Ayesha Omar: ଶୋଏବଙ୍କ ସହ ସମ୍ପର୍କ ନେଇ ମୁହଁ ଖୋଲିଲେ ପାକିସ୍ତାନୀ ଅଭିନେତ୍ରୀ ଆୟେଶା, କହିଲେ ମୁଁ...
Advertisement

Ayesha Omar: ଶୋଏବଙ୍କ ସହ ସମ୍ପର୍କ ନେଇ ମୁହଁ ଖୋଲିଲେ ପାକିସ୍ତାନୀ ଅଭିନେତ୍ରୀ ଆୟେଶା, କହିଲେ ମୁଁ...

Ayesha Omar: ପାକିସ୍ତାନର ପ୍ରସିଦ୍ଧ ଅଭିନେତ୍ରୀ ଆୟେଶା ଓମାରକୁ ନେଇ ନିକଟରେ ଚର୍ଚ୍ଚା ଜୋର ଧରିଥିଲା । ସାନିଆ ମିର୍ଜାଙ୍କ ସ୍ୱାମୀ ତଥା ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଶୋଏବ ମଲିକଙ୍କ ସହ ଏକ ଫଟୋସୁଟ କରିଥିଲେ ଅଭିନେତ୍ରୀ । ଏବଂ ଏହି ଫଟୋସୁଟ ପରେ ଏକ ବଡ଼ ବିବାଦ ଉପୁଜିଥିଲା। 

ସୌଜନ୍ୟ-ସୋସିଆଲ ମିଡିଆ

Ayesha Omar: ପାକିସ୍ତାନର ପ୍ରସିଦ୍ଧ ଅଭିନେତ୍ରୀ ଆୟେଶା ଓମାରକୁ ନେଇ ନିକଟରେ ଚର୍ଚ୍ଚା ଜୋର ଧରିଥିଲା । ସାନିଆ ମିର୍ଜାଙ୍କ ସ୍ୱାମୀ ତଥା ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଶୋଏବ ମଲିକଙ୍କ ସହ ଏକ ଫଟୋସୁଟ କରିଥିଲେ ଅଭିନେତ୍ରୀ । ଏବଂ ଏହି ଫଟୋସୁଟ ପରେ ଏକ ବଡ଼ ବିବାଦ ଉପୁଜିଥିଲା। ସାନିଆ ଏବଂ ଶୋଏବଙ୍କ ବିବାହରେ ବିବାଦ ଦେଖାଦେଇଥିବା ବେଳେ ଏହି ଫଟୋସୁଟ ସାମ୍ନାକୁ ଆସିଥିଲା ​​। ଏବଂ ଦାବି କରାଯାଇଥିଲା ଯେ ଶୋଏବ ମଲିକ ସାନିଆଙ୍କ ବଦଳରେ ଆୟେଶାକୁ ଡେଟ କରୁଥିଲେ। ଏଥିସହିତ ବର୍ତ୍ତମାନ ଆୟେଶା ଏହି ଗୁଜବ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି । 

ଆୟେଶା ଓମାର ଏକ ପ୍ରଶ୍ନ ପଚାରିଥିଲେ:

