Uttar Pradesh Politic: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କ ବିରୋଧରେ ବର୍ଷିଲେ ବିଏସପି ସୁପ୍ରିମୋ ମାୟାବତୀ
Advertisement
Article Detail0/zeeodisha/odisha1324412

Uttar Pradesh Politic: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କ ବିରୋଧରେ ବର୍ଷିଲେ ବିଏସପି ସୁପ୍ରିମୋ ମାୟାବତୀ

Mayawati targets Akhilesh Yadav:   ଜେଲରେ ବନ୍ଦଥିବା ଦଳର ବାହୁବଳୀ ବିଧାୟକ ରମାକାନ୍ତ ଯାଦବଙ୍କୁ ଭେଟିବାକୁ ନେଇ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିଛନ୍ତି ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ। 

Uttar Pradesh Politic: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କ ବିରୋଧରେ ବର୍ଷିଲେ ବିଏସପି ସୁପ୍ରିମୋ ମାୟାବତୀ

Mayawati targets Akhilesh Yadav: ଜେଲରେ ବନ୍ଦଥିବା ବାହୁବଳୀ ରାଜନେତାଙ୍କୁ ଭେଟିବାକୁ ନେଇ ସରଗରମ ହୋଇଉଠିଛି ଉତ୍ତର ପ୍ରଦେଶ ରାଜନୀତି। ଏହି ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିଛନ୍ତି। ନିକଟରେ ଅଖିଳେଶ ଯାଦବଙ୍କ ଆଜମଗଡ ଜେଲ ଠାରେ ପହଞ୍ଚି ସେଠାରେ ବନ୍ଦ ଥିବା ବାହୁବଳୀ ବିଧାୟକ ରମାକାନ୍ତ ଯାଦବଙ୍କୁ ଭେଟିଥିଲେ।  ଜେଲରେ ବନ୍ଦ ଥିବା ବାହୁବଳୀ ବିଧାୟକଙ୍କୁ ଭେଟିବା ଉପରେ ପ୍ରତିକ୍ରିୟା ରଖି ବହୁଜନ ସମାଜ ପାର୍ଟି ସୁପ୍ରିମୋ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଏହା ଦର୍ଶାଉଛି ଯେ ସମାଜବାଦୀ ପାର୍ଟି ହେଉଛି ଅପରାଧିକ ତତ୍ତ୍ୱଙ୍କ ପୃଷ୍ଠପୋଷକତା ରାଜନୈତିକ ଦଳ।

ଗତ ବୁଧବାର ଆଜମଗଡ଼ ଜିଲ୍ଲା ଗସ୍ତରେ ଆସି ସମାଜବାଦୀ ପାର୍ଟି (Samajwadi Party) ଏସପି ଅଧ୍ୟକ୍ଷ ଅଖିଳେଶ ଯାଦବ (SP President Akhilesh Yadav) ସ୍ଥାନୀୟ ଜେଲରେ ବନ୍ଦ ଥିବା ଦଳୀୟ ବିଧାୟକ ରାମକାନ୍ତ ଯାଦବଙ୍କୁ (Samajwadi Party MLA Ramakant Yadav) ଭେଟିଥିଲେ। ଉତ୍ତର ପ୍ରଦେଶ (Uttar Pradesh) ଆଜମଗଡ଼ ଜିଲ୍ଲାର (Azamgarh District) ଫୁଲପୁର ପୱାଇ ଆସନର (Phoolpur Pawai Assembly Constituency) ବିଧାୟକ ହେଉଛନ୍ତି ବାହୁବଳୀ ସମାଜବାଦୀ ପାର୍ଟି ନେତା ରମାକାନ୍ତ ଯାଦବ। ଏକ ୨୦ ପୁରୁଣା ମାମଲାରେ ଆଜମଗଡ଼ ଜେଲରେ (Azamgarh Jail) ବନ୍ଦ ଅଛନ୍ତି ଫୁଲପୁର ପୱାଇ ଆସନର ବିଧାୟକ ରମାକାନ୍ତ ଯାଦବ।

