FIFA World Cup 2022: ରାଜ୍ୟପାଳ ଓ କ୍ରୀଡା ମନ୍ତ୍ରୀଙ୍କୁ ଶକ୍ତ ଚାପୁଡ଼ା! ସୁନିଲ ଛେତ୍ରିଙ୍କୁ ଫିଫା ଦେଲା ଏମିତି ସମ୍ମାନ
Advertisement

FIFA World Cup 2022: ରାଜ୍ୟପାଳ ଓ କ୍ରୀଡା ମନ୍ତ୍ରୀଙ୍କୁ ଶକ୍ତ ଚାପୁଡ଼ା! ସୁନିଲ ଛେତ୍ରିଙ୍କୁ ଫିଫା ଦେଲା ଏମିତି ସମ୍ମାନ

FIFA World Cup 2022: ଫିଫା ଟ୍ୱିଟ କରି କହିଛି ଯେ, ଆପଣମାନେ ସମସ୍ତେ ରୋନାଲ୍ଡୋ ଓ ମେସିଙ୍କ ବିଷୟରେ ଜାଣିଛନ୍ତି। ବର୍ତ୍ତମାନ ଅନ୍ତରାଜାତୀୟ ସ୍ତରରେ ତୃତୀୟ ସର୍ବାଧିକ ଗୋଲ କରିଥିବା ଆକ୍ଟିଭ୍ ମଣିଷର ଅକୁହା କାହାଣୀ ବିଷୟରେ ଜାଣିବା। ସୁନିଲ ଛେତ୍ରିଙ୍କ ଜୀବନୀ ଉପରେ ଆଧାରିତ ସିରିଜ Captain Fantastic ଫିଫା ପ୍ଲସରେ ଉପଲବ୍ଧ ହୋଇଛି।

FIFA World Cup 2022: ରାଜ୍ୟପାଳ ଓ କ୍ରୀଡା ମନ୍ତ୍ରୀଙ୍କୁ ଶକ୍ତ ଚାପୁଡ଼ା! ସୁନିଲ ଛେତ୍ରିଙ୍କୁ ଫିଫା ଦେଲା ଏମିତି ସମ୍ମାନ

FIFA World Cup 2022, ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଦଳର ଅଧିନାୟକ ହେଉଛନ୍ତି ସୁନିଲ ଛେତ୍ରି। ଏସିଆନ୍ ଆଇକନ ନାମରେ ପରିଚିତ ଛେତ୍ରିଙ୍କ ସପ୍ତାହକ ତଳେ ପଶ୍ଚିମବଙ୍ଗରେ ଅସମ୍ମାନ କରାଯାଇଥିଲା। ଦୁରନ୍ଦ କପର ପୁରସ୍କାର ବିତରଣ ଉତ୍ସବରେ ସୁନିଲଙ୍କୁ କୁକୁର-ମାଙ୍କଡ ଭଳି ବ୍ୟବହାର କରାଯାଇଥିଲା। ମୁଖ୍ୟଅତିଥି ହୋଇ ଆସିଥିବା ପଞ୍ଚିମବଙ୍ଗ ରାଜ୍ୟପାଳ ଓ କ୍ରୀଡାମନ୍ତ୍ରୀ କେବଳ ଟ୍ରଫି ସହ ଫଟୋ ଉଠାଇବେ ବୋଲି ଏହି ଷ୍ଟାର ପ୍ଲେୟାରଙ୍କୁ ଆଡେଇ ଦେଇଥିଲେ। କିନ୍ତୁ ସେହି ଫୁଟବଲ ଲିଜଣ୍ଡଙ୍କୁ ଫିଫା ପକ୍ଷରୁ ସମ୍ମାନୀତ କରାଯାଇଛି। ସୁନିଲଙ୍କ କ୍ୟାରିୟରକୁ ନେଇ ଏକ ସିରିଜ ପ୍ରସ୍ତୁତ କରାଯାଇଛି ଯାହା ଫିଫା ପ୍ଲସରେ ଉବଲବ୍ଧ ହୋଇଛି ବୋଲି ବୁଧବାର ସଙ୍ଘ ପକ୍ଷରୁ କୁହାଯାଇଛି।

