UP Politics: ଅଖିଲେଶ ଯାଦବଙ୍କୁ ମିଳିପାରେ ବଡ଼ ଝଟକା
Advertisement

UP Politics: ଅଖିଲେଶ ଯାଦବଙ୍କୁ ମିଳିପାରେ ବଡ଼ ଝଟକା

ପ୍ରଥମେ ଚାଚା ଶିବପାଲ ଯାଦବ ଆଉ ଏବେ ଘନିଷ୍ଠ ସହଯୋଗୀ ଆଜାମ ଖାନ, ଅଖିଳେଶ ଯାଦବଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି।

UP Politics: ଅଖିଲେଶ ଯାଦବଙ୍କୁ ମିଳିପାରେ ବଡ଼ ଝଟକା

ଲକ୍ଷ୍ନୌ: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ପରାଜୟ ପର ଠାରୁ ଅଖିଳେଶ ଯାଦବଙ୍କ ଲାଗି ସମସ୍ୟା କମିବା ପରିବର୍ତ୍ତେ ବଢିବାରେ ଲାଗିଛି। ତାଙ୍କ ଦଳ ସମାଜବାଦୀ ପାର୍ଟି ବର୍ତ୍ତମାନ ଦଳୀୟ କନ୍ଦଳର ସାମ୍ନା କରୁଛି। ଏବେ ଖବର ଆସିଛି ଯେ ଅସନ୍ତୁଷ୍ଟ ଥିବା ତାଙ୍କ ଚାଚା ଶିବପାଲ ଯାଦବଙ୍କ ପରେ ଆଜାମ ଖାନ ମଧ୍ୟ ଦଳ ଉପରେ ଅସନ୍ତୁଷ୍ଟ ଅଛନ୍ତି। ଏହି ଦୁଇ ନେତା ଏକାଠି ହେଉଥିବା ନେଇ ଚର୍ଚ୍ଚା ହେଉଛି।  

ପ୍ରଥମେ ଚାଚା ଶିବପାଲ ଯାଦବ ଆଉ ଏବେ ଘନିଷ୍ଠ ସହଯୋଗୀ ଆଜାମ ଖାନ, ଅଖିଳେଶ ଯାଦବଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି। ଯାହାର ଖବର ଲଗାତାର ଭାବେ ଆସିବାରେ ଲାଗିଛି। ସଦ୍ୟ ମିଳିଥିବା ଖବର ଅନୁସାରେ ଶିବପାଲ ଯାଦବ ଏବଂ ଆଜାମ ଖାନ ଏକାଠି ହୋଇପାରନ୍ତି। କାରଣ ଉଭୟେ ବର୍ତ୍ତମାନ ଯୋଗାଯୋଗରେ ଥିବା ଚର୍ଚ୍ଚା ହେଉଛି। 

Also Read: ସମାଜବାଦୀ ପାର୍ଟି ବିଧାୟକ ଶିବପାଲ ଯାଦବଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦ ଦେଇପାରେ ବିଜେପି

ଗତ ରବିବାର ରାମପୁର ଠାରେ ସମାଜବାଦୀ ପାର୍ଟି ପକ୍ଷରୁ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଅଖିଲେଶ ଯାଦବଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ ଆଜାମ ଖାନଙ୍କ ମିଡ଼ିଆ ପ୍ରଭାରୀ ଫସାହତ ଅଲୀ ଖାନ। ଏନେଇ ସେ କହିଥିଲେ ବିଗତ ଅଢେଇ ବର୍ଷ ଧରି ଜେଲରେ ବନ୍ଦ ଥିବା ଆଜମ ଖାନଙ୍କୁ ବାହାର କରିବାକୁ କୌଣସି ଚେଷ୍ଟା କରିନାହାଁନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କଥାକୁ ଦୋହରାଇ ସେ କହିଛନ୍ତି ଯେ ଅଖିଲେଶ ଯାଦବ ଏହା ଚାହୁଁନାହାଁନ୍ତି ଯେ ଆଜାମ ଖାନ ଜେଲରୁ ବାହାରକୁ ଆସନ୍ତୁ।  

Also Read: UP Assembly: ବିରୋଧି ଦଳ ନେତା ନିର୍ବାଚିତ ହେଲେ Samajwadi Party ମୁଖ୍ୟ Akhilesh Yadav

ଆମେ ଅଖିଲେଶ ଯାଦବ ଏବଂ ମୁଲାୟମ ସିଂହ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲୁ। ହେଲେ ସେମାନେ ଆଜମ ଖାନଙ୍କୁ ବିରୋଧି ଦଳ ନେତା କରିନାହାଁନ୍ତି। ସୀତାପୁର ଜେଲରେ ବନ୍ଦୀ ଥିବା ଆଜମ ଖାନଙ୍କୁ କେବଳ ମାତ୍ର ଥରେ ଭେଟିଛନ୍ତି ଅଖିଲେଶ ଯାଦବ। ମୁସଲମାନ ସମାଜବାଦୀ ପାର୍ଟିକୁ ଭୋଟ ଦେଇଥିଲେ ମାତ୍ର ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୁସଲିମଙ୍କ ପକ୍ଷ ନେଇନାହାଁନ୍ତି। ଦଳରେ ମୁସଲମାନଙ୍କୁ ଗୁରୁତ୍ୱ ଦିଆଯାଉନାହିଁ। ବର୍ତ୍ତମାନ ଏପରି ଲାଗୁଛି ଯେ ଅଖିଳେଶ ଯାଦବଙ୍କୁ ଆମର ପୋଷାକର ଦୁର୍ଗନ୍ଧ ଆସୁଛି। ବେଆଇନ ଜମି ଜବର ଦଖଲ ସମେତ  ମିଥ୍ୟା ପ୍ରମାଣ ପତ୍ର ବନାଇବା ମାମାଲାରେ ଏବେ ମଧ୍ୟ ଜେଲରେ ବନ୍ଦୀ ଅଛନ୍ତି ଆଜମ ଖାନ।