BCCI: ମହିଳା କ୍ରିକେଟରଙ୍କ ପାଇଁ କେନ୍ଦ୍ରୀୟ ଚୁକ୍ତି ଜାରି, ଜାଣନ୍ତୁ କାହାକୁ ମିଳିଲା କେଉଁ ଗ୍ରେଡ଼?
Advertisement

BCCI: ମହିଳା କ୍ରିକେଟରଙ୍କ ପାଇଁ କେନ୍ଦ୍ରୀୟ ଚୁକ୍ତି ଜାରି, ଜାଣନ୍ତୁ କାହାକୁ ମିଳିଲା କେଉଁ ଗ୍ରେଡ଼?

BCCI announces annual player contracts: ମହିଳା କ୍ରିକେଟରଙ୍କ ପାଇଁ ବିସିସିଆଇ ଗୁରୁବାର ଏକ କେନ୍ଦ୍ରୀୟ ଚୁକ୍ତି ଜାରି କରିଛି। ଯେଉଁଥିରେ ଏ, ବି ଓ ସି ଗ୍ରେଡ୍ ସହିତ ଜଡିତ ଖେଳାଳିଙ୍କ ନାମ ସାମ୍ନାକୁ ଆସିଛି । ୩ ଖେଳାଳିଙ୍କୁ ଗ୍ରେଡ୍ (ଏ), ୫ ଜଣଙ୍କୁ ଗ୍ରେଡ଼ (ବି) ଓ ୯ ଜଣଙ୍କୁ ଗ୍ରେଡ (ସି) ରଖାଯାଇଛି। ପ୍ରକାଶ ଥାଉ କି, କିଛି ଦିନ ପୂର୍ବରୁ ବୋର୍ଡ଼ (BCCI) ପୁରୁଷ କ୍ରିକେଟରଙ୍କ ପାଇଁ ବାର୍ଷିକ ଚୁକ୍ତିନାମା ଘୋଷଣା କରିଥିଲା। 

ସୌ(ସୋସିଆଲ ମିଡିଆ)

BCCI announces annual player contracts: ମହିଳା କ୍ରିକେଟରଙ୍କ (women's cricket team india) ପାଇଁ ବିସିସିଆଇ (The Board of Control for Cricket in India) ଗୁରୁବାର ଏକ କେନ୍ଦ୍ରୀୟ ଚୁକ୍ତି ଜାରି କରିଛି। ଯେଉଁଥିରେ ଏ, ବି ଓ ସି ଗ୍ରେଡ୍ ସହିତ ଜଡିତ ଖେଳାଳିଙ୍କ ନାମ ସାମ୍ନାକୁ ଆସିଛି । ୩ ଖେଳାଳିଙ୍କୁ ଗ୍ରେଡ୍ (ଏ), ୫ ଜଣଙ୍କୁ ଗ୍ରେଡ଼ (ବି) ଓ ୯ ଜଣଙ୍କୁ ଗ୍ରେଡ (ସି) ରଖାଯାଇଛି। ପ୍ରକାଶ ଥାଉ କି, କିଛି ଦିନ ପୂର୍ବରୁ ବୋର୍ଡ଼ (BCCI) ପୁରୁଷ କ୍ରିକେଟରଙ୍କ ପାଇଁ ବାର୍ଷିକ ଚୁକ୍ତିନାମା ଘୋଷଣା କରିଥିଲା। ଯେଉଁଥିରେ ଖେଳାଳିଙ୍କ ପାଇଁ ଜାରି କରାଯାଇଥିବା ବମ୍ପର ଦରମା ପ୍ରକାଶ ପାଇଥିଲା।  ଯଦିଓ ପୁରୁଷ ଓ ମହିଳା କ୍ରିକେଟରଙ୍କ ବାର୍ଷିକ ବେତନରେ ବହୁତ ପାର୍ଥକ୍ୟ ଅଛି । ବର୍ତ୍ତମାନ ବିସିସିଆଇ (BCCI) ଦ୍ୱାରା ମହିଳା କ୍ରିକେଟରଙ୍କ କେନ୍ଦ୍ରୀୟ ଚୁକ୍ତିନାମା ତାଲିକା ପ୍ରକାଶ ପାଇଛି। ଏଥିରେ ଗ୍ରେଡ୍ ଅନୁଯାୟୀ ଖେଳାଳି କେତେ ଦରମା ପାଇବେ ସେ ନେଇ କିଛି ସ୍ପଷ୍ଟ କରାଯାଇନାହିଁ । ପ୍ରକାଶ ପାଇଥି୍ବା ଚୁକ୍ତିରେ କେଉଁ ଖେଳାଳିଙ୍କୁ କେଉଁ ଗ୍ରେଡରେ ରଖାଯାଇଛି କେବଳ ସେ ନେଇ ସୂଚନା ରହିଛି । ଭାରତର ଅଧିନାୟକ ହରମନପ୍ରୀତ କୌର, ଓପନର୍ ସ୍ମୃତି ମନ୍ଧାନା ଓ ଅଲରାଉଣ୍ଡର ଦୀପ୍ତି ଶର୍ମାଙ୍କୁ (All-rounder Deepti Sharma) ଏ ଗ୍ରେଡରେ ରଖାଯାଇଛି।

