UP Madarsa Survey: ରାଜ୍ୟର ମଦ୍ରାସା ଉପରେ ସର୍ଭେ କରିବାକୁ କାହିଁକି ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
Advertisement

UP Madarsa Survey: ରାଜ୍ୟର ମଦ୍ରାସା ଉପରେ ସର୍ଭେ କରିବାକୁ କାହିଁକି ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

UP Madarsa Survey: ବର୍ତ୍ତମାନ ଉତ୍ତର ପ୍ରଦେଶରେ ସମୁଦାୟ ୧୬ ହଜାର ୪୬୧ ମଦ୍ରାସା ରହିଛି। ତାହା ମଧ୍ୟରୁ ୫୬୦ ସରକାରୀ ଅନୁଦାନ ପ୍ରଦାନ କରାଯାଇଛି। ରାଜ୍ୟରେ ବିଗତ ୬ ବର୍ଷ ଧରି ଅନୁଦାନ ତାଲିକାରେ ନୂତନ ମଦ୍ରାସା ଅନ୍ତର୍ଭୂକ୍ତ କରାଯାଇ ନାହିଁ।

UP Madarsa Survey: ରାଜ୍ୟର ମଦ୍ରାସା ଉପରେ ସର୍ଭେ କରିବାକୁ କାହିଁକି ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

UP Madarsa Survey: ରାଜ୍ୟରେ ରହିଥିବା ଅଣ ମାନ୍ୟତା ପ୍ରାପ୍ତ ମଦ୍ରାସା ଉପରେ ସର୍ଭେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ମାଦ୍ରାସାର ମୌଳିକ ସ୍ଥିତି ବାବଦରେ ଯାଞ୍ଚ କରିବାକୁ ଏଭଳି ପଦକ୍ଷେପ ନେଇଛନ୍ତି ଉତ୍ତର ପ୍ରଦେଶ ସରକାର। ଏହା ବ୍ୟତୀତ ଅନୁଦାନ ପ୍ରାପ୍ତ ମଦ୍ରାସାର ସହାୟକ ଶିକ୍ଷକ ଏବଂ ମହିଳାଙ୍କୁ  ମଧ୍ୟ ଅନେକ ସୁବିଧା ମିଳିବ। ରାଜ୍ୟର ରହିଥିବା ମଦ୍ରାସା ଉପରେ କରାଯିବାକୁ ଥିବା ସର୍ଭେ ଉପରେ ପ୍ରତିକ୍ରିୟା ରଖିଛନ୍ତି ଉତ୍ତର ପ୍ରଦେଶ ସଂଖ୍ୟାଲଘୁ ମନ୍ତ୍ରୀ ଦାନିଶ ଆଜାଦ ଅଂସାରୀ। 

ରାଜ୍ୟରେ ହେବାକୁ ଥିବା ମଦ୍ରାସା ସର୍ଭେ (Madarsa Survey) ଉପରେ ପ୍ରତିକ୍ରିୟା ରଖି ଉତ୍ତର ପ୍ରଦେଶ ସଂଖ୍ୟାଲଘୁ ମନ୍ତ୍ରୀ ଦାନିଶ ଆଜାଦ ଅଂସାରୀ (UP Minority Welfare Minister Danish Azad Ansari ) କହିଛନ୍ତି ଯେ ସର୍ଭେ ସମୟରେ ମଦ୍ରାସା ନାମ, ଏହାକୁ ପରିଚାଳନା କରୁଥିବା ସଂସ୍ଥାର ନାମ, ମଦ୍ରାସା ନିଜସ୍ୱ ଗୃହ ନା ଭଡ଼ାଘରେ ଚାଲୁଛି,  ଏଠାରେ ପଢୁଥିବା ଛାତ୍ରଙ୍କ ସଂଖ୍ୟା ପାନୀୟ ଜଳ ବ୍ୟବସ୍ଥା, ଆସବାବପତ୍ର, ବିଦ୍ୟୁତ୍ ଯୋଗାଣ, ଶୌଚାଳୟ ବ୍ୟବସ୍ଥା, ଶିକ୍ଷକ ସଂଖ୍ୟା, ମଦ୍ରାସାରେ କାର୍ଯ୍ୟକାରୀ ହେଉଥିବା ପାଠ୍ୟକ୍ରମ, ମଦ୍ରାସାର ଆୟ ଉତ୍ସ ଏବଂ ମଦ୍ରାସା ସହ ଅଣସରକାରୀ ସଙ୍ଗଠନ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରାଯିବ। ବର୍ତ୍ତମାନ ଉତ୍ତର ପ୍ରଦେଶରେ ସମୁଦାୟ ୧୬ ହଜାର ୪୬୧ ମଦ୍ରାସା ରହିଛି। ତାହା ମଧ୍ୟରୁ ୫୬୦ ସରକାରୀ ଅନୁଦାନ ପ୍ରଦାନ କରାଯାଇଛି। ରାଜ୍ୟରେ ବିଗତ ୬ ବର୍ଷ ଧରି ଅନୁଦାନ ତାଲିକାରେ ନୂତନ ମଦ୍ରାସା ଅନ୍ତର୍ଭୂକ୍ତ କରାଯାଇ ନାହିଁ।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବର୍ତ୍ତମାନ ମଦ୍ରାସାରେ ପରିଚାଳନା କମିଟି ବିବାଦୀୟ ହୋଇପଡ଼ିଲେ କିମ୍ବା କୌଣସି ସଦସ୍ୟଙ୍କ ଅନୁପସ୍ଥିତିରେ ମଦ୍ରାସା ମୁଖ୍ୟ ତଥା ଜିଲ୍ଲା ସଂଖ୍ୟାଲଘୁ କଲ୍ୟାଣ ଅଧିକାରୀ ମୃତକ ଆଶ୍ରିତ କୋଟାରୁ ନିଯୁକ୍ତି ପାଇପାରିବେ। ଏହା ପୂର୍ବରୁ ଯଦି ମଦ୍ରାସା ପରିଚାଳନା କମିଟିରେ କୌଣସି ଅସୁବିଧା ରହିଲେ ମୃତକ ଆଶ୍ରିତ କୋଟା ଅଧିନରେ ନିଯୁକ୍ତି ପାଇବାରେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡୁଥିଲା।

