୨୦୨୪ରେ କିଏ ହେବେ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ? ନୀତିଶ କୁମାର ଦେଲେ ବଡ଼ ବୟାନ
Advertisement
Article Detail0/zeeodisha/odisha1342081

୨୦୨୪ରେ କିଏ ହେବେ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ? ନୀତିଶ କୁମାର ଦେଲେ ବଡ଼ ବୟାନ

Lok Sabha Elections 2024: ନୀତିଶ କୁମାର କହିଛନ୍ତି ଯେ, ଅଧିକାଂଶ ନେତାଙ୍କ ଗୋଟିଏ ମତ ହେବାକୁ ଯାଉଛି । ବିଜେପି ବିରୋଧରେ ସମଗ୍ର ଦେଶରେ ବିଭିନ୍ନ ଦଳର ଏକତା ରହିଲେ ଭଲ ହେବ । ସମସ୍ତଙ୍କ ସହିତ ଏକ ଭଲ ବାର୍ତ୍ତାଳାପ ହୋଇଛି । ଅଲଗା ଅଲଗା ରାଜ୍ୟରେ କିପରି ସମସ୍ତ ଲୋକଙ୍କୁ ଏକଜୁଟ ହେବାକୁ ପଡିବ, ଏହା ଉପରେ ଅଧିକ ଆଲୋଚନା ହେବ । 

୨୦୨୪ରେ କିଏ ହେବେ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ? ନୀତିଶ କୁମାର ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ: Lok Sabha Elections 2024: ବିହାର ମୁଖ୍ୟମନ୍ତ୍ରୀ (Bihar CM) ନୀତିଶ କୁମାର (Nitish Kumar) ବିରୋଧୀ ଦଳକୁ ଏକଜୁଟ କରିବା ପାଇଁ ଦିଲ୍ଲୀ ଗସ୍ତରେ ଅଛନ୍ତି । ସେ ଗତ ତିନି ଦିନ ଧରି ଦିଲ୍ଲୀରେ ଥିଲେ ଓ ବିରୋଧୀ ଦଳର ନେତାମାନଙ୍କୁ ଭେଟିଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସିପିଆଇଏମଏଲର ଜାତୀୟ ସାଧାରଣ ସମ୍ପାଦକ ଦୀପଙ୍କର ଭଟ୍ଟାଚାର୍ଯ୍ୟ (Dipankar Bhattacharya) ଙ୍କୁ ଭେଟିଛନ୍ତି । ତା’ପରେ ଏନସିପି ମୁଖିଆ (NCP Chief) ଶରଦ ପାୱାର (Sharad Pawar) ଙ୍କୁ ଭେଟି ପରବର୍ତ୍ତୀ ରଣନୀତି ଉପରେ ଆଲୋଚନା କରିଛନ୍ତି । ନୀତିଶ କୁମାର ଓ ଶରଦ ପାୱାରଙ୍କ ଏହି ବୈଠକରେ ବିରୋଧୀ ଦଳକୁ ଏକତ୍ରିତ କରିବା ଉପରେ ମାନସ ମନ୍ଥନ କରିଛନ୍ତି । ଏହା ପରେ ନୀତିଶ କୁମାର କହିଛନ୍ତି ଯେ, ବହୁତ ଭଲ ପ୍ରତିକ୍ରିୟା ଆସିଛି । ପୁଣିଥରେ ଦିଲ୍ଲୀ ଆସିବି । ମ୍ୟାଡାମ୍ (ସୋନିଆ ଗାନ୍ଧୀ) ଙ୍କୁ ଭେଟିବା ପାଇଁ ପୁଣି ଥରେ ଦିଲ୍ଲୀ ଗସ୍ତ କରିବି । ଏଠାରେ କହି ରଖୁଛୁ ଯେ, ସେପ୍ଟେମ୍ବର ୫ରେ ସିଏମ୍ ନୀତିଶ କୁମାର କଂଗ୍ରେସ ନେତା ରାହୁଲ ଗାନ୍ଧୀ (Congress Leader Rahul Gandhi) ଙ୍କୁ ଦିଲ୍ଲୀରେ ଭେଟିଥିଲେ ।

