FIFA World Cup 2022: ଏହି ୪ଟି ଦଳ ମଧ୍ୟରୁ ଗୋଟିଏ ଦଳ ଜିତିବ ଫିଫା ବିଶ୍ୱକପ ୨୦୨୨, ଲିଓନେଲ ମେସି କଲେ ବଡ଼ ଭବିଷ୍ୟବାଣୀ
Advertisement

FIFA World Cup 2022: ଏହି ୪ଟି ଦଳ ମଧ୍ୟରୁ ଗୋଟିଏ ଦଳ ଜିତିବ ଫିଫା ବିଶ୍ୱକପ ୨୦୨୨, ଲିଓନେଲ ମେସି କଲେ ବଡ଼ ଭବିଷ୍ୟବାଣୀ

FIFA World Cup 2022: ଫିଫା ବିଶ୍ୱକପ୍ ୨୦୨୨ର ଫାଇନାଲ୍ ଏପର୍ଯ୍ୟନ୍ତ ବହୁତ ଦୂରରେ ଅଛି । କିନ୍ତୁ ଏହାପୂର୍ବରୁ ଅନେକ ଭେଟେରାନ୍ ସେମାନଙ୍କ ପ୍ରିୟ ଦଳର ନାମ କହୁଛନ୍ତି । ଏହି ପର୍ଯ୍ୟାୟରେ ଆର୍ଜେଣ୍ଟିନାର ଷ୍ଟାର୍ ଖେଳାଳି ଲିଓନେଲ ମେସି ସେହି ଦଳ ଗୁଡ଼ିକର ନାମ କହିଛନ୍ତି, ଯେଉଁମାନେ ଫିଫା ବିଶ୍ୱକପ ୨୦୨୨ ଜିତି ପାରିବେ ।

FIFA World Cup 2022: ଏହି ୪ଟି ଦଳ ମଧ୍ୟରୁ ଗୋଟିଏ ଦଳ ଜିତିବ ଫିଫା ବିଶ୍ୱକପ ୨୦୨୨, ଲିଓନେଲ ମେସି କଲେ ବଡ଼ ଭବିଷ୍ୟବାଣୀ

Lionel Messi On FIFA World Cup 2022: ଚଳିତ ଥର କାତାରରେ ଫିଫା ବିଶ୍ୱକପ ୨୦୨୨ (FIFA World Cup 2022) ଖେଳା ଯାଉଛି । ଏହି ଟୁର୍ଣ୍ଣାମେଣ୍ଟର ରାଉଣ୍ଡ ୧୬ ଶେଷ ହେବାକୁ ଯାଉଛି ଓ ସମସ୍ତ ଦଳ କ୍ୱାର୍ଟର ଫାଇନାଲ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଚଳିତ ବର୍ଷର ଫୁଟବଲ୍ ବିଶ୍ୱକପ (Football World Cup 2022) ରେ ଏପର୍ଯ୍ୟନ୍ତ ଅନେକ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିଛି । ଏହି ଟୁର୍ଣ୍ଣାମେଣ୍ଟ (Qatar World Cup 2022) ରେ ଅନେକ ଅଲଟପାଲଟ ମଧ୍ୟ ହୋଇଛି । ଫିଫା ବିଶ୍ୱକପ୍ ୨୦୨୨ର ଫାଇନାଲ୍ (FIFA World Cup Final 2022) ଏପର୍ଯ୍ୟନ୍ତ ବହୁତ ଦୂରରେ ଅଛି । କିନ୍ତୁ ଏହାପୂର୍ବରୁ ଅନେକ ଭେଟେରାନ୍ ସେମାନଙ୍କ ପ୍ରିୟ ଦଳର ନାମ କହୁଛନ୍ତି । ଏହି ପର୍ଯ୍ୟାୟରେ ଆର୍ଜେଣ୍ଟିନାର ଷ୍ଟାର୍ ଖେଳାଳି (Argentina Captain) ଲିଓନେଲ ମେସି (Lionel Messi) ସେହି ଦଳ ଗୁଡ଼ିକର ନାମ କହିଛନ୍ତି, ଯେଉଁମାନେ ଫିଫା ବିଶ୍ୱକପ ୨୦୨୨ ଜିତି ପାରିବେ ।

ପ୍ରି-କ୍ୱାର୍ଟର ଫାଇନାଲରେ ଲିଓନେଲ ମେସି (Lionel Messi) ଙ୍କ ଦଳ ଆର୍ଜେଣ୍ଟିନା ଜିତିବା ପରେ ସେ ସାମ୍ବାଦିକ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ । ଏହି ସମୟରେ ଲିଓନେଲ ମେସି (Lionel Messi) କହିଛନ୍ତି ଯେ, ତାଙ୍କ ଅନୁଯାୟୀ କେଉଁ କେଉଁ ଦଳ ଫିଫା ବିଶ୍ୱକପ ୨୦୨୨ର ଫାଇନାଲ (FIFA World Cup Final 2022) ଜିତି ପାରନ୍ତି । ଲିଓନେଲ ମେସି ଏଥିରେ ସବୁଠାରୁ ଆଗରେ ନିଜ ଦଳ ଆର୍ଜେଣ୍ଟିନାର ନାମ ନେଇଛନ୍ତି । 

