Uttar Pradesh Politics: ଆଗକୁ ଆସୁଛି ଲୋକସଭା ନିର୍ବାଚନ; ଆରମ୍ଭ ହୋଇଗଲା ମେଣ୍ଟ ଗଠନ
Advertisement
Article Detail0/zeeodisha/odisha1314273

Uttar Pradesh Politics: ଆଗକୁ ଆସୁଛି ଲୋକସଭା ନିର୍ବାଚନ; ଆରମ୍ଭ ହୋଇଗଲା ମେଣ୍ଟ ଗଠନ

Lok Sabha Election 2024: ସମାଜବାଦୀ ପାର୍ଟି ନେତୃତ୍ୱାଧିନ ସମାଜବାଦୀ ମେଣ୍ଟ ଭାଙ୍ଗିଯିବା ପରେ ଏହି ଦଳ ଏପରି ଏକ ବିକଳ୍ପ ଚାହୁଁଛନ୍ତି ଯାହା ସେମାନଙ୍କୁ ରାଜ୍ୟ ରାଜନୀତିରେ ନିଜର ଗୁରୁତ୍ୱ ବଜାୟ ରଖିବାରେ ସହାୟକ ହେବ। 

Uttar Pradesh Politics: ଆଗକୁ ଆସୁଛି ଲୋକସଭା ନିର୍ବାଚନ; ଆରମ୍ଭ ହୋଇଗଲା ମେଣ୍ଟ ଗଠନ

Lok Sabha Election 2024: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଏହି କ୍ରମରେ ଉତ୍ତର ପ୍ରଦେଶ ରାଜନୀତିରେ ସକ୍ରିୟ ରହିଥିବା ସ୍ଥାନୀୟ ଆଞ୍ଚଳିକ ଦଳ ବର୍ତ୍ତମାନ ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ସେମାନଙ୍କର 'ବଡ ଭାଇ' ଅର୍ଥାତ ମେଣ୍ଟ ସହଯୋଗୀ ଖୋଜୁଛନ୍ତି। ସମାଜବାଦୀ ପାର୍ଟି ନେତୃତ୍ୱାଧିନ ସମାଜବାଦୀ ମେଣ୍ଟ ଭାଙ୍ଗିଯିବା ପରେ ଏହି ଦଳ ଏପରି ଏକ ବିକଳ୍ପ ଚାହୁଁଛନ୍ତି ଯାହା ସେମାନଙ୍କୁ ରାଜ୍ୟ ରାଜନୀତିରେ ନିଜର ଗୁରୁତ୍ୱ ବଜାୟ ରଖିବାରେ ସହାୟକ ହେବ। 

ଓମ ପ୍ରକାଶ ରାଜଭାରଙ୍କ (Om Prakash Rajbhar) ନେତୃତ୍ୱାଧୀନ ସୁହେଲଦେବ ଭାରତୀୟ ସମାଜ ପାର୍ଟି (Suheldev Bharatiya Samaj Party) ଅଖିଲେଶ ଯାଦବଙ୍କ (Akhilesh Yadav) ନେତୃତ୍ୱାଧିନ ସମାଜବାଦୀ ପାର୍ଟି (Samajwadi Party) ସହ ମେଣ୍ଟ କରି ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ (UP Assembly Election 2022) ଲଢିଥିଲା। ମାତ୍ର ଏହି ନିର୍ବାଚନ ପରେ ଉଭୟ ଦଳ ମଧ୍ୟରେ ମେଣ୍ଟ ଭାଙ୍ଗିଯାଇଛି। ଓମ ପ୍ରକାଶ ରାଜଭର ବର୍ତ୍ତମାନ ବିଜେପି (BJP) ସହ ତାଙ୍କ ସମ୍ପର୍କକୁ ସୁଧାରିବାକୁ ଚେଷ୍ଟା କରୁଥିବାର ଦେଖିବାକୁ ମିଳିଛି। ନିକଟରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ତାଙ୍କ ଦଳ ​​ଏନଡିଏ ପ୍ରାର୍ଥୀଙ୍କ ସମର୍ଥନରେ ମତଦାନ କରି ବିଜେପି ସହ ସମ୍ପର୍କ ସୁଧାରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ହେଲେ ବିଜେପି ତାଙ୍କୁ ମେଣ୍ଟ ସହଯୋଗୀ ଭାବେ ସ୍ୱୀକାର କରିବାକୁ ପ୍ରସ୍ତୁତ ନାହିଁ। କାରଣ ତାଙ୍କର ବିଶ୍ୱସନୀୟତା ଉପରେ ବିଭିନ୍ନ ଦଳ ପ୍ରଶ୍ନ ଉଠାଇ ସାରିଛନ୍ତି। ଗତ ୨୦୧୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ (UP Assembly Election 2017) ଓମ ପ୍ରକାଶ ରାଜଭାର ବିଜେପି ସହ ମେଣ୍ଟ କରି ନିର୍ବାଚନ ଲଢିଥିଲେ। ହେଲେ ୨୦୧୯ ଲୋକସଭା ନିର୍ବାଚନ (Lok Sabha Election 2019) ପୂର୍ବରୁ ସେ ବିଜେପି ସହ ମେଣ୍ଟ ଭାଙ୍ଗି ଦେଇଥିଲେ।

