Uttar Pradesh Politics: ବୟାନବାଜିକୁ ନେଇ ମୁହାଁମୁହିଁ ସ୍ୱାମୀ ପ୍ରସାଦ ମୌର୍ଯ୍ୟ-ଓମ ପ୍ରକାଶ ରାଜଭର
Advertisement

Uttar Pradesh Politics: ବୟାନବାଜିକୁ ନେଇ ମୁହାଁମୁହିଁ ସ୍ୱାମୀ ପ୍ରସାଦ ମୌର୍ଯ୍ୟ-ଓମ ପ୍ରକାଶ ରାଜଭର

Uttar Pradesh Politics:  ସମାଜବାଦୀ ମେଣ୍ଟରୁ ବାହାରି ଯିବା ପରେ ମୁହାଁମୁହିଁ ହୋଇଛନ୍ତି ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଏବଂଓମ ପ୍ରକାଶ ରାଜଭର। 

Uttar Pradesh Politics: ବୟାନବାଜିକୁ ନେଇ ମୁହାଁମୁହିଁ ସ୍ୱାମୀ ପ୍ରସାଦ ମୌର୍ଯ୍ୟ-ଓମ ପ୍ରକାଶ ରାଜଭର

Samajwadi Alliance: ସମାଜବାଦୀ ମେଣ୍ଟରୁ ବାହାରି ଯିବା ପରେ ସୁହଲଦେବ ଭାରତୀୟ ସମାଜ ପାର୍ଟି ଅଧ୍ୟକ୍ଷ ଓମ ପ୍ରକାଶ ରାଜଭର ଏବଂ ସମାଜବାଦୀ ପାର୍ଟି ନେତାଙ୍କ ମଧ୍ୟରେ ଜାରି ରହିଛି ବାକ୍ୟଯୁଦ୍ଧ। ବୁଧବାର ଦିନ ସମାଜବାଦୀ ପାର୍ଟି ନେତା ନେତା ତଥା ଦଳର ବିଧାନ ପରିଷଦ ସଦସ୍ୟ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କୁ ଟାର୍ଗେଟ କରି ସେ କହିଛନ୍ତି ତାଙ୍କ ଦଳ ସମାଜବାଦୀ ପାର୍ଟି ସହ ମେଣ୍ଟ କରି ରାଜ୍ୟର ଯେଉଁ ଅଞ୍ଚଳରେ ନିର୍ବାଚନ ଲଢିଛି ସେଠାରେ ସମାଜବାଦୀ ମେଣ୍ଟର ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ମାତ୍ର ସ୍ୱାମୀ ପ୍ରସାଦ ମୌର୍ଯ୍ୟ ସମାଜବାଦୀ ମେଣ୍ଟକୁ ଗୋଟିଏ ଜିଲ୍ଲାରେ ହରାଇ ଦେଇଥିଲେ।   

