David Warner announces ODI retirement: ନୂଆ ବର୍ଷର ପ୍ରଥମ ଦିନରେ ଡେଭିଡ ୱାର୍ଣ୍ଣର କଲେ ବଡ଼ ଘୋଷଣା, ODI କ୍ରିକେଟରୁ ନେଲେ ଅବସର
Advertisement
Article Detail0/zeeodisha/odisha2038436

David Warner announces ODI retirement: ନୂଆ ବର୍ଷର ପ୍ରଥମ ଦିନରେ ଡେଭିଡ ୱାର୍ଣ୍ଣର କଲେ ବଡ଼ ଘୋଷଣା, ODI କ୍ରିକେଟରୁ ନେଲେ ଅବସର

David Warner Retirement: ଡେଭିଡ ୱାର୍ଣ୍ଣର ପୂର୍ବରୁ ଟେଷ୍ଟ କ୍ରିକେଟ୍ ଛାଡିବାକୁ ଘୋଷଣା କରିସାରିଥିଲେ, ବର୍ତ୍ତମାନ ସେ ODI କ୍ରିକେଟକୁ ବିଦାୟ ମଧ୍ୟ ଦେଇଛନ୍ତି। ସେ ନୂଆ ବର୍ଷର ପ୍ରଥମ ଦିନରେ ଏହା ଘୋଷଣା କରିଛନ୍ତି।

 

David Warner announces ODI retirement

David Warner announces ODI retirement: ଅଷ୍ଟ୍ରେଲିଆର ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ ୱାର୍ନର ନୂଆ ବର୍ଷର ପ୍ରଥମ ଦିନରେ ଏକ ବଡ଼ ଘୋଷଣା କରିଛନ୍ତି। ସୋମବାର ଦିନ (୧ ଜାନୁଆରୀ) ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଗଣମାଧ୍ୟମ ସହ କଥାବାର୍ତ୍ତା କରିବା ବେଳେ ସେ କହିଛନ୍ତି ଯେ ସେ ବର୍ତ୍ତମାନ ମଧ୍ୟ ODI କ୍ରିକେଟ୍ ରୁ ଅବସର ନେଉଛନ୍ତି। କହିରଖୁଛୁ ଯେ ସେ ଟେଷ୍ଟ କ୍ରିକେଟ୍ ଛାଡିବାକୁ ପୂର୍ବରୁ ଘୋଷଣା କରିସାରିଛନ୍ତି। ୩ ଜାନୁଆରୀରୁ ସିଡନୀରେ ପାକିସ୍ତାନ-ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ୍ ତାଙ୍କ କ୍ୟାରିୟରର ଶେଷ ରେଡ୍ ବଲ୍ ମ୍ୟାଚ୍ ହେବ।

ପାକିସ୍ତାନ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ତାଙ୍କ କରିୟରର ଶେଷ ଟେଷ୍ଟ ସିରିଜ୍ ହେବ ବୋଲି ୱାର୍ଣ୍ଣର ବହୁ ପୂର୍ବରୁ ଘୋଷଣା କରିଥିଲେ। ଏହି ଟେଷ୍ଟ ସିରିଜର ଶେଷ ମ୍ୟାଚ୍‌ରେ ତାଙ୍କୁ କ୍ରିକେଟ୍ ଅଷ୍ଟ୍ରେଲିଆ ମଧ୍ୟ ଏକ ସ୍ୱତନ୍ତ୍ର ବିଦାୟ ଦେବାକୁ ପ୍ରସ୍ତୁତ ହେଉଛି। ଏହି ସମୟରେ ୱାର୍ଣ୍ଣର ODI କ୍ରିକେଟରୁ ଅବସର ନେଇଥିବା ସୂଚନା ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଥିସହ ସେ ଏହା ମଧ୍ୟ କହିଛନ୍ତି ଯେ ଦୁଇ ବର୍ଷ ମଧ୍ୟରେ ଟି-୨୦ କ୍ରିକେଟ୍ ଖେଳିବାବେଳେ ଯଦି ସେ ସମ୍ପୂର୍ଣ୍ଣ ଫିଟ୍ ରୁହନ୍ତି ଓ ଅଷ୍ଟ୍ରେଲିଆ ତାଙ୍କୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ ରେ ଆବଶ୍ୟକ କରେ, ତେବେ ସେ ନିଶ୍ଚିତ ଭାବେ ODI କ୍ରିକେଟ୍ ରେ ପ୍ରତ୍ୟାବର୍ତ୍ତନ କରିବେ।

