Rajasthan Political Crisis: କ'ଣ ଚାହୁଁଛନ୍ତି ଯାଦୁଗର? ବୁଝନ୍ତୁ ପୁରା ଗଣିତ
Advertisement
Article Detail0/zeeodisha/odisha1368981

Rajasthan Political Crisis: କ'ଣ ଚାହୁଁଛନ୍ତି ଯାଦୁଗର? ବୁଝନ୍ତୁ ପୁରା ଗଣିତ

Magician of Rajasthan Politics: ଗତ ୨୦୨୦ ଅଗଷ୍ଟରେ ରାଜସ୍ଥାନ କଂଗ୍ରେସ ହୋଇଥିବା ବିଦ୍ରୋହକୁ ଭୁଲି ପାରି ନାହାଁନ୍ତି ଯାଦୁଗର। ସେ ଅନୁଭବ କରନ୍ତି ଯେ ସେତେବେଳେ ସଚ୍ଚିନ ପାଇଲଟ ବିଜେପି ସହଯୋଗରେ ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାରକୁ ହଟାଇବାକୁ ଚାହୁଁଥିଲେ। 

 Rajasthan Political Crisis: କ'ଣ ଚାହୁଁଛନ୍ତି ଯାଦୁଗର? ବୁଝନ୍ତୁ ପୁରା ଗଣିତ

Rajasthan Politics: ରାଜସ୍ଥାନ ରାଜନୀତିରେ ସୃଷ୍ଚି ରାଜନୈତିକ ଘଟଣାକ୍ରମ ମଧ୍ୟରେ ପ୍ରତି ମୁହୂର୍ତ୍ତରେ ଆସୁଛି ନୂଆ ନୂଆ ଖବର। ବର୍ତ୍ତମାନ ସମଗ୍ର ଦେଶରେ ରାଜନୈତିକ ସ୍ତରରେ ସବୁଠାରୁ ଚର୍ଚ୍ଚିତ ଚେହେରା ଭାବେ ଉଭା ହୋଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲତ। ଏହାର କାରଣ ହେଉଛି ଦୀର୍ଘ ୨୨ ବର୍ଷ ପରେ ଅନୁଷ୍ଠିତ ହେଉଥିବା କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ କୌଣସି ଅଣ ଗାନ୍ଧୀ ପରିବାରର ନେତା ପ୍ରତିଦ୍ୱନଦ୍ୱିତା କରୁଛନ୍ତି। ଯଦିଓ ମୁଖ୍ୟମନ୍ତ୍ରୀ ଗେହୋଲୋତ କଂଗ୍ରେସ ଦଳରେ ଗାନ୍ଧୀ ପରିବାର ବିଶ୍ୱସ୍ତ ଭାବେ ଜଣାଶୁଣା। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଗାଦି ଛାଡି଼ବାକୁ ପ୍ରସ୍ତୁତ ନାହାଁନ୍ତି ସେ। ଅନ୍ୟପଟେ କଂଗ୍ରେସ ନେତୃତ୍ୱ ଚାହୁଁଛନ୍ତି ଯେ ଦଳର ବରିଷ୍ଠ ନେତା ଗେହୋଲତ ଦଳୀୟ ଅଧ୍ୟକ୍ଷ ନିର୍ବାଚନ ଉପରେ ଗୁରୁତ୍ୱ ଦିଅନ୍ତୁ। 

ରାଜସ୍ଥାନ ରାଜନୀତିରେ ଯାଦୁଗର ଭାବେ ଜଣାଶୁଣା ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲତ। କାରଣ ତାଙ୍କ ପରିବାର ପେସାଦାର ଯାଦୁଗର ଥିଲେ। ପରିବାରର ପାରମ୍ପରିକ ବିଦ୍ୟାକୁ ମୁଖ୍ୟମନ୍ତ୍ରୀ ଗେହୋଲୋତ ରାଜନୀତିରେ ଆସିବା ପର ଠାରୁ ଦେଖାଉଛନ୍ତି। ରାଜନୈତିକ ଘଟଣାକ୍ରମକୁ ବଝିବାରେ ବେଶ  ମାହିର ହେଉଛନ୍ତି ସେ। ବର୍ତ୍ତମାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଯେ କଂଗ୍ରେସ ଅଧ୍ୟକ୍ଷ ପଦ ଯାଦୁଗର ଗେହୋଲତଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡି଼ପାରେ। ମାତ୍ର ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସେ ସଚ୍ଚିନ ପାଇଲଟଙ୍କୁ ଦେଖିବାକୁ   
ଚାହୁଁନାହାଁନ୍ତି। 

