ଭାରତରେ କାହାକୁ ଓ କାହିଁକି ଯୁଦ୍ଧର ଦେବତା ବୋଲି କୁହାଯାଏ ?
Advertisement
Article Detail0/zeeodisha/odisha1920859

ଭାରତରେ କାହାକୁ ଓ କାହିଁକି ଯୁଦ୍ଧର ଦେବତା ବୋଲି କୁହାଯାଏ ?

ଭାରତରେ କାହାକୁ ଓ କାହିଁକି ଯୁଦ୍ଧର ଦେବତା ବୋଲି କୁହାଯାଏ ? ଏବେ ସାରା ଦୁନିଆ ଋଷ ୟୁକ୍ରେନ ଯୁଦ୍ଧର ସମାପ୍ତକୁ ଅପେକ୍ଷା କରିଥିବା ବେଳେ ପୁଣି ପଶ୍ଚିମ ଏସିଆରେ ଯୁଦ୍ଧ ଆରମ୍ଭ ହୋଇଗଲାଣି । ମାନେ ବର୍ତ୍ତମାନ ଯୁଦ୍ଧକୁ ନେଇ ଚର୍ଚ୍ଚା ଓ ଆଲୋଚନା । ଏହାସହ ଇଜରାଏଲ ଏବଂ ହମାସ ଯୁଦ୍ଧରେ ମଧ୍ୟ ଧର୍ମର କଥା ଉଠିଲାଣି । ତ ଏଠି ଯୁଦ୍ଧର ଦେବତାଙ୍କ କଥା ମଧ୍ୟ ଅଛି ।

SOCIAL MEDIA

ଭାରତରେ କାହାକୁ ଓ କାହିଁକି ଯୁଦ୍ଧର ଦେବତା ବୋଲି କୁହାଯାଏ ?

ଏବେ ସାରା ଦୁନିଆ ଋଷ ୟୁକ୍ରେନ ଯୁଦ୍ଧର ସମାପ୍ତକୁ ଅପେକ୍ଷା କରିଥିବା ବେଳେ ପୁଣି ପଶ୍ଚିମ ଏସିଆରେ ଯୁଦ୍ଧ ଆରମ୍ଭ ହୋଇଗଲାଣି । ମାନେ ବର୍ତ୍ତମାନ ଯୁଦ୍ଧକୁ ନେଇ ଚର୍ଚ୍ଚା ଓ ଆଲୋଚନା । ଏହାସହ ଇଜରାଏଲ ଏବଂ ହମାସ ଯୁଦ୍ଧରେ ମଧ୍ୟ ଧର୍ମର କଥା ଉଠିଲାଣି । ତ ଏଠି ଯୁଦ୍ଧର ଦେବତାଙ୍କ କଥା ମଧ୍ୟ ଅଛି । ଯାହା ପୁରାଣରେ ବର୍ଣ୍ଣିତ ଅଛି । ତାହେଲେ ଭାରତରେ କାହାକୁ ଯୁଦ୍ଧର ଦେବତା ବୋଲି କୁହାଯାଏ । ପୁରାଣ ଶାସ୍ତ୍ର ଅନୁସାରେ ଭଗବାନ୍ କାର୍ତ୍ତିକଙ୍କୁ ଯୁଦ୍ଧର ଦେବତା ବୋଲି କୁହାଯାଇଛି । ୟା ପଛରେ ମଧ୍ୟ ରୋଚକ କାହାଣୀ ଅଛି । ଆସନ୍ତୁ ଜାଣିବା ।

ହିନ୍ଦୁ ଧର୍ମରେ ଯୁଦ୍ଧର ଦେବତା କିଏ । ଏହା ଏତେ ସହଜ ପ୍ରଶ୍ନ ନୁହେଁ  । କି ଏହାର ଉତ୍ତର ମଧ୍ୟ ଅନେକ ନୁହେଁ । କିନ୍ତୁ ବୈଦିକ କାଳରେ ଇନ୍ଦ୍ରଙ୍କୁ ଯୁଦ୍ଧ ସହ ଯୋଡ଼ା ଯାଉଥିଲା । ହେଲେ ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳକୁ ଯୁଦ୍ଧର ଦେବତା ବୋଲି କୁଯାହାଉଥିଲା । କିନ୍ତୁ ହିନ୍ଦୁ ଧର୍ମରେ ଭଗବାନ କାର୍ତ୍ତିକଙ୍କୁ ଯୁଦ୍ଧର ଦେବତା ବୋଲି କୁହାଯାଏ ।

ଶିବଙ୍କ ପୁତ୍ରଙ୍କ ପରିକଳ୍ପନା

ପୁରାଣ କଥା ଅନୁଯାୟୀ ସତୀ ଯିବା ପରେ ପ୍ରଭୁ ଶିବ ଯେତେବେଳେ ତପସ୍ୟାରେ ଲୀନ ହେଲେ ସେହି ସମୟରେ ତାଡ଼କାଶୂର ନାମ୍ନୀ ରାକ୍ଷସ ତପସ୍ୟା କରି ବ୍ରହ୍ମାଙ୍କୁ ବର ମାଗିଲା । ବର ଏଇଆ ଯେ ସେ ଶିବଙ୍କ ପୁଅ ହାତରେ ହିଁ ମରିବ । କାରଣ ସେ ଭାବିଲା ଶିବ ତ ତପସ୍ୟାରେ ବସିଛନ୍ତି ତେଣୁ ଶିବଙ୍କ ପୁଅ ହେବ ନା ମତେ ମାରିବ । ବ୍ରହ୍ମା ବର ଦେବା ପରେ ସେ ନିଜକୁ ଅମର ବୋଲି ଭାବିଲା । ଏବଂ ତିନି ଲୋକରେ ଅତ୍ୟାଚାର କଲା ।

