । ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଏହା ଉପରେ କହିଛନ୍ତି ଯେ, ପ୍ରତ୍ୟେକ ଖେଳାଳିଙ୍କ ପାଖରେ ପର୍ଯ୍ୟାପ୍ତ ସୁଯୋଗ ପାଇବା ପାଇଁ ପର୍ଯ୍ୟାପ୍ତ ସମୟ ଅଛି । ସେ କହିଛନ୍ତି ଯେ, "ଯଦି ତିନୋଟି ମ୍ୟାଚ୍ ପରିବର୍ତ୍ତେ ଏହା ଏକ ବଡ଼ ସିରିଜ୍ ହୋଇଥାନ୍ତା, ତେବେ ଆମେ ନିଶ୍ଚିତ ଭାବେ ସେମାନଙ୍କୁ ସୁଯୋଗ ଦେଇଥା’ନ୍ତୁ । କମ୍ ମ୍ୟାଚର ସିରିଜରେ ବାରମ୍ବାର ପରିବର୍ତ୍ତନକୁ ମୁଁ ବିଶ୍ୱାସ କରେ ନାହିଁ ।"