UP CM Yogi: କୁମ୍ଭ ମେଳା ବେଳେ ଲୋକଙ୍କୁ ସମୁଦ୍ର ମନ୍ଥନ ଦେଖାଇବେ ଯୋଗୀ ସରକାର
Advertisement

UP CM Yogi: କୁମ୍ଭ ମେଳା ବେଳେ ଲୋକଙ୍କୁ ସମୁଦ୍ର ମନ୍ଥନ ଦେଖାଇବେ ଯୋଗୀ ସରକାର

UP Religious and Cultural Tourism: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦର୍ଶନ ହେଉଛି ଯେ ଉତ୍ତର ପ୍ରଦେଶର ଧାର୍ମିକ ତଥା ସାଂସ୍କୃତିକ ପର୍ଯ୍ୟଟନକୁ ବିଶ୍ୱ ସ୍ତରରେ ପ୍ରୋତ୍ସାହିତ କରାଯିବା ଆବଶ୍ୟକ। 

UP CM Yogi: କୁମ୍ଭ ମେଳା ବେଳେ ଲୋକଙ୍କୁ ସମୁଦ୍ର ମନ୍ଥନ ଦେଖାଇବେ ଯୋଗୀ ସରକାର

Samudra Manthan: ଏଥର କୁମ୍ଭ ମେଳାରେ ଲୋକଙ୍କୁ ସତ୍ୟ ଯୁଗର ସମୁଦ୍ର ମନ୍ଥନ ଦେଖାଇବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର। ପ୍ରାୟ ୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ୧୫ ଏକର ଜାଗାରେ ଡିଜିଟାଲ କୁମ୍ଭ ସଂଗ୍ରହାଳୟ ନିର୍ମାଣ କରାଯାଉଛି। ଏହି ସଂଗ୍ରହାଳୟ ମନ୍ଦରାଞ୍ଚଳ ପର୍ବତ ସମେତ ଦେବତା ଏବଂ ଦାନବଙ୍କ ମଧ୍ୟରେ ହୋଇଥିବା ସମୁଦ୍ର ମନ୍ଥନ ଦୃଶ୍ୟକୁ ପ୍ରଦର୍ଶିତ କରିବ। ଏହା ଭକ୍ତଙ୍କୁ ସେହି ସମୟକୁ ଅନୁଭବ କରାଇବ ଯେତେବେଳେ ଯେଉଁ ଘଟଣା ଘଟିଥିଲା।

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ (UP CM Yogi Adityanath) ଦର୍ଶନ ହେଉଛି ଯେ ଉତ୍ତର ପ୍ରଦେଶର (Uttar Pradesh) ଧାର୍ମିକ ତଥା ସାଂସ୍କୃତିକ ପର୍ଯ୍ୟଟନକୁ (Religious and Cultural Tourism) ବିଶ୍ୱ ସ୍ତରରେ ପ୍ରୋତ୍ସାହିତ କରାଯିବା ଆବଶ୍ୟକ। ଏହାକୁ ଧ୍ୟାନରେ ରଖି ନିର୍ମିତ ଏହି ସଂଗ୍ରହାଳୟ (Kumbh Museum) ତ୍ୟାଗ ଏବଂ ସନାତନ ଧର୍ମର ଗୌରବମୟ ପରମ୍ପରା ବାବଦରେ ଲୋକଙ୍କୁ  ଅବଗତ କରାଇବ। ଏଠାକୁ ଆସୁଥିବା ପର୍ଯ୍ୟଟକ ଭାରତ ବର୍ଷର ମହାନ ସାଧୁ, ସନ୍ଥ, ଋଷି, ମୁନି, ମହାପୁରୁଷଙ୍କ ବ୍ୟକ୍ତିତ୍ୱ ବାବଦରେ ଜାଣିପାରିବେ। ଆସନ୍ତା ୨୦୨୫ ବର୍ଷରେ ହେବାକୁ ଥିବା ମହାକୁମ୍ଭ ପୂର୍ବରୁ ଏହି ସଂଗ୍ରହାଳୟ ପ୍ରସ୍ତୁତ ହେବ। ଏନେଇ ଉତ୍ତର ପ୍ରଦେଶ ଅରୈଲ ଅଞ୍ଚଳରେ ଜମି ଚିହ୍ନଟ କରାଯାଇଛି।

