Uttar Pradesh Politics: ପ୍ରଚାର ବେଳେ ଚର୍ଚ୍ଚାକୁ ଆସିଲା ମୈନପୁରୀ ଉପନିର୍ବାଚନ, ଜାଣନ୍ତୁ କାରଣ
Advertisement

Uttar Pradesh Politics: ପ୍ରଚାର ବେଳେ ଚର୍ଚ୍ଚାକୁ ଆସିଲା ମୈନପୁରୀ ଉପନିର୍ବାଚନ, ଜାଣନ୍ତୁ କାରଣ

Mainpuri Bypoll 2022: ମୈନପୁରୀ ଉପନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜାରି ରହିଛି ନିର୍ବାଚନ ପ୍ରଚାର। ହେଲେ ବର୍ତ୍ତମାନ ପ୍ରଚାର ଜାରି ରହିଥିବା ସମୟରେ ଘଟିଯାଇଛି ଏକ ଆଶ୍ଚର୍ଯ୍ୟପ୍ରଦ ଘଟଣା। 

Uttar Pradesh Politics: ପ୍ରଚାର ବେଳେ ଚର୍ଚ୍ଚାକୁ ଆସିଲା ମୈନପୁରୀ ଉପନିର୍ବାଚନ, ଜାଣନ୍ତୁ କାରଣ

Mainpuri Bye Election 2022: ରାଜ୍ୟର ମୈନପୁରୀ ଲୋକସଭା ଆସନରେ ଅନୁଷ୍ଠିତ ହେଉଥିବା ଉପନିର୍ବାଚନକୁ ସରଗରମ ରହିଛି ଉତ୍ତର ପ୍ରଦେଶ ରାଜନୀତି। ହେଲେ ଏବେ ନିର୍ବାଚନ ପ୍ରଚାରକୁ ନେଇ ଚର୍ଚ୍ଚାକୁ ଆସିଛି ମୈନପୁରୀ ଉପନିର୍ବାଚନ।   

ମୈନପୁରୀ ଉପନିର୍ବାଚନ (Mainpuri Bye Election 2022) ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜାରି ରହିଛି ନିର୍ବାଚନ ପ୍ରଚାର। ହେଲେ ବର୍ତ୍ତମାନ ପ୍ରଚାର ଜାରି ରହିଥିବା ସମୟରେ ଘଟିଯାଇଛି ଏକ ଆଶ୍ଚର୍ଯ୍ୟପ୍ରଦ ଘଟଣା। ଇଟାୱା ଜଙ୍କସନ ରେଳ ଷ୍ଟେସନ (Etawah Junction Railway Station) ଠାରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଏଠାରେ କରାଯାଇଥିବା ଏକ ଘୋଷଣା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଇଟାୱା ରେଳ ଷ୍ଟେସନ ଠାରେ କରାଯାଇଥିବା ଘୋଷଣାରେ କୁହାଯାଇଥିଲା ଯେ, "ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ...ମୈନପୁରୀ ଆସନରୁ ଡିମ୍ପଲ ଯାଦବଙ୍କୁ ଜିତନ୍ତୁ। " 

Also Read: ପ୍ରଚାର ବେଳେ ଚର୍ଚ୍ଚାକୁ ଆସିଲା ମୈନପୁରୀ ଉପନିର୍ବାଚନ, ଜାଣନ୍ତୁ କାରଣ

ଗତ ଶନିବାର ରାତି ପ୍ରାୟ ସାଢେ ୧୧ଟା ସମୟରେ ଇଟାୱା ଜଙ୍କସନ (Etawah Junction) ଠାରେ ଘଟିଯାଇଥିଲା ଏଭଳି ଘଟଣା। ଯଦିଓ  ରେଳବାଇ (Indian Railway) ଅଧିକାରୀ ଏହି ଘଟଣା ବିଷୟରେ କୌଣସି ପ୍ରତିକ୍ରିୟା ଦେବାରୁ ବିରତ ରହୁଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶନିବାର ରାତି ସମୟରେ ଇଟାୱା ରେଳ ଷ୍ଟେସନ (Etawah Railway Station) ଅନୁସନ୍ଧାନ କାଉଣ୍ଟର ଠାରୁ ପ୍ରସାରିତ ବାର୍ତ୍ତାରେ ଡିମ୍ପଲ ଯାଦବଙ୍କ ପ୍ରଚାର ସମ୍ପର୍କରେ ଘୋଷଣା କରାଯାଇଥିଲା।