କ’ଣ କହିଛନ୍ତି ଡେଭିଡ ୱାର୍ନର?
ୱାର୍ଣ୍ଣର କହିଛନ୍ତି, 'ମୁଁ ନିଶ୍ଚିତ ଭାବେ ODI କ୍ରିକେଟରୁ ଅବସର ନେଉଛି। ଏହା ଏପରି ଏକ ବିଷୟ ଯାହାକୁ ମୁଁ ନିଜେ ବିଶ୍ୱକପ୍ ସମୟରେ ଭାବିଥିଲି। ଆଜି ମୁଁ ନିଷ୍ପତ୍ତି ନେଇଛି ଯେ କ୍ରିକେଟର ଏହି ଫର୍ମାଟକୁ ବିଦାୟ ଦେବାର ସମୟ ଆସିଛି। ଏହି ନିଷ୍ପତ୍ତି ପରେ, ମୁଁ ସାରା ବିଶ୍ୱରେ ଟି-୨୦ ଲିଗ୍ ଖେଳିବାର ସୁଯୋଗ ପାଇବି। ହଁ, ମୁଁ ଜାଣେ ଯେ ଚାମ୍ପିଅନ୍ସ ଟ୍ରଫି କୋଣ ଅନୁକୋଣରେ ଅଛି। ଯଦି ମୁଁ ଆଗାମୀ ଦୁଇ ବର୍ଷରେ ଭଲ କ୍ରିକେଟ୍ ଖେଳିବା ଜାରି ରଖେ ଓ ଅଷ୍ଟ୍ରେଲିଆ ମୋତେ ଆବଶ୍ୟକ କରେ, ତେବେ ମୁଁ ଉପଲବ୍ଧ ହେବି।"

ଡେଭିଡ ୱାର୍ନରଙ୍କ ODI ଓ ଟେଷ୍ଟ ରେକର୍ଡ
ODI କ୍ରିକେଟରେ ତାଙ୍କ ନାମରେ ଡେଭିଡ ୱାର୍ନର ୬୯୩୨ ରନ୍ କରିଛନ୍ତି। ସେ ଅଷ୍ଟ୍ରେଲିଆ ପାଇଁ ୧୬୧ଟି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ସେ ଦୁଇଥର ବିଶ୍ୱକପ ବିଜେତା ଦଳର ଅଂଶ ମଧ୍ୟ ହୋଇଛନ୍ତି। ODI କ୍ରିକେଟରେ ଡେଭିଡ ୱାର୍ନରଙ୍କ ବ୍ୟାଟିଂ ହାରାହାରି ୪୫.୩୦ ଏବଂ ଷ୍ଟ୍ରାଇକ ହାର ୯୭.୨୬ ରହିଛି। ସେ ଏହି ଫର୍ମାଟରେ ୨୨ଟି ଶତକ ମାରିଛନ୍ତି। ଏଥି ସହିତ ଟେଷ୍ଟ କ୍ରିକେଟରେ ୱାର୍ଣ୍ଣର ହାରାହାରି ୪୪.୫୮ ରେ ୧୧୧ଟି ଟେଷ୍ଟ ମ୍ୟାଚରେ ୮୬୯୫ ରନ୍ ସଂଗ୍ରହ କରିଛନ୍ତି। ଏହି ଅବଧି ମଧ୍ୟରେ ସେ ୨୬ଟି ଶତକ ହାସଲ କରିଛନ୍ତି।