Top 10 News Headlines: ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ସ୍କିମାଟିକ କନିଷ୍ଠ ଶିକ୍ଷକ ମାନଙ୍କ ମାସିକ ପାରିଶ୍ରମିକ ୧୧,୧୦୦ ଟଙ୍କାରୁ ବୃଦ୍ଧି ପାଇ ୧୬,୦୦୦ ଟଙ୍କା କରାଯାଇଛି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Trending Photos
Top 10 News Headlines 17 January 2025: H1. Odisha Signs 8 MoUs with Singapore: ଓଡ଼ିଶାରେ ବୈଷୟିକ ସୁଯୋଗ ବୃଦ୍ଧି, ଦକ୍ଷତା ବିକାଶ ଏବଂ ସବୁଜ ଉଦ୍ଯାନ କରିଡର ସୃଷ୍ଟି ଲାଗି ସିଙ୍ଗାପୁର ସରକାରଙ୍କ ସହ ବୁଝାମଣା ସ୍ୱାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ୍ ଶଣ୍ମୁଗରତ୍ନମଙ୍କ ଉପସ୍ଥିତିରେ ଏଥିନେଇ ୮ଟି ବୁଝାମଣା ସ୍ୱାକ୍ଷର ହୋଇଛି।
H2. Orissa High Court New Chief Justice: କେନ୍ଦ୍ର ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟର ନିଯୁକ୍ତି ବିଭାଗ କହିଛି ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବରିଷ୍ଠ ବିଚାରପତି ଅରିନ୍ଦମ ସିହ୍ନାଙ୍କୁ କଟକରେ ଥିବା ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ କରିଛନ୍ତି। ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ରାଷ୍ଟ୍ରପତି ଜଷ୍ଟିସ୍ ଅରିନ୍ଦମ ସିହ୍ନାଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ କରିଛନ୍ତି।
H3. Schematic junior teachers' salary hike: ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ସ୍କିମାଟିକ କନିଷ୍ଠ ଶିକ୍ଷକ ମାନଙ୍କ ମାସିକ ପାରିଶ୍ରମିକ ୧୧,୧୦୦ ଟଙ୍କାରୁ ବୃଦ୍ଧି ପାଇ ୧୬,୦୦୦ ଟଙ୍କା କରାଯାଇଛି। ଏହାସହିତ ଏହି ବର୍ଗର ଶିକ୍ଷକ ମାନଙ୍କ ଇପିଏଫ ପରିମାଣ ମଧ୍ୟ ୧୪୪୩ ଟଙ୍କାରୁ ୧୯୫୦ ଟଙ୍କାକୁ ବୃଦ୍ଧି ପାଇଛି । ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟ ସରକାର ପ୍ରତ୍ୟେକ ସ୍କିମାଟିକ କନିଷ୍ଠ ଶିକ୍ଷକଙ୍କ ପାଇଁ ପୂର୍ବରୁ ୧୨,୫୪୩ ଟଙ୍କା ପ୍ରଦାନ କରୁଥିବା ବେଳେ, ଏବେ ମାସକୁ ୧୭,୯୫୦ ଟଙ୍କା ପ୍ରଦାନ କରିବେ ।
H4. CM flags off train with 800 elderly pilgrims: ଭୁବନେଶ୍ୱର ରେଳ ଷ୍ଟେସନ ଠାରୁ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଓ ଢେଙ୍କାନାଳ ଜିଲ୍ଲାର ୮୦୦ ଜଣ ବରିଷ୍ଠ ନାଗରିକ ମହାରାଷ୍ଟ୍ରର ପ୍ରସିଦ୍ଧ ତୀର୍ଥସ୍ଥଳୀ ସିରିଡି ଓ ନାସିକ ଦର୍ଶନ ପାଇଁ ଆଜି ଯାତ୍ରା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ପାରମ୍ପରିକ ପୂଜା ସହିତ ପତକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ । ଏଥି ସହିତ ଟ୍ରେନ ଭିତରେ ବୁଲି ବୁଲି ତୀର୍ଥଯାତ୍ରୀମାନଙ୍କୁ ସଫଳ ଯାତ୍ରା ପାଇଁ ଶୁଭକାମନା ଜଣାଇଥିଲେ ।
H5. Subhadra Yojana 4th phase money: ବର୍ତ୍ତମାନ ପ୍ରର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ କେୱାଇସି ଅପ୍ଡେଟ୍ କରି ନାହାନ୍ତି। ଜାନୁଆରୀ ଶେଷରେ ଚତୁର୍ଥ ପର୍ଯ୍ୟାୟ ପୂର୍ବରୁ କେୱାଇସି ଅପଡେଟ୍ କରିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ କୌଣସି ଯୋଗ୍ୟ ହିତାଧିକାରୀ ଯେପରି ଯୋଜନାରେ ବାଦ୍ ନପଡନ୍ତି, ସେଦିଗରେ ସରକାର କାର୍ଯ୍ୟ କରୁଛନ୍ତି । ଜାନୁଆରି ଶେଷରେ ଶେଷରେ ଚତୁର୍ଥ ପର୍ଯ୍ୟାୟର ଟଙ୍କା ଟ୍ରାନ୍ସଫର ହେବ।
