ହରିଶ ରାୱତ ବିଜେପିକୁ ଦେଲେ ଝଟକା! କଂଗ୍ରେସରେ ଯୋଗଦେଲେ ଅନେକ ନେତା
Advertisement

ହରିଶ ରାୱତ ବିଜେପିକୁ ଦେଲେ ଝଟକା! କଂଗ୍ରେସରେ ଯୋଗଦେଲେ ଅନେକ ନେତା

ସୁରେଶ ଗାଙ୍ଗୱାର ଯଶପାଲ ଆର୍ଯ୍ୟଙ୍କ ଅତି ନିକଟତର ବୋଲି ମନେ କରାଯାଏ ଓ ୨୦୧୭ରେ ସୁରେଶ ମଧ୍ୟ ଯଶପାଲ ଆର୍ଯ୍ୟଙ୍କ ସହ ବିଜେପିରେ ଯୋଗ ଦେଇଥିଲେ । 

ହରିଶ ରାୱତ ବିଜେପିକୁ ଦେଲେ ଝଟକା! କଂଗ୍ରେସରେ ଯୋଗଦେଲେ ଅନେକ ନେତା

ନୂଆଦିଲ୍ଲୀ: Uttarakhand Assembly Election 2022: ଆଉ କିଛି ଦିନର ଅପେକ୍ଷା ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ହେବାର ଅଛି । ଏହା ପୂର୍ବରୁ ସମସ୍ତ ରାଜନୈତିକ ଦଳ ନିଜ ନିଜର ବିଜୟକୁ ସୁନିଶ୍ଚିତ କରିବା ପାଇଁ ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି ।  ଏହି କ୍ରମରେ କଂଗ୍ରେସ ନେତାମାନେ (Congress Leaders) ନିଜର ଦଳକୁ ମଜଭୁତ କରିବା ବ୍ୟସ୍ତ ଅଛନ୍ତି । ଉତ୍ତରାଖଣ୍ଡର ଉଧମ୍ ସିଂ ନଗର ଜିଲ୍ଲାରେ ବିଜେପି (BJP) କୁ କଂଗ୍ରେସ (Congress) ଏକ ବଡ଼ ଝଟକା ଦେଇଛି । ସୋମବାର ସୀତାରଗଞ୍ଜରୁ ବିଜେପି ନେତା ସୁରେଶ ଗାଙ୍ଗୱାର ଓ ତାଙ୍କ ପତ୍ନୀ ରେନୁ ଗାଙ୍ଗୱାର କଂଗ୍ରେସରେ ଯୋଗ ଦେଇଛନ୍ତି । ରେନୁ ଗାଙ୍ଗୱାର ବର୍ତ୍ତମାନ ଉଧମ ସିଂ ନଗରର ଜିଲ୍ଲା ପଞ୍ଚାୟତ ସଭାପତି ମଧ୍ୟ ଅଛନ୍ତି । ଯେତେବେଳେ କି ସୁରେଶ ଗାଙ୍ଗୱାର ୨୦୧୨ ନିର୍ବାଚନରେ ​​କଂଗ୍ରେସ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ।

ଯଶପାଲ ଆର୍ଯ୍ୟଙ୍କ ନିକଟତର 

ସୁରେଶ ଗାଙ୍ଗୱାର ଯଶପାଲ ଆର୍ଯ୍ୟଙ୍କ ଅତି ନିକଟତର ବୋଲି ମନେ କରାଯାଏ ଓ ୨୦୧୭ରେ ସୁରେଶ ମଧ୍ୟ ଯଶପାଲ ଆର୍ଯ୍ୟଙ୍କ ସହ ବିଜେପିରେ ଯୋଗ ଦେଇଥିଲେ । ବର୍ତ୍ତମାନ ଯଶପାଲ ଆର୍ଯ୍ୟ କଂଗ୍ରେସରେ ଯୋଗଦେବା ପରେ ତାଙ୍କର ପ୍ରତ୍ୟେକ ସମର୍ଥକ କଂଗ୍ରେସରେ ଯୋଗ ଦେଉଛନ୍ତି । ସେହିଭଳି ସୋମବାର ସୁରେଶ ଗାଙ୍ଗୱାରଙ୍କ ସମେତ ଶତାଧିକ ସମର୍ଥକ କଂଗ୍ରେସରେ ଯୋଗ ଦେଇଛନ୍ତି । କଂଗ୍ରେସ ଭବନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ, କଂଗ୍ରେସ ରାଜ୍ୟ ସଭାପତି ଗଣେଶ ଗୋଦିୟାଲ ଏବଂ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଯଶପାଲ ଆର୍ଯ୍ୟ ବିଜେପିରୁ ଆସିଥିବା ସମସ୍ତ ନେତାଙ୍କୁ କଂଗ୍ରେସ ସଦସ୍ୟତା ପ୍ରଦାନ କରିଛନ୍ତି ।