ସୂଚନା ଅନୁଯାୟୀ, ବିସିସିଆଇ ୨୦୨୨-୨୩ ବର୍ଷ ପାଇଁ ଭାରତର ମହିଳା କ୍ରିକେଟ୍ ଖେଳାଳିଙ୍କ ପାଇଁ କେନ୍ଦ୍ରୀୟ ଚୁକ୍ତିନାମା ଘୋଷଣା କରିଛି। ଏଥିରେ ମୋଟ ୧୭ଜଣ ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ମହିଳା କ୍ରିକେଟ୍ ଦଳର ଅଧିନାୟକ ହରମନପ୍ରୀତ କୌର (Harmanpreet kaur), ଓପନର୍ ତଥା ଉପ-ଅଧିନାୟକ ସ୍ମୃତି ମନ୍ଧାନା ଓ ଅଲରାଉଣ୍ଡର ଦୀପ୍ତି ଶର୍ମାଙ୍କୁ ଏ-ଗ୍ରେଡରେ ରହିଥିବାବେଳେ (ବି) ଗ୍ରେଡରେ ୯ଟି ଓ (ସି) ଗ୍ରେଡ଼ରେ ୫ଟି ଖେଳାଳିଙ୍କୁ ସ୍ଥାନ ଦିଆଯାଇଛି । ବିସିସିଆଇ ଗ୍ରେଡ (ଏ)ରେ ଅନ୍ତର୍ଭୁକ୍ତ ମହିଳା ଖେଳାଳିଙ୍କୁ ବାର୍ଷିକ ରିଟାଇନର୍ସିପ୍ ଫି’ ଭାବରେ ୫୦ ଲକ୍ଷ ଟଙ୍କା, ଗ୍ରେଡ (ବି)  ଖେଳାଳୀଙ୍କୁ ୩୦ ଲକ୍ଷ ଓ ଗ୍ରେଡ଼ (ସି)ରେ ସାମିଲ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ଦିଆଯାଇଥାଏ ।

ଗ୍ରେଡ୍-ଏ - ହରମନପ୍ରୀତ କୌର, ସ୍ମୃତି ମନ୍ଧାନା ଓ ଦୀପ୍ତି ଶର୍ମା

ଗ୍ରେଡ୍-ବି - ରେଣୁକା ସିଂ ଠାକୁର, ଜେମିମା ରୋଡ୍ରିଗୁସ୍, ଶେଫାଲି ବର୍ମା, ରୁଚା ଘୋଷ ଓ ରାଜେଶ୍ୱରୀ ଗାଇକୱାଡ