ସୁହଲଦେବ ଭାରତୀୟ ସମାଜ ପାର୍ଟି (Suheldev Bharatiya Samaj Party) ଏସବିଏସପି ଅଧ୍ୟକ୍ଷ (SBSP President) ଓମ ପ୍ରକାଶ ରାଜଭର (Om Prakash Rajbhar) ବସ୍ତି ଏବଂ ଦେବୀପାଟନ ମଣ୍ଡଳ ଠାରେ ଦଳ ପକ୍ଷରୁ ଆୟୋଜିତ ହୋଇଥିବା ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କୁ (Swami Prasad Maurya)  କଟାକ୍ଷ କରି କହିଛନ୍ତି ଯେ ସେ ଆମକୁ କହୁଛନ୍ତି ଯେ ମୁଁ ହେଉଛି ଅପରିପକ୍ୱ। ହେଲେ ସେ ଯେଉଁ କୁଶୀନଗର ଜିଲ୍ଲାରେ ନିର୍ବାଚନ ଲଢୁଥିଲେ ସେଠାରେ ସମାଜବାଦୀ ମେଣ୍ଟକୁ (Samajwadi Alliance) ହରାଇ ଦେଇଥିଲେ। ଆମେ ଗାଜିପୁର ଜିଲ୍ଲାରୁ ପ୍ରତିଦ୍ୱନ୍ଦ୍ୱିତା କରି ଜିଲ୍ଲାର ସମସ୍ତ ବିଧାନସଭା ଆସନ ଜିତିଲୁ। ବର୍ତ୍ତମାନ ଆମ ଦୁହିଁଙ୍କ ମଧ୍ୟରେ ସ୍ଥିର କରାଯାଉ ଯେ କିଏ ପରିପକ୍ୱ ଏବଂ କିଏ ଅପରିପକ୍ୱ ରାଜନେତା। ଯେତେବେଳେ ମୁଁ ବିଜେପି ସହିତ ରହିଥିଲି ସେତେବେଳେ ପୂର୍ବାଞ୍ଚଳରେ ସେମାନେ ଗତ ୨୦୧୭ ବିଧାନସଭା ନିର୍ବାଚନରେ (Uttar Pradesh Assembly Elections 2017) ବୃହତ୍ତ ବିଜୟ ହାସଲ କରିଥିଲେ। ହେଲେ ଯେତେବଳେ ମୁଁ ବିଜେପି ହାତ ଛାଡିବା ପରେ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ​ପୂର୍ବାଞ୍ଚଳର ୪ ଜିଲ୍ଲାରେ ଖାତା ଖୋଲି ପାରିଲା ନାହିଁ ବିଜେପି। ଏହି ଉପାୟରେ ଆମେ ଫଳାଫଳ ଦେଇଛୁ। ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଅନୁଭବ କରିବା ଆବଶ୍ୟକ ଯେ ଯେ ପର୍ଯ୍ୟନ୍ତ ମୁଁ ସମାଜବାଦୀ ପାର୍ଟି ସହ ଆସିନଥିଲି ସେତେବେଳେକୁ ସେ ବିଜେପି ଛାଡି ସମାଜବାଦୀ ପାର୍ଟି ହାତ ଧରିନଥିଲେ।

ଚଳିତ ବର୍ଷ ଆରମ୍ଭରେ ଅନୁଷ୍ଠିତ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ (Uttar Pradesh Assembly Elections 2022) ପୂର୍ବରୁ ବିଜେପି ଛାଡି ସମାଜବାଦୀ ପାର୍ଟି (Samajwadi Party) ହାତ ଧରିଥିବା ପୂର୍ବତନ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ମଙ୍ଗଳବାର ଓମ ପ୍ରକାଶ ରାଜଭରଙ୍କ ନେତୃତ୍ୱାଧିନ ସୁହଲଦେବ ଭାରତୀୟ ସମାଜ ପାର୍ଟିକୁ ଏକ ବିଚାରଶୂନ୍ୟ ଦଳ ବୋଲି କହିଥିଲେ। ସେ ପବନରେ ରାଜନୀତି କରିବା ସହ ନିଜକୁ ପରିହାସର ପାତ୍ର ବନାଇ ସାରିଛନ୍ତି। ଓମ ପ୍ରକାଶ ରାଜଭରଙ୍କର କୌଣସି ଆଦର୍ଶ ନାହିଁ ଏବଂ ତାଙ୍କ ଦଳର ଆଦର୍ଶ ଶୂନ। ସେ ବିଗତ ୨୦ ବର୍ଷ ଧରି ରାଜନୀତି କରୁଥିଲେ। ହେଲେ  କେବେ ସେ ନିଜ ଦମ ବଳରେ ଜଣେ ବିଧାୟକଙ୍କୁ ଜିତାଇ ପାରିନଥିଲେ। ଗତ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ବିଜେପି ସହ ମେଣ୍ଟ କରି ୪ ସିଟ୍ ଜିତିଥିବାବେଳେ ସମାଜବାଦୀ ପାର୍ଟି ସହ ମେଣ୍ଟ କରି ୬ ଆସନ ପାଇଥିଲା।

Also Read: Uttar Pradesh Politics: ଓମ ପ୍ରକାଶ ରାଜଭରଙ୍କୁ ରିଟର୍ଣ୍ଣ ଗିଫ୍ଟ ଦେବ ବିଜେପି