Also Read: UP Assembly Election 2022: ବଡ଼ ଦଳ ସହ ମେଣ୍ଟ କରି ଫାଇଦା ଉଠାଇଛନ୍ତି ଛୋଟ ଦଳ

 

ସମାଜବାଦୀ ପାର୍ଟି ସହ ମେଣ୍ଟ ଭାଙ୍ଗିଯିବା ପରେ ଓମ ପ୍ରକାଶ ରାଜଭାର ବିଜେପି ସହ ତାଙ୍କ ସମ୍ପର୍କକୁ ସୁଧାରିବାକୁ ଚେଷ୍ଟା କରୁଛନ୍ତି। ଏହି କ୍ରମରେ ସେ ବିଭିନ୍ନ ସମୟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧିନ ବିଜେପି ସରକାରର ପ୍ରଶଂସା କରିବାକୁ ପଛାଉନାହାଁନ୍ତି। ଏନେଇ ସେ କହିଛନ୍ତି ଯେ ଯଦି କୌଣସି ଦଳ ଭଲ କାମ କରୁଛି ତାହେଲେ ମୁଁ ଏହାକୁ କାହିଁକି ପ୍ରଶଂସା କରିବି ନାହିଁ? ଆମେ ଏକ ରାଜନୈତିକ ଦଳ। ଆମେ ଏପରି ନିଷ୍ପତ୍ତି ନେଇଥାଉ ଯାହା ସମାଜର ଦୁର୍ବଳ ବିଭାଗକୁ ଲାଭ ପହଞ୍ଚାଇଥାଏ। 

ବର୍ତ୍ତମାନ ଉତ୍ତର ପ୍ରଦେଶ ରାଜନୀତିରେ କାହାର ସମ୍ପର୍କ ଅଧିକ ତିକ୍ତ ରହିଥାଏ ସେ ହେଉଛନ୍ତି ପ୍ରଗତିଶୀଳ ସମାଜବାଦୀ ପାର୍ଟି (Pragatisheel Samajwadi Party) ଅଧ୍ୟକ୍ଷ ଶିବପାଲ ଯାଦବ (Shivpal Yadav) ଏବଂ ତାଙ୍କ ପୁତୁରା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ। ବିଧାନସଭା ନିର୍ବାଚନ ୨୦୨୨ ପର ଠାରୁ ଚାଚା ଶିବପାଲ ଏବଂ ପୁତୁରା ଅଖିଲେଶଙ୍କ ମଧ୍ୟରେ ଫାଟ ବଢିବାରେ ଲାଗିଛି। ବିଭିନ୍ନ ରାଜନୈତିକ ପ୍ରସଙ୍ଗରେ ପୁତୁରାଙ୍କୁ କଟାକ୍ଷ କରିବାକୁ ପଛାଉ ନାହାଁନ୍ତି ଚାଚା। ଅନ୍ୟପକ୍ଷରେ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ (Samajwadi Party Founder Mulayam Singh Yadav) ବର୍ତ୍ତମାନ ସକ୍ରିୟ ରାଜନୀତିରୁ ପ୍ରାୟତଃ ଅବସର ନେଇ ସାରିଛନ୍ତି। ଏବେ ଚାଚା ଏବଂ ପୁତୁରାଙ୍କ ମଧ୍ୟରେ ସମ୍ପର୍କ ସୁଧୁରିବାର ସ୍ଥିତ ବହୁତ କମ ରହିଛି। ଚାଚା ଶିବପାଲ କହିଛନ୍ତି ଯେ ତାଙ୍କୁ ପ୍ରତାରଣା କରାଯାଇଛି ଏବଂ ସେ ଭାରୀ ମୂଲ୍ୟ ଦେଇ ଏକ ଶିକ୍ଷା ପାଇଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ମୋର ଦଳୀୟ ସଙ୍ଗଠନକୁ ମଜବୁତ କରିବା ପାଇଁ ମୁଁ ବର୍ତ୍ତମାନ ମୋର ସମସ୍ତ ଶକ୍ତି ଉତ୍ସର୍ଗ କରିବି ବୋଲି କହିସାରିଛନ୍ତି ଚାଚା।

Also Read: UP Election 2022: ଛୋଟ ଦଳ ସହ ମେଣ୍ଟ କରି କ୍ଷତି ସହିବ କି Samajwadi Party?

