Jagannath Temple Dress Code: ଏଣିକି ଶୃଙ୍ଖଳିତ ହେବ ଜଗା ଦର୍ଶନ, ପୋଷାକ ନେଇ ଆଜିଠୁ କରାଯିବ ସଚେତନ
Advertisement
Article Detail0/zeeodisha/odisha1908196

Jagannath Temple Dress Code: ଏଣିକି ଶୃଙ୍ଖଳିତ ହେବ ଜଗା ଦର୍ଶନ, ପୋଷାକ ନେଇ ଆଜିଠୁ କରାଯିବ ସଚେତନ

Jagannath Temple: ଶାଳୀନତା ପୂର୍ଣ୍ଣ ପୋଷାକ ନ ପିନ୍ଧିଲେ ଶ୍ରୀମନ୍ଦିରର ବିଭିନ୍ନ ଦ୍ୱାରରେ ମୁତୟନ ପୋଲିସ ଓ ସେବାୟତ ଶ୍ରୀମନ୍ଦିରେ ପ୍ରବେଶ ଅନୁମତି ଦେବେ ନାହିଁ। ଏ ନେଇ ମଙ୍ଗଳବାରଠାରୁ ସେଚତନତା ଆରମ୍ଭ ହେବ ।

ସୌ(ସୋସିଆଲ ମିଡିଆ)

Jagannath Temple Dress Code: ଏଣିକି ମନଇଚ୍ଛା ପୋଷାକ ପିନ୍ଧି ଯାଇପାରିବେନି ପୁରୀ ଶ୍ରୀମନ୍ଦିର (Jagannath Temple) । ଭକ୍ତଙ୍କ ପୋଷକରେ ଆସିବ ଶାଳୀନତା । ଶାଳୀନତା ପୂର୍ଣ୍ଣ ପୋଷାକ ନ ପିନ୍ଧିଲେ ଶ୍ରୀମନ୍ଦିରର ବିଭିନ୍ନ ଦ୍ୱାରରେ ମୁତୟନ ପୋଲିସ ଓ ସେବାୟତ ଶ୍ରୀମନ୍ଦିରେ ପ୍ରବେଶ ଅନୁମତି ଦେବେ ନାହିଁ। ଏ ନେଇ ମଙ୍ଗଳବାରଠାରୁ ସେଚତନତା ଆରମ୍ଭ ହେବ ।

ସୂଚନା ଅନୁଯାୟୀ, ଶ୍ରୀମନ୍ଦିରକୁ (Puri Srimandir) କାଳିଆ ଦର୍ଶନ ପାଇଁ ଆସୁଥିବା ଭକ୍ତ ଲାଗି ଡ୍ରେସ କୋଡ଼ ନିୟମ (Jagannath Temple Dress Code) ଲାଗୁ ହେଉ । ଜିନ୍ସ , ହାପ ପ୍ୟାଣ୍ଟ କି ଅନ୍ୟ କୌଣସି ଆଧୁନିକ ପୋଷକ ପିନ୍ଧିଥିଲେ ଶ୍ରୀମନ୍ଦିରକୁ ଦର୍ଶନ ଲାଗି ଛଡ଼ାନଯାଉ ବୋଲି ବହୁ ପୂର୍ବରୁ ଦଇତାପତି ନିଯୋଗ ଦାବି ଉଠାଇଥିଲେ । ଦକ୍ଷିଣ ଭାରତର ପ୍ରାୟ ସମସ୍ତ ପ୍ରମୁଖ ମନ୍ଦିର ମାନଙ୍କରେ ଡ୍ରେସ କୋଡ଼ର ନିୟମ ରହିଛି । ଏହି କ୍ରମରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ଲାଗି ମଧ୍ଯ ଡ୍ରେସ୍ କୋଡ଼ ବ୍ୟବସ୍ଥା କରିବା ନେଇ ଦଇତାପତି ନିଯୋଗ (Daitapati Nijog) ଦାବି କରିଥିଲେ । ଏନେଇ ସୋମବାର ଦିନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ (Ranjan Kumar Das) ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ନୀତି ସବ୍‌ କମିଟି ବୈଠକ (Sub-Committee Meeting) ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଛତିଶା ଶ୍ରୀମନ୍ଦିର ପରିଚାଳନା କମିଟିର ୫ ସେବାୟତ ପ୍ରତିନିଧି, ନୀତି ସବ୍‌କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର, ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଭିତରଚ୍ଛ ଭବାନୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକ ପରେ ଭକ୍ତଙ୍କ ପୋଷାକ ପରିଧାନରେ ଶାଳୀନତା ଅଣାଯିବ। ଭକ୍ତ ମାନେ ଯେଭଳି ହାଫ୍ ପ୍ୟାଣ୍ଟ, ଚିରାଫଟା ପୋଷାକ ପିନ୍ଧି ଶ୍ରୀମନ୍ଦିରକୁ ପ୍ରବେଶ ନ କରନ୍ତି, ତା’ ଉପରେ କଡ଼ା ନଜର ରଖାଯିବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଥିଲେ । ଏନେଇ ଆଜିଠାରୁ ଭକ୍ତ ମାନଙ୍କୁ ସଚେତନ କରାଯିବ । ୩ ମାସ ସଚେତନତା ପରେ ଆସନ୍ତା ଜାନୁଆରୀ ପହିଲାରୁ ଏହି ନିୟମକୁ କଡାକଡି ଭାବେ ଲାଗୁ କରାଯିବ । ସିଂହଦ୍ୱାରର ସମସ୍ତ ଦ୍ୱାରରେ ଏନେଇ ଚେକିଂ କରାଯିବ । ଜେଟିପି ଓ ପ୍ରତିହାରୀ ସେବକ ଏନେଇ ଚେକିଂ କରିବେ । ଏହାପରେ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡାଯିବ । ସମୁଦ୍ର କୂଳକୁ ଭକ୍ତମାନେ ଯେଭଳି ଡ୍ରେସ ପିନ୍ଧି ଯାଉଛନ୍ତି ସେଭଳି ଡ୍ରେସ ପିନ୍ଧି ଭକ୍ତ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ ନାହିଁ । ଚିରା, ଫଟା ଜିନ୍ସ , ହାତ କଟା ପୋଷାକ ଉପରେ କଟକଣା ଲାଗିବ । କେବଳ ୧୨ ବର୍ଷରୁ କମ୍ ବୟସର ଶିଶୁ ବା ପିଲାଙ୍କୁ ହାଫ୍ ପ୍ୟାଣ୍ଟ ପିନ୍ଧିବା ନେଇ ଅନୁମତି ଦିଆଯାଇଛି ।

 

Also Read-Srimandir Administration: କାର୍ତ୍ତିକ ମାସର ନୀତିକୁ ନେଇ ନୀତି ସବ କମିଟି ବୈଠକ ଅନୁଷ୍ଠିତ

ପ୍ରକାଶ ଥାଉ କି, ୨୦୨୧ ମସିହାରେ ଶ୍ରୀନ୍ଦିରରେ ସେବାୟତମାନଙ୍କ ଲାଗି ଡ୍ରେସ୍ କୋଡ଼ ନିୟମ ଲାଗୁ ହୋଇସାରିଛି । ଯଦି କୌଣସି ସେବାୟତ ଧୋତି,ପାଟ ବା ଗାମୁଛା ପିନ୍ଧିନଥିବେ ତାହାଲେ ତାଙ୍କୁ ସେବାପୂଜା ପାଇଁ ଅନୁମତି ମିଳିବ ନାହିଁ ବୋଲି ନାହିଁ ବୋଲି ନିୟମ କରାଯାଇଛି ।