Also Read: UP Election 2022: ଦଳ କାହିଁକି ହାରିଲା ନିର୍ବାଚନ? କାରଣ କହିଲେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ

ଜେଲରେ ବନ୍ଦଥିବା ଦଳର ବାହୁବଳୀ ବିଧାୟକ ରମାକାନ୍ତ ଯାଦବଙ୍କୁ ଭେଟିବାକୁ ନେଇ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିଛନ୍ତି ବହୁଜନ ସମାଜ ପାର୍ଟି (Bahujan Samaj Party) ବିଏସପି ସୁପ୍ରିମୋ ମାୟାବତୀ (BSP Supremo Mayawati)। ଏନେଇ ପ୍ରତିକ୍ରିୟା ରଖି ବିଏସପି ସୁପ୍ରିମୋ ମାୟାବତୀ ଟ୍ୱିଟ୍ କରି କହିଛନ୍ତି ଯେ ଆଜମଗଡ ଜେଲରେ ବନ୍ଦୀ ଥିବା ଦଳର ବାହୁବଳୀ ବିଧାୟକ ରାମକାନ୍ତ ଯାଦବଙ୍କୁ ଭେଟିବା ସହ ତାଙ୍କୁ ସମବେଦନା ଜଣାଇଛନ୍ତି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ। ହେଲେ ଅଖିଲେଶ ଯାଦବଙ୍କ ପଦକ୍ଷେପ ଏକ ସାଧାରଣ ଧାରଣାକୁ ଦୃଢ କରୁଛି ଯେ ସମାଜବାଦୀ ପାର୍ଟି ହେଉଛି ଅପରାଧିକ ତତ୍ତ୍ୱଙ୍କ ପୃଷ୍ଠପୋଷକତା ରାଜନୈତିକ ଦଳ।

Also Read: UP Election 2022: ଦଳକୁ ମିଳିଛି କେତେ ଟଙ୍କାର ଦଳୀୟ ପାଣ୍ଠି? ଜଣାଇଲା ବିଏସପି

 ଜେଲରେ ବନ୍ଦୀ ଥିବା ଦଳର ବାହୁବଳୀ ବିଧାୟକ ରାମକାନ୍ତ ଯାଦବଙ୍କୁ ଭେଟିବାକୁ ବିଭିନ୍ନ ସଙ୍ଗଠନ ଏବଂ ସାଧାରଣ ଲୋକଙ୍କ ଦ୍ୱାରା ସମାଜବାଦୀ ପାର୍ଟି ଅଧ୍ୟକ୍ଷଙ୍କୁ ପ୍ରଶ୍ନ ପଚାରିବା ଭୁଲ?  ସେ କାହିଁକି  ରାଜ୍ୟର ବିଭିନ୍ନ ଜେଲରେ ବନ୍ଦ ରହିଥିବା ମୁସଲମାନ ରାଜନେତାଙ୍କୁ ଭେଟିବା ପାଇଁ ସେଠାକୁ ଯାଉନାହାଁନ୍ତି। ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଭିଯୋଗ କରୁଛନ୍ତି ଯେ ରାଜ୍ୟରେ କ୍ଷମତାସୀନ ବିଜେପି ସରାକାର ବିରୋଧି ସମାଜବାଦୀ ପାର୍ଟିର ନେତାଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରି ସେମାନଙ୍କୁ ଜେଲ ପଠାଇ ଦେଇଛି। ଯଦି ଅଖିଲେଶ ଯାଦବ ଏଭଳି ଅଭିଯୋଗ ଆଣୁଛନ୍ତି  ତାହେଲେ ସେ ଜେଲରେ ବନ୍ଦ ରହିଥିବା ତାଙ୍କ ଦଳର ମୁସଲମାନ ନେତାଙ୍କୁ କାହିଁକି ଭେଟୁନାହାଁନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି। ଅପରାଧ ସମେତ ବିଭିନ୍ନ ପ୍ରସଙ୍ଗରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରି ଆସୁଛନ୍ତି  ବିଏସପି ସୁପ୍ରିମୋ ମାୟାବତୀ।