ନିଜକୁ ଅମର ଭାବୁଥିଲା ତାଡ଼କାଶୂର

ତାଡ଼କାଶୂର ଭାବିଥିଲା ଯେ ମାତା ସତୀଙ୍କ ବିୟୋଗରେ ଶିବ ତପସ୍ୟା କରୁଛନ୍ତି । ତେଣୁ ସେ ବିବାହା କରିବେ ନାହିଁ କି ତାଙ୍କର ପୁତ୍ର ଆସିବ ନାହିଁ । ତେଣୁ ନିଜକୁ ଅମର ଭାବି ତିନି ଲୋକରେ ନିଜ ଭଉଣୀ ସହ ମିଶି ତାଡ଼କାଶୂର ଉତ୍ପାତ କଲା । ଦେବତା ମାନଙ୍କୁ ସ୍ବର୍ଗରୁ ବାହାର କରିଦେଲା । ଯେଉଁଥିରେ ସମସ୍ତେ ଆତଙ୍କିତ ହେଲେ ।

ଦେବତାଙ୍କ ପ୍ରୟାସ

ଯେତେବେଳେ ସମସ୍ତ ଦେବତା ମାନେ ନିରୁପାୟ ହୋଇ ବ୍ରହ୍ମାଙ୍କ ଶରଣ ନେଲେ ସେତେବେଳେ ସେମାନଙ୍କୁ ତାଡ଼କାଶୂରର ମୃତ୍ୟୁ ରହସ୍ୟ ବିଷୟରେ ଜଣା ପଡ଼ିଲା । ଏହାସହ ଭଗବାନ ଶିବ ପାର୍ବତୀଙ୍କ ବିବାହ ବିଷୟରେ ମଧ୍ୟ ଜାଣିବାକୁ ପାଇଲେ । ଏବଂ ପାର୍ବତୀ ମଧ୍ୟ ଶିବଙ୍କୁ ବିବାହ କରିବା ପାଇଁ ତପସ୍ୟା କରୁଥିଲେ । ତାପରେ ଦେବତା ମାନେ ଏମିତି ପ୍ରୟାସ ଆରମ୍ଭ କଲେ ଯେଉଁଥିରେ ଶିବ ପାର୍ବତୀଙ୍କ ବିବାହ ହେବ । ତାପରେ ଶିବଙ୍କ ତପସ୍ୟା ଭାଙ୍ଗିବା ପାଇଁ ସେମାନେ କାମଦେବଙ୍କୁ ପଠାଇଲେ । କିନ୍ତୁ ପରିଣାମ ଏମିତି ହେଲାଯେ ଶିବ କ୍ରୋଧିତ ହୋଇ କାମଦେବଙ୍କୁ ଭସ୍ମ କରିଦେଲେ ।

ଭଗବାନ କାର୍ତ୍ତିକଙ୍କ ଜନ୍ମ

ମାତା ପାର୍ବତୀଙ୍କ ତପସ୍ୟା ସଫଳ ହେଲା ଏବଂ ଶିବ ପାର୍ବତୀଙ୍କ ବିବାହ ହେଲା । ତାପରେ ପ୍ରଭୁ କାର୍ତ୍ତିକ ଜନ୍ମ ନେଲେ । ଭ ଗଗବାନ କାର୍ତ୍ତିକ ଯୁଦ୍ଧରେ  ନିପୁଣ ଥିଲେ । ଦେବତା ମାନେ ତାଙ୍କୁ ନିଜର ସେନାପତି କଲେ ଏବଂ କାର୍ତ୍ତିକ ନିଜର ମାତା ପିତାଙ୍କ ଆର୍ଶିବାଦ ନେଇ ତାଡ଼କାଶୂର ସହ ଯୁଦ୍ଧ କରିବା ପାଇଁ ବାହାରିଲେ ।

ତାଡ଼କାଶୂର ବଦ୍ଧ

ଏହାପରେ ତାଡ଼କାଶୂର ଏବଂ ଦେବତା ମାନଙ୍କ ଭିତରେ ଯୁଦ୍ଧ ହେଲା । ତାଡ଼କାଶୂର ନେତୃତ୍ବରେ ରାକ୍ଷାସମାନେ ଦେବତା ମାନଙ୍କ ସହ କଡ଼ା ଟକ୍କର ଦେଲେ ଏବଂ ଯାଦୁ ମଧ୍ୟ ଚଳାଇଲେ । ତାଡ଼କାଶୂର ଭାଇ ଏକ ପାହାଡ଼ର ରୂପ ନେଲା ଏବଂ ତାଡ଼କାଶୂର ତା ପଛରେ ଲୁଚିଗଲା । ହେଲେ କାର୍ତ୍ତିକ ରାକ୍ଷାସଙ୍କ ମାୟା ଜାଣି ପାରିଲେ ଏବହ ପାହାଡ଼କୁ ଚିରି ତାଡ଼କାଶୂରକୁ ବଦ୍ଧ କଲେ ।