FIFA World Cup 2022: ଗୋମାଂସ ଲୋଭରେ ପଞ୍ଚ ତାରକା ହୋଟେଲ ଛାଡି ବିଶ୍ୱବିଦ୍ୟାଳୟରେ ରହିଲା Lionel Messiଙ୍କ ଟିମ୍
Advertisement

FIFA World Cup 2022: ଗୋମାଂସ ଲୋଭରେ ପଞ୍ଚ ତାରକା ହୋଟେଲ ଛାଡି ବିଶ୍ୱବିଦ୍ୟାଳୟରେ ରହିଲା Lionel Messiଙ୍କ ଟିମ୍

FIFA World Cup 2022: ଆର୍ଜେଣ୍ଟିନା ଓ ଉରୁଗୁଏ ମିଳିତ ଭାବେ ୯୦୦ କିଲୋଗ୍ରାମ ଗୋମାଂସ ନେଇ କାତାର ଆସିଛନ୍ତି। ଏଥିରେ ସେମାନଙ୍କ ଦୂତାବାସ ସାହାଯ୍ୟ କରିଛି। କେବଳ ଘରର ସ୍ୱାଦ ପାଇବା ପାଇଁ ସେମାନେ ଏପରି ପଦକ୍ଷେପ ନେଇଛନ୍ତି। 

FIFA World Cup 2022: ଗୋମାଂସ ଲୋଭରେ ପଞ୍ଚ ତାରକା ହୋଟେଲ ଛାଡି ବିଶ୍ୱବିଦ୍ୟାଳୟରେ ରହିଲା Lionel Messiଙ୍କ ଟିମ୍

FIFA World Cup 2022, ଦୋହା: ରବିବାର ଠାରୁ କାତାରରେ ଫିଫା ବିଶ୍ୱକପର ୨୨ତମ ସଂସ୍କରଣ ଆରମ୍ଭ ହେଉଛି। ଏଥର ବିଶ୍ୱକପ ପୂର୍ବରୁ ଅନେକ ଅଜବ ଜଗବ ଘଟଣାମାନ ଘଟିଯାଇଛି। ଲିଓନେଲ ମେସିଙ୍କ ନେତୃତ୍ୱାଧୀନ ଆର୍ଜେଣ୍ଟିନା ଦଳ ପଞ୍ଚ ତାରକା ହୋଟେଲ ପରିବର୍ତ୍ତେ କାତାର ଏକ ବିଶ୍ୱବିଦ୍ୟାଳୟରେ ରହିଛନ୍ତି। ଫିଫା ବିଶ୍ୱକପ ୨୦୨୨ ସମୟରେ ସେମାନଙ୍କର ପାରମ୍ପାରିକ ଗୋମାଂସ ଖାଇ ପାରିବେ ବୋଲି ଟିମ୍ ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି। ତୃତୀୟ ଟାଇଟଲ୍ ଜିତିବା ଉଦ୍ଦେଶ୍ୟରେ ଆର୍ଜେଣ୍ଟିନା, FIFA World Cup 2022ରେ ଖେଳିବ।

ମଙ୍ଗଳବାର ଆର୍ଜେଣ୍ଟିନା, FIFA World Cup 2022 ଅଭିଯାନ ଆରମ୍ଭ କରିବ। ଲୁସେଲ୍ ଷ୍ଟାଡିୟମରେ ସାଉଦି ଆରବ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ। ଦୁଇଥର ବିଶ୍ୱକପ ଜିତିଥିବା ଆର୍ଜେଣ୍ଟିନା (୧୯୭୮, ୧୯୮୬) ତୃତୀୟ ଟ୍ରଫି ପାଇଁ ଉତ୍ସାହିତ ଅଛି। ଗତ ବର୍ଷ Copa America ଫାଇନାଲରେ ବ୍ରାଜିଲକୁ ୦-୧ ଗୋଲରେ ହରାଇଥିଲା। ବିଶ୍ୱକପ ପାଇଁ ଦୋହା ଅଭିମୁଖେ ଯାତ୍ରା କରିବା ପୂର୍ବରୁ ଆର୍ଜେଣ୍ଟିନା, ଦୁବାଇରେ ଅନୁଷ୍ଠିତ ଏକ ବନ୍ଧୁତ୍ୱରେ ସଂଯୁକ୍ତ ଆରବ ଏମିରେଟ୍ସକୁ ୦-୨ ଗୋଲରେ ପରାସ୍ତ କରିଥିଲା। ବର୍ତ୍ତମାନ ମଧ୍ୟ ଆର୍ଜେଣ୍ଟିନା ଫର୍ମରେ ଅଛି। ଆଉ ଆର୍ଜେଣ୍ଟିନା ଫ୍ୟାନ୍ସଙ୍କ ନଜର ଅଧିନାୟକ ଲିଓନେଲ ମେସିଙ୍କ ଉପରେ ଅଛି।

Also Read: FIFA World Cup 2022: ଆଜିଠୁ କାତାରରେ ଫୁଟବଲ ମହାକୁମ୍ଭ, ଏଠାରେ ଦେଖିପାରିବେ opening ceremony ଓ ଉଦଘାଟନୀ ମ୍ୟାଚ୍

