Horoscope Today 15 November 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ନଭେମ୍ବର ୧୫ ହେଉଛି ଶୁକ୍ରବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...
ALSO READ: ଶନିଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଚଳନ, କ୍ୟାରିୟରକୁ ନେଇ ଶୁଭ ଖବର ପାଇବେ ୫ ରାଶି!
ମିଥୁନ: ଦିନଟି ଶୁଭଦାୟୀ ରହିବ। ଦେବ ଦର୍ଶନର ଯୋଗ ରହିଛି। କର୍ମ କ୍ଷେତ୍ରରେ ବାହାର ବ୍ୟକ୍ତିଙ୍କ ସହଯୋଗରୁ ଅଟକିଥିବା କାମ ହୋଇଯିବ । ବିଭିନ୍ନ ଉପାୟରେ ଅର୍ଥ ଲାଭ ହେବ। ଶାରୀରିକ ଓ ମାନସିକ ସ୍ଥିତି ଭଲ ରହିବ । ପାରିବାରିକ ଜୀବନ ସୁଖମୟ ହେବ ।
ତୁଳା: ଖର୍ଚ୍ଚ ବଢ଼ିବା ଚିନ୍ତା ଆପଣଙ୍କୁ ଅସୁବିଧାରେ ପକାଇବ । ପାରିବାରିକ ଜୀବନରେ ଉତଥାନ-ପତନ କାରଣରୁ ଆପଣ ଟିକେ ଚିନ୍ତିତ ଅନୁଭବ କରିବେ । ଈଶ୍ୱରଙ୍କ ଉପରେ ବିଶ୍ୱାସ ରଖନ୍ତୁ । ପାରିବାରିକ ଜୀବନ ସୁଖଦ ହେବ । ବୈବାହିକ ଜୀବନରେ ପ୍ରେମ ବୃଦ୍ଧି ପାଇବ ।
ବିଛା: ଦିନଟି ମଉଜ ମଜଲିସ୍ ରେ କଟିବ। ଆର୍ଥିକ ସ୍ଥିତି ମଜବୁତ୍ ହେବ। ଆଇନଗତ ମାମଲାରେ ବିଜୟ ହାସଲ କରିବେ । ଅତୀତରେ କିଛି ଭୁଲ ଆପଣଙ୍କ ପରିବାର ସଦସ୍ୟଙ୍କ ସାମ୍ନାରେ ଆସିପାରେ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ ।
ଧନୁ: ଅଫିସରେ କିଛି ଖୁସି ଖବର ମିଳିପାରେ । ପିଲାମାନଙ୍କୁ ପରୀକ୍ଷାରେ ସଫଳତା ମିଳିପାରେ । ଅଚାନକ ଧନ ଲାଭ ହେବାର ସମ୍ଭାବନା ରହିଛି । ଧାର୍ମିକ କାର୍ଯ୍ୟ ଏବଂ ଯାତ୍ରା ପାଇଁ ସମୟ ଅନୁକୂଳ ରହିଛି ।
ट्रेन्डिंग फोटोज़