Time travel science fact: ସମୟରେ ଆଗକୁ,ପଛକୁ ଯିବା ସମ୍ଭବ ! ଜାଣନ୍ତୁ ସତ କେତେ ମିଛ କେତେ
Advertisement

Time travel science fact: ସମୟରେ ଆଗକୁ,ପଛକୁ ଯିବା ସମ୍ଭବ ! ଜାଣନ୍ତୁ ସତ କେତେ ମିଛ କେତେ

  ବ୍ୟାକ୍ ଟୁ ଫ୍ୟୁଚର, ଆଡଜଷ୍ଟମେଣ୍ଟ ବ୍ୟୁରୋ, ଲୁପର, ଦେଜାଭୁ, ଇଣ୍ଟରଷ୍ଟେଲାର ସମେତ ଅନେକ ହଲିଉଡ ଚଳଚ୍ଚିତ୍ରରେ ଟାଇମ୍ ଟ୍ରାଭେଲ ବା ସମୟ ଯାତ୍ରାର କଳ୍ପନା କରାଯାଇଛି ।  ଏହି ଚଳଚ୍ଚିତ୍ରଗୁଡିକରେ, ସମୟରେ ଆଗକୁ ଏବଂ ପଛକୁ ଯାଇ ବର୍ତ୍ତମାନକୁ ସଜାଡିବାର  କଳ୍ପନା କରାଯାଇଛି । କଳ୍ପ ବିଜ୍ଞାନର ଏହି କାହାଣୀ ଆଗକ

SOCIAL MEDIA

Time travel science fact: 

ବ୍ୟାକ୍ ଟୁ ଫ୍ୟୁଚର, ଆଡଜଷ୍ଟମେଣ୍ଟ ବ୍ୟୁରୋ, ଲୁପର, ଦେଜାଭୁ, ଇଣ୍ଟରଷ୍ଟେଲାର ସମେତ ଅନେକ ହଲିଉଡ ଚଳଚ୍ଚିତ୍ରରେ ଟାଇମ୍ ଟ୍ରାଭେଲ ବା ସମୟ ଯାତ୍ରାର କଳ୍ପନା କରାଯାଇଛି ।  ଏହି ଚଳଚ୍ଚିତ୍ରଗୁଡିକରେ, ସମୟରେ ଆଗକୁ ଏବଂ ପଛକୁ ଯାଇ ବର୍ତ୍ତମାନକୁ ସଜାଡିବାର  କଳ୍ପନା କରାଯାଇଛି । କଳ୍ପ ବିଜ୍ଞାନର ଏହି କାହାଣୀ ଆଗକୁ ସତ ହେବାକୁ ଯାଉଛି । କାରଣ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଭବିଷ୍ୟତରେ ସମୟ ଯାତ୍ରା ଏକ ବାସ୍ତବତା ହୋଇପାରେ । ନିକଟରେ ପଦାର୍ଥ ବିଜ୍ଞାନୀମାନେ କ୍ୱାଣ୍ଟମ୍ ଏଣ୍ଟାଙ୍ଗମେଣ୍ଟ ବ୍ୟବହାର କରି ସମୟ ଭ୍ରମଣ ବା ଟାଇମ ଟ୍ରାଭେଲର ଆକର୍ଷଣୀୟ ଧାରାରେ ପାଦ ଦେଇଛନ୍ତି । ତଥାପି, ଏହା ବର୍ତ୍ତମାନ ଏହା କେବଳ ମାତ୍ର ଏକ ସଂପୂର୍ଣ୍ଣ ତତ୍ତ୍ୱିକ ଧାରଣା ।

 