ଫିଫା ଟ୍ୱିଟ କରି କହିଛି ଯେ, ଆପଣମାନେ ସମସ୍ତେ ରୋନାଲ୍ଡୋ ଓ ମେସିଙ୍କ ବିଷୟରେ ଜାଣିଛନ୍ତି। ବର୍ତ୍ତମାନ ଅନ୍ତରାଜାତୀୟ ସ୍ତରରେ ତୃତୀୟ ସର୍ବାଧିକ ଗୋଲ କରିଥିବା ଆକ୍ଟିଭ୍ ମଣିଷର ଅକୁହା କାହାଣୀ ବିଷୟରେ ଜାଣିବା। ସୁନିଲ ଛେତ୍ରିଙ୍କ ଜୀବନୀ ଉପରେ ଆଧାରିତ ସିରିଜ Captain Fantastic ଫିଫା ପ୍ଲସରେ ଉପଲବ୍ଧ ହୋଇଛି। ଏହା ତିନୋଟି ଖଣ୍ଡରେ ଅଛି। ଯେଉଁଥିରେ ଅର୍ନ୍ତଜାତୀୟ ଫୁଟବଲରେ ସୁନିଲଙ୍କ ଅବଦାନକୁ ପ୍ରଶଂସା କରାଯାଇଛି। ଭାରତ ଆଜି ଯାଏ ଫୁଟବଲ ବିଶ୍ୱକପ ଖେଳିପାରିନାହିଁ। କିନ୍ତୁ ଦଳର ଅଧିନାୟକ ଭାବେ ସୁନିଲ ଛେତ୍ରିଙ୍କ ପ୍ରଦର୍ଶନ ସଫଳତାର ଅନେକ ରେକର୍ଡକୁ ଭାଙ୍ଗିଦେଇଛି। 

Also Read: ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ବଢ଼ିଲା ୪ ପ୍ରତିଶତ ମହଙ୍ଗା ଭତ୍ତା

୩୭ ବର୍ଷୀୟ ସୁନିଲ ଛେତ୍ରିଙ୍କୁ ଫିଫା ପ୍ରଶଂସା କରିବା ସହ ଏକ ଫଟୋ ମଧ୍ୟ ସେୟାର କରିଛି। ଯେଉଁଛି ଏକ ନମ୍ବରରେ ଫର୍ତ୍ତୁଗାଲ ଷ୍ଟାର ତଥା ଫୁଟବଲ କିମ୍ବଦନ୍ତୀ କ୍ରିଷ୍ଟିଆନୋ ରୋନାଲ୍ଡୋ ଏକ ନମ୍ବରରେ ଅଛନ୍ତି। ତାଙ୍କ ପଛକୁ ଆର୍ଜେଣ୍ଟିନା ଲିଜଣ୍ଟ ଲିଓନେଲ ମେସି ଓ ତୃତୀୟରେ ଏସିଆନ ଆଇକନ୍ ସୁନିଲ ଛେତ୍ରି ଅଛନ୍ତି। ଫିଫାର ଏହି ଟ୍ୱିଟ ପରେ ଭାରତୀୟ ଫୁଟବଲ ଦଳର ଅଧିନାୟକଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ କରି ଛେତ୍ରିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତେବେ ସୁନିଲଙ୍କ ଏହି ଉପଲବ୍ଧି ଭାରତରେ ଫୁଟବଲକୁ ଲୋକପ୍ରିୟ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

