FIH Hockey Mens World Cup 2023: ସ୍ପେନ୍ ବିପକ୍ଷରେ ବିଶ୍ୱକପ୍ ମ୍ୟାଚ ପାଇଁ ଭାରତ ପ୍ରସ୍ତୁତ, କୋଚ୍ କହିଲେ ଏହି ଖତରନାକ୍ ପ୍ଲାନ୍
Advertisement
Article Detail0/zeeodisha/odisha1526616

FIH Hockey Mens World Cup 2023: ସ୍ପେନ୍ ବିପକ୍ଷରେ ବିଶ୍ୱକପ୍ ମ୍ୟାଚ ପାଇଁ ଭାରତ ପ୍ରସ୍ତୁତ, କୋଚ୍ କହିଲେ ଏହି ଖତରନାକ୍ ପ୍ଲାନ୍

India vs Spain Hockey Mens World Cup 2023​ : ପ୍ରଥମ ମ୍ୟାଚରେ ଭାରଟ ଓ ସ୍ପେନ ମୁହାଁମୁହିଁ ହେବେ । ଏହି ମ୍ୟାଚ୍ ଓଡ଼ିଶାର ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ୍ ଆଜି ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ହୋଇସାରିଛି । ଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ଗ୍ରାହାମ ରିଡ କହିଛନ୍ତି ଯେ, ଏହା ଆବଶ୍ୟକ ନୁହେଁ ଯେ ଜଣେ ଅଭିଜ୍ଞ ଖେଳାଳି ହୋଇ ଆପଣ ଚମତ୍କାର ପ୍ରଦର୍ଶନ କରିବେ ।

FIH Hockey Mens World Cup 2023: ସ୍ପେନ୍ ବିପକ୍ଷରେ ବିଶ୍ୱକପ୍ ମ୍ୟାଚ ପାଇଁ ଭାରତ ପ୍ରସ୍ତୁତ, କୋଚ୍ କହିଲେ ଏହି ଖତରନାକ୍ ପ୍ଲାନ୍

FIH Hockey Mens World Cup 2023: ଆଜି (ଶୁକ୍ରବାର) ଅର୍ଥାତ ଜାନୁଆରୀ ୧୩ରୁ ପୁରୁଷ ହକି ବିଶ୍ୱକପ (Hockey World Cup 2023) ଆରମ୍ଭ ହେବାକୁ ଯାଉଛି । ପ୍ରଥମ ମ୍ୟାଚରେ ଭାରଟ ଓ ସ୍ପେନ (India vs Spain) ମୁହାଁମୁହିଁ ହେବେ । ଏହି ମ୍ୟାଚ୍ ଓଡ଼ିଶା (Odisha) ର ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡିୟମ (Birsa Munda Stadium in Rourkela) ରେ ଖେଳାଯିବ । ଏହି ମ୍ୟାଚ୍ ଆଜି ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ହୋଇସାରିଛି । ସେପଟେ ଭାରତୀୟ ଦଳର କୋଚ୍ (Indian Hockey Coach) ଗ୍ରାହାମ ରିଡ (Graham Reid) ଗୁରୁବାର କହିଛନ୍ତି ଯେ, ଆୟୋଜକ ଦଳକୁ ସ୍ପେନର କମ୍ ଅଭିଜ୍ଞ ଖେଳାଳିଙ୍କୁ ନେଇ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ଚିନ୍ତିତ ହେବା ଆବଶ୍ୟକ । କାରଣ ବିଶ୍ୱକପ ପରି ଏକ ବଡ଼ ଟୁର୍ଣ୍ଣାମେଣ୍ଟରେ ଅଭିଜ୍ଞତାକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ । ସ୍ପେନର ଅଧିକାଂଶ ଖେଳାଳି ୧୦୦ରୁ କମ୍ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବାବେଳେ ଭାରତ ପାଖରେ ୧୦୦ରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେ୍ଳିଥିବା ଅଭିଜ୍ଞ ଖେଳାଳି ଓ ଯୁବ ଖେଳାଳିଙ୍କ ଭଲ ମିଶ୍ରଣ ରହିଛି ।

