Uttarakhand Minister Rekha Arya: ଲିଙ୍ଗାନୁପାତରେ ସୁଧାର ଆଣିବାକୁ ମନ୍ତ୍ରୀ ଦେଲେ ଅଜବ ପରାମର୍ଶ
Advertisement
Article Detail0/zeeodisha/odisha1273639

Uttarakhand Minister Rekha Arya: ଲିଙ୍ଗାନୁପାତରେ ସୁଧାର ଆଣିବାକୁ ମନ୍ତ୍ରୀ ଦେଲେ ଅଜବ ପରାମର୍ଶ

Selfie with Lord Shiv: ମନ୍ତ୍ରୀ ରେଖା ଆର୍ଯ୍ୟ କହିଛନ୍ତି ଯେ ରାଜ୍ୟରେ ଲିଙ୍ଗଗତ ଅସମାନତା ହଟାଇବା ପାଇଁ ସଂକଳ୍ପ ନେଇ ଜୁଲାଇ ୨୬ ତାରିଖରେ କାଉଡିଆଙ୍କୁ ନେଇ ଏକ କାଉଡ଼ି ଯାତ୍ରା କରାଯିବ।

Uttarakhand Minister Rekha Arya: ଲିଙ୍ଗାନୁପାତରେ ସୁଧାର ଆଣିବାକୁ ମନ୍ତ୍ରୀ ଦେଲେ ଅଜବ ପରାମର୍ଶ

Selfie with Lord Shiv: ନିଜେ ଦେଇଥିବା ଆଦେଶ ପାଇଁ ବିବାଦୀୟ ହୋଇପଡ଼ିଛନ୍ତି ଉତ୍ତରାଖଣ୍ଡ ମହିଳା ସଶକ୍ତିକରଣ ଏବଂ ଶିଶୁ ବିକାଶ ମନ୍ତ୍ରୀ ରେଖା ଆର୍ଯ୍ୟ। ବିଭାଗୀୟ ଅଧିକାରୀଙ୍କୁ ଶିବରାତ୍ରି ଅବସରରେ ଶିବଲିଙ୍ଗରେ ଜଲାଭିଷେକ କରିବା ବେଳେ ସେଲଫି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାହାକୁ ନେଇ ଦେଖାଦେଇଛି ବିବାଦ।  ମନ୍ତ୍ରୀ ରେଖା ଆର୍ଯ୍ୟ କହିଛନ୍ତି ଯେ ରାଜ୍ୟରେ ଲିଙ୍ଗଗତ ଅସମାନତା ହଟାଇବା ପାଇଁ ସଂକଳ୍ପ ନେଇ ଜୁଲାଇ ୨୬ ତାରିଖରେ କାଉଡିଆଙ୍କୁ ନେଇ ଏକ କାଉଡ଼ି ଯାତ୍ରା କରାଯିବ।

ଶିବରାତ୍ରି ଅବସରରେ ଶିବଲିଙ୍ଗରେ ଜଲାଭିଷେକ କରିବା ବେଳେ ନେଇଥିବା ସେଲଫି ବିଭାଗୀୟ ଇମେଲ ଆଇଡି ଜରିଆରେ ପଠାଇବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରାଖଣ୍ଡ ମନ୍ତ୍ରୀ ରେଖା ଆର୍ଯ୍ୟ। ଏହା ସହିତ ହ୍ୱାଟ୍ସଆପ ମଧ୍ୟମରେ ନିଜ ନିଜ ଜିଲ୍ଲା ଅଧିକାରୀଙ୍କ ସହ ସେଲଫି ବାଣ୍ଟିବାକୁ ମଧ୍ୟ କୁହାଯାଇଛି। ଏନେଇ ମନ୍ତ୍ରୀ କହିଛନ୍ତି ଯେ 'ଆଜାଦି କା ଅମୃତ ମହୋତ୍ସବ' ଅଧିନରେ କେନ୍ଦ୍ର ସରକାରଙ୍କ 'ବେଟି ବଚାଓ' ଯୋଜନାକୁ ପ୍ରୋତ୍ସାହିତ କରିବାରେ ଏହି ପଦକ୍ଷେପ ସହାୟକ ହେବ।

