Voter ID Card: ଭୋଟର ଆଇଡି କାର୍ଡ ବିନା ଆପଣ କରିପାରିବେ ମତଦାନ; ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା
Advertisement
Article Detail0/zeeodisha/odisha2165037

Voter ID Card: ଭୋଟର ଆଇଡି କାର୍ଡ ବିନା ଆପଣ କରିପାରିବେ ମତଦାନ; ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

list of documents for cast vote without voter id card: ଯଦି ଆପଣଙ୍କ ପାଖରେ ଭୋଟର ପରିଚୟ ପତ୍ର ନାହିଁ ତାହେଲେ ଆପଣ ଅନ୍ୟ କିଛି ଆଇନଗତ ଦସ୍ତାବିଜ ବ୍ୟବହାର କରି ଭୋ ଦେଇପାରିବେ।

Voter ID Card: ଭୋଟର ଆଇଡି କାର୍ଡ ବିନା ଆପଣ କରିପାରିବେ ମତଦାନ; ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

how to cast vote with voter id card: ଚଳିତ ବର୍ଷ ଦେଶରେ ଅନୁଷ୍ଠିତ ହେଉଥିବା ଅଷ୍ଟାଦଶ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। ହେଲେ ଭୋଟ୍ ଦେବା ପାଇଁ ଭୋଟର ପରିଚୟ ପତ୍ର ଆବଶ୍ୟକ। ୧୦ ବର୍ଷ ବୟସ ହୋଇସାରିବା ପରେ ଯାଇ କୌଣସି ଭାରତୀୟ ନାଗରିକଙ୍କ ଭୋଟର ପରିଚୟ ପତ୍ର ମିଳିଥାଏ। ଭୋଟର ପରିଚୟ ପତ୍ର ମିଳିବା ପରେ ଦେଶର କୌଣସି ନାଗରିକ ନିର୍ବାଚନରେ ମତଦାନ କରିବାକୁ ସୁଯୋଗ ପାଇଥାନ୍ତି। ଦେଶରେ ଏପରି ଅନେକ ଲୋକ ରହିବେ ଯାହା ପାଖରେ ଭୋଟର ପରିଚୟ ପତ୍ର ନାହିଁ। ଭୋଟର ପରିଚୟ ପତ୍ର ନଥିବାରୁ କିପରି ଭୋଟ୍ ଦେବେ ସେଥିପାଇଁ ସେମାନେ ଚିନ୍ତିତ ଅଛନ୍ତି। ଯଦିଓ ଆପଣ ସହଜରେ ଏକ ଭୋଟର ପରିଚୟ ପତ୍ର ପ୍ରସ୍ତୁତ କରିପାରିବେ।  ହେଲେ ଯଦିଓ ଆପଣଙ୍କ ପାଖରେ ଭୋଟର ପରିଚୟ ପତ୍ର ନାହିଁ, ତଥାପି ଆପଣ ଭୋଟ୍ ଦେଇପାରିବେ। ଭୋଟ୍ ଦେବା ପାଇଁ ଆପଣଙ୍କ ଅନ୍ୟ କେତେକ ଦସ୍ତାବିଜ ବ୍ୟବହାର କରିପାରିବେ।

ଭୋଟ ଦେବା ପାଇଁ ବ୍ୟବହାର କରିପାରିବେ ଅନ୍ୟ ଦସ୍ତାବିଜ 

  1. ଯଦି ଆପଣଙ୍କ ବୟସ ୧୮ ବର୍ଷ ହୋଇସାରିଛ ଏବଂ କୌଣସି କାରଣରୁ ଆପଣଙ୍କ ପାଖରେ ଭୋଟର ପରିଚୟ ପତ୍ର ନାହିଁ, ତାହେଲେ ଆପଣ ଭୋଟ୍ ଦେବା ପାଇଁ ଅନ୍ୟ କୌଣସି ଦସ୍ତାବିଜ ମଧ୍ୟ ବ୍ୟବହାର କରିପାରିବେ। ଭୋଟର ଆଇଡି କାର୍ଡ ବିନା ଭୋଟ ଦେବା ପାଇଁ ଆବଶ୍ୟକ ହେଉଥିବା ଅନ୍ୟ ଦସ୍ତାବିଜ ହେଉଛି...
  2. ଆଧାର କାର୍ଡ (Aadhar Card) 
  3. ରାସନ କାର୍ଡ (Ration card)
  4. ବ୍ୟାଙ୍କ ପାସବୁକ୍ (Bank Passbook)
  5. ବୀମା ସ୍ମାର୍ଟ କାର୍ଡ (Insurance Smart Card)
  6. ଡ୍ରାଇଭିଂ ଲାଇସେନ୍ସ (Driving License)
  7. ପ୍ୟାନ୍ କାର୍ଡ (PAN Card) 
  8. ପାସପୋର୍ଟ (Passport)
  9. ପେନସନ୍ ଡକ୍ୟୁମେଣ୍ଟ୍ (Pension Document)
  10. ମନରେଗା ଜବ୍ କାର୍ଡ (MGNREGA Job Card)

ଘରେ ମଧ୍ୟ ରହି ଭୋଟର ପରିଚୟ ପତ୍ର ପାଇବା ପାଇଁ କରି ପାରିବେ ଆବେଦନ

  1. ଯଦି ଆପଣଙ୍କ ପାଖରେ ଭୋଟର ପରିଚୟ ପତ୍ର ନାହିଁ, ତାହେଲେ ଆପଣ ଘରେ ବସି ଏହାକୁ ପାଇଁ ଆବେଦନ କରିପାରିବେ। ଭୋଟର ପରିଚୟ ପତ୍ର ପାଇବା ପାଇଁ ଆପଣଙ୍କୁ କେବଳ ଜାତୀୟ ମତଦାତା ସେବା ପୋର୍ଟାଲ (National Voter Service Portal) ଅଫିସିଆଲ୍ ୱେବସାଇଟ୍ (NVSP Official Website) ପରିଦର୍ଶନ କରିବାକୁ ହେବ।
  2. ସର୍ବପ୍ରଥମେ ଜାତୀୟ ମତଦାତା ସେବା ପୋର୍ଟାଲ ଅଫିସିଆଲ୍ ୱେବସାଇଟ୍ https://www.nvsp.in/ ପରିଦର୍ଶନ କରନ୍ତୁ।
  3. Home Page ଠାରେ ଆପଣ "New Registration for General Electors" ବିକଳ୍ପ (Option) ଦେଖିବାକୁ ପାଇବେ।
  4. ଆପଣଙ୍କୁ ସେଠାରେ Click କରିବାକୁ ହେବ।
  5. ବର୍ତ୍ତମାନ ଆପଣଙ୍କୁ "Sign Up" କରିବାକୁ ହେବ।
  6. ଏହା ପରେ ସମସ୍ତ ଆବଶ୍ୟକୀୟ ବିବରଣୀ ପୂରଣ କରିବାକୁ ହେବ।
  7. ବର୍ତ୍ତମାନ ଆପଣଙ୍କୁ Mobile Number, Password, Captcha, OTP ପୂରଣ କରି ପଞ୍ଜୀକରଣ କରିବାକୁ ହେବ। 
  8. ଏହା ପରେ Form 6 ଦାଖଲ କରନ୍ତୁ।