UP Civic Poll 2022: ବିନା ଓବିସି ସଂରକ୍ଷଣରେ ହେବ ପୌରସଂସ୍ଥା ନିର୍ବାଚନ, ନିର୍ଦ୍ଦେଶ ଦେଲେ ଆହ୍ଲାବାଦ ହାଇକୋର୍ଟ
Advertisement

UP Civic Poll 2022: ବିନା ଓବିସି ସଂରକ୍ଷଣରେ ହେବ ପୌରସଂସ୍ଥା ନିର୍ବାଚନ, ନିର୍ଦ୍ଦେଶ ଦେଲେ ଆହ୍ଲାବାଦ ହାଇକୋର୍ଟ

Uttar Pradesh Politics: ବିନା ଓବିସି ସଂରକ୍ଷଣରେ  ପୌରସଂସ୍ଥା ନିର୍ବାଚନ କରିବାକୁ ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ସରଗରମ ହୋଇଉଠିଛି ଉତ୍ତର ପ୍ରଦେଶ ରାଜନୀତି।

UP Civic Poll 2022: ବିନା ଓବିସି ସଂରକ୍ଷଣରେ ହେବ ପୌରସଂସ୍ଥା ନିର୍ବାଚନ, ନିର୍ଦ୍ଦେଶ ଦେଲେ ଆହ୍ଲାବାଦ ହାଇକୋର୍ଟ

UP Civic Election 2022: ଉତ୍ତର ପ୍ରଦେଶରେ ହେବାକୁ ଯାଉ ପୌରସଂସ୍ଥା ନିର୍ବାଚନକୁ ନେଇ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ଆହ୍ଲାବାଦ ଉଚ୍ଚନ୍ୟାୟାଳୟର ଲକ୍ଷ୍ନୌ ବେଞ୍ଚ। ପୌରସଂସ୍ଥା ନିର୍ବାଚନ ସମ୍ପର୍କରେ ଉତ୍ତର ପ୍ରଦେଶ ସରକାରଙ୍କ ଡ୍ରାଫ୍ଟ ବିଜ୍ଞପ୍ତିକୁ ବାତିଲ କରି ଅନ୍ୟାନ୍ୟ ପଛୁଆ ବର୍ଗ ସଂରକ୍ଷଣ ବିନା ଏହି ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ। ଜଷ୍ଟିସ ଦେବେନ୍ଦ୍ର କୁମାର ଉପାଧ୍ୟାୟ ଏବଂ ଜଷ୍ଟିସ ସୌରଭ ଲବନିୟାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ନିର୍ଦ୍ଦେଶ ଦେଇଛନ୍ତି। ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେବା ପାଇଁ ଏକ କମିଶନ ଗଠନ କରାଯିବା ଦରକାର। ଏହା ପରେ ଯାଇ ପଛୁଆ ବର୍ଗକୁ ସଂରକ୍ଷଣ ପ୍ରଦାନ କରାଯିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି। 

ପୌରସଂସ୍ଥା ନିର୍ବାଚନକୁ ନେଇ ଆହ୍ଲାବାଦ ହାଇକୋର୍ଟ ରାୟ ଆସିବା ପରେ ଉତ୍ତର ପ୍ରଦେଶରେ ପୌରସଂସ୍ଥା ନିର୍ବାଚନ ପାଇଁ ରାସ୍ତା ସଫା ହୋଇଯାଇଛି। ରାଜ୍ୟର ପୌରସଂସ୍ଥା ନିର୍ବାଚନରେ ​​ଓବିସି ସଂରକ୍ଷଣ ପାଇଁ ଗତ ୫ ଡିସେମ୍ବରରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଡ୍ରାଫ୍ଟ ବିଜ୍ଞପ୍ତିକୁ ଲକ୍ଷ୍ନୌ ବେଞ୍ଚ ବାତିଲ କରି ଦେଇଛି। ବିନା ପଛୁଆ ବର୍ଗ ସଂରକ୍ଷଣରେ ପୌରସଂସ୍ଥା ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏହି ମାମଲାରେ ଆହ୍ଲାବାଦ ଉଚ୍ଚନ୍ୟାୟାଳୟଙ୍କ ଏହି ନିଷ୍ପତ୍ତି 'ଟ୍ରିପଲ ଟେଷ୍ଟ ଫର୍ମୁଲା' ବିନା ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଓବିସି ସଂରକ୍ଷଣ ଡ୍ରାଫ୍ଟ ବିରୋଧରେ ଚ୍ୟାଲେଞ୍ଜ କରି ଜନସ୍ୱାର୍ଥ ମାମଲା ଉପରେ ଆସିଛି।