ସୂଚନାନୁସାରେ, ଲିଓନେଲ ମେସିଙ୍କ ନେତୃତ୍ୱାଧୀନ ଆର୍ଜେଣ୍ଟିନା ଦଳ, କାତାର ପଞ୍ଚ ତାରକା ରହଣି ପ୍ରତ୍ୟାଖ୍ୟାନ କରିଛନ୍ତି। ସେମାନେ କାତାର ବିଶ୍ୱବିଦ୍ୟାଳୟର ଏକ ଛାତ୍ରାବାସରେ ଅଛନ୍ତି। ବାର୍ବିକ୍ୟୁ ବା ଆର୍ଜେଣ୍ଟିନାର ପାରମ୍ପରିକ ମାଂସ ଭୋଜନ ଆସାଦୋକୁ ଉପଭୋଗ କରିବା ପାଇଁ ଦଳ ନିଷ୍ପତ୍ତି ନେଇଛି। ଆଉ ବିଶ୍ୱବିଦ୍ୟାଳୟ ଛାତ୍ରାବାସର ହଲରେ ଏକ ବାର୍ବିକ୍ୟୁ ଷ୍ଟେସନ ମଧ୍ୟ ସ୍ଥାପନ ହୋଇସାରିଛି। ଆର୍ଜେଣ୍ଟିନା ଏଫଏ ଅଧିକାରୀ କହିଛନ୍ତି, "ଆମେ ଅନେକ ଥର କ୍ୟାମ୍ପସ ପରିଦର୍ଶନ କରିଥିଲୁ ଏବଂ ଏହାକୁ ବାଛିଥିଲୁ କାରଣ ଏହାର କେବଳ ସୁବିଧା ନାହିଁ ବରଂ ଆସାଦୋ (ଆର୍ଜେଣ୍ଟିନାର ପାରମ୍ପରିକ ବାର୍ବିକ୍ୟୁ) ପାଇଁ ଏହା ମଧ୍ୟ ଉପଯୁକ୍ତ ଖୋଲା ସ୍ଥାନ ଅଟେ। "

ଅଧିକାରୀ ଜଣକ କହିଛନ୍ତି ଯେ, ଖେଳାଳି ଏବଂ ଆର୍ଜେଣ୍ଟିନା ପାଇଁ ଆସାଦୋ  ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଏହା ସେମାନଙ୍କ ସଂସ୍କୃତିର ଏକ ଅଂଶ। ସେମାନେ କତାରରେ ଥିବାବେଳେ ନିଜ ଘରକୁ ଅନୁଭବ କରିବାକୁ ଚାହୁଁଛନ୍ତି। ଫୁଟବଲ ଉପରେ ଧ୍ୟାନ ଦେବାବେଳେ ସେମାନେ ଘରର ସ୍ୱାଦ ପାଇବାକୁ ନିଶ୍ଚିତ କରିବା ପାଇଁ ଏହା କରିବାର ସର୍ବୋତ୍ତମ ଉପାୟ ବୋଲି ସେ କହିଛନ୍ତି। ଉଭୟ ଆର୍ଜେଣ୍ଟିନା ଓ ଉରୁଗୁଏ ମିଳିତ ଭାବେ ୯୦୦ କିଲୋଗ୍ରାମ ଗୋମାଂସ ନେଇ କାତାର ଆସିଛନ୍ତି। ଏଥିରେ ସେମାନଙ୍କ ଦୂତାବାସ ସାହାଯ୍ୟ କରିଛି। କେବଳ ଘରର ସ୍ୱାଦ ପାଇବା ପାଇଁ ସେମାନେ ଏପରି ପଦକ୍ଷେପ ନେଇଛନ୍ତି। 

Also Read: ହେବନି ଦ୍ୱିତୀୟ ଟି-20 ମ୍ୟାଚ୍! ପ୍ରଥମ ମ୍ୟାଚ୍ ପରେ ଦ୍ୱିତୀୟ ଉପରେ ବି ସଙ୍କଟର କଳା ବାଦଲ

ଆର୍ଜେଣ୍ଟିନା କୋଚ୍, ଲିଓନେଲ ସାଲୋନି କହିଛନ୍ତି ଯେ, ଆସାଦୋ ଖେଳାଳିଙ୍କୁ ଏକତ୍ରୀତ କରିବ। ସେ କହିଛନ୍ତି, "ଆସାଦୋ ମୋର ପ୍ରିୟ ଖାଦ୍ୟ। ଏହା ଏକତ୍ରୀତ ପାଇଁ ଏକ ମାହୋଲ ଏବଂ କଲେକ୍ଟିଭିଟି କେମେଷ୍ଟ୍ରି ସୃଷ୍ଟି କରେ।" କାତାର ବିଶ୍ୱକପ୍ ପରେ ଆର୍ଜେଣ୍ଟିନା ଅଧିନାୟକ ମେସିଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଶେଷ ହେବାର ସମ୍ଭାବନା ରହିଛି। ଫିଫା ବିଶ୍ୱକପ ୨୦୨୨ର ଗ୍ରୁପ ସିରେ ଆର୍ଜେଣ୍ଟିନା ଅଛି। ଏହି ଗ୍ରୁପରେ ଆର୍ଜେଣ୍ଟିନା ହ ସାଉଦି ଆରବ, ମେକ୍ସିକୋ ଏବଂ ପୋଲାଣ୍ଡ ମଧ୍ୟ ଅଛନ୍ତି।