ଲିଓନେଲ ମେସି (Lionel Messi) କହିଛନ୍ତି ଯେ, "ଆର୍ଜେଣ୍ଟିନା ପ୍ରତିଦ୍ୱନ୍ଦ୍ୱୀ ଗୁଡ଼ିକ ମଧ୍ୟରୁ ଅନ୍ୟତମ ଦଳ । ଆର୍ଜେଣ୍ଟିନା ଏକ ପାୱାରହାଉସ୍ ଓ ସର୍ବଦା ସର୍ବଶ୍ରେଷ୍ଠ ଦଳ ଗୁଡ଼ିକ ମଧ୍ୟରୁ ଗୋଟିଏ ରହିଆସିଛି । ଆମେ ଜାଣିଥିଲୁ ଟ୍ରଫି ଜିତିବା ପାଇଁ ଆମେ ଅନ୍ୟତମ ଦାବିଦାରଙ୍କ ମଧ୍ୟରୁ ଅନ୍ୟତମ, କିନ୍ତୁ ଆମକୁ ଏହାକୁ ପିଚରେ ପ୍ରମାଣ କରିବାର ଥିଲା ଏବଂ ଆମେ ଏହାକୁ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରମାଣ କରିଦେଇଛୁ ।"

ଏହା ବି ପଢ଼ନ୍ତୁ:-ଲାଇଭ ମ୍ୟାଚରେ ରାଗିପାଚି ଲାଲ ହେଲେ ପାକିସ୍ତାନୀ କ୍ରିକେଟର, ଦର୍ଶକଙ୍କୁ ପିଟିବାକୁ ଦୌଡ଼ିଲେ; ଦେଖନ୍ତୁ ଭିଡିଓ

ଏହା ବି ପଢ଼ନ୍ତୁ:-ଲକ୍ଷ ଲକ୍ଷ ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର, ପେନସନରେ ହେବ ଏତେ ଟଙ୍କାର ବୃଦ୍ଧି!

ଏହା ବି ପଢ଼ନ୍ତୁ:-ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ରୋହିତ ଶର୍ମା ଆହତ ହୋଇ ପହଞ୍ଚିଲେ ହସ୍ପିଟାଲ; ଜାଣନ୍ତୁ ପୂରା ଘଟଣା

 

ଆର୍ଜେଣ୍ଟିନା ବ୍ୟତୀତ ଲିଓନେଲ ମେସି (Lionel Messi) ବ୍ରାଜିଲର ନାମ ମଧ୍ୟ ନେଇଛନ୍ତି । ଏଠାରେ କହି ରଖୁଛୁ ଯେ, ବ୍ରାଜିଲ (Brazil) ମଧ୍ୟ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ମେସି କହିଛନ୍ତି ଯେ, କାମେରୁନ ବିପକ୍ଷରେ ହାରିବା ସତ୍ତ୍ୱ ବ୍ରାଜିଲ ବହୁତ ଭଲ ପ୍ରଦର୍ଶନ କରୁଛି । ସେମାନେ ଏବେବି ପସନ୍ଦର ଦଳ ମଧ୍ୟରୁ ଗୋଟିଏ । ବ୍ରାଜିଲ ବ୍ୟତୀତ ଲିଓନେଲ ମେସି ଡିଫେଣ୍ଡିଂ ଚାମ୍ପିଅନ୍ ଫ୍ରାନ୍ସର ନାମ ମଧ୍ୟ ନେଇଛନ୍ତି । ଫ୍ରାନ୍ସ ବିଜୟ ରଥ ଉପରେ ଚଢ଼ି ଳଗାତର ଆଗକୁ ବଢ଼ୁଛନ୍ତି । ଏଥି ସହିତ ଲିଓନେଲ ମେସିଙ୍କ ଅନୁଯାୟୀ ଚତୁର୍ଥ ଦଳ ସ୍ପେନ ହୋଇପାରେ । ଜାପାନ ସାମ୍ନାରେ ସ୍ପେନ୍ ହାରିଥାଇପାରେ କିନ୍ତୁ ତଥାପି ଏହି ଦଳ ଫାଇନାଲ ବିଜୟ ପାଇଁ ଏକ ମଜବୁତ ପ୍ରତିଦ୍ୱନ୍ଦ୍ୱୀ ।