Presidential Election 2022: ମତଦାନ ଲାଗି କାହିଁକି ବ୍ୟବହୃତ ହୁଏ ନାହିଁ ଇଭିଏମ?
Advertisement
Article Detail0/zeeodisha/odisha1263230

Presidential Election 2022: ମତଦାନ ଲାଗି କାହିଁକି ବ୍ୟବହୃତ ହୁଏ ନାହିଁ ଇଭିଏମ?

Presidential Election 2022: ଲୋକସଭା ଏବଂ ବିଧାନସଭା ବ୍ୟବହାର ହୋଇଥାଏ ଇଭିଏମ। ମାତ୍ର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ରାଜ୍ୟସଭା ଏବଂ ବିଧାନ ପରିଷଦ ନିର୍ବାଚନରେ ଭୋଟ ଦେବା ଲାଗି ଇଭିଏମ ବଦଳରେ ବ୍ୟବହୃତ ହୋଇଥାଏ ମତପତ୍ର। 

 Presidential Election 2022: ମତଦାନ ଲାଗି କାହିଁକି ବ୍ୟବହୃତ ହୁଏ ନାହିଁ ଇଭିଏମ?

Presidential Election 2022: ଜୁଲାଇ ୧୮ ତାରିଖ ସୋମବାର ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ମତଦାନ। ମାତ୍ର ଦେଶରେ ଅନୁଷ୍ଠିତ ହେଉଥିବା ରାଷ୍ଟ୍ରପତି ନିର୍ବାଚନରେ ​​ଇଭିଏମ ବଦଳରେ ଭୋଟ ଦେବା ଲାଗି ବ୍ୟବହୃତ ହୋଇଥାଏ ମତପତ୍ର। ଭାରତୀୟ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଅନୁଯାୟୀ ରାଷ୍ଟ୍ରପତି ନିର୍ବାଚନ ଲାଗି ହେଉଥିବା ମତଦାନ ମତଦାତା ସାଂସଦ ଏବଂ ବିଧାୟକଙ୍କୁ ବିଭିନ୍ନ ରଙ୍ଗର ମତପତ୍ର ଦିଆଯାଇଥାଏ। ସାଂସଦଙ୍କୁ ସବୁଜ ଏବଂ ବିଧାୟକଙ୍କୁ ଗୋଲାପୀ ରଙ୍ଗର ମତପତ୍ର ପ୍ରଦାନ କରାଯାଇଥାଏ। ଯାହା ଫଳରେ ନିର୍ବାଚନ ଦାୟିତ୍ୱରେ ରହିଥିବା ଅଧିକାରୀଙ୍କ ପାଇଁ ମତ ଗଣନା କରିବା ସହଜ ହୋଇଥାଏ। ମତଦାନର ଗୋପନୀୟତାକୁ ବଜାୟ ରଖିବା ଲାଗି ନିର୍ବାଚନ ଆୟୋଗ ରିଟର୍ଣ୍ଣିଂ ଅଫିସର ତଥା ରାଷ୍ଟ୍ରପତି ନିର୍ବାଚନରେ ମତଦାନ କରୁଥିବା ମତଦାତଙ୍କୁ ଏକ ସ୍ୱତନ୍ତ୍ର ପ୍ରକାରର କଲମ ଯୋଗାଇଥାନ୍ତି। 

ଦେଶର ୨୦୦୪ ବର୍ଷ ଠାରୁ ପ୍ରତ୍ୟେକ୍ଷ ନିର୍ବାଚନ ଲାଗି ବ୍ୟବହାର ହୋଇଆସୁଛି ଇଭିଏମ। ଉଭୟ ଲୋକସଭା (Lok Sabha Election) ଏବଂ ବିଧାନସଭା (Assembly Election) ବ୍ୟବହାର ହୋଇଥାଏ ଇଭିଏମ। ମାତ୍ର ରାଷ୍ଟ୍ରପତି (President Election), ଉପରାଷ୍ଟ୍ରପତି (Vice President Election), ରାଜ୍ୟସଭା (Rajya Sabha Election) ଏବଂ ବିଧାନ ପରିଷଦ (Legislative Council Election) ନିର୍ବାଚନରେ ଭୋଟ ଦେବା ଲାଗି ଇଭିଏମ (EVM) ବଦଳରେ ବ୍ୟବହୃତ ହୋଇଥାଏ ମତପତ୍ର (Ballot Paper)। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୧୨୭ ବିଧାନସଭା ନିର୍ବାଚନରେ ବ୍ୟବହାର ହୋଇସାରିଛି ଇଭିଏମ।

ଇଭିଏମ୍ ଏକ ଟେକ୍ନୋଲୋଜି ଉପରେ ଆଧାରିତ ଯାହା ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ଏକ ସମୂହକ ଭାବେ କାର୍ଯ୍ୟ କରିଥାଏ। ଏହି ନିର୍ବାଚନରେ ମତଦାନ କରୁଥିବା ମତଦାତା ସେମାନଙ୍କ ପସନ୍ଦୀୟ ପ୍ରାର୍ଥୀଙ୍କ ନାମ ପାଖରେ ରହିଥିବା ବଟନ୍ ଦବାଇ ତାଙ୍କୁ ଭୋଟ ଦେଇଥାନ୍ତି। ଯିଏ ଅଧିକ ଭୋଟ୍ ପାଇଥାଏ ତାଙ୍କୁ ବିଜେତା ଘୋଷିତ କରାଯାଏ। ମୋଟ ଉପରେ କହିବାକୁ ଗଲେ ଇଭିଏମ ପ୍ରତ୍ୟେକ୍ଷ ନିର୍ବାଚନରେ ମତଗଣନାକୁ ସହଜ କରିଥାଏ। ମାତ୍ର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ରାଜ୍ୟସଭା, ବିଧାନ ପରିଷଦ ସଦସ୍ୟ ନିର୍ବାଚନ ପରୋକ୍ଷ ଉପାୟରେ ହୋଇଥାଏ। 

ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ରାଜ୍ୟସଭା ଏବଂ ବିଧାନ ପରିଷଦ ନିର୍ବାଚନରେ ​​ଇଭିଏମ୍ ବ୍ୟବହାର କରାଯାଏ ନାହିଁ। ଇଭିଏମ୍ ଏପରି ଏକ ଟେକ୍ନୋଲୋଜି ଉପରେ ଆଧାରିତ ଯେଉଁଥିରେ ଲୋକସଭା ଏବଂ ବିଧାନସଭା ପରି ପ୍ରତ୍ୟକ୍ଷ ନିର୍ବାଚନରେ ​​ଭୋଟ୍ ସଂଗ୍ରହ କରିବା କାର୍ଯ୍ୟ କରିଯାଇଥାଏ। 

ଭାରତରେ ରାଷ୍ଟ୍ରପତି ନିର୍ବାଚନ ଏକକ ସ୍ଥାନାନ୍ତରଯୋଗ୍ୟ ଭୋଟ୍ ମାଧ୍ୟମରେ ଆନୁପାତିକ ପ୍ରତିନିଧିତ୍ୱ ପ୍ରଣାଳୀ ଜରିଆରେ ଅନୁଷ୍ଠିତ ହୋଇଥାଏ। ଆନୁପାତିକ ପ୍ରତିନିଧିତ୍ୱ ପ୍ରଣାଳୀ ଅନୁଯାୟୀ ଏକକ ସ୍ଥାନାନ୍ତରଯୋଗ୍ୟ ଭୋଟ୍ ମାଧ୍ୟମରେ ପ୍ରତ୍ୟେକ ଚୟନକର୍ତ୍ତା ଅର୍ଥାତ ମତଦାତା (ସାଂସଦ-ବିଧାୟକ) ନିର୍ବାଚନରେ ​ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ସଂଖ୍ୟା ଯେତିକି ପସନ୍ଦ ସେହି ଅନୁସାରେ ପଞ୍ଜୀକରଣ କରିପାରିବେ। ଏହି ପସନ୍ଦ ମତ୍ରପତ୍ରର ଦ୍ୱିତୀୟ ସ୍ତମ୍ଭରେ ପ୍ରଦତ୍ତ ସ୍ଥାନରେ ପ୍ରାର୍ଥୀଙ୍କ ନାମ ସାମ୍ନାରେ ୧, ୨, ୩, ୪, ୫ ଆଦି ସଂଖ୍ୟା ଲେଖି ପ୍ରାର୍ଥୀଙ୍କୁ ଚିହ୍ନିତ କରିଥାନ୍ତି।

ଏହି ଭୋଟ୍ ବ୍ୟବସ୍ଥାକୁ ରେକର୍ଡିଂ କରିବା ପାଇଁ ଇଲେକ୍ଟ୍ରୋନିକ ଭୋଟିଂ ମେସିନ (Electronic Voting Machine) ଇଭିଏମ୍ (EVM) ପ୍ରସ୍ତୁତ କରାଯାଇ ନାହିଁ। ଇଭିଏମ ହେଉଛି ଭୋଟ ସମୂହକ (Vote Aggregators)। ଆନୁପାତିକ ଉପସ୍ଥାପନା ପ୍ରଣାଳୀ ଅଧିନରେ ମେସିନ ପସନ୍ଦ ଆଧାରରେ ଭୋଟ୍ ଗଣନା କରିବାକୁ ପଡିବ। ଏଥିପାଇଁ ସମ୍ପୂର୍ଣ୍ଣ ଭିନ୍ନ ପ୍ରଯୁକ୍ତିବିଦ୍ୟା ଆବଶ୍ୟକ। ଅନ୍ୟ ଅର୍ଥରେ କହିବାକୁ ଗଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ରାଜ୍ୟସଭା, ବିଧାନ ପରିଷଦ ସଦସ୍ୟ ଆଦି ପରୋକ୍ଷ ଉପାୟରେ ହେଉଥିବା ନିର୍ବାଚନ ଲାଗି ଏକ ଭିନ୍ନ ପ୍ରକାରର ଇଭିଏମ୍ ଆବଶ୍ୟକ ହେବ।

ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁସାରେ ଦେଶରେ ୨୦୦୪, ୨୦୦୯, ୨୦୧୪, ୨୦୧୯ ଲୋକସଭା ନିର୍ବାଚନରେ ବ୍ୟବହାର ହୋଇଛି ଇଭିଏମ। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୧୨୭ ବିଧାନସଭା ନିର୍ବାଚନରେ ବ୍ୟବହାର ହୋଇସାରିଛି ଇଭିଏମ। ପ୍ରଥମେ ୧୯୭୭ ମସିହାରେ ନିର୍ବାଚନ ଆୟୋଗ ଏହାର ପରିକଳ୍ପନା କରିଥିଲା। ହାଇଦ୍ରାବାଦ ଠାରେ ଅବସ୍ଥାପିତ ଇଲେକ୍ଟ୍ରୋନିକ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (Electronics Corporation of India Limited) ଇସିଆଇଏଲ (ECIL) ନାମକ ସଂସ୍ଥାକୁ ଏହାର ବିକାଶ ଦାୟିତ୍ୱ ଦେଇଥିଲା ନିର୍ବାଚନ ଆୟୋଗ। 

Also Read: President Election 2022: ମତଦାନ ଲାଗି କାହିଁକି ବ୍ୟବହାର ହୁଏ ଭିନ୍ନ ଭିନ୍ନ ମତପତ୍ର?