Bharat Jodo Yatra: କୋରୋନା ସଂକ୍ରମଣ ବେଳେ ଜାରି ରହିବ ଭାରତ ଯୋଡ଼ ଯାତ୍ରା? ଜବାବ ରଖିଲା କଂଗ୍ରେସ
Advertisement

Bharat Jodo Yatra: କୋରୋନା ସଂକ୍ରମଣ ବେଳେ ଜାରି ରହିବ ଭାରତ ଯୋଡ଼ ଯାତ୍ରା? ଜବାବ ରଖିଲା କଂଗ୍ରେସ

Bharat Jodo Yatra News: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆଙ୍କ ପକ୍ଷରୁ ଲେଖାଯାଇଥିବା ପତ୍ର ଉପରେ ଜବାବ ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏନେଇ ପ୍ରତିକ୍ରିୟା ରଖି କଂଗ୍ରେସ ସାଂସଦ କହିଛନ୍ତି ଭାରଡ ଯୋଡ଼ ଯାତ୍ରା ରୋକିବାକୁ ଏହା ହେଉଛି ଏକ ବାହାନା। ହେଲେ ସତ୍ୟ ଏହା ଯେ ସରକାର ଦେଶର ବାସ୍ତବତାକୁ ଭୟ କରୁଛନ୍ତି। 

Bharat Jodo Yatra: କୋରୋନା  ସଂକ୍ରମଣ ବେଳେ ଜାରି ରହିବ ଭାରତ ଯୋଡ଼ ଯାତ୍ରା?  ଜବାବ ରଖିଲା କଂଗ୍ରେସ

Congress on Bharat Jodo Yatra: ଭାରତରେ ଏବେ କୋରୋନା ଭୂତାଣୁର ନୂଆ ଭାରିଏଣ୍ଟ ବିଏଫ.୭ ସକ୍ରିୟ ହେବାରେ ଲାଗିଛି। ନୂଆ ଭାରିଏଣ୍ଟ ସମ୍ପର୍କିତ ଚାରୋଟି ମାମଲା ଚିହ୍ନଟ ହୋଇସାରିଛି। ଦେଶରେ ଏବେ କୋଭିଡ଼୧୯ ସଂକ୍ରମଣ ବଢୁଥିବାରୁ ଭାରତ ଯୋଡ଼ ଯାତ୍ରା ବନ୍ଦ କରିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପତ୍ର ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମୁନସୁଖ ମାଣ୍ଡଭିଆ।   

ଦେଶରେ କୋରୋନୋ ସଂକ୍ରମଣ ମାମଲା ବଢୁଥିବା ଭାରତ ଯୋଡ଼ ଯାତ୍ରା ବନ୍ଦ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପକ୍ଷରୁ ଲେଖାଯାଇଥିବା ଚିଠି ଉପରେ ଜବାବ ରଖିଛନ୍ତି ଯାତ୍ରା ସମନ୍ୱୟ ସମିତି ଅଧ୍ୟକ୍ଷ ସଲମାନ ଖୁର୍ସିଦ। ଏନେଇ କଂଗ୍ରେସ ନେତା ସଲମାନ ଖୁର୍ସିଦ ଗୁରୁବାର କହିଛନ୍ତି ଭାରତ ଯୋଡ଼ ଯାତ୍ରା ବନ୍ଦ ହେବ ନାହିଁ। ଦଳ ପକ୍ଷରୁ ଚାଲିଥିବା ଯାତ୍ରା ବେଳେ ଆବଶ୍ୟକୀୟ କୋଭିଡ଼୧୯ ପ୍ରୋଟୋକଲ ପାଳନ କରାଯିବ। ହେଲେ ଭାରତ ଯୋଡ଼ ଯାତ୍ରା ବନ୍ଦ ହେବନାହିଁ। 

ଲକ୍ଷ୍ନୌ ଠାରେ ସାମ୍ବାଦିକ ସମ୍ମିଳନୀ କରି ଏକଥା କହିଛନ୍ତି  ଭାରତ ଯୋଡ଼ ଯାତ୍ରା ସମନ୍ୱୟ ସମିତି ଅଧ୍ୟକ୍ଷ ସଲମାନ ଖୁର୍ସିଦ। ଯେତେବେଳେ କଂଗ୍ରେସ ନେତାଙ୍କୁ ପଚରାଗଲା ଯେ  ରାହୁଲ ଗାନ୍ଧୀଙ୍କୁ ପତ୍ର ଲେଖି ଭାରତ ଯୋଡ଼ ଯାତ୍ରା ବନ୍ଦ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ହେଲେ ଏହା ଦ୍ୱାରା ଯାତ୍ରା ଉପରେ କୌଣସି ପ୍ରଭାବ ପଡ଼ିବ? ସେତେବେଳେ ଜବାବ ରଖି କଂଗ୍ରେସ ନେତା କହିଛନ୍ତି ଗଣତାନ୍ତ୍ରିକ ବ୍ୟବସ୍ଥାରେ ପ୍ରତ୍ୟେକ ଦଳ ତଥା ବ୍ୟକ୍ତିଙ୍କ କହିବାର ଅଧିକାର ରହିଛି। କଂଗ୍ରେସ ପକ୍ଷରୁ ଚାଲିଥିବା ଭାରତ ଯୋଡ଼ ଯାତ୍ରାକୁ ନେଇ ସରକାର ଭୟଭୀତ ହୋଇପଡ଼ିଛନ୍ତି।  ସେଥିପାଇଁ ବିଭିନ୍ନ ନିର୍ଦ୍ଦେଶ ଜାରି କରାଯିବା ସହସ ଚିଠି ଲେଖାଯାଉଛି। 