ପୌରସଂସ୍ଥା ନିର୍ବାଚନରେ ଓବିସି ସଂରକ୍ଷଣ ପ୍ରଦାନ କରିବା ପ୍ରସଙ୍ଗରେ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟ ବିରୋଧରେ ଉତ୍ତର ପ୍ରଦେଶ ସରକାର ସୁପ୍ରିମକୋର୍ଟ ଯାଇପାରନ୍ତି। ଏହି ନିର୍ବାଚନ ସେତେବେଳେ ସ୍ଥଗିତ ରଖାଯାଇ ପାରିବ ଯେତେବେଳେ ଉତ୍ତର ପ୍ରଦେଶ ସରକାର ହାଇକୋର୍ଟ ରାୟ ବିରୋଧରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ଆଶ୍ରୟ ନେବେ। ବିନା ଓବିସି ସଂରକ୍ଷଣରେ ପୌରସଂସ୍ଥା ନିର୍ବାଚନ କରିବାକୁ ହାଇକୋର୍ଟ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂତ୍ରରୁ ମିଳିଥିବା ଖବର ଅନୁସାରେ ଉତ୍ତର ପ୍ରଦେଶ ସରକାର ଆହ୍ଲାବାଦ ହାଇକୋର୍ଟ ବିରୋଧରେ ସୁପ୍ରିମକୋର୍ଟ ଯିବେ। 

ଗତ ୧୨ ଡିସେମ୍ବରରେ ଆହ୍ଲାବାଦ ହାଇକୋର୍ଟ ଉତ୍ତର ପ୍ରଦେଶ ପୌରସଂସ୍ଥା ନିର୍ବାଚନ ଲାଗି ଜାରି ହୋଇଥିବା ବିଜ୍ଞପ୍ତି ଉପରେ ରୋକ ଲଗାଇଥିଲେ। ସମ୍ଭବତଃ ଏହି  ଫେବୃଆରୀ ଆରମ୍ଭରେ କିମ୍ବା ମାର୍ଚ୍ଚ ପରେ ହୋଇପାରେ। କାରଣ ମାର୍ଚ୍ଚ-ଅପ୍ରେଲ ମାସରେ ଉତ୍ତର ପ୍ରଦେଶ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବୋର୍ଡ ପରୀକ୍ଷା ହେବାର ଅଛି। 

ଏହି ନିର୍ବାଚନ ​​ବିଳମ୍ବ ହେବାର ଅନ୍ୟ ଏକ ପ୍ରସଙ୍ଗ ହେଉଛି ଅଦାଲତରେ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲା। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପୌରସଂସ୍ଥା ନିର୍ବାଚନ ସମ୍ପର୍କରେ ଅଦାଲତରେ ଅନେକ ପିଟିସନ ଦାଖଲ କରାଯାଇଥିଲ। ଉତ୍ତର ପ୍ରଦେଶରେ ମୋଟ ୭୬୨ ସ୍ଥାନୀୟ ପୌରସଂସ୍ଥା ରହିଛି। ଏହି ପୌରସଂସ୍ଥା ମଧ୍ୟରୁ ୧୭ ନଗର ନିଗମ, ୨୦୦ ନଗର ପାଳିକା ଏବଂ ୫୪୫ ନଗର ପଞ୍ଚାୟତ ରହିଛି। ରାଜ୍ୟରେ ହେବାକୁ ଯାଉଥିବା ପୌରସଂସ୍ଥା ନିର୍ବାଚନ ପାଇଁ ଉତ୍ତର ପ୍ରଦେଶ ସରକାର ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି କରି ସାରିଥିଲେ।