H6. Budget session may begin from 31st January: ସଂସଦର ବଜେଟ୍ ଅଧିବେଶନ ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଦିନରେ ଯୁଗ୍ମ ଅଧିବେଶନ ଅନୁଷ୍ଠିତ ହେବ। ଏହିଦିନ ରାଷ୍ଟ୍ରପତି ଦୁଇ ସଦନର ସଦସ୍ୟଙ୍କୁ ମିଳିତ ଭାବେ ସମ୍ବୋଧିତ କରିବେ। ଏହା ପରେ ଫେବୃୟାରୀ ୧ ତାରିଖ ଦିନ ବଜେଟ୍ ଉପସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଥିବା ବିଶ୍ୱସ୍ତ ସୁତ୍ରରୁ ସୂଚନା ମିଳିଛି।
H7. Union Cabinet approved revival package for RINL: ଆନ୍ଧ୍ର ପ୍ରଦେଶର ଭାଇଜାଗ୍ ଉପକୂଳରେ ଥିବା ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍ (ଆରଆଇଏନ୍ଏଲ୍)ର ପୁନରୁଦ୍ଧାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୧୪୪୦ କୋଟି ଟଙ୍କାର ପ୍ୟାକେଜ୍ କୁ ଅନୁମୋଦନ କରିଛନ୍ତି । ଏ ବିଷୟକୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସେ କହିଛନ୍ତି, ଯେ ଭାରତର ଇସ୍ପାତ ଶିଳ୍ପ କ୍ଷେତ୍ରରେ ଆର.ଆଇ.ଏନ୍.ଏଲ୍ ର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଏହି ପୁନରୁଦ୍ଧାର ପ୍ୟାକେଜ ଦ୍ୱାରା ଆର ଆଇ ଏନ ଏଲ ସମ୍ମୁଖୀନ ହେଉଥିବା ଅନେକ ସମସ୍ୟାର ସମାଧାନ ହୋଇପାରିବ।
H8. 12 Indians fighting in the Russian army died: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଶୁକ୍ରବାର ଦିନ କହିଛି ଯେ ଋଷ ଭାରତକୁ ଜଣାଇଛି ଯେ ଋଷ ସେନାରେ କାର୍ଯ୍ୟରତ ୧୬ ଜଣ ଭାରତୀୟ ନିଖୋଜ ଅଛନ୍ତି। ମନ୍ତ୍ରଣାଳୟ କହିଛି ଯେ ଋଷ ସେନାରେ କାର୍ଯ୍ୟରତ ଭାରତୀୟ ନାଗରିକଙ୍କୁ ଭାରତ ପଠାଇବାକୁ ଅନୁରୋଧ କରାଯାଇଛି। ଏଥିରେ କୁହାଯାଇଛି ଯେ ଋଷ ସେନାରେ କାର୍ଯ୍ୟରତ ୧୨ ଜଣ ଭାରତୀୟ ଏପର୍ଯ୍ୟନ୍ତ ମୃତ୍ୟୁବରଣ କରିଛନ୍ତି।
H9. Delhi BJP Manifesto 2025: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ନିଜର ସଙ୍କଳ୍ପପତ୍ର ଜାରି କରିଛି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବିଜେପିର ଏହି ସଙ୍କଳ୍ପପତ୍ର ଜାରି କରିଛନ୍ତି। ବିଜେପି ଏହାର ଇସ୍ତାହାରକୁ ସଂକଳ୍ପ ପତ୍ର ବୋଲି କହୁଛି। ଜେପି ନଡ୍ଡା କହିଥିଲେ ଯେ ଆମକୁ ସଂକଳ୍ପରୁ ସଫଳତା ଆଡ଼କୁ ଯିବାକୁ ପଡିବ। ଏକ ବଡ଼ ଘୋଷଣା କରିବା ସମୟରେ ଜେପି ନଡ୍ଡା କହିଛନ୍ତି ଯେ ବର୍ତ୍ତମାନ ସରକାରଙ୍କ ଦ୍ୱାରା ପରିଚାଳିତ ଜନ କଲ୍ୟାଣକାରୀ ଯୋଜନାଗୁଡ଼ିକ ଆମ ସରକାର ଗଠନ ହେବା ପରେ ମଧ୍ୟ ଜାରି ରହିବ।
H10. Rinku Singh Engagement: ଗଣମାଧ୍ୟମ ରିପୋର୍ଟ ଅନୁସାରେ ଭାରତୀୟ ଦଳର ଯୁବ କ୍ରିକେଟର ରିଙ୍କୁ ସିଂହ ପ୍ରିୟା ସରୋଜଙ୍କ ସହ ନିର୍ବନ୍ଧ କରିଛନ୍ତି। ପ୍ରିୟା ସମାଜବାଦୀ ପାର୍ଟିର ଜଣେ ସାଂସଦ। ରିଙ୍କୁ ଗତ କିଛି ବର୍ଷ ମଧ୍ୟରେ ତାଙ୍କ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଏବଂ ଭାରତ ପାଇଁ ମଧ୍ୟ ଖେଳିଛନ୍ତି। ରିଙ୍କୁ ଭାରତୀୟ ଦଳକୁ ଅନେକ ମ୍ୟାଚ୍ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଏବଂ ସେ ଟି-୨୦ ଦଳର ଜଣେ ନିୟମିତ ସଦସ୍ୟ ରହିଛନ୍ତି। ଯଦିଓ ପ୍ରିୟା ସରୋଜଙ୍କ ପିତା ବିବାହକୁ ନେଇ ବର୍ତ୍ତାମାନ କଥାବାର୍ତ୍ତା ଚାଲିଛି ବୋଲି କହିଛନ୍ତି।