କଂଗ୍ରେସ ନେତା କହିଛନ୍ତି ଭାରତ ଯୋଡା ଯାତ୍ରା ଆଗାମୀ ୩  ଜାନୁଆରୀରେ ଉତ୍ତର ପ୍ରଦେଶ ଗାଜିଆବାଦ ଜିଲ୍ଲାର ଲୋନି ଅଞ୍ଚଳରେ ପହଞ୍ଚି ରାଜ୍ୟରେ ପ୍ରବେଶ କରିବ। ଏହା ପରେ ଏହା ବାଗପତ ଏବଂ ଶାମଲି ଦେଇ ହରିୟାଣା ଅଭିମୁଖେ ଯିବ। ବୁଧବାର ସକାଳେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭରତ ଯୋଡୋ ଯାତ୍ରା ରାଜସ୍ଥାନ ଠାରୁ ହରିୟାଣା ଅଭିମୁଖେ ଅଗ୍ରସର ହୋଇଛି।  

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆଙ୍କ ପକ୍ଷରୁ ଲେଖାଯାଇଥିବା ପତ୍ର ଉପରେ ଜବାବ ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏନେଇ ପ୍ରତିକ୍ରିୟା ରଖି କଂଗ୍ରେସ ସାଂସଦ କହିଛନ୍ତି ଭାରଡ ଯୋଡ଼ ଯାତ୍ରା ରୋକିବାକୁ ଏହା ହେଉଛି ଏକ ବାହାନା। ହେଲେ ସତ୍ୟ ଏହା ଯେ ସରକାର ଦେଶର ବାସ୍ତବତାକୁ ଭୟ କରୁଛନ୍ତି। ଏହି ଯାତ୍ରା କାଶ୍ମୀର ପର୍ଯ୍ୟନ୍ତ ଯିବ। ବର୍ତ୍ତମାନ ସେମାନେ ଏକ ନୂତନ ଧାରଣା ଆଣିଛନ୍ତି। ମୋ ପାଖକୁ ଏକ ଚିଠି ଲେଖାଯାଇଛି ଯେ କୋଭିଡ ଆସୁଛି ଆପଣ ଭାରତ ଯୋଡ଼ ଯାତ୍ରା ବନ୍ଦ କରିଦିଅନ୍ତୁ। ହେଲେ ଏହାର ଅର୍ଥ ହେଉଛି ଯେ ବର୍ତ୍ତମାନ ଯାତ୍ରା ବନ୍ଦ କରିବାକୁ ବାହାନା କରାଯାଉଛି। ମାସ୍କ ପିନ୍ଧ, ଯାତ୍ରା ବନ୍ଦ କର ଏହା ହେଉଛି କେବଳ ବାହାନା। ଏହି ଲୋକ ଦେଶର ଶକ୍ତି ଏବଂ ବାସ୍ତବତାକୁ ଭୟ କରୁଛନ୍ତି। ଏହା ହେଉଛି ସତ୍ୟ।

କୋରୋନା ମାମଲା ବୃଦ୍ଧି ପାଉଥିବାରୁ ଭାରତ ଯୋଡ଼ ଯାତ୍ରା ବନ୍ଦ କରିବା ଲାଗି  କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମୁନସୁଖ ମାଣ୍ଡଭିଆଙ୍କୁ ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ଲେଖିଥିବା ପତ୍ର ଉପରେ କଂଗ୍ରେସ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଏହା ପୂର୍ବରୁ ଅନେକ କଂଗ୍ରେସ ନେତା ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଗୁରୁବାର କଂଗ୍ରେସ ନେତା ଜୟରାମ ରମେଶ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଟ୍ୱିଟ୍ କରି କହିଛନ୍ତି ଯେ ଗତ ଜୁଲାଇ, ସେପ୍ଟେମ୍ବର ଏବଂ ନଭେମ୍ବର ମାସରେ ଗୁଜୁରାଟ ଏବଂ ଓଡିଶାରେ ଓମିକ୍ରନ୍ ସବ୍-ଭାରିଆଣ୍ଟ BF.7 ସହ ଜଡ଼ିତ ଚାରୋଟି ମାମଲା ଚିହ୍ନଟ ହୋଇଥିଲା। ସ୍ୱାସ୍ଥ୍ୟମନ୍ତ୍ରୀ ଗତକାଲି ରାହୁଲ ଗାନ୍ଧୀଙ୍କୁ ଏକ ଚିଠି ଲେଖିଛନ୍ତି। ପ୍ରଧାନମନ୍ତ୍ରୀ ଆଜି ପରିସ୍ଥିତିର ସମୀକ୍ଷା କରୁଛନ୍ତି। ଭାରତ ଯୋଡା ଯାତ୍ରା ଗୋଟିଏ ଦିନ ପରେ ଦିଲ୍ଲୀରେ ପ୍ରବେଶ କରିବ। ବର୍ତ୍ତମାନ ଆପଣ ପୁରା ଘଟଣାକ୍ରମକୁ ବୁଝନ୍ତୁ।