Top 10 News Headlines: ମାଧ୍ୟମିକ ଶିକ୍ଷା ବୋର୍ଡ ଗୁରୁବାର ଦିନ ରାଜ୍ୟରେ ୨୦୨୫ ମ୍ୟାଟ୍ରିକ୍ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ଜାରି କରିଛି। ପ୍ରକାଶିତ କାର୍ଯ୍ୟସୂଚୀ ଅନୁଯାୟୀ ପରୀକ୍ଷା ୨୧ ଫେବ୍ରୁଆରୀ ୨୦୨୫ (ଶୁକ୍ରବାର) ରେ ଆରମ୍ଭ ହେବ। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Trending Photos
Top 10 News Headlines 14 November 2024: H1. Odisha matric exam 2025 schedule released: ମାଧ୍ୟମିକ ଶିକ୍ଷା ବୋର୍ଡ ଗୁରୁବାର ଦିନ ରାଜ୍ୟରେ ୨୦୨୫ ମ୍ୟାଟ୍ରିକ୍ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ଜାରି କରିଛି। ପ୍ରକାଶିତ କାର୍ଯ୍ୟସୂଚୀ ଅନୁଯାୟୀ ପରୀକ୍ଷା ୨୧ ଫେବ୍ରୁଆରୀ ୨୦୨୫ (ଶୁକ୍ରବାର) ରେ ଆରମ୍ଭ ହେବ ଏବଂ ୬ ମାର୍ଚ୍ଚ ୨୦୨୫ (ଗୁରୁବାର) ରେ ଶେଷ ହେବ। ପ୍ରତିଦିନ ପରୀକ୍ଷା ସକାଳ ୯ ଟାରୁ ଆରମ୍ଭ ହୋଇ ସକାଳ ୧୧.୩୦ ରେ ଶେଷ ହେବ।
H2. Odisha CM hikes mid-day meal cost: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୁରୁବାର ଦିନ ମଧ୍ୟାହ୍ନ ଭୋଜନରେ ପ୍ରତି ବିଦ୍ୟାର୍ଥୀଙ୍କ ପିଛା ୧ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି। ବର୍ତ୍ତମାନର ବଜାର ଦରକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। କହିରଖୁଛୁ ଯେ ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୪୩ ଲକ୍ଷ ବିଦ୍ୟାର୍ଥୀ ଏହି ମଧ୍ୟାହ୍ନ ଭୋଜନ ପାଉଛନ୍ତି ।
H3. Baliyatra Tomorrow: ଆସନ୍ତା କାଲିଠାରୁ ବାଲିଯାତ୍ରା। କଟକର ମହାନଦୀ ପଡ଼ିଆଠାରେ ଏହା ଆୟ୍ରୋଜନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହାକୁ ଉଦ୍ଘାଟନ କରିବେ। ସନ୍ଧ୍ୟା ୫ଟା ବେଳେ ଏହି ଉତ୍ସବ ଉଦ୍ଘାଟନ ହେବ।
H4. Chocolate while returning Bottle: ବାଲିଯାତ୍ରା ପଡ଼ିଆକୁ ପରିବେଶ ଅନୁକୂଳ ରଖିବା ତଥା ପ୍ଲାଷ୍ଟିକ୍ ବୋତଲ ବ୍ୟବହାରକୁ ନିୟନ୍ତ୍ରଣ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଏହିକ୍ରମରେ ବ୍ୟବହୃତ ପାଣିବୋତଲ ନେଇ ଚକୋଲେଟ ପ୍ରଦାନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିନେଇ ସ୍ୱତନ୍ତ୍ର କାଉଣ୍ଟର ଖୋଲାଯାଇଛି।
H5. No Relief to MLA Jaynarayan Mishra: ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ମିଳିଛି । ଜଣେ ମହିଳା ପୁଲିସ ଅଧିକାରୀଙ୍କ କର୍ତ୍ତବ୍ୟ ସମୟରେ ମାଡ଼ ମାରିଥିବା ନେଇ ତାଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ ହୋଇଛି। ଏହି ମାମଲାରେ ଆଗୁଆ ଜାମିନ ଆବେଦନ କରି ପ୍ରଥମେ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଜୟନାରାୟଣ । କିନ୍ତୁ ଉଭୟ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଥିବାରୁ ଜୟନାରାୟଣଙ୍କ ଗିରଫ ଆଶଙ୍କା ବଢ଼ିଛି।
