Abu Nechim Retirement: ଭାରତକୁ ଲାଗିଲା ଝଟକା, କ୍ରିକେଟରୁ ଅବସର ନେଲେ ଏହି ଦ୍ରୁତ ବୋଲର
Advertisement

Abu Nechim Retirement: ଭାରତକୁ ଲାଗିଲା ଝଟକା, କ୍ରିକେଟରୁ ଅବସର ନେଲେ ଏହି ଦ୍ରୁତ ବୋଲର

Abu Nechim Retirement: ଘରୋଇ କ୍ରିକେଟରେ ସିନିୟର ଆସାମ ଦଳ ପାଇଁ ଖେଳିବା ବ୍ୟତୀତ ଆବୁ ନେଚିମ୍ ୨୦୧୦ରୁ ଆଇପିଏଲର ୪ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଥିଲେ ଓ ୨୦୧୩ ଆଇପିଏଲ୍ ବିଜେତା ଦଳର ସଦସ୍ୟ ମଧ୍ୟ ଥିଲେ । ଏହା ପରେ ଆବୁ ନେଚିମ୍ ଆଇପିଏଲ୍ ୨୦୧୪–୧୬ରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ସଦସ୍ୟ ଥିଲେ ।

Abu Nechim Retirement: ଭାରତକୁ ଲାଗିଲା ଝଟକା, କ୍ରିକେଟରୁ ଅବସର ନେଲେ ଏହି ଦ୍ରୁତ ବୋଲର

Abu Nechim Retirement: ଭାରତୀୟ ଅଣ୍ଡର-19 ପୁରୁଷ କ୍ରିକେଟ ଦଳ ପାଇଁ ଖେଳିଥିବା ଆସାମ ଫାଷ୍ଟ ବୋଲର ଆବୁ ନେଚିମ (Abu Nechim) କ୍ରିକେଟର ସମସ୍ତ ପ୍ରକାର ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରାଯାଇଥିବା ଏକ ନୋଟରେ ବୋଲର ଆବୁ ନେଚିମ (Abu Nechim) କହିଛନ୍ତି ଯେ, "ମୁଁ ଆପଣଙ୍କ ନଜରକୁ ଆଣିବାକୁ ଚାହୁଁଛି ଯେ ମୁଁ ଖେଳରୁ ଦୂରେଇ ଯିବାକୁ ଓ ଖେଳର ସମସ୍ତ ଫର୍ମାଟ ଏବଂ ସ୍ତରରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି । ମୁଁ ବିସିସିଆଇ (BCCI) କୁ ଧନ୍ୟବାଦ ଦେବାକୁ ଚାହୁଁଛି ।"

୧୭ ବର୍ଷ ବୟସରେ ଆସାମ ପାଇଁ ପ୍ରଥମ ଶ୍ରେଣୀ (Abu Nechim First Class Cricket Career) ରେ ଡେବ୍ୟୁ କରିବା ପରେ ଆବୁ ନେଚିମ୍ (Abu Nechim) ଇଣ୍ଡିଆ ଅଣ୍ଡର-19 ଦଳ (Under 19 Team) ରେ ମନୋନୀତ ହୋଇଥିଲେ । ଇଂଲଣ୍ଡ ବିପକ୍ଷରେ ୨୦୦୬ ପୁରୁଷ ଅଣ୍ଡର-19 ବିଶ୍ୱକପ୍‌ର ସେମିଫାଇନାଲରେ ସେ ସ୍ୱିଙ୍ଗ୍ ବୋଲିଂ ସହ  ଚମତ୍କାର ପ୍ରଦର୍ଶନ କରି ୧୪ ରନ ଦେଇ ୪ଟି ୱିକେଟ ନେଇଥିଲେ ।

