UP Loksabha By Election 2022: ରାମପୁର-ଆଜମଗଡ ଆସନ ଲାଗି ପ୍ରାର୍ଥୀ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା
Advertisement
Article Detail0/zeeodisha/odisha1209000

UP Loksabha By Election 2022: ରାମପୁର-ଆଜମଗଡ ଆସନ ଲାଗି ପ୍ରାର୍ଥୀ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା

ଏହି ନିର୍ବାଚନରେ ଆଜମଗଡ଼ ଆସନରୁ ଭୋଜପୁରୀ ଅଭିନେତା ନେତା ଦୀନେଶ ଲାଲ ଯାଦବ ଓର୍ଫ ନିରହୁଆ ଏବଂ ରାମପୁର ଆସନରୁ ଘନଶ୍ୟାମ ଲୋଧିଙ୍କୁ ପ୍ରାର୍ଥୀ କରିଛି ବିଜେପି। 

UP Loksabha By Election 2022: ରାମପୁର-ଆଜମଗଡ ଆସନ ଲାଗି ପ୍ରାର୍ଥୀ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା

UP Loksabha By Election 2022: ଉତ୍ତର ପ୍ରଦେଶର ରାମପୁର ଏବଂ ଆଜମଗଡ ଲୋକସଭା ଆସନରେ ହେବାକୁ ଯାଉଥିବା ଉପନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କରିଛି ବିଜେପି। ଏହି ନିର୍ବାଚନରେ ଆଜମଗଡ଼ ଆସନରୁ ଭୋଜପୁରୀ ଅଭିନେତା ନେତା ଦୀନେଶ ଲାଲ ଯାଦବ ଓର୍ଫ ନିରହୁଆ ଏବଂ ରାମପୁର ଆସନରୁ ଘନଶ୍ୟାମ ଲୋଧିଙ୍କୁ ପ୍ରାର୍ଥୀ କରିଛି ବିଜେପି। 

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ (UP Assembly Election 2022) ସମାଜବାଦୀ ପାର୍ଟି ଅଧ୍ୟକ୍ଷ (Samajwadi Party President) ଅଖିଳେଶ ଯାଦବ (Akhilesh Yadav) ମୈନପୁରୀ ଜିଲ୍ଲାର (Mainipuri Dist) କରହଲ ବିଧାନସଭା ଆସନରୁ (Karhal Assembly Constituency) ବିଧାୟକ ଭାବରେ ନିର୍ବାଚିତ ହେବା ପରେ ଆଜମଗଡ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ଅନ୍ୟପଟେ ବରିଷ୍ଠ ସମାଜବାଦୀ ପାର୍ଟି ନେତା (Samajwadi Party Leader) ଆଜମ ଖାନ (Azam Khan) ରାମପୁର ବିଧାନସଭା ଆସନରୁ (Rampur Assembly Constituency) ନିର୍ବାଚିତ ହେବା ରାମପୁର ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ଉଭୟଙ୍କ ଇସ୍ତଫା ପରେ ଖାଲି ପଡିଥିବା ଏହି ୨ ଲୋକସଭା ଆସନରେ ଜୁନ୍ ୨୩ ତାରିଖରେ ଉପନିର୍ବାଚନ ହେବାକୁ ଯାଉଛି।
 
ପୂର୍ବ ଉତ୍ତର ପ୍ରଦେଶର ଆଜମଗଡ଼ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ଭୋଜପୁରୀ ଅଭିନେତା ନେତା ତଥା ପ୍ରସିଦ୍ଧ ଗାୟକ ଦୀନେଶ ଲାଲ ଯାଦବ ଓର୍ଫ ନିରହୁଆଙ୍କ ପୂର୍ବାଞ୍ଚଳରେ ଭଲ ପ୍ରଶଂସକ ଅଛନ୍ତି। ତାଙ୍କର ଲୋକପ୍ରିୟତାକୁ ଦେଖି ବିଜେପି ଗତ ୨୦୧୯ ଲୋକସଭା ନିର୍ବାଚନରେ ​ତାଙ୍କୁ ଏହି ଆସନରୁ ପ୍ରାର୍ଥୀ। ମାତ୍ର ସେ ଏହି ନିର୍ବାଚନରେ ସେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ପାଖରୁ ୨.୫ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ। ଏହା ସହିତ ଗତ ୨୦୧୪ ଲୋକସଭା ନିର୍ବାଚନରେ ​​ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ବିଜେପି ପ୍ରାର୍ଥୀ ରାମକାନ୍ତ ଯାଦବଙ୍କୁ ପରାସ୍ତ କରିଥିଲେ। ହେଲେ ଏଥର ଅଖିଳେଶ ଯାଦବ କିମ୍ବା ତାଙ୍କ ପିତା ମୁଲାୟମ ସିଂହ ଯାଦବ ନିଜେ ନିର୍ବାଚନ ଲଢୁ ନ ଥିବାରୁ ବିଜେପି ଆଶା କରୁଛି ଯେ ଏହି ଆସନରେ ଦଳ ବାଜିମାତ କରିବ।

ଅନ୍ୟପଟେ ଗତ ଜାନୁଆରୀରେ ସମାଜବାଦୀ ପାର୍ଟି ହାତ ଛାଡିଥିବା ଦଳର ବରିଷ୍ଠ ନେତା ଘନଶ୍ୟାମ ଲୋଧି ରାମପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ଦଳ ଛାଡିବା ବେଳେ ସେ ବିଧାନ ପରିଷଦ ସଦସ୍ୟ ଥିଲେ। ସମାଜବାଦୀ ପାର୍ଟି ଭଳି ଦଳରେ ପଛୁଆବର୍ଗଙ୍କୁ ଉପଯୁକ୍ତ ସମ୍ମାନ ମିଳୁ ନ ଥିବା ନେଇ ଅଭିଯୋଗ କରିଥିଲେ ସେ। ତାଙ୍କୁ ପଛୁଆ ବର୍ଗର ବଡ ନେତାଙ୍କ ମଧ୍ୟରେ ଗଣାଯାଏ। ବିଜେପି ରାମପୁର ଆସନରେ ତାଙ୍କୁ ପ୍ରାର୍ଥୀ ଓବିସି ମତଦାତାଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରିଛି।  

Also Read: UP Loksabha By Election 2022: ରାମପୁର-ଆଜମଗଡ ଆସନ ଲାଗି ପ୍ରାର୍ଥୀ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା 

Also Read: ରାମପୁର ନୁହେଁ ଆଜମଗଡ଼ ଲୋକସଭା ଆସନରେ ନିର୍ବାଚନ ଲଢିବ ବିଏସପି