H6. PM Modi Dominica Highest National Award: ଭାରତ ଓ ଡୋମିନିକା ମଧ୍ୟରେ ସମ୍ପର୍କ ବୃଦ୍ଧି ତଥା କୋଭିଡ୍ ସମୟରେ ଡୋମିନିକାକୁ ଭାରତର ସହାୟତା ପ୍ରତି କୃତ୍କ୍ଷତା ସ୍ୱରୂପ ପ୍ରଅଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଡୋମିନିକା ଏହାର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରିବାକୁ ଘୋଷଣା କରିଛି। ନଭେମ୍ବର ୧୯ରୁ ୨୧ ମଧ୍ୟରେ ଆୟୋଜିତ ହେବାକୁ ଥିବା ଭାରତ-କାରିକମ୍ ସମ୍ମିଳନୀରେ ଏହି ସମ୍ମାନକୁ ଡୋମିନିକାର ରାଷ୍ଟ୍ରପତି ସିଲଭାନିଆ ବୁର୍ତ୍ତନ ପ୍ରଦାନ କରିବେ।
H7. Odisha Weather: ରାଜ୍ୟର ପାଣିପାଗ ଆସନ୍ତା ୪୮ ଘଣ୍ଟା ଯାଏ ଶୁଷ୍କ ରହିବ। କିନ୍ତୁ ଶୀତ ମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ରାତ୍ରୀ କାଳୀନ ତାପମାତ୍ରା ୨ ରୁ ୪ ଡିଗ୍ରୀ ତଳକୁ ଖସିବା ଆଶଙ୍କା ରହିଛି।
H8. BSNL Launches Satellite-to-Device Service: ସରକାରୀ ଟେଲିକମ୍ କମ୍ପାନୀ ବିଏସ୍ଏନ୍ଏଲ୍ ଭାରତରେ ସାଟେଲାଇଟ୍-ଟୁ-ଡିଭାଇସ୍ ସେବା ଆରମ୍ଭ କରିଛି। BSNL ଏହା କରିବାରେ ପ୍ରଥମ ଟେଲିକମ୍ କମ୍ପାନୀ ହୋଇପାରିଛି। ବର୍ତ୍ତମାନ BSNL ଏହାକୁ ବ୍ୟବହାରକାରୀଙ୍କ ପାଇଁ ଲଞ୍ଚ କରିଛି। ଏହି ଟେକ୍ନୋଲୋଜି ପାଇଁ BSNL D2D କାଲିଫର୍ନିଆ କମ୍ପାନୀ ଭିଆସାଟ ସହିତ ପାର୍ଟନରସିପ୍ କରିଛି। ଟେଲି ଯୋଗାଯୋଗ ବିଭାଗ X ରେ ଏହି ନୂତନ ସେବା ଆରମ୍ଭ ହେବାର ସୂଚନା ପୋଷ୍ଟ କରିଛି।
H9. Delhi struggles against air pollution: ରାଜଧାନୀ ଦିଲ୍ଲୀରେ କ୍ରମାଗତ ଭାବେ ପ୍ରଦୂଷଣ ବଢ଼ିବାକୁ ଦୃଷ୍ଟିରେ ରଖି ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ଗ୍ରେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (GRAP) ର ତୃତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛି। ତୃତୀୟ ପର୍ଯ୍ୟାୟରେ ଦିଆଯାଇଥିବା ନିର୍ଦ୍ଦେଶକୁ ୧୫ ନଭେମ୍ବର ସକାଳ ୮ ଟାରୁ କାର୍ଯ୍ୟକାରୀ ହେବ ବୋଲି CAQM କହିଛି। ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ଗୁରୁବାର ସନ୍ଧ୍ୟା ୪ ଟାରେ ୪୨୪ ଥିଲା ଏବଂ 'ଗୁରୁତର' ବର୍ଗରେ ଥିଲା।
H10. Mohammed Shami Injury Update: ବୋର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଏକ ବଡ଼ ଖୁସି ଖବର ଆସିଛି। ଏହି ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ଭାରତୀୟ ଦଳରେ ଯୋଗ ଦେଇ ପାରନ୍ତି। ଶାମି ବର୍ତ୍ତମାନ ରଣଜୀ ଟ୍ରଫିରେ ବେଙ୍ଗଲ୍ ପାଇଁ ଖେଳୁଛନ୍ତି, ଯେଉଁଠାରେ ସେ ଭଲ ପ୍ରଦର୍ଶନ କରି ୪ ୱିକେଟ୍ ନେଇଛନ୍ତି। ଏଭଳି ପରିସ୍ଥିତିରେ ସେ ସମ୍ପୂର୍ଣ୍ଣ ଫିଟ୍ ବୋଲି ବିଶ୍ୱାସ କରାଯାଏ।