Raymonds ceo gautam singania divorce controversy: ଅମ୍ବାନୀଙ୍କ ପାଇଁ ବଂଚିଗଲି,ରେମଣ୍ଡ୍ ମାଲିକଙ୍କ ବିରୋଧରେ ପତ୍ନୀଙ୍କ ଅଭିଯୋଗ
Advertisement
Article Detail0/zeeodisha/odisha1975384

Raymonds ceo gautam singania divorce controversy: ଅମ୍ବାନୀଙ୍କ ପାଇଁ ବଂଚିଗଲି,ରେମଣ୍ଡ୍ ମାଲିକଙ୍କ ବିରୋଧରେ ପତ୍ନୀଙ୍କ ଅଭିଯୋଗ

  କମ୍ପ୍ଲିଟ୍ ମ୍ୟାନଙ୍କ କନଫ୍ଲିକ୍ଟ କାହାଣୀ ବାପାଙ୍କୁ ଘରୁ ତଡ଼ିଥିଲେ,ଏବେ ସ୍ତ୍ରୀଙ୍କ ପାଳି ବଡ଼ ଘର ବଡ଼ ଗୁମର କଥା । ଇଏ ଏମିତି ଗୋଟିଏ ଘରର କାହାଣୀ ଯେଉଁ ପରିବାର ଭାରତର ଧନୀକ ପରିବାର ମଧ୍ଯରୁ ଗୋଟିଏ । ସିଙ୍ଘାନିଆ ,ଏହି ସାଙ୍ଗିଆ ତ କେବେ ନା କେବେ ଆପଣଙ୍କ କାନରେ ପଡିଥିବ । ଆଉ ଯଦ

SOCIAL MEDIA

Raymonds ceo gautam singania divorce controversy: 

କମ୍ପ୍ଲିଟ୍ ମ୍ୟାନଙ୍କ କନଫ୍ଲିକ୍ଟ କାହାଣୀ

ବାପାଙ୍କୁ ଘରୁ ତଡ଼ିଥିଲେ,ଏବେ ସ୍ତ୍ରୀଙ୍କ ପାଳି

ବଡ଼ ଘର ବଡ଼ ଗୁମର କଥା । ଇଏ ଏମିତି ଗୋଟିଏ ଘରର କାହାଣୀ ଯେଉଁ ପରିବାର ଭାରତର ଧନୀକ ପରିବାର ମଧ୍ଯରୁ ଗୋଟିଏ । ସିଙ୍ଘାନିଆ ,ଏହି ସାଙ୍ଗିଆ ତ କେବେ ନା କେବେ ଆପଣଙ୍କ କାନରେ ପଡିଥିବ । ଆଉ ଯଦି  ପଡ଼ିନଥିବ ତେବେ ଅତିକମରେ ରେମଣ୍ଡ୍ ସୁଟସ୍ ନାଁ ତ’ ଶୁଣିଥିବେ । ଇଏ ହେଉଛି ରେମଣ୍ଡ୍ ସୁଟସର ମାଲିକ ଗୌତମ ସିଙ୍ଘାନିଆଙ୍କ କନଫ୍ଲିକ୍ଟ କାହାଣୀ । ସେଇ ରେମଣ୍ଡ୍ସ ଯାହା କମ୍ପ୍ଲିଟ୍ ମ୍ୟାନର ଟାଗ୍ ଲାଇନରେ ନିଜ ସୁଟ୍ସ ବିକ୍ରି କରେ ।  କିନ୍ତୁ ଯଦି ଗୌତମଙ୍କ ପତ୍ନୀ ନୱାଜ ମୋଦୀଙ୍କ ଦାବିକୁ ସତ ବୋଲି ଧରାଯାଏ ତେବେ ଗୌତମ କଦାପି କମ୍ପ୍ଲିଟ୍ ମ୍ୟାନ ନୁହନ୍ତି ।

