FIFA World Cup 2022: ଇତିହାସ ରଚିଲେ ଲିଓନେଲ ମେସି, ପ୍ରି-କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ଆର୍ଜେଣ୍ଟିନା
Advertisement
Article Detail0/zeeodisha/odisha1465344

FIFA World Cup 2022: ଇତିହାସ ରଚିଲେ ଲିଓନେଲ ମେସି, ପ୍ରି-କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ଆର୍ଜେଣ୍ଟିନା

Argentina vs Poland: ଫିଫା ବିଶ୍ୱକପ ୨୦୨୨ରେ ବୁଧବାର ଅର୍ଥାତ ନଭେମ୍ବର ୩୦ର ରାତିରେ ଗ୍ରୁପ୍-ସିରେ ଦୁଇଟି ବଡ଼ ମ୍ୟାଚ୍ ଖେଳାଯାଇଛି । ଏଥିରେ ଲିଓନେଲ ମେସିଙ୍କ ଅଧିନାୟକତ୍ୱରେ ଆର୍ଜେଣ୍ଟିନା ଦଳର ରୋମାଞ୍ଚକର ମୁକାବିଲା ରୋବର୍ଟ ଲେୱାଣ୍ଡୋସ୍କିଙ୍କ ଦଳ ପୋଲାଣ୍ଡ ସହିତ ହୋଇଛି । ଏଥିରେ ଲିଓନେଲ ମେସିଙ୍କ ଦଳ ଆର୍ଜେଣ୍ଟିନା ୨-୦ରେ ବିଜୟ ହାସଲ କରିଛି ।

FIFA World Cup 2022: ଇତିହାସ ରଚିଲେ ଲିଓନେଲ ମେସି, ପ୍ରି-କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ଆର୍ଜେଣ୍ଟିନା

FIFA World Cup 2022, Argentina vs Poland: ଚଳିତ ବର୍ଷ କାତାର (Qatar) ରେ ଫୁଟବଲର ମହାକୁମ୍ଭ ଫିଫା ବିଶ୍ୱକପ ୨୦୨୨ (FIFA World Cup 2022) ଆୟୋଜିତ ହେଉଛି । ଫିଫା ବିଶ୍ୱକପ ୨୦୨୨ରେ ବୁଧବାର ଅର୍ଥାତ ନଭେମ୍ବର ୩୦ର ରାତିରେ ଗ୍ରୁପ୍-ସିରେ ଦୁଇଟି ବଡ଼ ମ୍ୟାଚ୍ ଖେଳାଯାଇଛି । ଏଥିରେ ଲିଓନେଲ ମେସି (Lionel Messi) ଙ୍କ ଅଧିନାୟକତ୍ୱରେ ଆର୍ଜେଣ୍ଟିନା ଦଳର ରୋମାଞ୍ଚକର ମୁକାବିଲା (Argentina vs Poland) ରୋବର୍ଟ ଲେୱାଣ୍ଡୋସ୍କି (Robert Lewandowski) ଙ୍କ ଦଳ ପୋଲାଣ୍ଡ ସହିତ ହୋଇଛି । ଏଥିରେ ଲିଓନେଲ ମେସିଙ୍କ ଦଳ ଆର୍ଜେଣ୍ଟିନା (Argentina Team) ୨-୦ରେ ବିଜୟ ହାସଲ କରିଛି । ଏହି ବିଜୟ ସହିତ ଆର୍ଜେଣ୍ଟିନା ନିଜ ଗ୍ରୁପରେ ଟପ୍ କରି ପ୍ରି-କ୍ୱାର୍ଟର ଫାଇନାଲ (FIFA World Cup Pre Quarter Final 2022) ରେ ସ୍ଥାନ ପକ୍କା କରିନେଇଛି । ବର୍ତ୍ତମାନ ସୁପର-୧୬ରେ ଆର୍ଜେଣ୍ଟିନା ଗ୍ରୁପ୍-ଡିର ଦ୍ୱିତୀୟ ନମ୍ବର ଦଳ ଅଷ୍ଟ୍ରେଲିଆ ସହିତ ମୁହାଁମୁହିଁ ହେବ ।

 ସେପଟେ ଦ୍ୱିତୀୟ ମ୍ୟାଚ୍‌ରେ ମେକ୍ସିକୋ ଦଳ ସାଉଦି ଆରବକୁ ୨-୧ରେ ପରାସ୍ତ କରିଛି । ଏହି ମ୍ୟାଚ୍ (Mexico vs Saudi Arabia)  ଜିତିବା ଦ୍ୱାରା ମେକ୍ସିକୋ ଦଳ ନିଶ୍ଚିତ ଭାବରେ ପଏଣ୍ଟ ଦୃଷ୍ଟିରୁ ପୋଲାଣ୍ଡର ବରାବର କରିଛି । କିନ୍ତୁ ଗୋଲ ପାର୍ଥକ୍ୟ ଯୋଗୁଁ ସେ ପ୍ରି-କ୍ୱାର୍ଟର ଫାଇନାଲ (FIFA World Cup Pre Quarter Final 2022) ରେ ପ୍ରବେଶ କରିପାରି ନାହିଁ । ଏହିପରି ଗ୍ରୁପ୍-ସିରୁ ମେକ୍ସିକୋ ଓ ସାଉଦି ଆରବର ଦଳ ବାହାର ହୋଇଯାଇଛି । ପୋଲାଣ୍ଡ ଗ୍ରୁପରେ ଦ୍ୱିତୀୟ ନମ୍ୱରରେ ରହି ସୁପର-16 ପାଇଁ ଯୋଗ୍ୟତା ଅର୍ଜନ କରିଛି । ଯେଉଁଠାରେ ପୋଲାଣ୍ଡର ମୁକାବିଲା ଡିଫେଣ୍ଡିଂ ଚାମ୍ପିଅନ୍ ଫ୍ରାନ୍ସ ସହିତ ହେବ ।