ଆବୁ ନେଚିମ୍ (Abu Nechim) ଆହୁରି ମଧ୍ୟ କହିଛନ୍ତି ଯେ, "ମୁଁ ମଧ୍ୟ ଦୁଇଟି ଆଇପିଏଲ୍ (IPL) ଫ୍ରାଞ୍ଚାଇଜ୍ ମୁମ୍ବାଇ ଇଣ୍ଡିଆନ୍ସ (Mumbai Indians) ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) କୁ ଧନ୍ୟବାଦ ଜଣାଉଛି । ଖେଳ ଖେଳିବା ଓ ଗତ ୨୩ ବର୍ଷ ମଧ୍ୟରେ ପ୍ରତ୍ୟେକ ସ୍ଥିତିରୁ ଶିଖିବାର ଏକ ଅଦ୍ଭୁତ ଯାତ୍ରା ରହିଆସିଛି ।" ଘରୋଇ କ୍ରିକେଟରେ ସିନିୟର ଆସାମ ଦଳ ପାଇଁ ଖେଳିବା ବ୍ୟତୀତ ଆବୁ ନେଚିମ୍ (Abu Nechim) ୨୦୧୦ରୁ ଆଇପିଏଲର ୪ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଥିଲେ ଓ ୨୦୧୩ ଆଇପିଏଲ୍ ବିଜେତା ଦଳର ସଦସ୍ୟ ମଧ୍ୟ ଥିଲେ । ଏହା ପରେ ଆବୁ ନେଚିମ୍ (Abu Nechim) ଆଇପିଏଲ୍ ୨୦୧୪–୧୬ରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ସଦସ୍ୟ ଥିଲେ ।

ଅଧିକ ପଢ଼ନ୍ତୁ:-ଉମ୍ରାନ ମଲିକ ତିଲକ ନଲଗାଇବା ବିବାଦ ପରେ ସାମ୍ନାକୁ ଆସିଲା ନୂଆ ଫଟୋ, ସମାଲୋଚକଙ୍କୁ ମିଳିଲା ମୁହଁତୋଡ଼ ଜବାବ

ଅଧିକ ପଢ଼ନ୍ତୁ:-କୋହଲି ଓ ରୋହିତଙ୍କ ମଧ୍ୟରେ ଥିଲା ଶତ୍ରୁତା! ପୂର୍ବତନ କୋଚ୍ କରିଥିଲେ ଏଥିରେ ହସ୍ତକ୍ଷେପ, ଏପରି ହେଲା ଖୁଲାସା

ଅଧିକ ପଢ଼ନ୍ତୁ:-ଏଠାରେ ପତିଙ୍କ ଆଗରେ ପତ୍ନୀ ପରପୁରୁଷ ସହ ରଖନ୍ତି ଶାରୀରିକ ସମ୍ପର୍କ!

 

ମୋଟ ଉପରେ ଆବୁ ନେଚିମ୍ (Abu Nechim) ୧୭ଟି ଆଇପିଏଲ ମ୍ୟାଚରେ ୮.୬୯ ଇକୋନୋମି ହାରରେ ୧୨ଟି  ୱିକେଟ୍ ନେଇଛନ୍ତି । ଆବୁ ନେଚିମ୍ (Abu Nechim) ଏହି ଲିଗରେ ଅଂଶଗ୍ରହଣ କରିଥିବା ଆସାମର ପ୍ରଥମ ଖେଳାଳି ହୋଇଥିଲେ । ଆବୁ ନେଚିମ୍ (Abu Nechim) ପ୍ରଥମ ଶ୍ରେଣୀ କ୍ରିକେଟରେ ୬୮ ମ୍ୟାଚରେ ୧୭୨ ୱିକେଟ୍ ନେଇଛନ୍ତି । ଏହା ବ୍ୟତୀତ ଆବୁ ନେଚିମ୍ (Abu Nechim) ଲିଷ୍ଟ-ଏର ୬୧ ମ୍ୟାଚରେ ୬୫ ୱିକେଟ୍ ଓ ୮୦ଟି ଟି-20 ମ୍ୟାଚରେ ୭୮ ୱିକେଟ୍ ହାସଲ କରିଛନ୍ତି ।