କୁହାଯାଉଛି ଯେ ଏହି ଘୋଷଣା ଶୁଣିବା ପରେ ରେଳ ଷ୍ଟେସନ ଠାରେ ଉପସ୍ଥିତ ରହିଥିବା ଯାତ୍ରୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ରେଳବାଇ ପକ୍ଷରୁ କରାଯାଉଥିବା ଏପରି ଧରଣର ଘୋଷଣା ପ୍ରାୟ ୧୫-୨୦ ଥର ଶୁଣା ଯାଇଥିଲା। ଏହି ଘଟଣା ସମ୍ପର୍କରେ  କିଛି ରେଳଯାତ୍ରୀ ଅନୁସନ୍ଧାନ କେନ୍ଦ୍ର ଠାରେ ଅଭିଯୋଗ କରିଥିଲେ। ଅନ୍ୟପଟେ ଆଉ କିଛି ଲୋକ ମଧ୍ୟ ଏ ସମ୍ପର୍କରେ ରେଳବାଇ ଥାନାରେ ଅଭିଯୋଗ କରିଛନ୍ତି।

Also Read: Mainpuri By Election 2022: ଅଖିଳେଶ ଯାଦବଙ୍କୁ ଭୟଭୀତ କରୁଛି ଦଳର ପୁରୁଣା ରେକର୍ଡ, ସାମ୍ନାରେ ରହିଛି ବଡ ଚ୍ୟାଲେଞ୍ଜ

କୁହାଯାଇଛି ଯେ ରେଳ ୟୁନିଅନ ସହ ସହ ଜଡ଼ିତ କିଛି ସଦସ୍ୟ ପ୍ରୟାଗରାଜ ଯାଉଥିଲେ। ସେମାନଙ୍କ ମଧ୍ୟରୁ କିଛି ସଦସ୍ୟ ରେଳ ଅନୁସନ୍ଧାନ କକ୍ଷ ଭିତରକୁ ଯାଇ ଏଭଳି ଘୋଷଣା ପ୍ରସାରଣ କରିବା ଆରମ୍ଭ କରିଥିଲେ। ପୋଲିସ ପହଞ୍ଚିବା ପୂର୍ବରୁ ସେମାନେ ସମସ୍ତେ ସେଠାରୁ ଚାଲି ଯାଇଥିଲେ। ଏହି ଘଟଣାରେ ଡିଭିଜନାଲ ରେଲୱେ ମ୍ୟାନେଜର (Divisional Railway Manager) ସ୍ତରର ତଦନ୍ତ ଆରମ୍ଭ ହୋଇଛି।

Also Read: Mainpuri Bypoll 2022: ମତଦାନ ପୂର୍ବରୁ ସମାଜବାଦୀ ପାର୍ଟି ଲାଗି ସହଜ ହେଲା ରାସ୍ତା, ଜାଣନ୍ତୁ କିପରି

ସମାଜବାଦୀ ପାର୍ଟି ପ୍ରତିଷ୍ଠାତା (Samajwadi Party Founder) ମୁଲାୟମ ସିଂହ ଯାଦବଙ୍କ (Mulayam Singh Yadav) ନିଧନ ପରେ ମୈନପୁରୀ ଲୋକସଭା ଆସନ (Mainpuri Lok Sabha) ଖାଲି ପଡିଛି। ଏହି ଆସନରେ ଅନୁଷ୍ଠିତ ହେଉଥିବା ଉପନିର୍ବାଚନ (Mainpuri Bypoll 2022) ଲାଗି ମତଦାନ ଡିସେମ୍ବର ୫ ତାରିଖରେ ଅନୁଷ୍ଠିତ ହେବ। ଡିସେମ୍ବର ୮ ତାରିଖରେ ପ୍ରକାଶ ପାଇବ ମୈନପୁରୀ ଉପନିର୍ବାଚନ ଫଳାଫଳ। ଏହି ଆସନରେ ସମାଜବାଦୀ ପାର୍ଟି ପକ୍ଷରୁ ମୁଲାୟମ ସିଂହ ଯାଦବଙ୍କ ବୋହୂ ତଥା ଦଳର ସଭାପତି ଅଖିଳେଶ ଯାଦବଙ୍କ (Akhilesh Yadav) ପତ୍ନୀ ଡିମ୍ପଲ ଯାଦବ (Dimple Yadav) ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ଏହି ଉପନିର୍ବାଚନରେ  ଦଳୀୟ ବିଜୟ ବାନା ଉଡ଼ାଇବା ସମାଜବାଦୀ ପାର୍ଟି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି।