Uttar Pradesh Politics: ରାଷ୍ଟ୍ରପତି ନିର୍ବାଚନ ବେଳେ ଓମ ପ୍ରକାଶ ରାଜଭରଙ୍କୁ ମିଳିଲା ଝଟକା
Advertisement
Article Detail0/zeeodisha/odisha1254526

Uttar Pradesh Politics: ରାଷ୍ଟ୍ରପତି ନିର୍ବାଚନ ବେଳେ ଓମ ପ୍ରକାଶ ରାଜଭରଙ୍କୁ ମିଳିଲା ଝଟକା

Uttar Pradesh Politics: ରାଷ୍ଟ୍ରପତି ନିର୍ବାଚନ ବେଳେ ଦଳରୁ ଇସ୍ତଫା ଦେଇଛନ୍ତି ସୁହଲଦେବ ଭାରତୀୟ ସମାଜ ପାର୍ଟି ଅଧ୍ୟକ୍ଷ ଓମ ପ୍ରକାଶ ରାଜଭାର। 

Uttar Pradesh Politics: ରାଷ୍ଟ୍ରପତି ନିର୍ବାଚନ ବେଳେ ଓମ ପ୍ରକାଶ ରାଜଭରଙ୍କୁ ମିଳିଲା ଝଟକା

Uttar Pradesh Politics: ରାଷ୍ଟ୍ରପତି ନିର୍ବାଚନ ବେଳେ ସୁହଲଦେବ ଭାରତୀୟ ସମାଜ ପାର୍ଟି ଅଧ୍ୟକ୍ଷ ଓମ ପ୍ରକାଶ ରାଜଭାରଙ୍କୁ ଲାଗିଛି ଜୋରଦାର ଝଟକା। ଦଳର ଉପାଧ୍ୟକ୍ଷ ଶଶି ପ୍ରତାପ ସିଂହ ଇସ୍ତଫା ଦଳରୁ ଦେଇଛନ୍ତି। ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏହା ଓମ ପ୍ରକାଶ ରାଜଭାରଙ୍କ ପାଇଁ ଏକ ବଡ ଝଟକା ବୋଲି କୁହାଯାଉଛି। ବର୍ତ୍ତମାନ ଉତ୍ତର ପ୍ରଦେଶରେ ୬ ଜଣ ସୁହେଲଦେବ ଭାରତୀୟ ସମାଜ ପାର୍ଟି ବିଧାୟକ ଅଛନ୍ତି। 

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ​​ଅଖିଳେଶ ଯାଦବଙ୍କ ନେତୃତ୍ୱାଧିନ ସମାଜବାଦୀ ପାର୍ଟି ସହ ମେଣ୍ଟ କରି ପ୍ରତିଦ୍ୱନ୍ଦ୍ୱିତା କରିଥିଲା ହଲଦେବ ଭାରତୀୟ ସମାଜ ପାର୍ଟି। ହେଲେ ବିଗତ କିଛି ଦିନ ହେବ ଓମ ପ୍ରକାଶ ରାଜଭାର ବିଭିନ୍ନ ପ୍ରସଙ୍ଗରେ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି। ଗତ ଗୁରୁବାର ଯେତେବେଳେ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନା ନିର୍ବାଚନ ପ୍ରଚାର ଲାଗି ଉତ୍ତର ପ୍ରଦେଶ ଗସ୍ତରେ ଆସିଥିଲେ ସେତେବେଳେ ସମାଜବାଦୀ ପାର୍ଟି ପକ୍ଷରୁ ଆୟୋଜିତ ହୋଇଥିବା ଏକ ବୈଠକରେ ଯୋଗ ଦେବା ଲାଗି ସୁହଲଦେବ ଭାରତୀୟ ସମାଜ ପାର୍ଟି କିମ୍ବା ଦଳର ଅଧ୍ୟକ୍ଷ ଓମ ପ୍ରକାଶ ରାଜଭାର ନିମନ୍ତ୍ରଣ ମିଳିନଥିଲା। ଯଦିଓ ଏହି ବୈଠକରେ ରାଷ୍ଟ୍ରୀୟ ଲୋକଦଳ ମୁଖ୍ୟ ଜୟନ୍ତ ଚୌଧୁରୀ ଯୋଗ ଦେଇଥିଲେ।  

ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ତାଙ୍କୁ କାହିଁକି ନିମନ୍ତ୍ରଣ କରାଯାଇଥିଲା ସେହି ପ୍ରଶ୍ନ ଅଖିଲେଶ ଯାଦବଙ୍କୁ ଭେଟି ତାଙ୍କୁ ପଚାରିବେ ବୋଲି କହିଛନ୍ତି ସୁହଲଦେବ ଭାରତୀୟ ସମାଜ ପାର୍ଟି ଅଧ୍ୟକ୍ଷ ଓମ ପ୍ରକାଶ ରାଜଭାର। ଯଦିଓ ରାଷ୍ଟ୍ରପତି ନିର୍ବାଚନରେ ସେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ନେଇ ସଙ୍କେତ ଦେଇଛନ୍ତି। ହେଲେ ସମାଜବାଦୀ ପାର୍ଟି ନେତୃତ୍ୱଧିନ ସମାଜବାଦୀ ମେଣ୍ଟରେ ସାମିଲ ରହିଥିବା ସତ୍ତ୍ୱେ ବିଜେପି ସହ ଦଳର ବଢୁଥିବା ଘନିଷ୍ଠତାକୁ ନେଇ ଉତ୍ତର ପ୍ରଦେଶ ରାଜନୀତିରେ ଜାରି ରହିଛି ଚର୍ଚ୍ଚା। ଦଳ ସମାଜବାଦୀ ମେଣ୍ଟରୁ ଦୂରେଇ ଯାଇପାରେ ବୋଲି ଅନୁମାନ କରାଯାଉଛି। 

ରାଷ୍ଟ୍ରପତି ନିର୍ବାଚନରେ ଦଳ କାହାକୁ ସମର୍ଥନ କରିବେ ଯଥାଶୀଘ୍ର ଘୋଷଣା କରିପାରନ୍ତି ସୁହଲଦେବ ଭାରତୀୟ ସମାଜ ପାର୍ଟି ଅଧ୍ୟକ୍ଷ ଓମ ପ୍ରକାଶ ରାଜଭାର। ବର୍ତ୍ତମାନ ପର୍ଯ୍ୟନ୍ତ ସେ ରାଷ୍ଟ୍ରପତି ନିର୍ବାଚନରେ ତାଙ୍କ ଦଳର ଭୂମିକାକୁ ନେଇ କୌଣସି ସ୍ପଷ୍ଟ ଆଭିମୁଖ୍ୟ ଗ୍ରହଣ କରିନାହାଁନ୍ତି। ଉତ୍ତର ପ୍ରଦେଶ ରାଜନୀତିରେ ଚର୍ଚ୍ଚା ହେଉଛି ଯେ ସୁହଲଦେବ ଭାରତୀୟ ସମାଜ ପାର୍ଟି ଅଧ୍ୟକ୍ଷ ଓମ ପ୍ରକାଶ ରାଜଭାର ସମାଜବାଦୀ ପାର୍ଟି ନେତୃତ୍ୱାଧିନ ସମାଜବାଦୀ ମେଣ୍ଟରୁ ଦୂରରେ ଯାଇପାରନ୍ତି। 

ଗତ ଶନିବାର ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସୁହଲଦେବ ଭାରତୀୟ ସମାଜ ପାର୍ଟି ଅଧ୍ୟକ୍ଷ ଓମ ପ୍ରକାଶ ରାଜଭାର କହିଥିଲେ ଆମ ପକ୍ଷରୁ କୌଣସି ମତଭେଦ ନାହିଁ। ମେଣ୍ଟ ଧର୍ମ ପୂରଣ କରିବା ପାଇଁ ଆମ ଦୃଢ ପ୍ରତିଶୃତିବଦ୍ଧ। ଆମେ ସମାଜବାଦୀ ପାର୍ଟି ସହ ମେଣ୍ଟ କରିଛୁ ଏବଂ ସମାଜାବଦୀ ମେଣ୍ଟରେ ରହିବୁ। ଯଦି ସମାଜାବଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ମେଣ୍ଟ ଭାଙ୍ଗନ୍ତି, ତେବେ ଆମେ ନିଷ୍ପତ୍ତି ନେବୁ। ଯଦି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ମେଣ୍ଟ ଭାଙ୍ଗିବେ ସେତେବେଳେ ଆମେ ନିଷ୍ପତ୍ତି ନେବୁ।

Also Read: Uttar Pradesh Politics: ଅଖିଲେଶ ଯାଦବଙ୍କୁ ଘେରିବେ ଓମ ପ୍ରକାର ରାଜଭର

Also Read: UP Politics: ମହାନ ଦଳ ପରେ ସମାଜବାଦୀ ମେଣ୍ଟରୁ ବାହାରିଯିବ ସୁହଲଦେବ ଭାରତୀୟ ସମାଜ ପାର୍ଟି

Also Read: Uttar Pradesh Politics: ରାଷ୍ଟ୍ରପତି ନିର୍ବାଚନ ବେଳେ ସମାଜବାଦୀ ମେଣ୍ଟରେ ଫାଟ