ଗ୍ରେଡ୍-ସି - ମେଘନା ସିଂ, ଦେବିଦା ବୈଦ, ଏସ୍ ମେଘନା, ଅଞ୍ଜଳି ଶ୍ରବଣୀ, ପୂଜା ଭାଷ୍କର, ସ୍ନେହା ରଣା, ରାଧା ଯାଦବ, ହାର୍ଲେନ୍ ଦେଓଲ୍, ୟସ୍ତିକା ଭାଟିଆ

ଗତବର୍ଷ କେନ୍ଦ୍ରୀୟ ଚୁକ୍ତିରେ (ଏ)-ଗ୍ରେଡରେ ମୋଟ ୫ ଜଣ ଖେଳାଳିଙ୍କୁ ସ୍ଥାନ ଦିଆଯାଇଥିଲା । କିନ୍ତୁ ଚଳିତ ବର୍ଷ ଏଥିରେ କେବଳ ୩ ଜଣ ଖେଳାଳି ସ୍ଥାନ ପାଇଛନ୍ତି । ପୂର୍ବ ବର୍ଷ ଗ୍ରେଡ (ଏ)ରେ ଅନ୍ତର୍ଭୁକ୍ତ ରାଜେଶ୍ୱରୀ ଗାଇକୱାଡ଼ ଚଳିତ ବର୍ଷ ଗ୍ରେଡ୍-(ବି) ରେ ଅଛନ୍ତି । ସେହିପରି ଚଳିତ ବର୍ଷ ପୁଣମ୍ ଯାଦବ କେନ୍ଦ୍ରୀୟ ଚୁକ୍ତିନାମା ତାଲିକାରେ ସ୍ଥାନ ପାଇ ନାହାଁନ୍ତି। ସେହିଭଳି ଜେମିମା ରୋଡ୍ରିଗୁସ୍, ରୁଚା ଘୋଷ ଓ ଶେଫାଲି ବର୍ମାଙ୍କ ସମେତ ଅନେକ ନୂତନ ନାମ ଗ୍ରେଡ୍-(ବି) ରେ ସ୍ଥାନ ପାଇଛି । ରେନୁକା ଠାକୁର ଓ ଅନ୍ୟ ଦୁଇ ଖେଳାଳି ODI ବିଶ୍ୱକପ ଓ ଚଳିତ ବର୍ଷର ଟି -20 ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ ପରେ ଗ୍ରେଡ୍-(ସି)ରୁ ଗ୍ରେଡ୍ (ବି)କୁ ଆସିଛନ୍ତି।

ତେବେ ଅନେକ ନୂତନ ଚେହେରା ଯଥା- ଏଥିରେ ମେଘନା ସିଂ, ଦେବିକା ବୈଦ୍ୟ, ଏସ୍ ମେଘନା, ଅଞ୍ଜଳି ଶ୍ରବଣୀ, ରାଧା ଯାଦବ ଓ ଯସ୍ତିକା ଭାଟିଆ ଗ୍ରେଡ୍-(ସି)ରେ ସେମାନଙ୍କର ପ୍ରଥମ କେନ୍ଦ୍ରୀୟ ଚୁକ୍ତି ପାଇଛନ୍ତି । ସ୍ନେହ ରାଣା ଓ ହାରଲିନ୍ ଦେଓଲ ଏହି ତାଲିକାରେ ନିଜର ସ୍ଥାନ ବଜାୟ ରଖିଥିବାବେଳେ ପୂଜା ଭାଷ୍କର (ବି)ରୁ ଗ୍ରେଡ଼ (ସି)କୁ ଯାଇଛନ୍ତି ।

Also Read-Diwali holidays in US: ଆମେରିକାର ଏହି ରାଜ୍ୟରେ ଦୀପାବଳି ଦିନ ଘୋଷଣା ହେଲା ସରକାରୀ ଛୁଟି