କାରଣ ଗତ ୨୦୨୦ ଅଗଷ୍ଟରେ ରାଜସ୍ଥାନ କଂଗ୍ରେସ ହୋଇଥିବା ବିଦ୍ରୋହକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲତ ଭୁଲି ପାରି ନାହାଁନ୍ତି। ସେ ଅନୁଭବ କରନ୍ତି ଯେ ସେତେବେଳେ ସଚ୍ଚିନ ପାଇଲଟ ବିଜେପି ସହଯୋଗରେ ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାରକୁ ହଟାଇବାକୁ ଚାହୁଁଥିଲେ। ଏଭଳି ପରିସ୍ଥିତିରେ ଗେହଲୋତଙ୍କ ଏପରି ଜଣେ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେବା ସପକ୍ଷରେ ନାହାଁନ୍ତି ଯିଏ ସରକାରକୁ  ଗାଦିଚ୍ୟୁତ କରିବା ଭଳି ଷଡଯନ୍ତ୍ରରେ ସାମିଲ ଅଛନ୍ତି।

ହେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦକୁ ନେଇ କଂଗ୍ରେସ ନେତା ଅଶୋକ ଗେହୋଲତଙ୍କ ଯାଦୁ କାମ କରିବ ନାହିଁ ତାହା ସମୟ କହିବ। ଏହା କୁହାଯାଉଛି ଯେ ସୋନିଆ ଗାନ୍ଧୀ ବିଧାୟକଙ୍କ ବିଦ୍ରୋହୀ ସ୍ୱରକୁ ନେଇ ନାରାଜ ହୋଇ ଉଠିଛନ୍ତି। ଅନ୍ୟପଟେ ଅଶୋକ ଗେହୋଲତକଂଗ୍ରେସ ଦଳରେ ଗାନ୍ଧୀ ପରିବାର ବିଶ୍ୱସ୍ତ ଭାବେ ଜଣାଶୁଣା ଏଭଳି ପରିସ୍ଥିତିରେ ତାଙ୍କୁ କଂଗ୍ରେସ ଅଧ୍ୟକ୍ଷ ଦୌଡରୁ ବାହାର କରି ଦିଆଯିବାର ସମ୍ଭାବନା ମଧ୍ୟ ରହିଛି ଏବଂ ତାଙ୍କୁ କେବଳ ରାଜସ୍ଥାନ ଦାୟିତ୍ୱ ମିଳିପାରେ। 

Also Read: Congress President Election: ଅଶୋକ ଗେହୋଲତଙ୍କ ପ୍ରାର୍ଥୀତ୍ୱକୁ ନେଇ ଛକାପଞ୍ଝା ଜାରି, ମିଳିତ କେଉଁ ଦାୟିତ୍ୱ?

 

କ'ଣ ଚାହୁଁଛନ୍ତି କଂଗ୍ରେସ ନେତା ଅଶୋକ ଗେହୋଲତ? 
ରାଜନୈତିକ ବିଶେଷଜ୍ଞଙ୍କ କହିବା କଥା ଯେ, ରାଜସ୍ଥାନ ରାଜନୀତିରେ ସୃଷ୍ଚି ରାଜନୈତିକ ନାଟକ ନିଜେ ଯାଦୁଗର ଅଶୋକ ଗେହୋଲତ ଲେଖିଛନ୍ତି। କଂଗ୍ରେସ ଏକାଠି କରି ମେଳି ବାନ୍ଧିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କାରଣ ସେ ଆରମ୍ଭରୁ ଚାହୁଁନାହାଁନ୍ତି ଯେ ସଚିନ ପାଇଲଟ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦଭାର ଗ୍ରହଣ କରନ୍ତୁ। କାରଣ ଗତ ୨୦୨୦ ଅଗଷ୍ଟରେ ରାଜସ୍ଥାନ କଂଗ୍ରେସ ହୋଇଥିବା ବିଦ୍ରୋହକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲତ ଭୁଲି ପାରି ନାହାଁନ୍ତି। ସେ ଅନୁଭବ କରନ୍ତି ଯେ ସେତେବେଳେ ସଚ୍ଚିନ ପାଇଲଟ ବିଜେପି ସହଯୋଗରେ ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାରକୁ ହଟାଇବାକୁ ଚାହୁଁଥିଲେ। 

