Emiliano Martinez: ଫିଫା ବିଶ୍ୱକପ ୨୦୨୨ର ପଦକକୁ ସୁରକ୍ଷା ପ୍ରଦାନ କରିବ ଏହି କୁକୁର, ଏହାର ମୂଲ୍ୟ ଜାଣି ହୋଇଯିବେ ଚକିତ!
Advertisement

Emiliano Martinez: ଫିଫା ବିଶ୍ୱକପ ୨୦୨୨ର ପଦକକୁ ସୁରକ୍ଷା ପ୍ରଦାନ କରିବ ଏହି କୁକୁର, ଏହାର ମୂଲ୍ୟ ଜାଣି ହୋଇଯିବେ ଚକିତ!

Emiliano Martinez: ବର୍ତ୍ତମାନ ପୁଣିଥରେ ଆର୍ଜେଣ୍ଟିନାର ଗୋଲକିପର ଚର୍ଚ୍ଚାରେ ଅଛନ୍ତି । ଏଥର ସେ କୌଣସି ଗୋଲ୍ ରୋକି ନାହାଁନ୍ତି କିମ୍ବା ତାଙ୍କ ଦଳ କୌଣସି ଟାଇଟଲ ଜିତି ନାହାଁନ୍ତି । ବରଂ ସେ ଏକ କୁକୁର କିଣିଛନ୍ତି ଯାହା ତାଙ୍କ ସ୍ୱର୍ଣ୍ଣ ପଦକକୁ ସୁରକ୍ଷା ଦେବ । ଫିଫା ବିଶ୍ୱକପ ୨୦୨୨ରେ ଉତ୍କୃଷ୍ଟ ପ୍ରଦର୍ଶନ ଯୋଗୁଁ ଆର୍ଜେଣ୍ଟିନାର ଗୋଲକିପର ଏମିଲିଆନୋ ମାର୍ଟିନେଜଙ୍କୁ ଶ୍ରେଷ୍ଠ ଗୋଲକିପର ଭାବରେ ମନୋନୀତ କରାଯାଇଥିଲା ଓ ସ୍ୱର୍ଣ୍ଣ ପଦକ ସହିତ ଗୋଲଡେନ୍ ଗ୍ଲୋଭ୍ ଆଖ୍ୟା ମଧ୍ୟ ଦିଆଯାଇଥିଲା ।

Emiliano Martinez: ଫିଫା ବିଶ୍ୱକପ ୨୦୨୨ର ପଦକକୁ ସୁରକ୍ଷା ପ୍ରଦାନ କରିବ ଏହି କୁକୁର, ଏହାର ମୂଲ୍ୟ ଜାଣି ହୋଇଯିବେ ଚକିତ!

Emiliano Martinez: ଫିଫା ବିଶ୍ୱକପ ୨୦୨୨ର ଫାଇନାଲ (FIFA World Cup 2022) ରେ ଫ୍ରାନ୍ସକୁ ପରାସ୍ତ କରି ଆର୍ଜେଣ୍ଟିନା ଟାଇଟଲ ଜିତିଥିଲା । ଏହି ମ୍ୟାଚରେ ଆର୍ଜେଣ୍ଟିନାର ଗୋଲକିପର (Argentina Goalkeeper) ଚମତ୍କାର ପ୍ରଦର୍ଶନ କରିଥିଲେ । ବର୍ତ୍ତମାନ ପୁଣିଥରେ ଆର୍ଜେଣ୍ଟିନାର ଗୋଲକିପର ଚର୍ଚ୍ଚାରେ ଅଛନ୍ତି । ଏଥର ସେ କୌଣସି ଗୋଲ୍ ରୋକି ନାହାଁନ୍ତି କିମ୍ବା ତାଙ୍କ ଦଳ କୌଣସି ଟାଇଟଲ ଜିତି ନାହାଁନ୍ତି । ବରଂ ସେ ଏକ କୁକୁର କିଣିଛନ୍ତି ଯାହା ତାଙ୍କ ସ୍ୱର୍ଣ୍ଣ ପଦକକୁ ସୁରକ୍ଷା ଦେବ । ଫିଫା ବିଶ୍ୱକପ ୨୦୨୨ରେ ଉତ୍କୃଷ୍ଟ ପ୍ରଦର୍ଶନ ଯୋଗୁଁ ଆର୍ଜେଣ୍ଟିନାର ଗୋଲକିପର ଏମିଲିଆନୋ ମାର୍ଟିନେଜ (Emiliano Martinez) ଙ୍କୁ ଶ୍ରେଷ୍ଠ ଗୋଲକିପର ଭାବରେ ମନୋନୀତ କରାଯାଇଥିଲା ଓ ସ୍ୱର୍ଣ୍ଣ ପଦକ ସହିତ ଗୋଲଡେନ୍ ଗ୍ଲୋଭ୍ ଆଖ୍ୟା ମଧ୍ୟ ଦିଆଯାଇଥିଲା । ବର୍ତ୍ତମାନ ଏହି ଦୁଇଟି ପଦକର ସୁରକ୍ଷା ପାଇଁ ଏମିଲିଆନୋ ମାର୍ଟିନେଜ୍ ପ୍ରାୟ ୨୦ ଲକ୍ଷ ଟଙ୍କା ମୂଲ୍ୟର ଏକ କୁକୁର କିଣିଛନ୍ତି ।