ଏହା ବି ପଢ଼ନ୍ତୁ:-କର୍ମଚାରୀଙ୍କ ପାଇଁ ପୁଣି ଏକ ଖୁସି ଖବର! ଶୀଘ୍ର ବୃଦ୍ଧି ପାଇବ ଦରମା, ଏହା ହେଉଛି ସରକାରଙ୍କ ନୂଆ ପ୍ଲାନ୍

ଏହା ବି ପଢ଼ନ୍ତୁ:-ବିଜେପିରେ ଯୋଗଦେଲେ ଏହି ପୂର୍ବତନ ଭେଟେରାନ୍ କ୍ରିକେଟର, ୨ କଂଗ୍ରେସ ବିଧାୟକ ମଧ୍ୟ ହାତ ଛାଡ଼ି ଧରିଲେ ପଦ୍ମ

ଏହା ବି ପଢ଼ନ୍ତୁ:-ଓମିକ୍ରନ ଓ କୋରୋନାର ବଢ଼ୁଥିବା ମାମଲା ମଧ୍ୟରେ ରାଜଧାନୀରେ ଲାଗୁ ହେଲା ନୂଆ ପ୍ରତିବନ୍ଧକ, ଜାରି ହେଲା ୟଲୋ ଆଲର୍ଟ

 

୨୪ ଜିଲ୍ଲା ପଞ୍ଚାୟତ ସଦସ୍ୟ ଓ ୨୫ ଗ୍ରାମ ପ୍ରଧାନ ମଧ୍ୟ କଂଗ୍ରେସରେ ହେଲେ ସାମିଲ 

ବିଜେପି ଛାଡି ଉଧମ୍ ସିଂ ନଗରର ୨୪ ଜିଲ୍ଲା ପଞ୍ଚାୟତ ସଦସ୍ୟ ତଥା ୨୫ ଗ୍ରାମ ପ୍ରଧାନ ମଧ୍ୟ କଂଗ୍ରେସରେ ଯୋଗ ଦେଇଛନ୍ତି । ଉଧମ ସିଂ ନଗରରେ ୩୪ ଜିଲ୍ଲା ପଞ୍ଚାୟତ ସଦସ୍ୟ ଅଛନ୍ତି, ସେଥିମଧ୍ୟରୁ ୨୪ ଜଣ କଂଗ୍ରେସରେ ଯୋଗ ଦେଇଛନ୍ତି । ଏହି ନେତାଙ୍କ କଂଗ୍ରେସକୁ ଯିବା ବିଜେପି ପାଇଁ ଏକ ବଡ଼ ଝଟକା ବୋଲି ମନେ କରାଯାଉଛି । ଏହି ନେତାମାନଙ୍କୁ ସଦସ୍ୟତା ପ୍ରଦାନ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ କହିଛନ୍ତି ଯେ ବିଜେପି ପ୍ରତି ଜନସାଧାରଣଙ୍କ ବିଶ୍ୱାସ ଶେଷ ହେଉଛି । ଲୋକଙ୍କ ବିଶ୍ୱାସ କଂଗ୍ରେସ ପ୍ରତି ଜଡ଼ିବାରେ ଲାଗିଛି । ସେହି କ୍ରମରେ ଆଜି ଶତାଧିକ ବିଜେପି ନେତା କଂଗ୍ରେସରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି ।