Asian Champions Trophy 2023: ଭାରତୀୟ ହକି ଟିମର ଚମତ୍କାର ପ୍ରଦର୍ଶନ, ମାଲେସିଆକୁ ହରାଇ ଚତୁର୍ଥଥର ପାଇଁ ଟାଇଟଲ୍ ହାସଲ
Advertisement
Article Detail0/zeeodisha/odisha1822180

Asian Champions Trophy 2023: ଭାରତୀୟ ହକି ଟିମର ଚମତ୍କାର ପ୍ରଦର୍ଶନ, ମାଲେସିଆକୁ ହରାଇ ଚତୁର୍ଥଥର ପାଇଁ ଟାଇଟଲ୍ ହାସଲ

India vs Malaysia Hockey Final: ଭାରତୀୟ ହକି ଟିମ ଫାଇନାଲ ମ୍ୟାଚରେ ଥରକରେ ୩-୧ ଗୋଲରେ ହାରିଥିଲା । କିନ୍ତୁ ଶେଷ ସିଟି ପର୍ଯ୍ୟନ୍ତ ଭାରତ ୪ ଗୋଲ ସ୍କୋର କରି ଟାଇଟଲ ହାସଲ କରିଥିଲା ​​।

Asian Champions Trophy 2023: ଭାରତୀୟ ହକି ଟିମର ଚମତ୍କାର ପ୍ରଦର୍ଶନ, ମାଲେସିଆକୁ ହରାଇ ଚତୁର୍ଥଥର ପାଇଁ ଟାଇଟଲ୍ ହାସଲ

Asian Champions Trophy 2023: ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ୨୦୨୩ର ଅନ୍ତିମ ମ୍ୟାଚରେ ଭାରତ ମାଲେସିଆକୁ ୪-୩ରେ ହରାଇବା ସହ ଟାଇଟଲ୍ ହାସଲ କରିଛି । ଶନିବାର ଦିନ ଚେନ୍ନାଇ ସ୍ଥିତ ସ୍ୱାମୀ ରାଧାକୃଷ୍ଣ ହକି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଆକାଶଦୀପ ସିଂ (Akashdeep singh) ବିଜୟ ଲକ୍ଷ୍ୟ ହାସଲ କରି ଭାରତକୁ ଏକ ବଡ଼ ବିଜୟ ପ୍ରଦାନ କରିଛନ୍ତି। ତେବେ ଆଜିର ଫାଇନାଲ୍ ମ୍ୟାଚ୍ ବହୁତ ରୋମାଞ୍ଚକର ଓ ଗୁରୁତ୍ୱପୂର୍ଣ୍ଣ ରହିଥିଲା । କିନ୍ତୁ ସେହି ସମାନ ଦଳ ବିପକ୍ଷରେ ଜିତିବା ପାଇଁ ଭାରତୀୟ ପୁରୁଷ ହକି ଦଳକୁ ପଡିଆରେ ବହୁତ କଠିନ ସଂଘର୍ଷ (Hard work) କରିବାକୁ ପଡ଼ିଥିଲା । ଯାହାକୁ ଗ୍ରୁପ୍ ପର୍ଯ୍ୟାୟରେ ଭାରତ ୫-୦ରେ ପରାସ୍ତ କରିଥିଲା ​​। ଦୁଇଟି ଗୋଲ୍ ପଛରେ ପଡ଼ିବା ପରେ ଅଧିନାୟକ ହରମାନପ୍ରୀତ ସିଂଙ୍କ ନେତୃତ୍ୱରେ ଭାରତ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିବା ସହ ଚତୁର୍ଥ ଥର ପାଇଁ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକି ଟୁର୍ନାମେଣ୍ଟ ଟାଇଟଲ୍ ହାସଲ କରିନେଇଥିଲା । ଅନ୍ୟପଟେ ଆଗକୁ ଚୀନ୍‌ର ହାଙ୍ଗଜୋରେ ଅନୁଷ୍ଠିତ ହେବାକୁ ଥିବା ଏସୀୟ ଗେମ୍ସ ପାଇଁ ଟିମ୍ ଇଣ୍ଡିଆର ଖେଳାଳିମାନେ କେତେ ପ୍ରସ୍ତୁତ ତାହା ଏହି ବିଜୟ ବଖାଣୁଛି।

ତେବେ ସବୁଠୁ ବଡ଼ କଥା ଏହା ଯଏ, ତୃତୀୟ କ୍ୱାର୍ଟରର ଶେଷ ମିନିଟ ପର୍ଯ୍ୟନ୍ତ ଭାରତ ୧-୩ ଟ୍ରେଲ୍ କରିଥିଲା । ​​କିନ୍ତୁ ପରବର୍ତ୍ତି ସମୟରେ ମ୍ୟାଚଟିକୁ ବୁଲାଇବାକୁ ଟିମକୁ ଅଧିକ ସମୟ ଲାଗି ନଥିଲା । ପ୍ରଥମ ୩୦ ସେକେଣ୍ଡରେ ଭାରତ ଦୁଇଟି ଗୋଲ ସ୍କୋର କରିଥିଲା । ପରେ ଶେଷ କ୍ୱାର୍ଟରରେ ଏକ ନିର୍ଣ୍ଣାୟକ ଅଗ୍ରଣୀ ହାସଲ କରି ନେଇଥିଲା । ଆପଣଙ୍କୁ କହି ରଖୁଛୁ ଏହା ହେଉଛି ଭାରତର ଚତୁର୍ଥ ଟାଇଟଲ୍ ଏବଂ ତିନୋଟି ଟାଇଟଲ୍ ଜିତିଥିବା ପାକିସ୍ତାନକୁ ପଛରେ ପକାଇ ଦେଇଛି ଭାରତୀୟ ଦଳ । ଭାରତ ପାଇଁ ୯ ମିନିଟରେ ଜୁରାଜ ସିଂ, ୪୫ ମିନିଟରେ କ୍ୟାପଟେନ ହରମାନପ୍ରୀତ ସିଂ, ୪୫ ମିନିଟରେ ଗୁରୁଜନ୍ତ ସିଂ ଏବଂ ୫୬ ମିନିଟରେ ଆକାଶଦୀପ ସିଂ ଗୋଲ ସ୍କୋର କରିଥିଲେ । ମାଲେସିଆ ପାଇଁ ୧୪ ମିନିଟରେ ଅବୁ କମଲ ଆଜ୍ରାଇ, ୧୮ ରେ ରହୀମ ରାଜୀ ଏବଂ ୨୮ ମିନିଟରେ ମହମ୍ମଦ ଅମିନୁଦ୍ଦିନ ଗୋଲ ସ୍କୋର କରିଥିଲେ। ଆଜିର ମ୍ୟାଚଟି ଦର୍ଶକଙ୍କ ପାଇଁ ଖୁବ ମଜେଦାର ଥିବା ଗ୍ୟାଲେରୀରେ ଉପସ୍ଥିତ ଦର୍ଶକ କହିଛନ୍ତି । ଭାରତୀୟ ଟିମର ଏହି ବଡ଼ ବିଜୟ ପରେ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି ।

Also Read- Film News: ଏହି କମ ବଜେଟର ସିନେମା ବକ୍ସ ଅଫିସରେ କରିଛି ରେକର୍ଡ