କ୍ୱାଣ୍ଟମ୍ ପଦାର୍ଥ ବିଜ୍ଞାନର ଅତ୍ୟନ୍ତ ରହସ୍ୟମୟ ଏବଂ ଆକର୍ଷଣୀୟ କ୍ଷେତ୍ରରେ ବାସ୍ତବତା ଆମ ଦୁନିଆଠାରୁ ବହୁତ ଭିନ୍ନ ନିୟମ ଅନୁଯାୟୀ ସାମ୍ନାକୁ ଆସିଥାଏ । ଏହି କ୍ୱାଣ୍ଟମ୍ ଡୋମେନ୍ କେବଳ ସାଧାରଣ ଘଟଣା ନୁହେଁ ବରଂ କାଳ୍ପନିକ ଘଟଣାରୁ ଅଜବ ଘଟଣାର ମଧ୍ୟ ଅନୁମତି ଦିଏ । ଏଠାରେ ଏହା ଜୋର ଦେଇ କହିବା  ଜରୁରୀ ଯେ କୌଣସି କ୍ୱାଣ୍ଟମ୍ କଣିକା ସମୟରେ ପଛକୁ କେବେ ମଧ୍ଯ ଫେରି ନାହିଁ । ସମୟ ଯାତ୍ରା ଉପରେ ଏହା ବିଚାରାଧିନ ଅନୁସନ୍ଧାନର ବିଷୟ । ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ ବିଚାରାଧିନ ଅନୁସନ୍ଧାନ କ’ଣ? ପଦାର୍ଥବିଜ୍ଞାନୀମାନେ ଏହାକୁ ଗେଡାନେକେକ୍ସପେରିମେଣ୍ଟ ବୋଲି କୁହନ୍ତି ।  ବ୍ୟବହାରିକ ପରୀକ୍ଷଣ ପରିବର୍ତ୍ତେ କରାଯାଇଥିବା ତତ୍ତ୍ୱିକ ଅନୁସନ୍ଧାନ ପାଇଁ ଆଲବର୍ଟ ଆଇନଷ୍ଟାଇନ୍ ଏହି ଶବ୍ଦର ପ୍ରୟୋଗ କରିଥିଲେ ।

କ’ଣ ପାଇଁ ଅନୁସନ୍ଧାନ ଅତ୍ୟନ୍ତ ଉପଯୋଗୀ?

ପଦାର୍ଥ ବିଜ୍ଞାନର ସୀମା ଅନୁସନ୍ଧାନ କରିବା ସମୟରେ ବିଚାରାଧିନ ଅନୁସନ୍ଧାନ ଅତ୍ୟନ୍ତ ଉପଯୋଗୀ ପ୍ରମାଣିତ ହୁଏ, ବିଶେଷତଃ ଗବେଷଣା ଯେତେବେଳେ ଆଲୋକର ବେଗରେ ଗତି କରୁଥିବା କଣିକା ସହିତ ଜଡିତ ପରିସ୍ଥିତି ଜାଣିବା ପାଇଁ ହୋଇଥାଏ । ଏହି ନିର୍ଦ୍ଦିଷ୍ଟ ଅଧ୍ୟୟନ କ୍ଲୋଜଡ୍ ଟାଇମେଲାଇକ୍ କର୍ଭ୍ସ ବା CTC ର ଆକର୍ଷଣୀୟ ଧାରଣା ଉପରେ ଆଲୋକପାତ କରିଥାଏ ।  ଯାହା ସମୟଚକ୍ରରେ ପଛକୁ ଯାଉଥିବା ଏକ କାଳ୍ପନିକ ପଥ ବିଷୟରେ ଆଲୋଚନା କରେ ।  CTC ମୂଳତଃ ସ୍ପେସ ଟାଇମ୍ ରେ ଏକ କଣିକାର ଅସ୍ତିତ୍ୱର ବିଶ୍ୱରେଖାର  କିନ୍ତୁ ବିପରୀତ ଦିଗରେ ଅନୁସନ୍ଧାନ କରେ । ପ୍ରସିଦ୍ଧ ପଦାର୍ଥ ବିଜ୍ଞାନୀ ଷ୍ଟିଫେନ୍ ହକିଙ୍ଗ ତାଙ୍କର ୧୯୯୨ରେ ଲିଖିତ 'କ୍ରୋନୋଲୋଜି ପ୍ରୋଟେକସନ କନଜେକ୍ଟର'ରେ କହିଥିଲେ ଯେ ପଦାର୍ଥ ବିଜ୍ଞାନର ନିୟମ କ୍ଲୋଜଡ୍ ଟାଇମଲାଇକ୍ କର୍ଭର ଅସ୍ତିତ୍ୱ ଉପରେ ପ୍ରତିବନ୍ଧକ ଲଗାଇଥାଏ । ଯାହାଦ୍ୱାରା ସମୟ ଯାତ୍ରା ଅସମ୍ଭବ ହୋଇଯାଏ।

 

