Chanakya Niti: ଏହି ଲୋକମାନଙ୍କ ସହ କେବେବି କରନ୍ତୁ ନାହିଁ ବନ୍ଧୁତା, ହୋଇଥାନ୍ତି ଆପଣଙ୍କ ଦୁଃଖର କାରଣ
Advertisement

Chanakya Niti: ଏହି ଲୋକମାନଙ୍କ ସହ କେବେବି କରନ୍ତୁ ନାହିଁ ବନ୍ଧୁତା, ହୋଇଥାନ୍ତି ଆପଣଙ୍କ ଦୁଃଖର କାରଣ

Chanakya Niti: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ଏପରି କିଛି କଥା ଉଲ୍ଲେଖ କରିଛନ୍ତି ଯାହା ଆଜିର ସମୟରେ ମଧ୍ୟ ପ୍ରାସଙ୍ଗିକ ବୋଲି ବିବେଚନା କରାଯାଏ । ସେ ଏପରି କିଛି ଲୋକଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି, ଯେଉଁମାନଙ୍କଠାରୁ କୌଣସି ପ୍ରକାରର ଆଶା କରିବା ମୂର୍ଖତା ବୋଲି ବିବେଚନା କରାଯାଏ ।

ସୌ: ସୋସିଆଲ ମିଡିଆ

Chanakya Niti: ପ୍ରତ୍ୟେକ ବ୍ୟକ୍ତିର ପ୍ରକୃତି ସମାନ ନୁହେଁ, କିନ୍ତୁ ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ କିଛି ଲୋକ ଏପରି ଅଛନ୍ତି ଯାହାଙ୍କ ପ୍ରକୃତି, ଆଚରଣ ଓ ପ୍ରବୃତ୍ତି ଅନ୍ୟମାନଙ୍କ ତୁଳନାରେ ବହୁତ ଖରାପ ଅଟେ । ଚାଣକ୍ୟ ବିଶ୍ୱାସ କରନ୍ତି ଯେ ଏହିପରି ଲୋକମାନଙ୍କଠାରୁ ଯଥାସମ୍ଭବ ଦୂରତା ରକ୍ଷା କରିବା ଆବଶ୍ୟକ ଓ ସେମାନଙ୍କଠାରୁ କିଛି ଆଶା କରବା ମୂର୍ଖାମୀ । କାରଣ, ସେମାନଙ୍କ ପାଇଁ ସେମାନଙ୍କର ନିଜ ସୁଖ ପ୍ରଥମେ ଗୁରୁତ୍ୱପୂର୍ଣ୍ଣ ରହିଥାଏ । ତେବେ ଆସନ୍ତୁ ଜାଣିବା କାହାଠାରୁ ଦୟା ଆଶା କରାଯିବା ଅନୁଚିତ୍...

ଯେତେବେଳେ ଜଣେ ଚୋର ଚୋରି କରେ, ତା’ର ମୂଳ ଲକ୍ଷ୍ୟ ହେଉଛି ଯଥା ଶୀଘ୍ର ଚୋରି କରିବା ଓ ଜିନିଷ ନେଇ ଫେରାର ହୋଇଯିବା । ସେହି ସମୟରେ ଚୋରଠାରୁ କୌଣସି ପ୍ରକାରର ଦୟା ଆଶା କରିବା ବ୍ୟର୍ଥ ଅଟେ । ଚୋରି ପରେ ତାଙ୍କ ଅବସ୍ଥା କ’ଣ ହେବ ତାହା ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଏପରି ବ୍ୟକ୍ତିର ପ୍ରକୃତି, ଯିଏ ସମାଜ ବିଷୟରେ ଚିନ୍ତା ନକରି କେବଳ ନିଜ ଉପରେ ଧ୍ୟାନ ଦେଇଥାଏ । ଏହି ଲୋକମାନଙ୍କ ସହ କେବେବି ବନ୍ଧୁତା କରନ୍ତୁ ନାହିଁ ।

