Advertisement
photoDetails0hindi

ନିଜ ପ୍ରିୟ ଠାକୁରଙ୍କୁ ପ୍ରସନ୍ନ କରିବା ପାଇଁ ଏହି ଫୁଲ ଅର୍ପଣ କରନ୍ତୁ

ଆପଣ ଜାଣିଛନ୍ତି କି, କିଛି ଫୁଲ ଅଛି ଯାହା ଦେବାଦେବୀଙ୍କୁ ବିଶେଷ ଭାବେ ପ୍ରିୟ ଅଟେ । ବିଭିନ୍ନ ପ୍ରକାର ଧାର୍ମୀକ ପୁସ୍ତକରେ ଏହି ଫୁଲ ବିଷୟରେ ବର୍ଣ୍ଣନା କରାଯାଇଛି । ଠାକୁରଙ୍କୁ ତାଙ୍କ ପସନ୍ଦର ପୁଷ୍ପ ଅର୍ପଣ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ଓ ଅପାର କୃପା ମିଳେ । ଜାଣନ୍ତୁ କେଉଁ ଠାକୁରଙ୍କର କେଉଁ ଫୁଲ ପ୍ରିୟ ଅଟେ ।

ଶନି

1/9
ଶନି

ଶନିଦେବଙ୍କୁ ନୀଳ ରଙ୍ଗର ଫୁଲ ଭାରି ପ୍ରିୟ, ତେଣୁ ନୀଳ ଅପରାଜିତା ଶନିଦେବକୁ ଅର୍ପଣ କଲେ ଶନିଦେବଙ୍କ କୃପାରୁ ମୁକ୍ତି ମିଳେ ।

କାଳି

2/9
କାଳି

ମା କାଳୀଙ୍କର ପ୍ରିୟ ଫୁଲ ହେଉଛି ମନ୍ଦାର, କିନ୍ତୁ ନାଲି ମନ୍ଦାର ହେଉଛି ସବୁଠୁ ପ୍ରିୟ ।

ସରସ୍ୱତୀ

3/9
ସରସ୍ୱତୀ

ମା ସ୍ୱରସ୍ୱତୀଙ୍କୁ ପ୍ରସନ୍ନ ପାଇଁ ଆପଣ ଧଳା ଗୋଲାପ, ଧଲା କନିଅର ଓ ଧଳା କଇଁ ଇତ୍ୟାଦି ଅର୍ପଣ କରିପାରିବେ ।  

ଲକ୍ଷ୍ମୀ

4/9
ଲକ୍ଷ୍ମୀ

ମା ଲକ୍ଷ୍ମୀଙ୍କର ସବୁଠୁ ପ୍ରିୟ ଫୁଲ ହେଉଛି ପଦ୍ମ ଫୁଲ । ଏହାଛଡ଼ା ଗେଣ୍ଡୁ ଫୁଲ ଏବଂ ଯେକୌଣସି ନାଲି ଓ ଗୋଲାପ ଫୁଲ ମଧ୍ୟ ଅର୍ପଣ କରିପାରିବେ ।

ଶ୍ରୀକୃଷ୍ଣ

5/9
ଶ୍ରୀକୃଷ୍ଣ

କଦମ୍ବ, ମଲ୍ଲୀ, କରବୀର, ବଉଳ, ଇତ୍ୟାଦି ଶ୍ରୀକୃଷ୍ଣ ଭଗବାନଙ୍କର ପ୍ରିୟ ଅଟେ  ।

 

ବିଷ୍ଣୁ

6/9
ବିଷ୍ଣୁ

ପଦ୍ମ, କଦମ୍ବ, ଚମେଲି, ଅଶୋକ, ମାଳତୀ, ତରାଟ, ଇତ୍ୟାଦି ଭଗବାନ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ ଫୁଲ ଅଟେ । କିନ୍ତୁ ତୁଳସୀଙ୍କ ବିନା ବିଷ୍ଣୁ ଭଗବାନଙ୍କ ପୂଜା ଅଧୁରା ରହିଥଏ । ତୁଳସୀ ଅର୍ପଣ ଦ୍ୱାରା ଭଗବାନ ବିଷ୍ଣୁ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ।

ପାର୍ବତୀ ତଥା ଗୌରୀ

7/9
ପାର୍ବତୀ ତଥା ଗୌରୀ

ପ୍ରଭୁ ଶିବ ଶଙ୍କରଙ୍କୁ ଯେଉଁ ସବୁ ଫୁଲ ପ୍ରିୟ, ସେହି ସବୁ ଫୁଲ ମା' ପାର୍ବତୀଙ୍କୁ ମଧ୍ୟ ପ୍ରିୟ ଅଟେ । ଏହାଛଡ଼ା ନାଲିଫୁଲ, ଧଳା ପଦ୍ମ, ଚମ୍ପା ଓ ପଳାସ ଫୁଲ ମା ପାର୍ବତୀଙ୍କର ଅତି ପ୍ରିୟ ଅଟେ ।

ଭୋଳାନାଥ

8/9
ଭୋଳାନାଥ

ମହାଦେବଙ୍କୁ ଦୁଦୁରା ଫୁଲ, ବେଲ ପତ୍ର, ମଣିନାଗେଶ୍ୱରୀ ଫୁଲ, ଧଳା ନାଗ କେଷରୀ ଫୁଲ, କନିଅର ଫୁଲ, ଚମ୍ପା ଫୁଲ, ଅରଖ ଫୁଲ, ଗଇସ ଫୁଲ ଓ ପଦ୍ମ ମଞ୍ଜି ଇତ୍ୟାଦି ଅତ୍ୟନ୍ତ ପ୍ରିୟ ଅଟେ । ଭୁଲରେ ବି କେବେ ଭଗବାନ ଶିବଙ୍କୁ କିଆ ଫୁଲ ଅର୍ପଣ କରିବେ ନାହିଁ  ।

ଗଣେଶ

9/9
ଗଣେଶ

ଗଣେଶ ଭଗବାନଙ୍କୁ ଅଗ୍ରପୂଜ୍ୟ କୁହାଯାଏ । ଯେକୌଣସି ବ୍ରତ କି ପୂଜାପାଠରେ ପ୍ରଥମେ ଗଣେଶଙ୍କୁ ଆରାଧନା କରାଯାଏ । ପ୍ରଭୁ ଗଣେଶଙ୍କର ପ୍ରିୟ ହେଉଛି 'ଦୁବ' ।  ଯଦି ଆପଣ ଗଣେଷଙ୍କୁ ପ୍ରତିଦିନ ପୂଜା କରୁଛନ୍ତି, ତେବେ ପ୍ରତ୍ୟେକ ଦିନ ୩ କିମ୍ବା ୫ଟି ଦୁବ ଅର୍ପଣ କରନ୍ତୁ । କେବଳ ତୁଳସୀ ପତ୍ରକୁ ଛାଡ଼ି ଦୁବ ସହିତ ଯେ କୌଣସି ବି ଫୁଲ ଗଣେଷଙ୍କୁ ଅର୍ପଣ କରିପାରିବେ ।