ହରିଦ୍ୱାର ଠାରୁ ଋଷିକେଶ ପର୍ଯ୍ୟନ୍ତ ୨୫ କିଲୋମିଟର ଲମ୍ବ ବିଶାଳ କାଉଡ଼ି ଯାତ୍ରା ଆୟୋଜନ କରିବାକୁ ଯୋଜନା କରୁଛନ୍ତି ମନ୍ତ୍ରୀ ରେଖା ଆର୍ଯ୍ୟ। ଯେଉଁଥିରେ ସମସ୍ତ ବିଭାଗୀୟ ଅଧିକାରୀ, ପ୍ରଶାସନିକ ଅଧିକାରୀ, ଅଙ୍ଗନୱାଡି କର୍ମୀ ଏବଂ ଅନ୍ୟ ବିଭାଗର ସ୍ବେଚ୍ଛାସେବୀ ଯୋଗଦେବେ। ଏହି ଯାତ୍ରା ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ଋଷିକେଶ ଠାର ୧୩୦୦ ବର୍ଷର ପୁରୁଣା ବୀରଭଦ୍ରା ମନ୍ଦିରରେ ଭଗବାନ ଶିବଙ୍କ ଠାରେ ଜଳାଭିଷେକ ସହ ଶେଷ ହେବେ।

ଏହି ଯାତ୍ରାରେ ସେ ନିଜେ ଜଣେ ଶିବ ଭକ୍ତ କାଉଡିଆ ଭାବେ ଅଂଶଗ୍ରହଣ କରିବେ। ଏକ ଭିଡିଓ ଟ୍ୱିଟ କରି ସେ କହିଛନ୍ତି ଯେ ଯାତ୍ରା ସମୟରେ ସେ ହରିଦ୍ୱାର ଠାରେ ସାଧୁ ତଥା ଆଖଡା ମୁଖ୍ୟଙ୍କ ଆଶୀର୍ବାଦ ନେବେ। ଆସନ୍ତା ୨୦୨୫ ପର୍ଯ୍ୟନ୍ତ ଋଷିକେଶ ଭଗବାନ ଶିବ ମନ୍ଦିରରେ ଏହି ଲିଙ୍ଗାନୁପାତରେ ଉନ୍ନତି ଆଣିବା ପାଇଁ ସେ ପ୍ରତିଶୃତି ଦେବେ।

ନିଜର ଏହି  ଆଦେଶକୁ ନେଇ ମନ୍ତ୍ରୀ ରେଖା ଆର୍ଯ୍ୟଙ୍କୁ ଟାର୍ଗେଟ କରିଛନ୍ତି ବିରୋଧି। ଏନେଇ ବିରୋଧି ଦଳର ନେତା କହିଛନ୍ତି ଯେ ଧର୍ମ ସହ ଜଡିତ ଏଭଳି ନିର୍ଦ୍ଦେଶନାମା ଦେବା ପରିବର୍ତ୍ତେ ଅପରାଧ ହାର ତଥା ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ପ୍ରତି ଧ୍ୟାନ ଦିଆଯିବା ଉଚିତ। ଏହା ସହ ଅନେକ ସରକାରୀ କର୍ମଚାରୀ ମଧ୍ୟ ମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ନିଜର ଏହି ଆଦେଶକୁ ନେଇ ବିବାଦ ଉପୁଜିବା ପରେ ସ୍ପଷ୍ଟୀକରଣ ରଖି ମନ୍ତ୍ରୀ ରେଖା ଆର୍ଯ୍ୟ ସ୍ପଷ୍ଟ କରି କହିଛନ୍ତି ଯେ ସେ ନିମନ୍ତ୍ରଣ ଦେଇଛନ୍ତି କାହାକୁ ବାଧ୍ୟ କରିନାହାଁନ୍ତି। ଆପଣ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ନା ନାହିଁ ତାହା ଆପଣଙ୍କ ଇଚ୍ଛା ଉପରେ ନିର୍ଭର କରେ।ଯେତେବେଳେ ଆମେ କାହାକୁ ନିମନ୍ତ୍ରଣ କରୁ ଆମେ ତାହାକୁ ତାଙ୍କ ଇଚ୍ଛାରେ ଛାଡିଦେଉ। ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ କୌଣସି ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇ ନାହିଁ।

Also Read: ଧାମୀ ଧମାକା: ରାଜ୍ୟରେ ଲାଗୁ ହେବେ ସମାନ ନାଗରିକ ସଂହିତା