Jaya Bhardwaj: ଟିମ ଇଣ୍ଡିଆର ଏହି ଖେଳାଳିଙ୍କୁ ଲାଗିଲା ଚୂନା; ପତ୍ନୀଙ୍କ ସହ ୧୦ ଟଙ୍କାର ଠକେଇ, ମିଳିଲା ଜୀବନରୁ ମାରିଦେବାକୁ ଧମକ
Advertisement

Jaya Bhardwaj: ଟିମ ଇଣ୍ଡିଆର ଏହି ଖେଳାଳିଙ୍କୁ ଲାଗିଲା ଚୂନା; ପତ୍ନୀଙ୍କ ସହ ୧୦ ଟଙ୍କାର ଠକେଇ, ମିଳିଲା ଜୀବନରୁ ମାରିଦେବାକୁ ଧମକ

Jaya Bhardwaj: ଭାରତୀୟ କ୍ରିକେଟ୍ ଦଳର ଖେଳାଳି ଦୀପକ ଚହରଙ୍କ ପତ୍ନୀଙ୍କ ସହ ଏକ ଠକେଇ ମାମଲା ସାମ୍ନାକୁ ଆସିଛି । ଏହା ସମେତ ତାଙ୍କୁ ମୃତ୍ୟୁ ଧମକ ମଧ୍ୟ ଦିଆଯାଇଛି । ଜାଣନ୍ତୁ ପୂରା ମାମଲା ...

ସାଙ୍କେତିକ ଛବି

Deepak Chahar Jaya Bhardwaj: ଭାରତୀୟ କ୍ରିକେଟ୍ ଦଳର ଖେଳାଳି ଦୀପକ ଚହରଙ୍କ (Deepak Chahar) ପତ୍ନୀ ଜୟା ଭରଦ୍ୱାଜଙ୍କ (Jaya Bhardwaj) ସହ ଏକ ଠକେଇ ମାମଲା ସାମ୍ନାକୁ ଆସିଛି । ଜୟାଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଠକେଇ କରିନିଆଯାଇଛି । ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନର (Hyderabad Cricket Association) ପୂର୍ବତନ ମ୍ୟାନେଜର ଓ ତାଙ୍କ ପୁଅ ଜୟାଙ୍କୁ ଠକିଥିବା ଅଭିଯୋଗ ହୋଇଛି । ଦୀପକଙ୍କ ବାପାଙ୍କ ଅଭିଯୋଗ ଉପରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି । ରିପୋର୍ଟ ଅନୁଯାୟୀ, ଜୟା ଏକ ବ୍ୟବସାୟ ସଂପର୍କରେ ୧୦ ଲକ୍ଷ ଟଙ୍କା ଦେଇଥିଲେ । କିନ୍ତୁ ସେ ମାଗିବାରୁ ତାଙ୍କୁ ମୃତ୍ୟୁ ଧମକ ମିଳିଛି ।

ଖବର ଅନୁଯାୟୀ, ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନର ପୂର୍ବତନ ମ୍ୟାନେଜର ତଥା ତାଙ୍କ ପୁଅ ଦୀପକଙ୍କ ପତ୍ନୀ ଜୟାଙ୍କୁ ଠାରୁ ୧୦ ଲକ୍ଷ ଟଙ୍କା ଠକି ନେଇଛନ୍ତି । ପ୍ରକୃତରେ ଜୟା ତାଙ୍କୁ ବ୍ୟବସାୟିକ ପାର୍ଟନର କରିବା ପାଇଁ ଟଙ୍କା ଦେଇଥିଲେ । ଏହି ଚୁକ୍ତି ପାଇଁ ତାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ । କିନ୍ତୁ ପାର୍ଟନର ନ କରିବାରୁ ଯେତେବେଳେ ଜାୟା ତାଙ୍କୁ ଟଙ୍କା ମାଗିଲେ, ସେତେବଳେ ତାଙ୍କୁ ହତ୍ୟା ଧମକ ମିଳିଥିଲା । ଅଭିଯୋଗ ହୋଇଛି ଯେ ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନର ପୂର୍ବତନ ମ୍ୟାନେଜରଙ୍କ ପୁଅ ଧମକ ଦେଇଛନ୍ତି ଓ ମ୍ୟାନେଜର ମଧ୍ୟ ଜଣେ ପୂର୍ବତନ ଭାରତୀୟ କୋଚ ହେବାର ଭୟ ଦେଖାଇଛନ୍ତି । ଦୀପକ ଚହରଙ୍କ ପିତାଙ୍କ ଅଭିଯୋଗରେ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି ।

ଜୟା ଓ ଦୀପକଙ୍କ ପ୍ରେମ କାହାଣୀ ଲୋକଲୋଚନକୁ ଆସିଥିଲା, ​​ଯେତେବେଳେ ଭାରତୀୟ କ୍ରିକେଟର ଆଇପିଏଲ୍ ୨୦୨୧ ସମୟରେ ଏକ ମ୍ୟାଚ୍ ପରେ ଆଣ୍ଠୁ ମାଡି ଜୟାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । ଦୀପକ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳନ୍ତି । ଜୟା ଦିଲ୍ଲୀର ବାସିନ୍ଦା । ଆହତ କାରଣରୁ ଦୀପକ ଦୀର୍ଘ ସମୟ ଧରି ଦଳ ବାହାରେ ଥିଲେ । ଏହି କାରଣରୁ ସେ ଗତ ବର୍ଷ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଟି-୨୦ ବିଶ୍ୱକପରେ ଖେଳିପାରିନଥିଲେ ।

କହିରଖୁଛୁ ଯେ ଦୀପକ ଚହରଙ୍କ ପରିବାର ଆଗ୍ରା ରେ ରୁହନ୍ତି । ଗତ ବର୍ଷ ଜୁନ୍ ମାସରେ ଦୀପକ ଓ ଜୟା ବିବାହ କରିଥିଲେ । ଘନିଷ୍ଠ ସମ୍ପର୍କୀୟଙ୍କ ସହ ଅନେକ ବନ୍ଧୁ ମଧ୍ୟ ଏହି ଦୁଇଜଣଙ୍କ ବିବାହରେ ପହଞ୍ଚିଥିଲେ । ଏହି ଦୁଇଜଣଙ୍କର ବିବାହ ବହୁତ ଲୋକପ୍ରିୟ ଥିଲା । ଦୀପକ ଓ ଜୟା ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ୍ କରୁଥିଲେ । ଭାରତୀୟ କ୍ରିକେଟ୍ ଦଳର ଖେଳାଳିମାନେ ସେମାନଙ୍କ ପ୍ରଦର୍ଶନ ଯୋଗୁଁ ବହୁତ ଲୋକପ୍ରିୟ ହୋଇଛନ୍ତି । ଡିସେମ୍ବର ୨୦୨୨ ରେ ଦୀପକ ଭାରତ ପାଇଁ ଶେଷ ଦିନିକିଆ ଖେଳିଥିଲେ । ଏହା ସହ ସେ ନିଜର ଶେଷ ଟି-୨୦ ମ୍ୟାଚ୍ ଅକ୍ଟୋବର ୨୦୨୨ ରେ ଖେଳିଥିଲେ ।

ଏହା ବି ପଢ଼ନ୍ତୁ: Ranji Trophy: ବିହାରୀଙ୍କ ଗୋଟିଏ ହାତରେ 'ଓଲଟା ଚାପୁଡ଼ା' ଦ୍ୱାରା ବିସ୍ମିତ ହେଲେ ଦୀନେଶ କାର୍ତ୍ତିକ, କହିଲେ ଏସବୁ କଥା