Shiv Sunder Das: ଚେତନ ଶର୍ମାଙ୍କ ଇସ୍ତଫା ପରେ ଜଣେ ଓଡ଼ିଆ ପୁଅକୁ ମିଳିବ BCCI ର ମୁଖ୍ୟ ଚୟନକର୍ତ୍ତା ଦାୟିତ୍ୱ!
Advertisement

Shiv Sunder Das: ଚେତନ ଶର୍ମାଙ୍କ ଇସ୍ତଫା ପରେ ଜଣେ ଓଡ଼ିଆ ପୁଅକୁ ମିଳିବ BCCI ର ମୁଖ୍ୟ ଚୟନକର୍ତ୍ତା ଦାୟିତ୍ୱ!

Shiv Sunder Das, ଚେତନ ଶର୍ମା (Chetan Sharma) ନିଜ ପଦରୁ ଇସ୍ତଫା ଦେବା ପରେ ଚାରିଜଣିଆ ଚୟନ କମିଟିରେ ଉପସ୍ଥିତ ଥିବା ଓଡ଼ିଆ ପୁଅ ଶିବ ସୁନ୍ଦର ଦାସଙ୍କୁ (Shiv Sunder Das) ବର୍ତ୍ତମାନ ଅନ୍ତରୀଣ ମୁଖ୍ୟ ଚୟନ କର୍ତ୍ତା କରାଯିବାକୁ ଯୋଜନା କରାଯାଉଛି  । ସେ ମଧ୍ୟ ବିସିସିଆଇର (BCCI) ନୂତନ ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତି ପାଇପାରନ୍ତି । 

ସାଙ୍କେତିକ ଛବି

BCCI chief selector: Shiv Sunder Das, ଚେତନ ଶର୍ମା (Chetan Sharma) ନିଜ ପଦରୁ ଇସ୍ତଫା ଦେବା ପରେ ଚାରିଜଣିଆ ଚୟନ କମିଟିରେ ଉପସ୍ଥିତ ଥିବା ଓଡ଼ିଆ ପୁଅ ଶିବ ସୁନ୍ଦର ଦାସଙ୍କୁ (Shiv Sunder Das) ବର୍ତ୍ତମାନ ଅନ୍ତରୀଣ ମୁଖ୍ୟ ଚୟନ କର୍ତ୍ତା କରାଯିବାକୁ ଯୋଜନା କରାଯାଉଛି  । ସେ ମଧ୍ୟ ବିସିସିଆଇର (BCCI) ନୂତନ ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତି ପାଇପାରନ୍ତି । କାରଣ ବର୍ତ୍ତମାନର କମିଟିରେ ଶିବ ସୁନ୍ଦର ଦାସ ସବୁଠାରୁ ଅଭିଜ୍ଞ । ଚୟନ କମିଟିରେ ଅନ୍ତର୍ଭୁକ୍ତ ସାଲିଲ ଆଙ୍କୋଲା (୧ ଟେଷ୍ଟ, ୨୦ ଟି ODI), ସୁବ୍ରୋତ ବାନାର୍ଜୀ (୧ ଟେଷ୍ଟ, ୬ ଟି ODI), ସିଦ୍ଧାର୍ଥ ଶରଦ (୧୩୯ ଟି ପ୍ରଥମ ଶ୍ରେଣୀ ମ୍ୟାଚ୍) ତୁଳନାରେ ଶିବ ସୁନ୍ଦରଙ୍କ ଅଧିକ ଅଭିଜ୍ଞତା ରହିଛି । ଏଭଳି ପରିସ୍ଥିତିରେ ଶିବ ସୁନ୍ଦର ଆଗାମୀ ସ୍ଥାୟୀ ମୁଖ୍ୟ ଚୟନକର୍ତ୍ତା ଭାବରେ କାର୍ଯ୍ୟ କରିପାରନ୍ତି ।