ସଂଗ୍ରହାଳୟ ନିର୍ମାଣ ପାଇଁ ଏହାକୁ ତିନୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି। ଯେଉଁଥିରେ ପର୍ଯ୍ୟଟକଙ୍କ ସହ ଜଡିତ ସମସ୍ତ ସୁବିଧା ଉପଲବ୍ଧ ହେବ। ପ୍ରଥମ ପର୍ଯ୍ୟାୟରେ ପାର୍କିଂ, ପୋଖରୀ, ସଂଗ୍ରହାଳୟ, ଟିକେଟ୍ ଏବଂ ଲକର ପାଇଁ ବ୍ୟବସ୍ଥା ହେବ। ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଦର୍ଶନୀ ଏବଂ ସମ୍ମିଳନୀ ହଲ୍, ପାୱାର ହାଉସ୍ ଏବଂ ସଂଗ୍ରହାଳୟ ବାବଦରେ ସୂଚନା ପାଇଁ ଡିଜିଟାଲ୍ କିଓସ୍କ ପ୍ରସ୍ତୁତ କରାଯିବ। ତୃତୀୟ ପର୍ଯ୍ୟାୟରେ ସରକାର-ଘରୋଇ ସହକାରିତା ପ୍ରକଳ୍ପ ମାଧ୍ୟମରେ ହୋଟେଲ, ଶିଳ୍ପଗ୍ରାମ, କୁଟୀର ଏବଂ ଅସ୍ଥାୟୀ ପ୍ରଦର୍ଶନୀ ସ୍ଥାନ ନିର୍ମାଣ କରାଯିବ। One District One Product (ODOP) ସମେତ ସ୍ଥାନୀୟ ପାରମ୍ପାରିକ କାରିଗରଙ୍କ ପାଇଁ ଏଠାରେ ସ୍ଥାନ ସଂରକ୍ଷିତ ରହିବ। ଏହା ସହିତ ଏଠାରେ ରୋଷେଇ ଷ୍ଟଲ୍ ମଧ୍ୟ ଉପଲବ୍ଧ ରହିବ।

ଏନେଇ ପ୍ରତିକ୍ରିୟା ରଖି ପ୍ରୟାଗରଜ କମିଶନର ସଞ୍ଜୟ ଗୋୟଲ କହିଛନ୍ତି ଯେ ୟୁନେସ୍କୋ ପ୍ରୟାଗରାଜ କୁମ୍ଭ ମେଳାକୁ ମାନବିକତାର ସାଂସ୍କୃତିକ ଐତିହ୍ୟର ମାନ୍ୟତା ଦେଇଛି। ଏହି ଐତିହ୍ୟକୁ ଜୀବନ୍ତ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନେକ ଅଭିନବ ପ୍ରୟାସ ଗ୍ରହଣ କରାଯାଉଛି। ଏହି କ୍ରମରେ ଡିଜିଟାଲ୍ କୁମ୍ଭ ସଂଗ୍ରହାଳୟ ଏହି ଶୃଙ୍ଖଳାର ଏକ ପ୍ରୟାସ। ଆସନ୍ତା ୨୦୨୫ ବର୍ଷରେ ହେହାକୁ ଯାଉଥିବା  ମହା କୁମ୍ଭ ପୂର୍ବରୁ ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ଆମେ ଯୋଜନା ଅନୁଯାୟୀ କାର୍ଯ୍ୟ କରୁଛୁ। 

Also Read: ରାମ-କୃଷ୍ଣ ନଗରୀରେ ମଦ-ମାଂସ ବିକ୍ରି ଉପରେ ଲାଗିଲା କଟକଣା

Also Read: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଆଦେଶକ୍ରମେ କରମୁକ୍ତ ହେଲା ମଠ ମନ୍ଦିର

Also Read: କର ମୁକ୍ତ ହେଲା ମଠ-ମନ୍ଦିର; ଧର୍ମାନୁଷ୍ଠାନ ନିକଟରେ ବିକ୍ରି ହେବ ନାହିଁ ମାଂସ