T20 WC 2024: ଟି -20 ବିଶ୍ୱକପ ୨୦୨୪ରେ କିଏ ହେବେ ଭାରତର ଅଧିନାୟକ? ଏପରି ବୟାନ ଦେଲେ ଜୟ ଶାହ
Advertisement
Article Detail0/zeeodisha/odisha2004443

T20 WC 2024: ଟି -20 ବିଶ୍ୱକପ ୨୦୨୪ରେ କିଏ ହେବେ ଭାରତର ଅଧିନାୟକ? ଏପରି ବୟାନ ଦେଲେ ଜୟ ଶାହ

T20 WC 2024: ଟି -20 ବିଶ୍ୱକପ ୨୦୨୪ (T20 WC 2024) ପାଇଁ ଆଉ ମାସ କେଇଟା ବାକି ରହିଛି । ଆଇପିଏଲ ୨୦୨୪ (IPL 2024) ଶେଷ ହେବା ପରେ ଅର୍ଥାତ୍ ଜୁନ୍ ମାସରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଟି -20 ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆର ଖେଳାଳି ଚୟନ ନେଇ ଆଲୋଚନା ଆରମ୍ଭ ହୋଇଛି। 

ସୌ(ସୋସିଆଲ ମିଡିଆ)

Rohit Sharma, T20 WC 2024: ଟି -20 ବିଶ୍ୱକପ ୨୦୨୪ (T20 WC 2024) ପାଇଁ ଆଉ ମାସ କେଇଟା ବାକି ରହିଛି । ଆଇପିଏଲ ୨୦୨୪ (IPL 2024) ଶେଷ ହେବା ପରେ ଅର୍ଥାତ୍ ଜୁନ୍ ମାସରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଟି -20 ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆର ଖେଳାଳି ଚୟନ ନେଇ ଆଲୋଚନା ଆରମ୍ଭ ହୋଇଛି। ତେବେ ସବୁଠୁ ବଡ଼ ପ୍ରଶ୍ନ ରୋହିତ ଶର୍ମା (Rohit Sharma) ଏହି ଟି -20 ବିଶ୍ୱକପରେ ଟିମ୍ ଇଣ୍ଡିଆର ଅଧିନାୟକ ଦାୟିତ୍ବ ନେବେ କି ନାହିଁ?

ବାସ୍ତବରେ, ଗତ ଟି -20 ବିଶ୍ୱକପ ୨୦୨୩ (World Cup 2023) ପରଠାରୁ ହିଟମ୍ୟାନ୍ ଗୋଟିଏ ଟି -20 ଖେଳି ନାହାଁନ୍ତି । ଦିନିକିଆ ବିଶ୍ୱକପ ୨୦୨୩ ଯୋଗୁଁ ରୋହିତ କ୍ରିକେଟ୍ ର ଅନ୍ୟ ସମସ୍ତ ଫର୍ମାଟରୁ ଦୂରେଇ ରହିଥିଲେ, ବର୍ତ୍ତମାନ ବିଶ୍ୱକପ୍ ଶେଷ ହୋଇଥିଲେ ମଧ୍ଯ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି -20 ସିରିଜରେ (ind vs sa t20 series) ରୋହିତ ସାମିଲ ହୋଇନାହାଁନ୍ତି । ତେବେ ଏସବୁ ଭିତରେ ହିଟମ୍ୟାନ୍ ଅଧିନାୟକ ଦାୟିତ୍ବ ତୁଲାଇବେ ନା ନାହିଁ ତାହାକୁ ନେଇ ଦ୍ବନ୍ଦ ଲାଗି ରହିଥିବା ବେଳେ ବସିସିଆଇ ସମ୍ପାଦକ ଜୟ ଶାହଙ୍କ (BCCI Secretary Jay shah) ଏକ ବଡ଼ ବୟାନ ସାମ୍ନାକୁ ଆସିଛି ।

ସେ  କହିଛନ୍ତି, ଏହି ମାମଲାରେ ନିଷ୍ପତ୍ତି ନେବାକୁ ଆହୁରି ବହୁତ ସମୟ ବାକି ଅଛି । ଆସନ୍ତାବର୍ଷ ଜୁନ୍ ମାସରେ ଟି-୨୦ ବିଶ୍ୱକପ ଖେଳାଯିବ । ଏହା ପୂର୍ବରୁ ଆଇପିଏଲ (IPL) ଓ ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ରହିଛି । ତେଣୁ ଏବେଠୁ ଏ ବାବଦରେ ସ୍ପଷ୍ଟୀକରଣ ଆବଶ୍ୟକ କ’ଣ । ସେହିଭଳି ଦ୍ରାବିଡଙ୍କ କାର୍ଯ୍ୟକାଳକୁ ନେଇ ଜୟ ଶାହ କହିଛନ୍ତି, ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ (Ind VS SA) ପରେ ଏନେଇ ଶେଷ ନିଷ୍ପତ୍ତି ନିଆଯିବ । ଏବେ ରାହୁଲ ଓ ତାଙ୍କର ଟିମ୍ ର କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି । କିନ୍ତୁ  ଚୁକ୍ତି ବାବଦରେ ଶେଷ ନିଷ୍ପତ୍ତି ନିଆଯାଇନି । ଆମ ପାଖରେ ସମୟ ଅଭାବରୁ କେବଳ କାର୍ଯ୍ୟକାଳ ବୃଦ୍ଧି ନେଇ ସହମତି ହୋଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରୁ ଫେରିବା ପରେ ଏନେଇ ଅନ୍ତିମ ନିଷ୍ପତ୍ତି ନିଆଯିବ । ସୂଚନା ଅନୁସାରେ ଦିନିକିଆ ବିଶ୍ୱକପ୍‌ ପରେ ରୋହିତ୍ ଶର୍ମାଙ୍କୁ ଟି-୨୦ ବିଶ୍ୱକପ୍‌ରେ ପୁଣି ଥରେ ଅଧିନାୟକ ପଦ ମିଳିବ ନା ଟିମ୍‌ ଇଣ୍ଡିଆ ଆଉ କାହା ସପକ୍ଷରେ ଯିବ ସେନେଇ ଜୋରଦାର ଚର୍ଚ୍ଚା ଜାରି ଲାଗି ରହିଛି। ​