 

ସମାଜବାଦୀ ମେଣ୍ଟରୁ (Samajwadi Alliance) ବାହାରି ଯିବା ପରେ ପ୍ରଗତିଶୀଳ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଶିବପାଲ ଯାଦବଙ୍କ ନିକଟତମ ସୂତ୍ରରୁ ମିଳିଥିବା ଖବର ଅନୁସାରେ ତାଙ୍କୁ କଂଗ୍ରେସ ପକ୍ଷରୁ ମେଣ୍ଟ ଗଠନ ଲାଗି ପ୍ରସ୍ତାବ ଦିଆଯାଉଛି। ଯଦି ଏହି ପ୍ରସ୍ତାବ ସମ୍ମାନଜନକ ହୁଏ ତାହେଲେ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ (Lok Sabha Election 2024) କଂଗ୍ରେସ (Congress) ସହ ତାଙ୍କ ଦଳ ମେଣ୍ଟ କରିପାରେ। କଂଗ୍ରେସର ସମସ୍ୟା ହେଉଛି ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ପରିସ୍ଥିତିର ସମାଧାନ କରିବାକୁ କେହି ନାହାଁନ୍ତି। ବିଧାନସଭା ନିର୍ବାଚନ ଶେଷ ହେବାକୁ ପ୍ରାୟ ୬ ମାସ ସମୟ ଅତିକ୍ରମ କରିଯାଇଥିଲେ ମଧ୍ୟ ଦଳ ନେତୃତ୍ୱବିହୀନ ଅବସ୍ଥାରେ ପଡ଼ିରହିଛି। 

ଅନ୍ୟପଟେ ଦଳରେ ଅବହେଳା କରାଯାଉଥିବା ନେଇ ଅସନ୍ତୁଷ୍ଟ ହୋଇଉଠିଥିବା ସମାଜବାଦୀ ପାର୍ଟି ନେତା ଆଜମ ଖାନ (Samajwadi Party Leader Azam Khan) ମଧ୍ୟ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କୌଣସି ବଡ଼ ଧରଣର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ଅନ୍ୟପଟେ ମେଣ୍ଟ ଗଠନ ପ୍ରସଙ୍ଗରେ ଶିବପାଲ ଯାଦବ ମଧ୍ୟ ଏକ ବ୍ୟାପକ ଦିଗ ଉପରେ ବିଚାର କରୁଛନ୍ତି। ଆଜମ ଖାନଙ୍କ ନିକଟତମ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଅଖିଲେଶ ଯାଦବଙ୍କ ନେତୃତ୍ୱରେ ସେ ନିଜକୁ ସହଜ ମଣୁନାହାଁନ୍ତି। ଲୋକସଭା ନିର୍ବାଚନ ପାଖେଇ ଆସିଲେ ସେ ନିଷ୍ପତ୍ତି ନେବେ। 

Also Read: ଅଖିଳେଶ ଯାଦବଙ୍କ ବଡ ଘୋଷଣା: ବଡ ନୁହେଁ ଛୋଟ ଦଳ ସହ ମେଣ୍ଟ କରିବ ସପା

ଅନ୍ୟପଟେ ସମାଜବାଦୀ ମେଣ୍ଟରେ ସାମିଲ ହୋଇଥିବା ମହାନ ଦଳ (Mahan Dal), ଜନବାଦୀ ପାର୍ଟି (Janvadi Party-Socialist), ସୁହେଲଦେବ ଭାରତୀୟ ସମାଜ ପାର୍ଟି, ପ୍ରଗତିଶୀଳ ସମାଜବାଦୀ ପାର୍ଟି, ସମାଜବାଦୀ ପାର୍ଟି ସହ ମେଣ୍ଟ ଭାଙ୍ଗି ସାରିଛନ୍ତି। ଏହି ଦଳର ନେତାଙ୍କ କହିବା କଥା ଆମେ ହେଉଛୁ ଛୋଟ ଦଳ। ନିର୍ବାଚନରେ ​​ଭଲ ପ୍ରଦର୍ଶନ କରିବା ପାଇଁ ଆମକୁ ସହଯୋଗୀ ଭାବରେ ଏକ ବଡ ରାଜନୈତିକ ଦଳ ଆବଶ୍ୟକ।