Uttar Pradesh Politics: ମାୟାବତୀଙ୍କ ପୁତୁରାଙ୍କୁ ଓମ ପ୍ରକାଶ ରାଜଭରଙ୍କ କଟାକ୍ଷ
Advertisement
Article Detail0/zeeodisha/odisha1285147

Uttar Pradesh Politics: ମାୟାବତୀଙ୍କ ପୁତୁରାଙ୍କୁ ଓମ ପ୍ରକାଶ ରାଜଭରଙ୍କ କଟାକ୍ଷ

OP Rajbhars taunt to Akash Anand: ନାଁ ନ ନେଇ ସେ ଓମପ୍ରକାଶ ରାଜଭରଙ୍କୁ ଟାର୍ଗେଟ କରିଥିଲେ। ବର୍ତ୍ତମାନ ଓମ ପ୍ରକାଶ ରାଜଭାର ଆକାଶ ଆନନ୍ଦଙ୍କୁ ପାଲଟା ଜବାବ ଦେଇଛନ୍ତି।

Uttar Pradesh Politics: ମାୟାବତୀଙ୍କ ପୁତୁରାଙ୍କୁ ଓମ ପ୍ରକାଶ ରାଜଭରଙ୍କ କଟାକ୍ଷ

OP Rajbhars taunt to Akash Anand: ବିଏସପି ସୁପ୍ରିମୋ ମାୟାବତୀଙ୍କ ପୁତୁରା ତଥା ଦଳର ରାଷ୍ଟ୍ରୀୟ ସଂଯୋଜକ ଆକାଶ ଆନନ୍ଦଙ୍କୁ କଟାକ୍ଷ କରି ଚର୍ଚ୍ଚାକୁ ଆସିଛନ୍ତି ସୁହେଲଦେବ ଭାରତୀୟ ସମାଜ ପାର୍ଟି ଅଧ୍ୟକ୍ଷ ଓମପ୍ରକାଶ ରାଜଭର। ନିକଟରେ ଆକାଶ ଆନନ୍ଦ ବିଏସପି ଏବଂ ସୁହେଲଦେବ ଭାରତୀୟ ସମାଜ ପାର୍ଟି ମଧ୍ୟରେ ମେଣ୍ଟ କରିବାକୁ ନେଇ ନାସ୍ତିବାଣୀ ଶୁଣାଇ ଦେଇଥିଲେ। ନାଁ ନ ନେଇ ସେ ଓମପ୍ରକାଶ ରାଜଭରଙ୍କୁ ଟାର୍ଗେଟ କରିଥିଲେ। ବର୍ତ୍ତମାନ ଓମ ପ୍ରକାଶ ରାଜଭାର ଆକାଶ ଆନନ୍ଦଙ୍କୁ ପାଲଟା ଜବାବ ଦେଇଛନ୍ତି।

ସୁହେଲଦେବ ଭାରତୀୟ ସମାଜ ପାର୍ଟି (Suheldev Bharatiya Samaj Party) ଏସବିଏସପି ଅଧ୍ୟକ୍ଷ (SBSP President) ଓମପ୍ରକାଶ ରାଜଭର (Om Prakash Rajbhar) କହିଛନ୍ତି ଯେ ଯେତେବେଳେ ବହୁଜନ ସମାଜ ପାର୍ଟି (Bahujan Samaj Party) ବିଏସପି ରାଷ୍ଟ୍ରୀୟ ସଂଯୋଜକ (BSP National Coordinator) ତଥା ଦଳୀୟ ସୁପ୍ରିମୋ ମାୟାବତୀଙ୍କ (BSP Supremo Mayawati) ପୁତୁରା ଆକାଶ ଆନନ୍ଦଙ୍କୁ (Akash Anand) କଟାକ୍ଷ କରି କହିଥିଲେ ଯେତେବେଳେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ  ୨ ଦିନ ଜେରା କରିଥିଲା ସେତେବେଳେ ସମସ୍ତେ ଜାଣିଲେ ସେ କିଏ। ନହେଲେ ପୂର୍ବରୁ ତାଙ୍କୁ କେହି ଜାଣନଥିଲେ। ଆକାଶ ଆନନ୍ଦଙ୍କୁ କଟାକ୍ଷ କରି ଏସବିଏସପି ଅଧ୍ୟକ୍ଷ ଏହି ପକ୍ଷୀ କିଏ? ଏହି ପକ୍ଷୀର ପରିଚୟ ସେତେବେଳେ ମିଳିଥିଲା ଯେତେବେଳେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୨ ଦିନ ଧରି ଜେରା କରିଥିଲା। ବିଏସପି ମାଲିକ ହେଉଛନ୍ତି ମାୟାବତୀ ଏବଂ ସମାଜବାଦୀ ପାର୍ଟି ମାଲିକ ହେଉଛନ୍ତି ଅଖିଳେଶ ଯାଦବ। ଏହି ପକ୍ଷୀ କିଏ?

