Congress President Election: ଦୌଡ଼ରୁ ହଟିବା ପରେ କ'ଣ କହିଲେ ଦିଗବିଜୟ ସିଂହ
Advertisement

Congress President Election: ଦୌଡ଼ରୁ ହଟିବା ପରେ କ'ଣ କହିଲେ ଦିଗବିଜୟ ସିଂହ

Congress President Race: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଇଚ୍ଛା ପ୍ରକାଶ କରି ୧୦ ସେଟ୍ ନାମାଙ୍କନ ପତ୍ର ନେଇଥିଲେ ଦଳର ବରିଷ୍ଠ ନେତା ଦିଗବିଜୟ ସିଂହ। ହେଲେ ଶେଷ ମୁହୂର୍ତ୍ତରେ ସେ ଦଳର ସଭାପତି ଦୌଡରୁ ଓହରି ଯାଇଥିଲେ।

Congress President Election: ଦୌଡ଼ରୁ ହଟିବା ପରେ କ'ଣ କହିଲେ ଦିଗବିଜୟ ସିଂହ

Digvijaya Singh: ଦଳର ସଭାପତି ପଦବୀ ଦୌଡ଼ରୁ ଶେଷ ମୁହୂର୍ତ୍ତରେ ଓହରି ଯାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଶୁକ୍ରବାର ସେ କହିଛନ୍ତି ଯେ ସେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ନାହି। ବରଂ ତାଙ୍କ ସହକର୍ମୀ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନାମାଙ୍କନ ପତ୍ରରେ ପ୍ରସ୍ତାବକ ହେବେ। ଦଳୀୟ ମଙ୍ଗୁଆଳ ଦୌଡ଼ରୁ ହଟିବା ପରେ ରହିମଙ୍କ ଏକ ଦୋହାକୁ ଟ୍ୱିଟ କରି ପୂର୍ବତନ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, 'ମୁଁ ମୋ ମନ ବିଷୟରେ ଚିନ୍ତା କରିବାକୁ ଚାହୁଁଛି।"

ଗତ ଗୁରୁବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀ (Rajastahn Chief Minister) ତଥା ଅନ୍ୟତମ ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲୋତ ( Congress Leader Ashok Gehlot) ଦଳୀୟ ଅଧ୍ୟକ୍ଷ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ଘୋଷଣା କରିଥିଲେ। ଏହା ପରେ ଦିଗବିଜୟ ସିଂହ (Digvijaya Singh) କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ  (Congress President Election)​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଇଚ୍ଛା ପ୍ରକାଶ କରି ୧୦ ସେଟ୍ ନାମାଙ୍କନ ପତ୍ର ନେଇଥିଲେ। ହେଲେ ଶେଷ ମୁହୂର୍ତ୍ତରେ ସେ ଦଳର ସଭାପତି  ଦୌଡରୁ (Congress President Race) ଓହରି ଯାଇ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ (Mallikarjun Kharge) ସମର୍ଥନ ପ୍ରଦାନ କରିବକୁ ଘୋଷଣା କରିଥିଲେ।

Also Read: Congress President Post: ଆଗକୁ ବଢିଲେ ମଲ୍ଲିକାର୍ଜୁନ ଖାର୍ଗେ, ହଟିଲେ ଦିଗବିଜୟ ସିଂହ

ସେପ୍ଟମ୍ବର ୩୦ ତାରିଖ ଶୁକ୍ରବାର ଥିଲା କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି ନାମାନଙ୍କନ ଦାଖଲ କରିବାର ଶେଷ ତାରିଖ। ନାମାଙ୍କନ ଦାଖଲ କରିବାର ଶେଷ ଦିନରେ ପ୍ରତିକ୍ରିୟା ରଖି କଂଗ୍ରେସ ନେତା ଦିଗବିଜୟ ସିଂହ ମଲ୍ଲିକାର୍ଜୁନ ଖାର୍ଗେ ହେଉଛନ୍ତି ମୋ ଠାରୁ ବଡ଼ ଏବଂ ସେ ହେଉଛନ୍ତି ଆମର ନେତା। ଗତକାଲି ମୁଁ ତାଙ୍କୁ ପଚାରିଥିଲି ଯେ କ'ଣ ସେ ନିର୍ବାଚନ ଲଢିବାକୁ ଚାହୁଁଛନ୍ତି? ସେ ମନା କରିଦେଇଥିଲେ। ଶୁକ୍ରବାର ମୁଁ ତାଙ୍କୁ ପୁଣି ଥରେ ଭେଟିଥିଲି। ମୁଁ ତାଙ୍କୁ କହିଥିଲି ଯେ ଯଦି ସେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରନ୍ତି, ତାହେଲେ ମୁଁ ତାଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିବି। ତାଙ୍କ ବିପକ୍ଷରେ ନିର୍ବାଚନ ଲଢିବା ବାବଦରେ ମୁଁ ମଧ୍ୟ ଚିନ୍ତା କରିପାରିବି ନାହିଁ। ସେ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ ଏବଂ ମୁଁ ତାଙ୍କର ପ୍ରସ୍ତାବକ ହେବି। ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି ନାମାଙ୍କନ ଭରିଛନ୍ତି ମଲ୍ଲିକାର୍ଜୁନ ଖାର୍ଗେ। 

Also Read: Former MP CM: କଂଗ୍ରେସ ଅଧ୍ୟକ୍ଷ ଦୌଡ଼ରେ ଜଣେ ଆଗେଇଲେ, ଆଉ ଜଣେ ହଟିଗଲେ

ମୁଁ ମୋର ରାଜନୈତିକ ଜୀବନରେ କେତେକ ଜିନିଷ ଉପରେ କେବେ ଆପୋଷ ବୁଝାଣଣା କରିପାରିବି ନାହିଁ। ଦଳିତ, ଆଦିବାସୀ ଏବଂ ଅନ୍ୟାନ୍ୟ ପଛୁଆ ଶ୍ରେଣୀ ସହ ଜଡିତ ପ୍ରସଙ୍ଗରେ ମୁଁ କୌଣସି ପ୍ରକାର ବୁଝାମଣା କରିପାରିବି ନାହିଁ। ଯେଉଁମାନେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ବିଗାଡ଼ିବାକୁ ଚେଷ୍ଟା କରୁଛନ୍ତି ଏବଂ ଗାନ୍ଧୀ ପରିବାର ପ୍ରତି ମୋର ପ୍ରତିବଦ୍ଧତା ଉପରେ ମୁଁ ବୁଝାମଣା କରିପାରିବି ନାହିଁ। ମୁଁ ସାରା ଜୀବନ କଂଗ୍ରେସ ପାଇଁ କାମ କରିଛି।