ବିବାହର ୩୨ ବର୍ଷ ପରେ ଗୌତମ ପତ୍ନୀ ନୱାଜଙ୍କଠାରୁ ଅଲଗା ହେବା କଥା ଘୋଷଣା କରିଥିଲେ । ନିକଟରେ ଏହି ହାଇପ୍ରୋଫାଇଲ ବିବାହ ବିଛେଦ ଖବର ଆସିବା ପରେ ମୁମ୍ବାଇର ହାଇସୋସାଇଟିରେ ହାଏତୋବା ସୃଷ୍ଟି ହୋଇଥିଲା । ଗୌତମ ନିଜ ଦୁଇ ଝିଅଙ୍କ ଦ୍ୱାହି ଦେଇ ବିବାହ ବିଛେଦକୁ ନେଇ ଅଧିକ କିଛି କହିବାକୁ ମନା କରୁଛନ୍ତି । କିନ୍ତୁ ନୱାଜ ଚୁପ ନାହାନ୍ତି । ଗୋଟିଏ ପରେ ଗୋଟିଏ ତୀର ଗୌତମଙ୍କୁ ମାରୁଛନ୍ତି । ତାଙ୍କ କମ୍ପ୍ଲିଟ୍ ମ୍ୟାନର ଇମେଜକୁ ଧ୍ୱଂସ କରିବାକୁ ନୱାଜ ଯେମିତି ପ୍ରତିଜ୍ଞା କରିଛନ୍ତି ।

 

ମୋତେ ବୋର୍ଡ୍ ମିଟିଂରେ ଡାଇରେକ୍ଟର ହିସାବରେ କିଛି କହିବାକୁ ଦେଉନଥିଲେ । ମୋତେ ଅଙ୍ଗୁଠାଛାପ ବୋଲି କହୁଥିଲେ । ଗୌତମଙ୍କ ବିରୋଧରେ ଏମିତି ଅଭିଯୋଗ ଆଣିବାର ଦିନକ ପରେ ନୱାଜ ଇଣ୍ଡିଆ ଟୁଡେକୁ ଦେଇଥିବା ସାକ୍ଷତକାରରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ତାଙ୍କ ଅନୁସାରେ ଗୌତମଙ୍କ ଘରେ ତାଙ୍କ ଜୀବନ ପ୍ରତି ବିପଦ ଥିଲା । ପୋଲିସ ବି ତାଙ୍କୁ ସାହାଯ୍ୟ କରିନଥିଲା । ଅମ୍ବାନୀ ପରିବାରର ହସ୍ତକ୍ଷେପ ଯୋଗୁ ତାଙ୍କ ଜୀବନ ବଂଚି ଯାଇଥିଲା ବୋଲି ନୱାଜ ଇଣ୍ଡିଆ ଟୁଡେକୁ କହିଛନ୍ତି ।

ନୱାଜଙ୍କ ଅନୁସାରେ ସେପ୍ଟେମ୍ବର ୯ ତାରିଖରେ ଗୌତମଙ୍କ ଜନ୍ମଦିନ ଥିଲା । ଏହାର ଦିନକ ପରେ ଅର୍ଥାତ ସେପ୍ଟେମ୍ବର ୧୦ ତାରିଖରେ ଗୌତମ ତାଙ୍କୁ ଆକ୍ରମଣ କରିଥିଲେ । ନୱାଜ ବାଥରୁମରେ ଥିବା ବେଳେ ଗୌତମ ବାଥରୁମକୁ ଯିବାକୁ ଚାହିଁଥିଲେ । ସେମାନେ ରହୁଥିବା ଫ୍ଲୋରରେ ତିନୋଟି ବାଥରୁମ ଥିଲେ ମଧ୍ଯ ଗୌତମ ସେହି ବାଥରୁମ ବ୍ୟବହାର କରିବାକୁ ଜିଦ୍ କରିଥିଲେ । ଯେଉଁଥିପାଇଁ ବିବାଦ ସୃଷ୍ଟି ହୋଇଥିଲା । ବିବାଦରୁ କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା । ଗୌତମ ତାଙ୍କୁ ବିଧା ଗୋଇଠା ମାରିଥିଲେ । ଆକ୍ରମଣରୁ ବଂଚିବା ପାଇଁ ସେ ଅଲଗା ରୁମକୁ ଯାଇ ରୁମ୍ ଲକ୍ କରିଥିଲେ । ଏହାପରେ ସେ ପୋଲିସକୁ ଫୋନ୍ କରିଥିଲେ ମଧ୍ଯ ପୋଲିସ ଜେକେ ହାଉସକୁ ଆସିନଥିଲା । ଶେଷରେ ନୱାଜ ନିତା ଅମ୍ବାନୀଙ୍କୁ ଫୋନ୍ କରିଥିଲେ । ନୀତାଙ୍କ ଚାପ ପ୍ରୟୋଗ ଯୋଗୁ ପୋଲିସ ଜେ.କେ ହାଉସକୁ ଆସି ତାଙ୍କୁ ଉଦ୍ଧାର କରିଥିଲା ।