ନୀତିଶ କୁମାର କହିଛନ୍ତି ଯେ, ଅଧିକାଂଶ ନେତାଙ୍କ ଗୋଟିଏ ମତ ହେବାକୁ ଯାଉଛି । ବିଜେପି ବିରୋଧରେ ସମଗ୍ର ଦେଶରେ ବିଭିନ୍ନ ଦଳର ଏକତା ରହିଲେ ଭଲ ହେବ । ସମସ୍ତଙ୍କ ସହିତ ଏକ ଭଲ ବାର୍ତ୍ତାଳାପ ହୋଇଛି । ଅଲଗା ଅଲଗା ରାଜ୍ୟରେ କିପରି ସମସ୍ତ ଲୋକଙ୍କୁ ଏକଜୁଟ ହେବାକୁ ପଡିବ, ଏହା ଉପରେ ଅଧିକ ଆଲୋଚନା ହେବ । ଏହି ସାକ୍ଷାତରେ ବହୁତ ଭଲ ପ୍ରତିକ୍ରିୟା ଆସିଛି । ଆମେ ଆଉ ଏକ କଥା କହିଛୁ ଯେ ଯଦି ଆମେ ଏକାଠି ଲଢ଼ିବା ତେବେ ଦେଶର ବିକାଶ କାର୍ଯ୍ୟ ହେବ ।

ଏହା ବି ପଢ଼ନ୍ତୁ:-ଏହି ଯୋଜନା ଅଧୀନରେ ଯୁବ ବର୍ଗଙ୍କୁ ମିଳିବ ମାସକୁ ୩୪୦୦ ଟଙ୍କା! ସରକାର ଦେଲେ ବଡ଼ ସୂଚନା

ଏହା ବି ପଢ଼ନ୍ତୁ:-ମିଶନ୍ ୨୦୨୪: ବିଜେପିକୁ ମାତ୍ ଦେବା ପାଇଁ ଜେଡିୟୁର ମାଷ୍ଟର ପ୍ଲାନ, ବିରୋଧୀଙ୍କୁ ଏକଜୁଟ କରିବେ ନୀତିଶ କୁମାର; କିନ୍ତୁ ପ୍ରଧାନମନ୍ତ୍ରୀ ପଦ...

ଏହା ବି ପଢ଼ନ୍ତୁ:-ଏହି ନେତାଙ୍କ ବଡ଼ ପ୍ରତିଶୃତି, ୨୦୨୪ରେ ଜିତିଲେ ସାରା ଦେଶର ଚାଷୀଙ୍କୁ ଦେବେ ମାଗଣା ବିଜୁଳି-ପାଣି

 

ବିଜେପି ଉପରେ ଟାର୍ଗେଟ କରି ସିଏମ ନୀତିଶ କୁମାର କହିଛନ୍ତି ଯେ, ଏହି ଲୋକମାନେ କୌଣସି କାମ କରୁନାହାଁନ୍ତି । ଏହିପରି ସମଗ୍ର ଦେଶକୁ ଦଖଲ କରିବାକୁ ସେମାନେ ଚେଷ୍ଟା କରୁଛନ୍ତି । ସେଥିପାଇଁ ଏକଜୁଟ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମେ ସମସ୍ତେ ଦେଖୁଛୁ । ପ୍ରଧାନମନ୍ତ୍ରୀ ହେବାର ପ୍ରଶ୍ନ ଉପରେ ସେ କହିଛନ୍ତି ଯେ ଆମେ ବାରମ୍ବାର କହିଛୁ ଯେ ମୋର ବ୍ୟକ୍ତିଗତ ପସନ୍ଦ ନାହିଁ । ଆମର ଏକମାତ୍ର ଇଚ୍ଛା ହେଉଛି ଯଦି ସମସ୍ତେ ଏକଜୁଟ ହୁଅନ୍ତି ତେବେ ଦେଶର ସ୍ୱାର୍ଥରେ କାର୍ଯ୍ୟ କରାଯିବ । ରହିଲା ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଚୟନ ପ୍ରସଙ୍ଗ ତାହା ସମସ୍ତ ସହ ଆଲୋଚନା କରି ସ୍ଥିର ହୋଇପାରିବ । ଆମକୁ ଦରକାର ନାହିଁ । ବୈଠକରେ ଏହା ଦେଖାଯିବ, ଭାବିଚିନ୍ତି ପରେ ଏହା ଉପରେ ନିଷ୍ପତ୍ତି ନିଆଯିବ । ରହିଲା କଂଗ୍ରେସ କଥା, ଆମେ ମଧ୍ୟ ସେମାନଙ୍କ ସହ କଥାବାର୍ତ୍ତା କରୁଛୁ । ଆଗକୁ ଆଲୋଚନା ହେବ, ତେଣୁ ବର୍ତ୍ତମାନ ଅନେକ ଲୋକଙ୍କ ସହ କଥା ହୋଇଛି । ଯଦି ଆବଶ୍ୟକ ହୁଏ, ତେବେ ଆମେ ଏକାଠି ବସିବା । ସମସ୍ତଙ୍କ ପ୍ରତିକ୍ରିୟା ବହୁତ ଭଲ ଥିଲା ।