ନିକଟରେ ଏସବିଏସପି ଅଧ୍ୟକ୍ଷ କହିଥିଲେ ତାଙ୍କ ଦଳର ବିଏସପି ସହ ମେଣ୍ଟ ହେବା ଆବଶ୍ୟକ। ଓମ ପ୍ରକାଶ ରାଜଭରଙ୍କ ଏହି ବିବୃତ୍ତି ଉପରେ ଜବାବ ରଖି ମାୟାବତୀଙ୍କ ପୁତୁରା ଆକାଶ ଆନନ୍ଦ କହିଥିଲେ ବିଏସପି, ଏସବିଏସପି ମଧ୍ୟରେ କୌଣସି ମେଣ୍ଟ ହେବ ନାହିଁ। ଏହା ପରେ ଓପି ରାଜଭାରଙ୍କ ଏହି ବିବୃତ୍ତି ସାମ୍ନାକୁ ଆସିଛି। ଏସବିଏସପି ଅଧ୍ୟକ୍ଷ ରାଜଭର କହିଛନ୍ତି ଯେ ୨୦୨୪ ନିର୍ବାଚନରେ ​ତାଙ୍କ ଦଳ ​ଏକ ବଡ ଦଳ ସହ ମେଣ୍ଟ କରି ଲଢିବ। ହେଲେ ତାଙ୍କ ଦଳ କାହା ସହ ମେଣ୍ଟ କରିବ ତାହା ସ୍ପଷ୍ଟ କରିନାହାଁନ୍ତି ସେ।

ନିକଟ ଅତୀତରେ ଆକାଶ ଆନନ୍ଦ ଟ୍ୱିଟ୍ କରି କହିଥିଲେ ଯେ ମାୟାବତୀ ସରକାରଙ୍କ (Mayawati Govt) ଶାସନ, ପ୍ରଶାସନ, ଅନୁଶାସନକୁ ସମଗ୍ର ବିଶ୍ୱ ପ୍ରଶଂସା କରୁଛି। ହେଲେ କିଛି ସୁବିଧାବାଦୀ ରାଜନେତା ତାଙ୍କ ସାହାଯ୍ୟରେ ନିଜର ରାଜନୈତିକ ଦୋକାନ ଚଳାଇବାକୁ ଚେଷ୍ଟା କରୁଛନ୍ତି। ଏପରି ସ୍ୱାର୍ଥପର ଲୋକଙ୍କ ପ୍ରତି ସାବଧାନ ରହିବା ଆବଶ୍ୟକ।

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ (Uttar Pradesh Assembly Election 2022) ଏସବିଏସପି ସମାଜବାଦୀ ପାର୍ଟି ସହ ମେଣ୍ଟ (SBSP Samjwadi Party Alliance) କରି ନିର୍ବାଚନ ଲଢିଥିଲା। ମାତ୍ର ଏହି ମେଣ୍ଟ ବେଶୀ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରିନଥିଲା। ସେହିପରି ଗତ ୨୦୧୭ ବିଧାନସଭା ନିର୍ବାଚନରେ (Uttar Pradesh Assembly Election 2017) ଏସବିଏସପି ବିଜେପି ସହ ମେଣ୍ଟ (SBSP BJP Alliance) କରି ନିର୍ବାଚନ ଲଢିବା ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରରେ ମନ୍ତ୍ରୀ ହୋଇଥିଲେ ଦଳର ଅଧ୍ୟକ୍ଷ ଓମପ୍ରକାଶ  ରାଜଭର। ମାତ୍ର ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଭାଙ୍ଗି ଯାଇଥିଲା ଏସବିଏସପି-ବିଜେପି ମେଣ୍ଟ। 

Also Read: Uttar Pradesh Politics: ଓମପ୍ରକାଶ ରାଜଭରଙ୍କୁ ଜୋରଦାର ଝଟକା ଦେଲା ବିଏସପି