Also  Read: UP Madarsa Survey: ରାଜ୍ୟର ମଦ୍ରାସା ଉପରେ ସର୍ଭେ କରିବାକୁ କାହିଁକି ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ 

ବର୍ତ୍ତମାନ ରାଜ୍ୟର ଅନୁଦାନପ୍ରାପ୍ତ ମଦ୍ରାସା (UP Grant in Aid Madarsa) ଶିକ୍ଷକ ଏବଂ ଅଣ ଶିକ୍ଷକ କର୍ମଚାରୀଙ୍କୁ ସମ୍ପୃକ୍ତ ମଦ୍ରାସା ପରିଚାଳକଙ୍କ ସହମତି ତଥା ରାଜ୍ୟ ମଦ୍ରାସା ଶିକ୍ଷା ପରିଷଦ ରେଜିଷ୍ଟ୍ରାରଙ୍କ ଅନୁମୋଦନ କ୍ରମେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବଦଳି କରାଯାଇ ପାରିବ। ବର୍ତ୍ତମାନ ରାଜ୍ୟ ମାଧ୍ୟମିକ ଶିକ୍ଷା ଏବଂ ମୌଳିକ ଶିକ୍ଷା ବିଭାଗରେ କାର୍ଯ୍ୟକାରୀ ହେଉଥିବା ନିୟମ ଅନୁଯାୟୀ ମଦ୍ରାସାରେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀଙ୍କୁ ମାତୃତ୍ୱକାଳୀନ ଛୁଟି ଏବଂ ଶିଶୁ ଯତ୍ନ ଛୁଟି ମିଳିପାରିବ। 

ଏହି ସର୍ଭେ ପରେ ରାଜ୍ୟ ସରକାର ନୂତନ ମଦ୍ରାସା ମାନ୍ୟତା ପ୍ରଦାନ ପ୍ରକ୍ରିୟା ଆରମ୍ଭ କରିବେ ନା ନାହିଁ ସେ ନେଇ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ଉତ୍ତର ପ୍ରଦେଶ ସଂଖ୍ୟାଲଘୁ ମନ୍ତ୍ରୀ ଦାନିଶ ଆଜାଦ ଅଂସାରୀ କହିଛନ୍ତି ଯେ ବର୍ତ୍ତମାନ ସରକାରଙ୍କ ଉଦ୍ଦେଶ୍ୟ କେବଳ ଅଣ ମାନ୍ୟତା ପ୍ରାପ୍ତ ମଦ୍ରାସା (Unrecognized Madrasa of UP) ଉପରେ ତଥ୍ୟ ସଂଗ୍ରହ କରିବା। ବର୍ତ୍ତମାନ ସମଗ୍ର ଉତ୍ତର ପ୍ରଦେଶରେ ମୋଟ ୧୬ ହଜାର ୪୬୧ ମଦ୍ରାସା ରହିଛି। ତାହା ମଧ୍ୟରୁ ୫୬୦ ମଦ୍ରାସା ହେଉଛି ସରକାରୀ ଅନୁଦାନପ୍ରାପ୍ତ। ରାଜ୍ୟରେ ବିଗତ ୬ ବର୍ଷ ଧରି ସରକାରୀ ଅନୁଦାନ ତାଲିକାରେ ରାଜ୍ୟର କୌଣସି ନୂତନ ମଦ୍ରାସା ଅନ୍ତର୍ଭୂକ୍ତ କରାଯାଇ ନାହିଁ।

ଉତ୍ତର ପ୍ରଦେଶ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ ଜଣାଇ ମଦ୍ରାସା ଶିକ୍ଷକ ସଂଘ ମଦରିସ ଅରବିୟା ସାଧାରଣ ସମ୍ପାଦକ ଦିୱାନ ସାହେବ ଜମାଁ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ଅନୁଦାନପ୍ରାପ୍ତ ମଦ୍ରାସା ଶିକ୍ଷକ ତଥା ଅଣଶିକ୍ଷକ କର୍ମଚାରୀ ଲାଭବାନ ହେବେ।