ପାକିସ୍ତାନୀ ଅଭିନେତ୍ରୀ ଆୟେଶା ଓମାର ତାଙ୍କ ଶେଷ ସାକ୍ଷାତକାରରେ ଏହି ବିଷୟରେ ସ୍ପଷ୍ଟିକରଣ ଦେଇଛନ୍ତି। ଶୋଏବ ଏବଂ ସାନିଆଙ୍କ ମଧ୍ୟରେ ଅଲଗା ହେବାର ଗୁଜବ ମଧ୍ୟରେ ତାଙ୍କୁ କାହିଁକି ପଚରାଉଚରା କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଅଭିନେତ୍ରୀ କହିଛନ୍ତି ଯେ ଶୋଏବଙ୍କ ସହ ତାଙ୍କର ଭାଇରାଲ ଫଟୋସୁଟ ୨୦୨୧ ମସିହାରେ କରାଯାଇଥିଲା କିନ୍ତୁ ସାନିଆ ଏବଂ ଶୋଏବଙ୍କ ମଧ୍ୟରେ ମତଭେଦ ହେବା ପରେ ଗଣମାଧ୍ୟମ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ କରିଥିଲା। ଏହି ଅଭିନେତ୍ରୀ କହିଛନ୍ତି ଯେ ଫଟୋସୁଟଟି ସମ୍ପୁର୍ଣ୍ଣ ବୃତ୍ତିଗତ ଥିଲା। ଏବଂ ଯଦି କୌଣସି ସମ୍ପର୍କ ବିଷୟରେ ଆଲୋଚନା ହୋଇଥାନ୍ତା ତେବେ ଏହି ଫଟୋସୁଟକୁ ସୋସିଆଲ ମିଡିଆରେ କେହି ସେୟାର କରିନ ଥାନ୍ତେ। ଆୟେଶା କହିଛନ୍ତି ଯେ ସେ କେବେବି ବିବାହିତ ପୁରୁଷଙ୍କୁ ଡେଟ କରିବାକୁ ପସନ୍ଦ କରନ୍ତି ନାହିଁ।

ଆୟେଶା ପାକିସ୍ତାନର ଜଣେ ପ୍ରସିଦ୍ଧ ଅଭିନେତ୍ରୀ

ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଆୟେଶା ଜଣେ ପାକିସ୍ତାନୀର ଜଣେ ଜଣାଶୁଣା ଅଭିନେତ୍ରୀ। ଅନେକ ବଡ ବ୍ରାଣ୍ଡର ବ୍ରାଣ୍ତ ଆମ୍ବାସେଡର ହେବା ବ୍ୟତୀତ ସେ ଟିଭି ଶୋ’ରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି । ଆୟେଶା 'ମିସ୍ ୟୁ କଭି କଭି', 'ମେରା ଡର୍ଦ ବେଜୁବାୟାନ୍', 'କିତନି ଗିରେନ୍ ବାକି ହେନ୍ ୨', 'ଫିର ବୁଲବୁଲ୍', 'ବୁଲବୁଲ୍ (ସିଜନ୍ ୨)', 'ବାସାତ୍' ଏବଂ 'ହବ୍ସ' ଭଳି ଶୋ ମାଧ୍ୟମରେ ଖ୍ୟାତି ଲାଭ କରିଥିଲେ। ।

ନିକଟରେ ଭାରତୀୟ ଟେନିସ୍‌ ଷ୍ଟାର ସାନିଆ ମିର୍ଜା ଓ ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକଙ୍କ ବିବାହ ବିଚ୍ଛେଦ ହେବା ନେଇ ଚର୍ଚ୍ଚା ହେଉଥିଲା । ପାକିସ୍ତାନ ଗଣମାଧ୍ୟମ ଅନୁଯାୟୀ, ଗତମାସରେ ସାନିଆ ଓ ସୋଏବଙ୍କ ଛାଡପତ୍ର ହୋଇଛି । ତେବେ ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ, ସୋଏବ ମଲିକ ଏବଂ ସାନିଆ ୨୦୧୦ ମସିହା ଏପ୍ରିଲ ୧୨ରେ ହାଇଦ୍ରାବାଦରେ ଏକ ପାରମ୍ପାରିକ ରିତିନୀତିରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ତା’ ପରେ ଅର୍ଥାତ  ୨୦୧୮ରେ ସେମାନଙ୍କର ପୁଅ ଇଜାନ ଜନ୍ମ ହୋଇଥିଲା। ନିକଟରେ ସାନିଆ ମିର୍ଜା ଏବଂ ଶୋଏବ ମଲିକ ନିଜ ପୁଅ ଇଜାନ ମିର୍ଜା ମଲିକଙ୍କ ଜନ୍ମଦିନ ପାଳନ କରିଥିଲେ। ପୁଅ ଇଜାନଙ୍କୁ ଜନ୍ମ ଦେବାର କିଛି ମାସ ପରେ, ସାନିଆ ମିର୍ଜା ତାଙ୍କ ଫ୍ୟାନ୍ସଙ୍କୁ ଏହି ଖୁସି ଖବର ଜଣାଇଥିଲେ।