UP BJP Unit: କିଏ ହେବେ ରାଜ୍ୟ ବିଜେପି ସଭାପତି? ଆସନ୍ତାକାଲି ହେବ ଘୋଷଣା
Advertisement
Article Detail0/zeeodisha/odisha1278501

UP BJP Unit: କିଏ ହେବେ ରାଜ୍ୟ ବିଜେପି ସଭାପତି? ଆସନ୍ତାକାଲି ହେବ ଘୋଷଣା

UP BJP President: ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ଗଭୀର ମନ୍ଥନ କରାଯାଇଥିଲା। ଏହି  ଆଲୋଚନାରେ ଦଳର ନୂତନ ରାଜ୍ୟ ସଭାପତିଙ୍କ ନାମ ପ୍ରାୟ ସ୍ଥିର ହୋଇଛି। 

UP BJP Unit: କିଏ ହେବେ ରାଜ୍ୟ ବିଜେପି ସଭାପତି? ଆସନ୍ତାକାଲି ହେବ ଘୋଷଣା

UP BJP President: ଉତ୍ତର ପ୍ରଦେଶ ବିଜେପି ରାଜ୍ୟ ଶାଖା ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ସ୍ୱତନ୍ତ୍ର ଦେବ ସିଂହ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ତାଙ୍କର ଇସ୍ତଫା ପଠାଇଛନ୍ତି। ବିଜେପି ରାଜ୍ୟ ସଭାପତି ଭାବରେ ତାଙ୍କର ୩ ବର୍ଷର କାର୍ଯ୍ୟକାଳ ଗତ ଜୁଲାଇ ୧୬ ତାରିଖରେ ଶେଷ ହୋଇଥିଲା। ତାଙ୍କ ପରେ କିଏ ହେବ ଦଳର ରାଜ୍ୟ ଶାଖା ମଙ୍ଗୁଆଳ ତାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଏନେଇ ମିଳିଥିବା ଖବର ଅନୁସାରେ ଜୁଲାଇ ୨୯ ତାରିଖରେ ଉତ୍ତରପ୍ର ଦେଶ ବିଜେପି ଶାଖାର ନୂତନ ରାଜ୍ୟ ସଭାପତିଙ୍କ ନାଁ ଘୋଷଣା କରାଯିବ। 

ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ଗଭୀର ମନ୍ଥନ କରାଯାଇଥିଲା। ଏହି  ଆଲୋଚନାରେ ଦଳର ନୂତନ ରାଜ୍ୟ ସଭାପତିଙ୍କ ନାମ ପ୍ରାୟ ସ୍ଥିର ହୋଇଛି। ବିଜେପି ସରକାର ଏବଂ ଦଳୀୟ ସଙ୍ଗଠନ ମଧ୍ୟରେ ଆଲୋଚନା ପରେ ଆଶାୟୀଙ୍କ ତାଲିକା କେନ୍ଦ୍ରୀୟ ନେତୃବୃନ୍ଦଙ୍କ ପାଖକୁ ପଠାଯାଇଥିଲା। ଗୁରୁବାର ବିଜେପି କେନ୍ଦ୍ରୀୟ ନେତୃତ୍ୱ ଏହି ତାଲିକାରେ ଲେଖାଯାଇଥିବା ଆଶାୟୀଙ୍କ ନାମ ଉପରେ ଚର୍ଚ୍ଚା କରିଛନ୍ତି।

ଉତ୍ତର ପ୍ରଦେଶ ବିଜେପି ରାଜ୍ୟ ଶାଖା ସଭାପତି କିଏ (UP BJP Unit State President) ହେବେ ତାହାର ରାଜ୍ୟର କ୍ଷେତ୍ରଗତ ତଥା ଜାତିଗତ ସମୀକରଣକୁ ନଜରରେ ଚୟନ କରାଯିବ। ବିଜେପି କେନ୍ଦ୍ରୀୟ ନେତୃତ୍ୱ ଜୁଲାଇ ୨୯ ତାରିଖରେ ଦଳର ନୂତନ ରାଜ୍ୟ ଶାଖା ସଭାପତିଙ୍କ ନାଁ ଘୋଷଣା କରିବେ। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ର ଯୋଗ ଆଦିତ୍ୟନାଥଙ୍କ ବାସଭବନରେ ସରକାର ଏବଂ ଦଳୀୟ ସଙ୍ଗଠନ ମଧ୍ୟରେ ରାଜ୍ୟ ବିଜେପି ଅଧ୍ୟକ୍ଷ ପଦକୁ ନେଇ ଏକ ବିସ୍ତୃତ ଆଲୋଚନା ହୋଇଛି। ରାଜ୍ୟ ଶାଖା ସଭାପତି ପଦ ଲାଗି ଆଶାୟୀ ଥିବା ଦଲୀୟ ନେତାଙ୍କ ନାଁ ଦଳର କେନ୍ଦ୍ରୀୟ ନେତୃବୃନ୍ଦଙ୍କ ପାଖକୁ ପଠାଯାଇଛି। ଆସନ୍ତା ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶ ବିଜେପି ରାଜ୍ୟ ସଭାପତି ଦୌଡରେ ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଦୀନେଶ ଶର୍ମା, ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଶର୍ମା, ଦଳର ଲୋକସଭା ସାଂସଦ ସୁବ୍ରତ ପାଠକ, ମହେଶ ଶର୍ମା, ସତୀଶ ଗୌତମ, ବର୍ତ୍ତମାନର ଉପମୁଖ୍ୟମନ୍ତ୍ର କେଶବ ପ୍ରସାଦ ମୌର୍ଯ୍ୟ, ଦଳର ରାଜ୍ୟ ଶାଖା ସମ୍ପାଦକ ଅମରପାଲ ମୌର୍ଯ୍ୟ ଏବଂ ଅବନୀଶ ତ୍ୟାଗୀଙ୍କ ନାଁ ତର୍ଚ୍ଚାରେ ରହିଛି।

Also Read: UP BJP Unit: ରାଜ୍ୟ ଶାଖା ସଭାପତି ପଦରୁ ଇସ୍ତଫା ଦେଲେ ସ୍ୱତନ୍ତ୍ର ଦେବ ସିଂହ