କହିରଖୁଛୁ ଯେ ଶିବ ସୁନ୍ଦର ଦାସ ଟିମ୍ ଇଣ୍ଡିଆ (Team India) ପାଇଁ ୨୩ ଟି ଟେଷ୍ଟ ମ୍ୟାଚ୍, ୪ଟି ODI ଓ ୩ଟି-୨୦ ମ୍ୟାଚ୍ ଖେଳିଛନ୍ତି । ହାରାହାରି ୩୪.୮୯ ରେ ସେ ଟେଷ୍ଟ ମ୍ୟାଚରେ ୧୩୨୬ ରନ୍ କରିଥିବାବେଳେ ODI କ୍ରିକେଟ୍ ରେ ସେ ହାରାହାରି ୧୩ ରେ ୩୯ ରନ୍ ସଂଗ୍ରହ କରିଛନ୍ତି । ଶିବ ସୁନ୍ଦର ଦାସ ୨୦୦୦ ମସିହାରେ ଢାକାରେ ବାଂଲାଦେଶ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ । ଏହା ପରେ ସେ ଟିମ୍ ଇଣ୍ଡିଆର ସଦସ୍ୟ ଥିଲେ, ଯାହା ଅଷ୍ଟ୍ରେଲିଆ ବିପକ୍ଷ କୋଲକାତା ଟେଷ୍ଟରେ ଏକ ଐତିହାସିକ ବିଜୟ ପଞ୍ଜିକରଣ କରିଥିଲା । ଶିବ ସୁନ୍ଦର ଦାସ ତାଙ୍କର ପୁରା ଟେଷ୍ଟ କ୍ୟାରିୟରରେ ଦୁଇ ଶତକ ସ୍କୋର କରିଛନ୍ତି ଓ ଏହି ଶତକ  କେବଳ ନାଗପୁରରେ ଜିମ୍ବାୱେ ବିପକ୍ଷରେ କରିଛନ୍ତି । ଏହି ଦୁଇ ଶତକ ଦୁଇ ବର୍ଷ ବ୍ୟବଧାନରେ ତାଙ୍କ ବ୍ୟାଟରୁ ବାହାରିଥିଲା । ଏହା ବ୍ୟତୀତ ଶିବସୁନ୍ଦର ନଭେମ୍ବର ୨୦୦୦ ରୁ ମେ ୨୦୦୨ ପର୍ଯ୍ୟନ୍ତ ଭାରତୀୟ ଟେଷ୍ଟ ଦଳର ନିୟମିତ ସଦସ୍ୟ ରହିଆସିଛନ୍ତି ।

fallback

ଯେତେବେଳେ ଶିବ ସୁନ୍ଦର ଅନ୍ତର୍ଜାତୀୟ କ୍ରିକେଟ୍ ରେ ଡେବ୍ୟୁ କରିଥିଲେ, ସେତେବେଳେ ସେ ଓଡି଼ଶାର ତୃତୀୟ ଖେଳାଳି ଭାବରେ ଆନ୍ତର୍ଜାତୀୟ କ୍ରିକେଟ୍ ଖେଳିଥିଲେ । ତାଙ୍କ ପୂର୍ବରୁ ଦ୍ରୁତ ବୋଲର ଦେବଶିଷ ମହାନ୍ତି (୧୯୯୭) ଓ ସଞ୍ଜୟ ରାଉଳ (୧୯୯୮) ଭାରତୀୟ ଦଳର ପ୍ରତିନିଧିତ୍ୱ କରିଥିଲେ । ସଞ୍ଜୟ ରାଉଳ ଭାରତ ପାଇଁ ୨ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି ।

ନିଜ କ୍ରିକେଟ୍ କ୍ୟାରିୟରକୁ ବିଦାୟ ଦେବା ପରେ ଶିବ ସୁନ୍ଦର ଦାସ ମଧ୍ୟ କୋଚିଂରେ ନିଜର ଦକ୍ଷତା ଦେଖାଇ ସାରିଛନ୍ତି । ସେ ଓଡି଼ଶାର ରଣଜୀ ଦଳର କୋଚ୍ ମଧ୍ୟ ରହିଛନ୍ତି । ଏହା ବ୍ୟତୀତ ସେ ୨୦୨୧ ମସିହାରେ ଭାରତୀୟ ମହିଳା ଦଳର ବ୍ୟାଟିଂ କୋଚ୍ ମଧ୍ୟ ଥିଲେ । ଏହା ସହିତ ସେ ୨୦୧୬ ମସିହାରେ ଭାରତର ଅଣ୍ଡର-୧୬ ଓ ଅଣ୍ଡର-୧୯ ଦଳର ମଧ୍ୟ କୋଚ୍ ଥିଲେ ।

ଏହା ବି ପଢ଼ନ୍ତୁ: Prithvi Shaw Attacked: ପୃଥ୍ଵୀ ଶ' ଓ ଜଣେ ଝିଅ ମଧ୍ୟରେ ରାସ୍ତା ମଝିରେ ମାଡପିଟ୍, ଦେଖନ୍ତୁ ଭିଡିଓ