ଦ୍ୱିତୀୟ କଥା ହେଉଛି ବୋଧହୁଏ ଯାଦୁଗର ଅଶୋକ ଗେହୋଲତ ଉଭୟ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ନିଜ ପାଖରେ ରଖିବାକୁ ଚାହୁଁଛନ୍ତି। ଏହା ମଧ୍ୟ କୁହାଯାଇଛି ନିଜ ସମର୍ଥକ ବିଧାୟକଙ୍କୁ ନେଇ ସେ ଦଳରେ ଶକ୍ତି ପ୍ରଦର୍ଶନ କରିବାକୁ ଚାହୁଁଛନ୍ତି। ଯାହା ଫଳରେ ତାଙ୍କ ଗୋଷ୍ଠୀର ଜଣେ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ଉପରେ କଂଗ୍ରେସ ନେତୃତ୍ୱ ବିଚାର କରିବେ। ଏହି ପ୍ରୟାସ କେବଳ ସଚ୍ଚିନ ପାଇଲଟଙ୍କୁ ମାତ ଦେବା ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଉଛି।

ନିଜର ସମର୍ଥକ ବିଧାୟକଙ୍କ ବଳରେ ଦଳରେ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ। ଯାହା ଫଳରେ ତାଙ୍କ କଂଗ୍ରେସ ଅଧ୍ୟକ୍ଷ ଗ୍ରହଣ କରିବା ସହଜ ହୋଇପାରିବ। ସେ ତାଙ୍କ ଲୋକଙ୍କ ମଧ୍ୟରେ ସର୍ବଦା ସ୍ୱତନ୍ତ୍ର ରହି ଆସିଛନ୍ତି। ତାଙ୍କୁ ଗାନ୍ଧୀ ପରିବାରର ଜଣେ ବିଶ୍ୱସ୍ତ ନେତା ବିବେଚନା କରାଯାଏ। 

ଆଉ ଏକ କଥା ହେଉଛି ରାଜନୀତିରେ ଯାଦୁଗର ଗେହୋଲୋତ ସବୁବେଳେ ବିଳମ୍ବରେ ତାଙ୍କର ଆଭିମୁଖ୍ୟ ବାବଦରେ ଜଣାଇଥାନ୍ତି। ଏଥର ମଧ୍ୟ ସେ ଇଚ୍ଛା କରିପାରନ୍ତି ଯେ ସେ ପ୍ରଥମେ ଦଳର ଅଧ୍ୟକ୍ଷ ହୁଅନ୍ତୁ। ନୂତନ ମୁଖ୍ୟମନ୍ତ୍ରୀ ହେବ ସେ ନିଷ୍ପତ୍ତି ସେ ନିଜେ ପରେ  ନେବେ। ସେ ରାଜସ୍ଥାନ ବିଧାନସଭା ବାଚସ୍ପତି ସିପି ଯୋଶୀଙ୍କ ନାମ ମଧ୍ୟ ସ୍ଥିର କରିଛନ୍ତି ବୋଲି ବିଶ୍ୱାସ କରାଯାଏ। କଂଗ୍ରେସ ଅଧ୍ୟକ୍ଷ ହେବା ସେ ଔପଚାରିକ ଭାବେ ଏହି ଘୋଷଣା କରିଥାନ୍ତେ।

ସମଗ୍ର ରାଜନୈତିକ ଘଟଣାକ୍ରମକୁ ନେଇ ନାରାଜ ହୋଇ ଉଠିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଗାଦିକୁ ନେଇ ଯାଦୁଗର ଗେହୋଲତଙ୍କ ମନୋଭାବ ରାଜନୈତିକ ମହଲରେ ସ୍ପଷ୍ଟ ଭାବେ  ଦେଖାଯାଉଛି। ଏଭଳି ପରିସ୍ଥିତିରେ ସୋନିଆ ଗାନ୍ଧୀ ତାଙ୍କୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ରହିବାକୁ ଅନୁମତି ଦେବେ ଏବଂ ଦଳର ଅଧ୍ୟକ୍ଷ ପଦ ନିର୍ବାଚନରୁ ଦୂରେଇ ରଖିବେ।