ଆପଣଙ୍କୁ କହି ରଖୁଛୁ ଯେ, ଟାଇଟଲ୍ ବିଜେତା ଦଳ ଆର୍ଜେଣ୍ଟିନାର ସମସ୍ତ ଖେଳାଳିଙ୍କୁ ସ୍ୱର୍ଣ୍ଣ ପଦକ ଦିଆଯାଇଛି । ଏଥର ଫିଫା ବିଶ୍ୱକପ  ୨୦୨୨  (FIFA World Cup 2022) କାତାରରେ ଆୟୋଜିତ ହୋଇଥିଲା ଓ ଏହି ଫୁଟବଲ ବିଶ୍ୱକପ ଟ୍ରଫି ଆର୍ଜେଣ୍ଟିନା (Argentina) ଜିତିଛି । ଲିଓନେଲ ମେସି (Lionel Messi) ଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ଦଳ ଫାଇନାଲରେ ସୁଟଆଉଟରେ ୨୦୧୮ର ଚାମ୍ପିୟନ ଫ୍ରାନ୍ସକୁ ପରାସ୍ତ କରି ଟାଇଟଲ ଜିତିଥିଲା । ଏହି ମ୍ୟାଚରେ ଲିଓନେଲ ମେସି ଦୁଇଟି ଗୋଲ ସ୍କୋର କରି ଟୁର୍ଣ୍ଣାମେଣ୍ଟରେ ମୋଟ ୭ ଗୋଲ ସ୍କୋର କରିଥିଲେ । ଅନ୍ୟପଟେ କଲିଆନ ଏମ୍ବାପେ (Kylian Mbappé ) ୮ଟି ଗୋଲ ସ୍କୋର କରି ଗୋଲଡେନ ବୁଟ ଟାଇଟଲ ଜିତିଥିଲେ ।

ଅଧିକ ପଢ଼ନ୍ତୁ:-କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ଜଣେ ଫିଲ୍ଡର ଧରିଲେ ଏପରି ଅସମ୍ଭବ କ୍ୟାଚ୍, କେହି ସ୍ୱପ୍ନରେ ବି ଭାବି ନଥିବେ; ଦେଖନ୍ତୁ ଭିଡିଓ

ସୂଚନାଯୋଗ୍ୟ, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆର୍ଜେଣ୍ଟିନା ଗୋଲକିପର (Argentina Goalkeeper) ଏମିଲିଆନୋ ମାର୍ଟିନେଜ (Emiliano Martinez) ଫିଫା ବିଶ୍ୱକପ ୨୦୨୨ (FIFA World Cup 2022) ରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଏମିଲିଆନୋ ମାର୍ଟିନେଜ (Emiliano Martinez) ଅନେକ ଅବିଶ୍ୱସନୀୟ ଗୋଲ ବଞ୍ଚାଇଥିଲେ । ବର୍ତ୍ତମାନ ଏମିଲିଆନୋ ମାର୍ଟିନେଜ (Emiliano Martinez) ପଦକ ରକ୍ଷା କରିବା ପାଇଁ ପ୍ରାୟ ୨୦ ଲକ୍ଷ ଟଙ୍କାରେ ଗାର୍ଡ କୁକୁର କିଣିଛନ୍ତି । ଏମିଲିଆନୋ ମାର୍ଟିନେଜ (Emiliano Martinez) ଆମେରିକାର ନୌସେନା ଦ୍ୱାରା ଯୁଦ୍ଧ କ୍ଷେତ୍ରରେ ବ୍ୟବହୃତ ଏକ ପ୍ରଜାତିର ବେଲଜିୟମ ମଲିନୋଇସ୍ ଗାର୍ଡ କୁକୁର (Belgian Malinois Gaurd Dog) କିଣିଛନ୍ତି । ଟାଇଟଲ୍ ମ୍ୟାଚରେ ଏମିଲିଆନୋ ମାର୍ଟିନେଜ (Emiliano Martinez) ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଫୁଲ୍ ଟାଇମ୍ ପର୍ଯ୍ୟନ୍ତ ସ୍କୋର ୩-୩ରେ ବରାବର ହେବା ପରେ ସୁଟଆଉଟରେ ଏମିଲିଆନୋ ମାର୍ଟିନେଜ (Emiliano Martinez) ଫ୍ରାନ୍ସର ତିନି ଖେଳାଳିଙ୍କ ଗୋଲ୍ ସ୍କୋର କରିବାକୁ ରୋକି ଥିଲେ ।