fallback

ତିନୋଟି ପାର୍ଟରେ ଥିବା Captain Fantasticକୁ ଦିଲ୍ଲୀ ଓ ବେଙ୍ଗାଲୁରୁରେ ସୁଟିଂ କରାଯାଇଛି। ପ୍ରଥମ ଭାଗରେ ଭାରତର ଅଧିନାୟକ ଭାବେ ସୁନିଲ ଛେତ୍ରିଙ୍କର ଯାତ୍ରା ଦେଖାଯାଇଛି। ଦ୍ୱିତୀୟରେ ସେ କେଉଁଭଳି ନିଜକୁ ସର୍ବଶ୍ରେଷ୍ଠ ଖେଳାଳୀ କରିପାରିଥିଲେ ତାହା ରହିଥିବା ବେଳେ ତୃତୀୟ ଭାଗରେ ନିଜର ପେଶାଦାର ଜୀବନ ଏବଂ ବ୍ୟକ୍ତିଗତ ଜୀବନର ଉପରେ ଆଲୋକପାତ କରାଯାଇଛି। ଅନ୍ତର୍ଜାତୀୟ ସ୍ତରରେ ପ୍ରଥମ ସ୍ଥାନରେ ଥିବା ରୋନାଲଡୋ ବର୍ତ୍ତମାନ ସୁଦ୍ଧା ୧୧୭ ଗୋଲ କରିଛନ୍ତି। ୯୦ ଗୋଲ ସହ ମେସି ଦ୍ୱିତୀୟ ସ୍ଥାନରେ ରହି ଥିବା ବେଳେ ସୁନିଲ ଛେତ୍ରି ୮୪ ଗୋଲ ସହ ତୃତୀୟ ସ୍ଥାନରେ ଅଛନ୍ତି। ଭାରତ ପାଇଁ ସେ ବର୍ତ୍ତମାନ ସୁଦ୍ଧା ୧୩୧ଟି ମ୍ୟାଚ ଖେଳି ଏହି ସଫଳତା ହାସଲ କରିଛନ୍ତି।

Also Read: Durand Cup 2022: ଟୁର୍ଣ୍ଣାମେଣ୍ଟ ଜିତିଲା Bengaluru FC, ପୁରସ୍କାର ନେଲେ ପଶ୍ଚିମବଙ୍ଗ ରାଜ୍ୟପାଳ ଓ ମନ୍ତ୍ରୀ!

ତେବେ ସୁନିଲଙ୍କ ଏହି ସଫଳତା ପଶ୍ଚିମବଙ୍ଗ ରାଜ୍ୟପାଳ ଲା ଗେଣେଶନ ଓ ଶ୍ଚିମବଙ୍ଗ କ୍ରୀଡା ମନ୍ତ୍ରୀ ଅରୁପ ବିଶ୍ୱାସଙ୍କ ପାଇଁ ଏକ ଶିକ୍ଷା। କାରଣ ଏହି ଉଭୟ ବ୍ୟକ୍ତି ସୁନିଲ ଛେତ୍ରି ଓ ତାଙ୍କ ନେତୃତ୍ୱାଧିନ ବେଙ୍ଗାଲୁରୁ ଏଫସିର ଖେଳାଳିଙ୍କୁ ମଞ୍ଚରେ ଅପମାନୀତ କରିଥିଲେ। ସେପ୍ଟେମ୍ବର ୧୯ ତାରିଖରେ Durand Cup 2022ର ଫାଇନାଲ ଖେଳାଯାଇଥିଲା। ଏଥିରେ ମୁମ୍ବାଇ ସିଟିକୁ ୧-୨ରେ ହରାଇ ବେଙ୍ଗାଲୁରୁ ଏଫସି ଚମ୍ପିଆନ ହୋଇଥିଲା। ଆଉ ଟ୍ରଫି ନେବାକୁ ମଞ୍ଚ ଉପରକୁ ଯାଇଥିବା ବେଳେ ଫଟୋ ଖରାପ ଆସିବ ବୋଲି ରାଜ୍ୟପାଳ ଓ କ୍ରୀଡା ମନ୍ତ୍ରୀ ତାଙ୍କୁ ଏଡାଇ ଦେଇଥିଲେ। ଯାହାର ଭିଡିଓ ଖୁବ ଭାଇରାଲ ହୋଇଥିଲା।