T-20 ବିଶ୍ୱକପ ପାଇଁ କୋହଲିଙ୍କ ବିକଳ୍ପ ଖୋଜୁଛି ବିସିସିଆଇ; ଦଳରୁ ବାଦ ପଡିବେ ବିରାଟ!
Advertisement
Article Detail0/zeeodisha/odisha1248334

T-20 ବିଶ୍ୱକପ ପାଇଁ କୋହଲିଙ୍କ ବିକଳ୍ପ ଖୋଜୁଛି ବିସିସିଆଇ; ଦଳରୁ ବାଦ ପଡିବେ ବିରାଟ!

T20 World Cup 2022: ଅଷ୍ଟ୍ରେଲିଆରେ ଏହି ବର୍ଷ ଅକ୍ଟୋବର ମାସରେ ଟି-୨୦ ବିଶ୍ୱକପ ଖେଳାଯିବ । ଚଳିତ ବର୍ଷ ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପର ଆୟୋଜନ କରିବ।

ସୌ: ସୋସିଆଲ ମିଡିଆ

India vs England: ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ (Virat Kohli) ଖରାପ ଫର୍ମ ଜାରି ରହିଛି । ଆଗାମୀ ଟି-୨୦ ବିଶ୍ୱକପକୁ (T20 World Cup 2022) ଦୃଷ୍ଟିରେ ରଖିଲେ କୋହଲିଙ୍କ ଖରାପ ଫର୍ମ ଦଳ ପାଇଁ ଅସୁବିଧାର କାରଣ ହୋଇଛି । ଏହି ସମୟରେ ଭାରତୀୟ ଦଳ (Team India) ଇଂଲଣ୍ଡ ବିପକ୍ଷରେ ୩ଟି ଟି-୨୦ ମ୍ୟାଚ୍ ଖେଳିବ । ଇଂଲଣ୍ଡ ସିରିଜରେ (India vs England) ଭଲ ପ୍ରଦର୍ଶନ କରୁଥିବା ଖେଳାଳିମାନେ ଆଗାମୀ ଟି-୨୦ ବିଶ୍ୱକପ ଦଳ ପାଇଁ ସେମାନଙ୍କର ଦାବିକୁ ମଜବୁତ କରିବେ, କିନ୍ତୁ ସବୁଠାରୁ ବଡ ପ୍ରଶ୍ନ ହେଉଛି ବିରାଟ କୋହଲି ଏହି ସିରିଜରେ ନିଜ ଫର୍ମକୁ ଫେରିପାରିବେ କି?

ବାସ୍ତବରେ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ବିରାଟ କୋହଲିଙ୍କ ପାଇଁ ଏକ ବଡ଼ ସୁଯୋଗ ବୋଲି ବିଶ୍ୱାସ କରାଯାଏ । ଯଦି ବିରାଟ କୋହଲି ଏହି ସିରିଜରେ ଭଲ ପ୍ରଦର୍ଶନ କରନ୍ତି, ତେବେ ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ଭାରତୀୟ ଦଳ ପାଇଁ ରିଲିଫ୍ ଖବର ଆସିବ, କିନ୍ତୁ ଯଦି କୋହଲିଙ୍କ ଫ୍ଲପ୍ ସୋ ଅବ୍ୟାହତ ରହେ, ତେବେ ଆଗାମୀ ଟି -୨୦ ବିଶ୍ୱକପ ପାଇଁ ଭାରତୀୟ ଚୟନକର୍ତ୍ତା ଅନ୍ୟ ଏକ ବିକଳ୍ପ ଉପରେ ବିଚାର କରିପାରନ୍ତି । ଏହି ପରିପ୍ରେକ୍ଷୀରେ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ କୋହଲି ଦୀର୍ଘ ଦିନ ଧରି ଭାରତ ପାଇଁ ଖେଳୁଛନ୍ତି । ଏଥିରେ କୌଣସି ସନ୍ଦେହ ନାହିଁ ଯେ ସେ ଜଣେ ମହାନ ଖେଳାଳି, କିନ୍ତୁ ବାରମ୍ବାର ଫ୍ଲପ୍ ଏକ ବିପଦ ଘଣ୍ଟି । 

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଟି-୨୦ ବିଶ୍ୱକପ ଅକ୍ଟୋବର ମାସରେ ଖେଳାଯିବ । ଚଳିତ ବର୍ଷ ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପ ଆୟୋଜନ କରିବ । ଗଣମାଧ୍ୟମ ରିପୋର୍ଟରେ ଏହା ଦାବି କରାଯାଉଛି ଯେ ବିସିସିଆଇ ବର୍ତ୍ତମାନ ଟି-୨୦ ବିଶ୍ୱକପ ପାଇଁ ବିରାଟ କୋହଲିଙ୍କ ବିକଳ୍ପ ଖୋଜୁଛି, ଯେଉଁଥିପାଇଁ ବିରାଟ କୋହଲିଙ୍କ ପାଇଁ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଏଥି ସହିତ ଇଂଲଣ୍ଡ ବିପକ୍ଷ ସିରିଜ୍ ପରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସୀମିତ ଓଭର ମ୍ୟାଚ୍ ଖେଳିବ ।

ଏହା ବି ପଢ଼ନ୍ତୁ: ୪୧ ବର୍ଷରେ ଉପନିତ ହେଲେ କ୍ୟାପଟେନ କୁଲ୍: ୱିମ୍ବଲଡନରୁ ପାଳନ କଲେ ଜନ୍ମଦିନ

ଏହା ବି ପଢ଼ନ୍ତୁ: କାଳୀ ପୋଷ୍ଟର ବିବାଦ: ଲୀନା ମଣିମେକାଲାଇଙ୍କ ବିରୋଧରେ ଜାରି ହେଲା ଲୁକଆଉଟ୍ ସର୍କୁଲାର୍