ଯେତେବେଳେ ଛୋଟ ପିଲାମାନେ ଖେଳକୁଦରେ ବ୍ୟସ୍ତ ଥାଆନ୍ତି, ସେତେବେଳେ ସେହି ସମୟରେ ସେମାନେ ଏଥିରେ ସଂପୂର୍ଣ୍ଣ ମଗ୍ନ ରହିଥାନ୍ତି । ଦୁନିଆରେ ଯାହା ଘଟୁଛି ସେମାନଙ୍କ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ । ସେମାନେ କାହାର ଦୁଃଖ ଓ ଯନ୍ତ୍ରଣା ଅନୁଭବ ନାହିଁ । ସମପରି କିଛି ଲୋକ ଅଛନ୍ତି ଯେଉଁମାନେ ଅନ୍ୟମାନଙ୍କ ଦୁଃଖକୁ କେବେବି ବୁ ବୁଝନ୍ତି ନାହିଁ । ଏହି ଲୋକମାନଙ୍କ ସହ କେବେବି ବନ୍ଧୁତା କରନ୍ତୁ ନାହିଁ ।

ଯେଉଁ ଲୋକମାନେ କେବଳ ନିଜକୁ ନେଇ ଚିନ୍ତିତ, ଯେଉଁମାନେ ଅନ୍ୟମାନଙ୍କ ସହିତ ଅଧିକ ମିଶନ୍ତି ନାହିଁ କିମ୍ବା ସେମାନଙ୍କ ଦୁଃଖ ଓ ସୁଖରେ ସେମାନଙ୍କୁ ସମର୍ଥନ କରନ୍ତି ନାହିଁ, ସେମାନଙ୍କଠାରୁ ଯଥାସମ୍ଭବ ଦୂରତା ରଖିବା ଉଚିତ୍ । କାରଣ ସେମାନେ ସର୍ବଦା ଆପଣଙ୍କ ଖୁସିରେ ଜଡିତ ରହିବେ କିନ୍ତୁ ଦୁଃଖରେ ଆପଣଙ୍କ ପାକରେ କେବେବି ରହିବେ ନାହିଁ । ଏହି ଲୋକମାନଙ୍କ ସହ କେବେବି ବନ୍ଧୁତା କରନ୍ତୁ ନାହିଁ ।

ଇଗୋ ପ୍ରାୟତଃ ସେହି ବ୍ୟକ୍ତିଙ୍କ ନିକଟକୁ ଆସିଥାଏ, ଯିଏ କଠିନ ପରିଶ୍ରମ ବିନା ସଫଳତା ପାଇଥାଏ । ଏହିପରି ଲୋକମାନେ ଅନ୍ୟର କଠିନ ପରିଶ୍ରମକୁ କିପରି ସମ୍ମାନ ଦେବେ ଜାଣନ୍ତି ନାହିଁ । ତେଣୁ ଏହି ଲୋକଙ୍କଠାରୁ ଦୂରତା ରଖିବାକୁ ଚେଷ୍ଟା କରନ୍ତୁ । ଏହି ଲୋକମାନଙ୍କ ସହ କେବେବି ବନ୍ଧୁତା କରନ୍ତୁ ନାହିଁ ।

ଯିଏ କେବଳ ଟଙ୍କା ପାଇଁ ଲୋଭୀ, ସେ କାହାର ଲାଭ କେବେ ଦେଖିପାରିବ ନାହିଁ । ଆପଣ ତାଙ୍କ ପାଇଁ ଯେତେ ସ୍ପେଶାଲ ହୁଅନ୍ତୁ ନା କାହିଁକି, ସେ ଆପଣଙ୍କ ପାଇଁ କୌଣସି ଭଲ କାମ କରିପାରିବେ ନାହିଁ । ଏହିପରି ଲୋକମାନେ କେବଳ ନିଜର ସ୍ୱାର୍ଥ ବିଷୟରେ ଚିନ୍ତା କରିଥାନ୍ତି । ଏହି ଲୋକମାନଙ୍କ ସହ କେବେବି ବନ୍ଧୁତା କରନ୍ତୁ ନାହିଁ ।

ଏହା ବି ପଢ଼ନ୍ତୁ: ୬୧୭ ବର୍ଷ ପରେ ଏକାସାଙ୍ଗରେ ସୃଷ୍ଟି ହେଉଛି ୪ ରାଜଯୋଗ, ଏହି ୪ଟି ରାଶିର ଲୋକଙ୍କ ଆକସ୍ମିକ ଧନ ଲାଭ ସହ ଭାଗ୍ୟୋଦୟର ପ୍ରବଳ ଯୋଗ