CTCକୁ  ଅନୁକରଣ କରାଯାଇପାରିବ

ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଏକ କ୍ୱାଣ୍ଟମ୍-ଟେଲିପୋର୍ଟେସନ୍ ସର୍କିଟ୍ ବ୍ୟବହାର କରି CTCକୁ ସମ୍ଭବତଃ ଅନୁକରଣ ବା ସିମ୍ୟୁଲେଟ୍ କରାଯାଇପାରିବ । ଅନୁସନ୍ଧାନକାରୀଙ୍କ ଗେଡାନକେନ୍ ପରୀକ୍ଷଣ କ୍ରମରେ, ପଦାର୍ଥ ବିଜ୍ଞାନୀମାନେ  ଫୋଟୋନିକ୍ ଅନୁସନ୍ଧାନକୁ କ୍ୱାଣ୍ଟମ୍ ପାରସ୍ପରିକ କ୍ରିୟାର ଅଧିନ କରନ୍ତି, ଯାହାଫଳରେ  ନିର୍ଦ୍ଦିଷ୍ଟ ମାପଯୋଗ୍ୟ ଫଳାଫଳ ମିଳିଥାଏ । ଏହି ଫଳାଫଳର ଆଧାରରେ ସେମାନେ କେଉଁ ଇନପୁଟ ବ୍ୟବହାର ଦ୍ୱାରା ଇଚ୍ଛାକୃତ ଫଳାଫଳ ହାସଲ ହେବ ତାହା ନିର୍ଧାରିତ କରନ୍ତି ।  ଅନୁସନ୍ଧାନକାରୀଙ୍କ ଅନୁଯାୟୀ, କ୍ୱାଣ୍ଟମ୍ ଏଣ୍ଟାଙ୍ଗମେଣ୍ଟ ବ୍ୟବହାର ଦ୍ୱାରା ଯେକୌଣସି ପୂର୍ବ ଚୟନରେ ସୁଧାର କରାଯାଇପାରିବ । କିନ୍ତୁ  ଏହାର ଜଟିଳତା କାରଣରୁ ଏହାକୁ ଏପର୍ଯ୍ୟନ୍ତ ବ୍ୟବହାର କରାଯାଇନାହିଁ ।

ତେବେ ସତରେ କ’ଣ ସତ ହେବ ଟାଇମ୍ ଟ୍ରାଭେଲର ସ୍ୱପ୍ନ ?

ମେରିଲ୍ୟାଣ୍ଡ ୟୁନିଭରସିଟିର ପଦାର୍ଥ ବିଜ୍ଞାନୀ ତଥା ଅଧ୍ୟୟନର ସହ-ଲେଖକ ନିକୋଲ ୟଙ୍ଗର୍ ହାଲପର୍ନଙ୍କ ଅନୁଯାୟୀ, କ୍ଲୋଜଡ୍ ଟାଇମଲାଇକ୍ କର୍ଭ୍ସ ବାସ୍ତବରେ ଅଛି କି ନାହିଁ ଆମେ ଜାଣୁ ନାହିଁ। ପଦାର୍ଥ ବିଜ୍ଞାନର ଯେଉଁ ନିୟମ ସବୁ ବାବଦରେ ଆମେ ଜାଣୁ ସେସବୁ CTC ର ଅସ୍ତିତ୍ୱକୁ ଅନୁମତି ଦିଅନ୍ତି ।  ତଥାପି, ଆମ ପାଖରେ କ୍ୱାଣ୍ଟମ୍ ମାଧ୍ୟାକର୍ଷଣର କୌଣସି ସ୍ପଷ୍ଟ ସିଦ୍ଧାନ୍ତ ନାହିଁ । ଯେତେବେଳେକି ବାସ୍ତବିକ କ୍ଲୋଜଡ୍  ଟାଇମଲାଇକ୍ କର୍ଭ୍ସଙ୍କ ଅସ୍ତିତ୍ୱ ଅନିଶ୍ଚିତ ଅଟେ । ଅଧ୍ୟୟନରୁ ଜଣା ପଡିଛି  ଯେ କିପରି କ୍ୱାଣ୍ଟମ୍ ମେକାନିକ୍ସର ଜଟିଳତା ଉପରେ ନୂଆ ଆଲୋକପାତ କରି ଏଣ୍ଟେଗମେଣ୍ଟ୍ କେମିତି ସେଗୁଡିକୁ ସିମ୍ୟୁରେଟ୍ କରିପାରିବ । ବୈଜ୍ଞାନିକଙ୍କ କହିବା ହେଉଛି ଯେ, ଏହି ଗବେଷଣା  ସମୟ ଭ୍ରମଣର ବ୍ୟବହାରିକତା ସହିତ ଜଡିତ ନୁହେଁ, ଅଧିକନ୍ତୁ ଏହା ବ୍ରହ୍ମାଣ୍ଡ ବିଷୟରେ ଆମ ଜ୍ଞାନର ସୀମା ଜାଣିବା ପାଇଁ କ୍ୱାଣ୍ଟମ କ୍ଷେତ୍ରର ଗୁଣର ଫାଇଦା ନେବା ସହିତ ଜଡିତ ।