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ଗ୍ରାହାମ ରିଡ (Graham Reid) କହିଛନ୍ତି ଯେ, ଏହା ଆବଶ୍ୟକ ନୁହେଁ ଯେ ଜଣେ ଅଭିଜ୍ଞ ଖେଳାଳି ହୋଇ ଆପଣ ଚମତ୍କାର ପ୍ରଦର୍ଶନ କରିବେ । ମ୍ୟାଚ୍ ପରେ 'ସର୍ବୋତ୍ତମ' ହକି ଖେଳିବାର ସ୍ଥାନ କୌଣସି ଜିନିଷ ନେଇପାରିବ ନାହିଁ । ମ୍ୟାଚ୍ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଗ୍ରାହାମ ରିଡ (Graham Reid) କହିଛନ୍ତି, ଏହା ଆମର ଘରୋଇ ବିଶ୍ୱକପ୍, ଆମକୁ ଯଥାସମ୍ଭବ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡିବ । ଆମେ ଅନୁଭବ କରୁଛୁ ଯେ ଆମେ ଏହି ଟୁର୍ଣ୍ଣାମେଣ୍ଟ ଜିତିପାରିବା ଓ ଏଥିପାଇଁ ଏହା କରିବା ଆବଶ୍ୟକ ।

ଅଧିକ ପଢ଼ନ୍ତୁ:-ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଢ଼ିଚାଲିଛି ଗର୍ବ ଅହଂକାର! ରୋହିତଙ୍କ ଅଧିନାୟକତ୍ୱ ଉପରେ ଏହି ମନ୍ତବ୍ୟରୁ ସୃଷ୍ଟି ହେଲା ବବାଲ

ଅଧିକ ପଢ଼ନ୍ତୁ:-ଅଷ୍ଟ୍ରେଲିଆର ନିଷ୍ପତ୍ତି ଉପରେ ରାଗି ପାଚି ଲାଲ ହେଲା ଆଫଗାନିସ୍ତାନ, ଦେଲା ଏତେ ବଡ଼ ଧମକ

ଅଧିକ ପଢ଼ନ୍ତୁ:-ଭାରତ-ନ୍ୟୁଜିଲ୍ୟାଣ୍ଡ ଟି-20 ସିରିଜ ପାଇଁ ଘୋଷଣା ହେଲା ଦଳ, ବର୍ତ୍ତମାନ ହଠାତ୍ ଏହି ବୋଲରଙ୍କୁ କରାଗଲା ଅଧିନାୟକ

ଭାରତର କୋଚ୍ ଗ୍ରାହାମ ରିଡ (Graham Reid) କହିଛନ୍ତି ଯେ, "ବେଳେବେଳେ ଏହିପରି ବଡ଼ ଟୁର୍ଣ୍ଣାମେଣ୍ଟରେ ଭେଟେରାନଙ୍କୁ ଆବଶ୍ୟକତାଠାରୁ ଅଧିକ ଗୁରୁତ୍ୱ ଦିଆଯାଏ । ଆମକୁ ଆମର ସର୍ବୋତ୍ତମ ଖେଳ ଦେଖାଇବାକୁ ପଡିବ ଓ ଏହା ଗୁରୁତ୍ୱପୂର୍ଣ୍ଣ । ସ୍ପେନ ପାଇଁ ସାବଧାନ ରୁହନ୍ତୁ କାରଣ ସେମାନେ ଆପଣଙ୍କ ଭାବିବା ଅପେକ୍ଷା ବହୁତ ଭଲ କରିପାରିବେ । ସେମାନଙ୍କର ହରାଇବାକୁ କିଛି ନାହିଁ ଓ ଆପଣଙ୍କୁ ସେମାନଙ୍କ ପ୍ରତି ସତର୍କ ରହିବାକୁ ପଡିବ । ଏହା ବାସ୍ତବତା।"

ଦୁନିଆର ୬ ନମ୍ବର ଦଳ ଭାରତ ନବନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ପୁଲ୍ ଏ ମ୍ୟାଚରେ ଶୁକ୍ରବାର ଦିନ ସ୍ପେନ ବିପକ୍ଷରେ ବିଶ୍ୱକପ ଅଭିଯାନ ଆରମ୍ଭ କରିବ । ଏହା ପରେ ଦଳକୁ  ଜାନୁଆରୀ ୧୫ରେ ଇଂଲଣ୍ଡ ଓ ଜାନୁଆରୀ ୨୦ରେ ୱେଲ୍ସର ସାମ୍ନା କରିବାକୁ ପଡିବ । କ୍ୟାପଟେନ ହରମାନପ୍ରୀତ କହିଛନ୍ତି ଯେ, ଭାରତୀୟ ଖେଳାଳିଙ୍କ ପାଇଁ ବିଶ୍ୱକପ ଜିତିବା ପାଇଁ ଏହା ଏକ ଭଲ ସୁଯୋଗ ଅଛି । ଭାରତରେ ଖେଳିବା ଏକ ଲାଭର ସ୍ଥିତି କାରଣ ଜନତା ଆମକୁ ସମର୍ଥନ କରିବେ । ବିଶ୍ୱକପ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଏହା ପ୍ରତି ଚାରି ବର୍ଷରେ ଥରେ ଅନୁଷ୍ଠିତ ହୁଏ ।