ପୋଲାଣ୍ଡ ବିପକ୍ଷ ମ୍ୟାଚରେ ଲିଓନେଲ ମେସି ତାଙ୍କ ପୁରୁଣା ରଙ୍ଗରେ ନଜରକୁ ଆସିନଥିଲେ । ମ୍ୟାଚରେ ଲିଓନେଲ ମେସି ଗୋଟିଏ ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରିବାରେ ମଧ୍ୟ ବଞ୍ଚିତ ହୋଇଥିଲେ । ଏସବୁ ସତ୍ତ୍ୱେ ମେସିଙ୍କ ଦଳ ବହୁତ ଦମଦାର୍ ନଜରକୁ ଆସିଛି, ପୂରା ମ୍ୟାଚରେ ଆର୍ଜେଣ୍ଟିନା ପୋଲାଣ୍ଡ ଉପରେ ଚାପ ସୃଷ୍ଟି କରିରଖିଥିଲା । ଲାଗୁଥିଲା ଯେପରି ଆର୍ଜେଣ୍ଟିନା ଦଳ ପୋଲାଣ୍ଡର ଗୋଲ୍ ପୋଷ୍ଟ ନିକଟରେ ଖେଳୁଛି । ଏହି ମ୍ୟାଚରେ ଖେଳିବା ପାଇଁ ମୈଦାନକୁ ଓହ୍ଲାଇବା ମାତ୍ରେ ଲିଓନେଲ ମେସି ଇତିହାସ ସୃଷ୍ଟି କରିଛନ୍ତି । ଲିଓନେଲ ମେସି ଆର୍ଜେଣ୍ଟିନା ପାଇଁ ବିଶ୍ୱକପରେ ୨୨ଟି ମ୍ୟାଚ୍ ଖେଳାଳି ଅଛନ୍ତି । ଏହି ପରିପ୍ରେକ୍ଷୀରେ ସେ କିମ୍ବଦନ୍ତୀ ଫୁଟବଲର ମାରାଡୋନାଙ୍କୁ ଫଛକୁ ଛାଡ଼ି ଦେଇଛନ୍ତି ।

ଅଧିକ ପଢ଼ନ୍ତୁ:-ପୁରୁଷମାନେ ନିଜ ଦୁର୍ବଳତାକୁ ଦୂର କରିବା ପ୍ରତିଦିନ ଖାଆନ୍ତୁ ଏସବୁ ଜିନିଷ, ୪୦ ପରେ ବି ଆପଣଙ୍କ ଶରୀରର ରହିବ ଫିଟ୍

ଅଧିକ ପଢ଼ନ୍ତୁ:-ମତଦାନ ପୂର୍ବରୁ ଗୁଜୁରାଟରେ ହିଂସାକାଣ୍ଡ; ବିଜେପି ପ୍ରାର୍ଥୀ ଉପରେ ମରଣାନ୍ତକ ଆକ୍ରମଣ

ଅଧିକ ପଢ଼ନ୍ତୁ:-ଆସିଯାଇଛି ଡିସେମ୍ୱର ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

 

ପ୍ରଥମାର୍ଦ୍ଧରେ ଆର୍ଜେଣ୍ଟିନା ଓ ପୋଲାଣ୍ଡ ମଧ୍ୟରେ ମ୍ୟାଚ୍ ଗୋଲ୍ ଡ୍ରରେ ଶେଷ ହୋଇଥିଲା । କିନ୍ତୁ ଦ୍ୱିତୀୟାର୍ଦ୍ଧ ଆରମ୍ଭ ହେବା ସହିତ ଆର୍ଜେଣ୍ଟିନା ଦଳ ନିଜର ଖେଳକୁ ଆହୁରି ଆକ୍ରମଣାତ୍ମକ କରିଥିଲା । ୪୬ ତମ ମିନିଟରେ ଦଳ ପାଇଁ ଆଲେକ୍ସସ୍ ମ୍ୟାକ୍ ଆଲିଷ୍ଟର ପ୍ରଥମ ଗୋଲ୍ ସ୍କୋର କରିଥିଲେ । ଅର୍ଥାତ୍ ଦ୍ୱିତୀୟାର୍ଦ୍ଧ ଆରମ୍ଭ ହେବା ସହିତ ପ୍ରଥମ ଗୋଲ୍ ସ୍କୋର କରାଯାଇଥିଲା । ଏହା ପରେ ଜୁଲିଆନ୍ ଆଲଭରେଜ୍ ଆର୍ଜେଣ୍ଟିନା ପାଇଁ ଦ୍ୱିତୀୟ ଗୋଲ୍ ସ୍କୋର କରି ଦଳକୁ ଆଗୁଆ କରିଥିଲେ । ଏହି ଗୋଲ ୬୭ତମ ମିନିଟରେ ଆସିଥିଲା ​। ଏହି ମ୍ୟାଚରେ ପୋଲାଣ୍ଡ ଦଳ ଡିଫେଣ୍ଡିଂ ସ୍ଥିତିରେ ସମ୍ପୂର୍ଣ୍ଣ ରୂପେ ଦେଖାଯାଇଥିଲା, କିନ୍ତୁ ମ୍ୟାଚକୁ ବଞ୍ଚାଇ ପାରି ନଥିଲା ।