ନୱାଜଙ୍କ ଅନୁସାରେ ଗୌତମ କେବଳ ତାଙ୍କୁ ନୁହେଁ ତାଙ୍କ ଝିଅ ମାନଙ୍କୁ ମଧ୍ଯ ମାଡ଼ ମାରୁଥିଲେ । ତାଙ୍କ ଅନୁସାରେ ଗୌତମଙ୍କ ଆଦର୍ଶ ହେଉଛନ୍ତି ବିଜନେସମ୍ୟାନ୍ ଅତୁଲ୍ୟ ମାଫତଲାଲ । ମାଫତଲାଲଙ୍କ ବିରୋଧରେ ମଧ୍ଯ ଘରୋଇ ହିଂସାର ଅଭିଯୋଗ ରହିଛି । ନୱାଜ କହିଛନ୍ତି ଯେ, ଗୌତମ ସବୁବେଳେ ମାଫତଲାଲଙ୍କୁ ସମର୍ଥନ କରିଥାନ୍ତି । ଅତୁଲ୍ୟଙ୍କ ଭଳି ଗୌତମ ମଧ୍ଯ ପତ୍ନୀଙ୍କୁ ମାଡ଼ ମାରି କଣ୍ଟ୍ରୋଲ କରିବାକୁ ଚାହାନ୍ତି ବୋଲି ସେ କହିଛନ୍ତି ।

ଏଣେ ନୱାଜ ଭରଣପୋଷଣ ଭାବେ ଗୌତମଙ୍କ ସାମ୍ରାଜ୍ୟର ୭୫ ପ୍ରତିଶତ ଦାବି କରିଛନ୍ତି ।୧୧ ହଜାର କୋଟିର ରେମଣ୍ଡ ଗ୍ରୁପର ଚେୟାରମ୍ୟାନ୍ ଗୌତମ ସିଂଘାନିଆଙ୍କ କମ୍ପାନୀ ବିଭିନ୍ନ କ୍ଷେତ୍ରରେ ସକ୍ରୀୟ ଅଛି । ଏହା ଟେକ୍ସଟାଇଲରୁ ରିୟଲ ଇଷ୍ଟେଟ୍ ପର୍ଯ୍ୟନ୍ତ ସବୁଥିରେ ବ୍ୟବସାୟ କରୁଛି । ତେବେ ଗୌତମଙ୍କ ବିବାଦ ସହିତ ସମ୍ପର୍କ କିଛି ନୂଆ ନୁହେଁ । ଗୌତମଙ୍କ ବିରୋଧରେ ତାଙ୍କ ବାପା ବିଜୟପତ ସିଂଘାନିଆ ମଧ୍ଯ ସମାନ ଅଭିଯୋଗ ଆଗରୁ ଆଣିଛନ୍ତି । କମ୍ପାନୀ ହାତକୁ ଯିବା ପରେ ଗୌତମ ନିଜ ପିତାଙ୍କୁ ଘରୁ ବାହାର କରିଦେଇଥିଲେ ବୋଲି ଖୋଦ ତାଙ୍କ ପିତା ଅଭିଯୋଗ ଆଣିଥିଲେ । ଏପରିକି କିଛି ବର୍ଷ ତଳେ ଭରଣପୋଷଣ ଦାବି କରି ବିଜୟପତ ଅଦାଲତକୁ ଯାଇଥିଲେ ।